ଅଶ୍ୱିନୀ ବୈଷ୍ଣବ

ଉଇକିପିଡ଼ିଆ‌ରୁ
ଅଶ୍ୱିନୀ ବୈଷ୍ଣବ‌
ରେଳ ମନ୍ତ୍ରୀ
Assumed office
୮ ଜୁଲାଇ ୨୦୨୧
ରାଷ୍ଟ୍ରପତିରାମନାଥ କୋବିନ୍ଦ
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀପୀୟୂଷ ଗୋଏଲ
ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
Assumed office
୮ ଜୁଲାଇ ୨୦୨୧
ରାଷ୍ଟ୍ରପତିରାମନାଥ କୋବିନ୍ଦ
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀରବି ଶଙ୍କର ପ୍ରସାଦ
ସଞ୍ଚାର ମନ୍ତ୍ରୀ
Assumed office
୮ ଜୁଲାଇ ୨୦୨୧
ରାଷ୍ଟ୍ରପତିରାମନାଥ କୋବିନ୍ଦ
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀରବି ଶଙ୍କର ପ୍ରସାଦ
ସାଂସଦ: ରାଜ୍ୟ ସଭା
Assumed office
୨୮ ଜୁନ ୨୦୧୯
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୭୦
ଯୋଧପୁର, ରାଜସ୍ଥାନ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁନୀତା ବୈଷ୍ଣବ[୧]
ସନ୍ତାନ
  • ରାହୁଲ ବୈଷ୍ଣବ (ପୁଅ)
  • ତାନ୍ୟା ବୈଷ୍ଣବ (ଝିଅ)
ଶିକ୍ଷାବି.ଟେକ୍, ଏମ୍.ଟେକ୍
ଏମ୍‌ବିଏ
ଶିକ୍ଷାନୁଷ୍ଠାନ
  • ହାର୍ଟଟନ୍ ସ୍କୁଲ୍ ଅଫ୍ ଦ ୟୁନିଭର୍ସିଟି ଅଫ୍ପେ ନସିଲଭାନିଆ
  • ଆଇଆଇଟି କାନ୍‌ପୁର
  • ଜୟ ନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟ
ବୃତ୍ତି
  • ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ
  • ଉଦ୍ୟୋଗପତି
  • ରାଜନେତା
ୱେବସାଇଟOfficial Website

ଅଶ୍ୱିନୀ ବୈଷ୍ଣବ (ଜନ୍ମ: ୧୯୭୦; ଜନ୍ମସ୍ଥାନ: ଯୋଧପୁର, ରାଜସ୍ଥାନ) ଜଣେ ଭାରତୀୟ ରାଜନେତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ । ସେ ଓଡ଼ିଶା କ୍ୟାଡରରେ ଭାରତୀୟ ପ୍ରଶାସନିକ ସେବାରେ ୧୬ ବର୍ଷ କାର୍ଯ୍ୟ କରି ୨୦୧୦ ମସିହାରେ ସ୍ୱେଚ୍ଛାକୃତ ଭାବରେ ଇସ୍ତଫା ଦେଇଥିଲେ । ସେ ବର୍ତ୍ତମାନ ଭାରତ ସରକାରଙ୍କ ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ । ୨୮ ଜୁନ ୨୦୧୯ରୁ ସେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ଜୁଲାଇ ୨୦୨୧ର ସେ କେନ୍ଦ୍ରମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ ଏବଂ ରେଳ ମନ୍ତ୍ରଣାଳୟ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ତାଙ୍କ ପରିବାର ରାଜସ୍ଥାନପାଲି ଜିଲ୍ଲାସ୍ଥିତ ରାଣୀ ଗ୍ରାମର ମୂଳ ବାସିନ୍ଦା ଏବଂ ପରବର୍ତ୍ତୀ ସମୟରେ ସେମାନେ ଯୋଧପୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ।[୨]

