ବିଜୁ ପଟ୍ଟନାୟକ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବିଜୁ ପଟ୍ଟନାୟକ
ବିରୋଧୀ ଦଳ ନେତା, ଓଡ଼ିଶା ବିଧାନ ସଭା
In office
୨୩ ମାର୍ଚ୍ଚ ୧୯୯୫ – ୨୦ ମଇ ୧୯୯୬
ପର ଅଧିକାରୀ ଅଶୋକ କୁମାର ଦାସ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
In office
୫ ମାର୍ଚ୍ଚ ୧୯୯୦ – ୧୫ ମାର୍ଚ୍ଚ ୧୯୯୫
ପୂର୍ବ ଅଧିକାରୀ ହେମାନନ୍ଦ ବିଶ୍ଵାଳ
ପର ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀ ଭୁବନେଶ୍ଵର
ବିରୋଧୀ ଦଳ ନେତା, ଓଡ଼ିଶା ବିଧାନ ସଭା
In office
୨୨ ମାର୍ଚ୍ଚ ୧୯୮୫ – ୦୩ ମାର୍ଚ୍ଚ ୧୯୯୦
ପୂର୍ବ ଅଧିକାରୀ ଶରତ କୁମାର ଦେବ
ନିର୍ବାଚନ ମଣ୍ଡଳୀ ଭୁବନେଶ୍ଵର
କେନ୍ଦ୍ରମନ୍ତ୍ରୀ, କୋଇଲା, ଇସ୍ପାତ ଓ ଖଣି ବିଭାଗ
In office
ମାର୍ଚ୍ଚ ୧୯୭୭ – ଜାନୁଆରୀ ୧୯୮୦
ପ୍ରଧାନ ମନ୍ତ୍ରୀ ମୋରାରଜୀ ଦେଶାଇ
ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ା
ବିରୋଧୀ ଦଳ ନେତା, ଓଡ଼ିଶା ବିଧାନ ସଭା
In office
୦୯ ଫେବୃଆରୀ ୧୯୭୩ – ୨୪ ମାର୍ଚ୍ଚ ୧୯୭୭
ପୂର୍ବ ଅଧିକାରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ
ପର ଅଧିକାରୀ ରାମ ପ୍ରସାଦ ମିଶ୍ର
ମୁଖ୍ୟମନ୍ତ୍ରୀ, ଓଡ଼ିଶା
In office
୨୩ ଜୁନ ୧୯୬୧ – ୨ ଅକ୍ଟୋବର ୧୯୬୩
ପୂର୍ବ ଅଧିକାରୀ ହରେକୃଷ୍ଣ ମହତାବ
ପର ଅଧିକାରୀ ବୀରେନ ମିତ୍ର
ନିର୍ବାଚନ ମଣ୍ଡଳୀ ଚୌଦ୍ଵାର
Personal details
ଜନ୍ମ ବିଜୟାନନ୍ଦ ପଟ୍ଟନାୟକ
୫ ମାର୍ଚ୍ଚ ୧୯୧୬(1916-03-05)
କଟକ, ଓଡ଼ିଶା
ମୃତ୍ୟୁ ୧୭ ଅପ୍ରେଲ, ୧୯୯୭ (୮୧ ବର୍ଷ)
ନୂଆ ଦିଲ୍ଲୀ
ରାଜନୀତିକ ଦଳ ଜନତା ଦଳ
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ, ଉତ୍କଳ କଂଗ୍ରେସ
ଜୀବନ ସାଥୀ ଜ୍ଞାନ ପଟ୍ଟନାୟକ
ସନ୍ତାନ ପ୍ରେମ ପଟ୍ଟନାୟକ,
ନବୀନ ପଟ୍ଟନାୟକ,
ଗୀତା ମେହେତା
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ପେଷା ବୈମାନିକ, ରାଜନେତା
ଧର୍ମ ହିନ୍ଦୁ

