ବିଷ୍ଣୁ ଚରଣ ଦାସ
ଦେଖଣା
ବିଷ୍ଣୁ ଚରଣ ଦାସ | |
|---|---|
| ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୯ – ୬ ଜୁଲାଇ ୨୦୨୦ | |
| ପୂର୍ବ ଅଧିକାରୀ | ରାଜଶ୍ରୀ ମଲ୍ଲିକ |
| ପର ଅଧିକାରୀ | ବିଜୟ ଶଙ୍କର ଦାସ |
| ନିର୍ବାଚନ ମଣ୍ଡଳୀ | ତିର୍ତ୍ତୋଲ |
| ଓଡ଼ିଶାର ରାଜ୍ୟ ସଭା ସାଂସଦ | |
| କାର୍ଯ୍ୟକାଳ ୨ ଜୁଲାଇ ୨୦୧୬ – ୨୧ ମାର୍ଚ୍ଚ ୨୦୧୭ | |
| ପୂର୍ବ ଅଧିକାରୀ | ବୈଷ୍ଣବ ଚରଣ ପରିଡ଼ା, ବିଜେଡି |
| ପର ଅଧିକାରୀ | ପ୍ରତାପ କେଶରୀ ଦେବ |
| ନିର୍ବାଚନ ମଣ୍ଡଳୀ | ଓଡ଼ିଶା[୧] |
| ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୦ – ୨୦୧୪ | |
| ପୂର୍ବ ଅଧିକାରୀ | କୈଳାଶ ଚନ୍ଦ୍ର ମଲ୍ଲିକ |
| ପର ଅଧିକାରୀ | ଚିରଞ୍ଜୀବ ବିଶ୍ୱାଳ |
| ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଅକ୍ଟୋବର ୯, ୧୯୫୪ |
| ମୃତ୍ୟୁ | ୬ ଜୁଲାଇ ୨୦୨୦ (ବୟସ ୬୫) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
| ଜୀବନ ସାଥୀ | ସଞ୍ଜୁକ୍ତା ଦାସ |
| ସନ୍ତାନ | ବିଜୟ ଶଙ୍କର ଦାସ (ପୁଅ) |
| ବାପା/ବୋଉ | କଳନ୍ଦୀ ଦାସ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ବିଷ୍ଣୁ ଚରଣ ଦାସ (୯ ଅକ୍ଟୋବର ୧୯୫୪ – ୬ ଜୁଲାଇ ୨୦୨୦) ଜଣେ ଭାରତୀୟ ରାଜନେତା ଥିଲେ । ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୧୬ ମସିହାରେ ରାଜ୍ୟ ସଭା ପାଇଁ ଓଡ଼ିଶାରୁ ପୁନଃନିର୍ବାଚନରେ ଶ୍ରୀ ଦାସ ନିର୍ବାଚନ ଲଢ଼ିଥିଲେ ଓ ବିନାପ୍ରତିଦ୍ୱନ୍ଦୀତାରେ ପ୍ରସନ୍ନ ଆଚାର୍ଯ୍ୟ ଓ ଏନ୍. ଭାସ୍କର ରାଓଙ୍କ ସହ ନିର୍ବାଚିତ ହୋଇଥିଲେ ।[୨] ସେ ୨୦୧୭ ମସିହାରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହେବାପରେ ୨୧ ମାର୍ଚ୍ଚ ୨୦୧୭ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ବିଷ୍ଣୁ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳରେ ଓ ପରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଜଗତସିଂହପୁର | ଜନତା ଦଳ |
| ୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | ଜଗତସିଂହପୁର | ଜନତା ଦଳ |
| ୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ଜଗତସିଂହପୁର | ବିଜୁ ଜନତା ଦଳ |
| ୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ଜଗତସିଂହପୁର | ବିଜୁ ଜନତା ଦଳ |
| ୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଜଗତସିଂହପୁର | ବିଜୁ ଜନତା ଦଳ |
| ୨୦୧୯ | ୬ ଜୁଲାଇ ୨୦୨୦ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ତିର୍ତ୍ତୋଲ | ବିଜୁ ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]ବିଷ୍ଣୁ ଦାସ ୨୦୨୦ ମସିହାର ଜୁଲାଇ ମାସ ୬ ତାରିଖରେ ମୃତ୍ୟବରଣ କରିଥିଲେ ।[୪] ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ http://www.ndtv.com/india-news/3-bjd-candidates-elected-unopposed-to-rajya-sabha-in-odisha-1415262
- ↑ http://timesofindia.indiatimes.com/city/delhi/26-Rajya-Sabha-members-elected-unopposed-in-six-states-Roundup/articleshow/52577769.cms
- ↑ "Bishnu Charan Das resigns as Rajya Sabha MP".
- ↑ "ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ | Sambad". ସମ୍ବାଦ. sambad.in. 6 July 2020. Retrieved 6 July 2020.