ସୌମ୍ୟ ରଞ୍ଜନ ପଟ୍ଟନାୟକ
ସୌମ୍ୟ ରଞ୍ଜନ ପଟ୍ଟନାୟକ | |
---|---|
![]() ଭୁବନେଶରରେ ସୌମ୍ୟରଞ୍ଜନ ପଟ୍ଟନାୟକ | |
ଜନ୍ମ | |
ଜାତୀୟତା | ![]() |
ଶିକ୍ଷା | ସ୍ନାତକୋତ୍ତର |
ପୁରାତନ ଛାତ୍ର | ରେଭେନ୍ସା ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ଜଣାଶୁଣା | ସମ୍ପାଦକ,ସାମ୍ବାଦିକ, ଶିକ୍ଷାବିତ,ପ୍ରାକ୍ତନ ସାଂସଦ.,ଶିଳ୍ପପତି |
ଜୀବନସାଥୀ | ସୁଦତ୍ତା ପଟ୍ଟନାୟକ |
ସନ୍ତାନ | ତଲ୍ଲୀନା ପଟ୍ଟନାୟକ, ତନୟା ପଟ୍ଟନାୟକ |
ପିତାମାତା | ବ୍ରଜବନ୍ଧୁ ପଟ୍ଟନାୟକ |
ୱେବସାଇଟ | Soumyapatnaik.in |
Signature | |
![]() |
ସୌମ୍ୟରଞ୍ଜନ ପଟ୍ଟନାୟକ, ଦୈନିକ ଖବରକାଗଜ, ସମ୍ବାଦର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଅଟନ୍ତି ।[୧] ଏହା ବ୍ୟତିତ, ସେ ଜଣେ ଶିଳ୍ପପତି, ରାଜନେତା, ଶିକ୍ଷାବିତ ଓ ସମାଜସେବୀ ମଧ୍ୟ ଅଟନ୍ତି । [୨]
ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]
୧୯୫୨ ମସିହା ଅଗଷ୍ଟ ମାସ ୧୮ ତାରିଖରେ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିଠାରେ ଜନ୍ମଗ୍ରହଣ କରିଥିଲେ ସୌମ୍ୟରଞ୍ଜନ । ପିତା ବ୍ରଜବନ୍ଧୁ ପଟ୍ଟନାୟକ, ବଣ ବିଭାଗରେ ଜଣେ ରେଞ୍ଜର ଥିଲେ ଓ ତାଙ୍କ ବଦଳି ଚାକିରି ଯୋଗୁ, ସୌମ୍ୟରଞ୍ଜନ ଓଡ଼ିଶାର ବହୁଯାଗାରେ ରହି ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ ।
କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ହାସଲ କରିବା ପରେ, ସୌମ୍ୟରଞ୍ଜନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାର୍ବଜନିକ ପ୍ରଶାସନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଉଭୟ ଅନୁଷ୍ଠାନରେ ସେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ ।[ଆଧାର ଲୋଡ଼ା] ପରବର୍ତ୍ତୀ ସମୟରେ ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟିରୁ ମଧ୍ୟ ଶିକ୍ଷାଗ୍ରହଣ କରିଥିଲେ ।
କର୍ମଜୀବନ[ସମ୍ପାଦନା]
୧୯୭୨ ମସିହାରେ, ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରିବା ଆରମ୍ଭ କରିଥିଲେ । ଏତେ କମ ବୟସରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କର ଶିକ୍ଷାଦାନ କରିବା, ସେତେବେଳେ ଏକ ବିତର୍କ ସୃଷ୍ଟି କରିଥିଲା । ଅଟଳ ବିହାରୀ ବାଜପେୟୀ ସଂସଦରେ ଏହି ବିତର୍କର ସୂତ୍ରପାତ କରିଥିଲେ ।[ଆଧାର ଲୋଡ଼ା]