ପ୍ରାଥମିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଅଶ୍ୱିନୀ ବୈଷ୍ଣବ ୧୯୭୦ ମସିହାରେ ଯୋଧପୁରରେ ଏକ ବୈରାଗୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩][୪] ସେ ୧୯୯୧ ମସିହାରେ ଏମ୍.ବି.ଏମ୍. ଇଞ୍ଜିନିୟରିଂ କଲେଜରୁ ଇଲେକ୍ଟ୍ରୋନିକ୍ ଆଣ୍ଡ କମୁନିକେସନ୍ ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ । ସେହି ପରୀକ୍ଷାରେ ସେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ତା'ପରେ ସେ ଆଇଆଇଟି, କାନ୍‌ପୁରରୁ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ ।

୧୯୯୪ ମସିହାରେ ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ତାଙ୍କର ସର୍ବଭାରତୀୟ ର‍୍ୟାଙ୍କ ୨୭ ଥିଲା ଏବଂ ଓଡ଼ିଶା କ୍ୟାଡର୍‌ରେ ଯୋଗ ଦେଇଥିଲେ ।[୫]

୨୦୦୮ ମସିହାରେ ସେ ଅଧିକ ଶିକ୍ଷା ଗ୍ରହଣ କରିବାକୁ ଆମେରିକା ଯାଇଥିଲେ ।[୬]

ପ୍ରଶାସନିକ ସେବା[ସମ୍ପାଦନା]

ଓଡ଼ିଶାରେ ଥିବା ସମୟରେ ସେ ବାଲେଶ୍ୱରକଟକ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ ।[୭] ସେ ୨୦୦୩ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିଲେ ।

୨୦୦୩ ମସିହାରେ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ଭାବେ ନିଯୁକ୍ତି ପାଇଥିଲେ ।[୮] ସେଠାରେ ସେ ସରକାରୀ ଓ ବେସରକାରୀ ଭାଗିଦାରୀର ପ୍ରକଳ୍ପ ଢାଞ୍ଚା ଉପରେ କାର୍ଯ୍ୟ କରିଥିଲେ । ପରେ ସେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ ।[୯]

୨୦୦୬ ମସିହାରେ ସେ ମର୍ମୁଗାଓ ପୋର୍ଟ ଟ୍ରଷ୍ଟର ଉପାଧକ୍ଷ ଭାବରେ କାର୍ଯ୍ୟାରମ୍ଭ କରି ପରବର୍ତ୍ତୀ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିଥିଲେ ।[୧୦]

୨୦୦୮ ମସିହାରେ ହ୍ୱାର୍ଟଟନ୍ ବିଶ୍ୱବିଦ୍ୟାଳୟରେ ଏମବିଏ ଶିକ୍ଷା ପାଇଁ ସେ ବ୍ୟାଙ୍କରୁ ଶିକ୍ଷାଋଣ ନେଇଥିଲେ । ସେ ତାଙ୍କର ଶିକ୍ଷା ଶେଷ କରି ଫେରିବା ବେଳକୁ ଋଣରେ ବୁଡ଼ିଯାଇଥିଲେ ଏବଂ ପ୍ରାଶାସନିକ ଚାକିରୀରେ ରହି ସେହି ପରିଶୋଧ କରିବା ତାଙ୍କୁ ଅସମ୍ଭବ ଲାଗିଥିଲା, ତେଣୁ ୨୦୧୦ ମସିହାରେ ସେ ପ୍ରଶାସନିକ ସେବା ଚାକିରୀ ଛାଡ଼ି ଘରୋଇ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ ।[୧୧]

ଉଦ୍ୟୋଗପତି[ସମ୍ପାଦନା]

ଏମବିଏ ସମାପ୍ତ କରିବା ପରେ ବୈଷ୍ଣବ ଚାକିରୀ ଛାଡ଼ି ଜି.ଇ. ଟ୍ରାନ୍ସପୋର୍ଟେସନ୍ କମ୍ପାନୀରେ ପରିଚାଳନା ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ ।[୧୨] ତା’ପରେ ସେ ସିମେନ୍ସରେ ଉପାଧକ୍ଷ ଭାବରେ ଯୋଗ ଦେଇଥିଲେ ।[୧୩]