୧୯୮୪ ମସିହାରେ ସୌମ୍ୟରଞ୍ଜନ ସମ୍ବାଦ ଖବରକାଗଜର ପ୍ରତିଷ୍ଠା କରିଥିଲେ । 'ଅଫସେଟ ପ୍ରିଣ୍ଟିଙ୍ଗ', ସ୍ୱତନ୍ତ୍ର ସମ୍ପାଦକୀୟ ପୃଷ୍ଠା, ଖେଳ ପୃଷ୍ଠା, ସାପ୍ତାହିକ ପତ୍ରିକା ଆଦି ନୂଆ ନୂଆ ପଦକ୍ଷେପ ସୌମ୍ୟରଞ୍ଜନ ନେଇଥିଲେ ।[୩] କ୍ରମେ, ସମ୍ବାଦ କେବଳ ଏକ ଖବରକାଗଜ ନରହି, ଏକ ସାମାଜିକ ଅନୁଷ୍ଠାନ ରୂପରେ ନିଜକୁ ଗଢିତୋଳିଲା । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ସୌମ୍ୟରଞ୍ଜନଙ୍କ ଉଦ୍ୟମ ରହିଛି । ସମ୍ବାଦ, ଆମ ଓଡ଼ିଶା[୪] ନାମକ ଏକ ସଂସ୍ଥା ଗଠନ କରି, ଓଡ଼ିଶାର କୋଣ ଅନୂକୋଣରେ ବିଭିନ୍ନ ପ୍ରତିଯୋଗିତା[୫] ଆଦି ଆୟୋଜନ କରି, ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଓଡ଼ିଆ ପଢ଼ିବା ଓ ଲେଖିବା ପାଇଁ, ନୂତନ ଏକ ଆଗ୍ରହ ସୃଷ୍ଟିକରାଯାଉଛି । ସେହି ଆମ ଓଡ଼ିଶା ମାଧ୍ୟମରେ ରକ୍ତଦାନ[୬] କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।
ଖାଲି ସମ୍ବାଦପତ୍ର ମଧ୍ୟରେ, ନିଜକୁ ସିମୀତ ନରଖି, ସୌମ୍ୟରଞ୍ଜନ ପଟ୍ଟନାୟକ ପାରମ୍ପରିକ ଯାତ୍ରା, ସିନେମା, ରେଡ଼ିଓ ଓ ଟେଲିଭିଜନ କ୍ଷେତ୍ରରେ ମଧ୍ୟ ଯୋଗଦାନ କରିଛନ୍ତି ।[୭] ଇଷ୍ଟର୍ଣ୍ଣ ଅପେରା ନାମରେ ତାଙ୍କର ଏକ ଯାତ୍ରାଦଳ ରହିଛି ଓ ଏହି ଯାତ୍ରାଦଳ ଓଡ଼ିଶାର ବିଭିନ୍ନ ଅଞ୍ଛଳରେ ଯାତ୍ରା ପରିବେଷଣ କରିଥାଏ । କନକ ଟିଭି ନାମରେ ତାଙ୍କର ଏକ ୨୪ ଘଣ୍ଟିଆ ଖବର ଭିତ୍ତିକ ଟିଭି ଚ୍ୟାନେଲ ଓ 'ମଞ୍ଜରୀ' ନାମରେ ଏକ ୨୪ ଘଣ୍ଟିଆ ମନୋରଞ୍ଜନ ଧର୍ମୀ ଚ୍ୟାନେଲ ମଧ୍ୟ ରହିଛି । ରେଡ଼ିଓ ଚକୋଲେଟ୍ ନାମରେ ତାଙ୍କର ଏକ ଏଫ.ଏମ. ରେଡ଼ିଓ ଚ୍ୟାନେଲ ମଧ୍ୟ ରହିଛି । କେ.ଏମ.ବି.ବି କଲେଜ ଅଫ ଇଞ୍ଜିନିୟରିଂ [୮] ନାମରେ ସେ ଏକ ବୈଷୟିକ ମହାବିଦ୍ୟାଳୟ ଓ ସୋମାକ[୯] ନାମରେ ଏକ ମିଡ଼ିଆ ମହାବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।
୧୯୯୬ ମସିହା ସାଧାରଣ ନିର୍ବାଚନରେ, ସୌମ୍ୟରଞ୍ଜନ ପଟ୍ଟନାୟକ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରି ଜୟଯୁକ୍ତ ହୋଇଥିଲେ । ୧୯୯୮ ସାଧାରଣ ନିର୍ବାଚନରେ ପୁନର୍ବାର ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ସଫଳତା ହାସଲ କରିପାରିନଥିଲେ । ୨୦୦୩ ମସିହାରେ ସେ ଆମ "ଆମ ଓଡ଼ିଶା" ଅନୁଷ୍ଠାନକୁ ଏକ ରାଜନୈତିକ ଦଳକୁ ବଦଳ କରିଥିଲେ । ସୌମ୍ୟରଞ୍ଜନଙ୍କୁ ବିଜୁ ଜନତା ଦଳ ତରଫରୁ ରାଜ୍ୟ ସଭାକୁ ମନୋନୀତ କରାଯାଇଥିଲା । ୨୦୧୮ ମସିହାରେ ଆମ ଓଡ଼ିଶା ଦଳର ବିଜୁ ଜନତା ଦଳ ସହ ବିଲୟ ଘଟିଥିଲା ।[୧୦] ୨୦୧୯ ମସିହା ବିଧାନ ସଭା ନିର୍ବାଚନରେ ସୌମ୍ୟରଞ୍ଜନ ଖଣ୍ଡପଡ଼ାରୁ ଜିତିଥିଲେ ।[୧୧]
ପରିବାର[ସମ୍ପାଦନା]
ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଜୟନ୍ତୀ ପଟ୍ଟନାୟକଙ୍କ କନ୍ୟା ସୁଦତ୍ତା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି । [୧୨] ତାଙ୍କର ଦୁଇଟି ଝିଅ ଅଛନ୍ତି । ବଡ଼ ଝିଅ ତଲ୍ଲୀନା ପଟ୍ଟନାୟକ ବିବାହିତ ଓ ସାନ ଝିଅ ତନୟା ପଟ୍ଟନାୟକ ସଂପ୍ରତି ଓଡ଼ିଆ ଏଫ୍ ଏମ ଚ୍ୟାନେଲ ରେଡିଓ ଚକୋଲେଟର ନିର୍ଦ୍ଦେଶିକା ଅଛନ୍ତି । ସୌମ୍ୟରଞ୍ଜନଙ୍କର ବଡ଼ ଭାଇ, ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟ ।
ରଚନାବଳୀ[ସମ୍ପାଦନା]
- ଆମ ଓଡ଼ିଶା ଗପ
- ଆମ ଘରର ହାଲଚାଲ (ପ୍ରଥମ ଓ ଦ୍ୱିତୀୟ ଭାଗ)
- ଓଡ଼ିଶା ଶାସନର ଏକ ସ୍ୱର୍ଣ୍ଣଯୁଗ
- କଥା ଶତକ (ପ୍ରଥମ ଓ ଦ୍ୱିତୀୟ ଭାଗ)
- ସେମାନଙ୍କ ପିଲାଦିନ
- ନିର୍ବାଚିତ କଥା
- ପ୍ରେମ କଥା
- ଶ୍ରେଷ୍ଠ କଥା
- Odishsa Tales
- Janaki Ballav Patnaik: The March To a Modern Odisha
ଆଧାର[ସମ୍ପାଦନା]
- ↑ http://203.193.146.66/ipr/Download/EDITORS_LIST.pdf
- ↑ http://www.parliamentofindia.nic.in/ls/lok11/biodata/11or05.htm
- ↑ http://www.orissasambad.com/aboutus.php
- ↑ http://www.aamaodisha.org.in/pratistha-sadasya.php
- ↑ http://www.aamaodisha.org.in/kahinki-kipari.php
- ↑ http://www.aamaodisha.org.in/sibirara-bibarani2012-1.php
- ↑ http://orissamatters.com/2009/10/05/kanak-tv/
- ↑ http://www.kmbb.in/chairmanmessage.html
- ↑ http://www.ssomac.com/
- ↑ "Ama Odisha Party president Soumya Ranjan Patnaik joins BJD in presence Naveen Patanik". orissadiary.com/. orissa diary. Retrieved 23 December 2019.
- ↑ "BJD storming to power in Odisha for fifth consecutive term". www.indiatoday.in/. india today. Retrieved 23 December 2019.
- ↑ http://ws.ori.nic.in/ola/mlaprofile/profilepage.asp
ବାହାର ଆଧାର[ସମ୍ପାଦନା]