୨୦୧୨ ମସିହାରେ ସେ କର୍ପୋରେଟ୍ ସେକ୍ଟର ଛାଡ଼ି ଥ୍ରୀଟି ଅଟୋ ଲଜିଷ୍ଟିକ୍ସ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ପ୍ରତିଷ୍ଠା କରିଥିଲେ, ଯାହାର ଉତ୍ପାଦନ କେନ୍ଦ୍ର ଗୁଜରାଟରେ ଅଛି । ଏହାପରେ ୨୦୧୬ ମସିହାରେ ସେ ତାଙ୍କର ଅନ୍ୟ ଏକ କମ୍ପାନୀ ଭିଜି ଅଟୋ କମ୍ପୋନେଣ୍ଟସ୍ ପ୍ରାଇଭେଟ ଲିମିଟେଡ୍ ପ୍ରତିଷ୍ଠା କରିଥିଲେ, ଏହାର ଉତ୍ପାଦନ କେନ୍ଦ୍ର ମଧ୍ୟ ଗୁଜରାଟରେ ଅଛି ।[୫]

ରାଜନୈତିକ ଜୀବନ[ସମ୍ପାଦନା]

୨୦୧୯ ଭାରତୀୟ ସାଧାରଣ ନିର୍ବାଚନ ପରେ ବୈଷ୍ଣବ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ ।[୧୪] ଦଳରେ ଯୋଗ ଦେବା ପୂର୍ବରୁ ବିଜେପି ତାଙ୍କୁ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା । ସେ ଓଡ଼ିଶାରେ ବିଜୁ ଜନତା ଦଳର ସମର୍ଥନରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୧୫][୧୬] ବୈଷ୍ଣବଙ୍କୁ ବିଜେଡିର ସମର୍ଥନକୁ ଭାରତୀୟ ଜାତୀୟ କଂଗ୍ରେସ ବିରୋଧ କରିଥିଲା ।[୧୭] ବୈଷ୍ଣବ ଆଇନ ଏବଂ ଆବେଦନ କମିଟି ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ ଓ ଜଙ୍ଗଲ କମିଟିର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।[୧୮][୧୯]

ରେଳମନ୍ତ୍ରୀ[ସମ୍ପାଦନା]

ଜୁଲାଇ ୨୦୨୧ରେ ନରେନ୍ଦ୍ର ମୋଦିଙ୍କର ୨ୟ ମନ୍ତ୍ରୀ ମଣ୍ଡଳରେ (୨୦୧୯-୨୪) ସେ କ୍ୟାବିନେଟ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିଲେ । ତାଙ୍କୁ ରେଳ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଦାୟିତ୍ୱ ମିଳିଥିଲା ।[୨୦][୨୧][୨୨]

ଆଧାର[ସମ୍ପାଦନା]

  1. "Shri Ashwini Vaishnaw | National Portal of India". www.india.gov.in. Retrieved 8 July 2021.
  2. "Statewise Retirement". 164.100.47.5. Retrieved 2019-06-28.
  3. "PM Modi Cabinet Expansion: जाति, क्षेत्र और समुदाय- पीएम मोदी की नई कैब‍िनेट के जरिये साधे जाएंगे सारे समीकरण". News18 Hindi (in ହିନ୍ଦୀ). Retrieved 2021-07-08.
  4. "मोदी की नई टीम में ये हैं 20 सबसे युवा चेहरे, कोई वकील तो किसी को मिल चुका है संसद रत्न पुरस्कार". Asianet News Network Pvt Ltd (in ହିନ୍ଦୀ). Retrieved 2021-07-07.
  5. ୫.୦ ୫.୧ "BJP's Ashwini Vaishnaw elected unopposed to Rajya Sabha from Odisha". Hindustan Times (in ଇଂରାଜୀ). 2019-06-29. Retrieved 2019-11-16.
  6. Ashwini Vaishnav RS Candidature Fuels BJD-BJP Deal Talk Odisha Bytes - June 23, 2019
  7. "Ashwini Vaishnav RS Candidature Fuels BJD-BJP Deal Talk". ODISHA BYTES (in ଆମେରିକୀୟ ଇଂରାଜୀ). 2019-06-21. Archived from the original on 2019-11-16. Retrieved 2019-11-16.
  8. "ଅଶ୍ବିନୀ ବୈଷ୍ଣବ: ବ୍ୟୁରୋକ୍ରାଟ୍‌ରୁ ରାଜନେତା". ସମ୍ବାଦ. sambad.in. 7 July 2021. Retrieved 8 July 2021.
  9. Gupta, Moushumi Das (2019-06-25). "The ex-IAS officer who is bringing Narendra Modi and Naveen Patnaik together". ThePrint (in ଆମେରିକୀୟ ଇଂରାଜୀ). Retrieved 2019-11-16.
  10. "In Odisha, BJD-BJP consensus candidate for Rajya Sabha bypoll joins BJP". Hindustan Times (in ଇଂରାଜୀ). 2019-06-22. Retrieved 2019-11-16.
  11. "BJP's Ashwini Vaishnaw elected unopposed to Rajya Sabha from Odisha". Hindustan Times (in ଇଂରାଜୀ). 2019-06-29. Retrieved 2021-07-08.
  12. Mohanty, Meera (2019-06-24). "Naveen Patnaik's support to BJP man raises brows". The Economic Times. Retrieved 2019-11-16.
  13. "Bureaucrats prefer MBA degree for better career prospects". www.businesstoday.in. Retrieved 2019-11-16.
  14. "ବିଜେପିରେ ମିଶିଲେ ଅଶ୍ବିନୀ ବୈଷ୍ଣବ". ସମ୍ବାଦ. sambad.in. 22 June 2019. Retrieved 8 July 2021.
  15. "2 from BJD, 1 from BJP elected unopposed to Rajya Sabha". www.theweekendleader.com (in ଇଂରାଜୀ). Retrieved 2019-06-28.
  16. ANI (2019-06-28). "Odisha: Amar Patnaik, Sasmit Patra and Ashwini Baishnab elected to Rajya Sabha". Business Standard India. Retrieved 2019-06-29.
  17. "ବୈଷ୍ଣବଙ୍କ ପ୍ରାର୍ଥିତ୍ବ ନେଇ ବର୍ଷିଲା କଂଗ୍ରେସ". ସମ୍ବାଦ. sambad.in. 23 June 2019. Retrieved 8 July 2021.
  18. Sep 15, TNN | Updated; 2019; Ist, 14:29. "Jual Oram to head parliamentary panel on defence". The Times of India (in ଇଂରାଜୀ). Retrieved 2019-11-22. {{cite web}}: |last2= has numeric name (help)CS1 maint: numeric names: authors list (link)
  19. OdAdmin (2019-10-31). "Rajya Sabha Committees constituted; Prasanna Acharya to head the Committee on Petitions". OdishaDiary (in ଆମେରିକୀୟ ଇଂରାଜୀ). Retrieved 2019-11-22.
  20. "Modi cabinet rejig: Full list of new ministers". India Today. Retrieved 2021-07-07.
  21. ""One Of The Most Brilliant...": Wharton Classmate On New IT Minister". NDTV.com. Retrieved 8 July 2021.
  22. Barik, Satyasundar (8 July 2021). "New Railway Minister Ashwini Vaishnaw has a vast experience in bureaucracy and corporate world". The Hindu (in Indian English). Retrieved 8 July 2021.

ବାହାର ଆଧାର[ସମ୍ପାଦନା]