ବିଜୟାନନ୍ଦ ପଟ୍ଟନାୟକ (ବିଜୁ ପଟ୍ଟନାୟକବିଜୁ ବାବୁ ନାମରେ ମଧ୍ୟ ପରିଚିତ, ୫ ମାର୍ଚ୍ଚ ୧୯୧୬ – ୧୭ ଅପ୍ରେଲ ୧୯୯୭) ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ଶିଳ୍ପପତି ଥିଲେ ।[୧] ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କ ଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ ।[୨] ସେ ରେଭେନ୍ସା କଲେଜିଏଟ ସ୍କୁଲ, କଟକ ଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢିଥିଲେ । ପାଠପଢା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ଵବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ ।

ବିବାହ ଓ ପରିବାର[ସମ୍ପାଦନା]

ବିଜୁ ପଟ୍ଟନାୟକ ଜ୍ଞାନ ପଟ୍ଟନାୟକଙ୍କୁ ୧୯୩୮ ମସିହାରେ ବିବାହ କରିଥିଲେ ।[୩] ତାଙ୍କ ପୁଅ ନବୀନ ପଟ୍ଟନାୟକ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ । ତାଙ୍କ ଝିଅ ଗୀତା ମେହେଟା ଜଣେ ଲେଖିକା । ତାଙ୍କର ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ ।[୪]

କର୍ମ ଜୀବନ[ସମ୍ପାଦନା]

ବିମାନ ଚାଳକ ଭାବେ[ସମ୍ପାଦନା]

ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାର‌ୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ସମ୍ମାନରେ ସମ୍ମାନୀତ କରାଯାଇଥିଲା ।[୫] ଏହି ସମ୍ମାନ ସହ, ପୁରସ୍କାର ସ୍ଵରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।[୬] ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ[୭] ଏବଂ ସୋରଡ଼ାରୁ ଜିତିଥିଲେ ।[୮] ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ଵ ଗ୍ରହଣ କରିଥିଲେ ।[୯] ତାଙ୍କ ନେତୃତ୍ଵରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ଵାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ[୧୦] ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ।[୧୧]

୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ ରେ ଜେ.ପି ମୁଭମେଣ୍ଟରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ। ୧୯୭୯ ବେଳେ ସେ ମୋରାରଜୀ ଦେଶାଇଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକ ସଭା କୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ । [୧୨]


ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଂଘିୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୁତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟ ମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ । ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁସାହସିକ ବ୍ୟକ୍ତି ବୋଲି କହି ଥିଲେ । ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ " ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମକରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।" [୧୨]

=

ବିଜୁ ପଟ୍ଟନାୟକଙ୍କ ଦ୍ଵାରା ସ୍ଥାପିତ ପୁରସ୍କାର[ସମ୍ପାଦନା]

  • ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋ ଦ୍ଵାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର କୁ ଅନ୍ତର୍ଜାତୀୟ ବୈଜ୍ଞାନିକ ଗୋଷ୍ଠୀ ଏକ ସମ୍ମାନ ଜନକ ପୁରସ୍କାର ଭାବେ ଗ୍ରହଣ କରେ ।

ବିଜୁ ପଟ୍ଟନାୟକଙ୍କ ଦ୍ଵାରା ପ୍ରତିଷ୍ଠିତ ଅନୁଷ୍ଠାନ[ସମ୍ପାଦନା]

ସେ କଳିଙ୍ଗ ଟାଇଲସ, କଳିଙ୍ଗ ଟ୍ୟୁବସ, କଳିଙ୍ଗ ଆଇରନ ୱାର୍କସ, କଳିଙ୍ଗ ଏୟାରଲାଇନସ ଓ କଳିଙ୍ଗ ରିଫ୍ରାକଟୋରିଜ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ରାଜ୍ୟର ପ୍ରଗତି ପାଇଁ ତାଙ୍କରି ଉଦ୍ୟମରେ ନିମ୍ନଲିଖିତ ଅନୁଷ୍ଥାନ ଗୁଡ଼ିକ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।[୧୩]

ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ[ସମ୍ପାଦନା]

ବିଜୁ ପଟ୍ଟନାୟକ ସ୍ମୃତି ପୀଠ, ସ୍ଵର୍ଗଦ୍ଵାର, ପୁରୀ

ଓଡ଼ିଶା ସରକାର ଅନେକ ଅନୁଷ୍ଠାନକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିଅଛନ୍ତି । ଭୁବନେଶ୍ଵରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ସେଥିମଧ୍ୟରୁ ଅନ୍ୟତମ । ତାଙ୍କ ଜନ୍ମ ଦିବସ ମାର୍ଚ ୫କୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରାଯାଉଛି ।

ବିଜୁ ପଟ୍ଟନାୟକଙ୍କ ନାମରେ ଥିବା ଅନୁଷ୍ଠାନ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Biju Patnaik: Slapping people, berating colleagues, the 'Bull of Kalinga' is still rampaging : Profile - India Today". Retrieved 29 February 2016. 
  2. Kanungo, Dr. Pabak. "BIJU PATNAIK: A PROFILE". Orissa Review (Feb -Mar 2005). Retrieved 29 February 2016. 
  3. "Naveen Patnaik's mother passes away". Retrieved 29 February 2016. 
  4. "rediff.com: Naveen's brother may enter state politics". Retrieved 29 February 2016. 
  5. Kuldip Singh (1 May 1997). "Obituary: Biju Patnaik". The Independent. Retrieved 29 February 2016. 
  6. "Biju Patnaik - The Official Biju Janata Dal Website". Retrieved 29 February 2016. 
  7. "MLA Biju Patnaik Profile - BHUBANESWAR Constituency". Retrieved 29 February 2016. 
  8. "Surada Elections Results". Compare Infobase Limited. Retrieved 29 February 2016. 
  9. Verinder Grover (୧ January ୧୯୯୭). Indian Political System: Trends and Challenges. Deep & Deep Publications. pp. ୪୪୫–. ISBN ୯୭୮-୮୧-୭୧୦୦-୮୮୩-୪. 
  10. Rabindra Kumar Sethy (୨୦୦୩). Political Crisis and President's Rule in an Indian State. APH Publishing. pp. ୧୭୦–. ISBN ୯୭୮-୮୧-୭୬୪୮-୪୬୩-୩. 
  11. "Read a story of 64 yrs of regional parties in Odisha". Retrieved 29 February 2016. 
  12. ୧୨.୦ ୧୨.୧ Rout, B. C. "Biju Patnaik : A Tribute" (PDF). Orissa Review: 1–3. Retrieved 29 February 2016. 
  13. "BIJU PATTNAIK". Retrieved 29 February 2016. 
  14. Naik, Rajkishore. "100 MOST CONTROVERSIAL INDIANS Mavericks". thesundayindian. Retrieved 24 June 2007. 
  15. ଧରିତ୍ରୀ ୧୭/୦୪/୨୦୧୪ ପୃଷ୍ଠା ୬ରେ ପ୍ରକାଶିତ ଡ଼. ଉର୍ମୀ ଦେବୀଙ୍କ ଆଲେଖ୍ୟ ଓଡ଼ିଶାର ନାୟକ: ବିଜୁ ପଟ୍ଟନାୟକ

ବହି[ସମ୍ପାଦନା]

  • Keesing's Contemporary Archives, 1947-48.
  • Facts on File 1947-48.
  • Seventh Lok Sabha Who's Who, 1980.
  • History of Indian Air Force, Historical Section, Government of India Publication.
  • History of the Indian Air Force by Air Marshall M.S. Chatturvedi.
  • Indonesian Handbook , Department of Information, Djkarta.
  • Sukerno, A Political Biography, Logge J.D.
  • Weinstein F.B. Indonesian Foreign Policy.
  • Ray J.K., Transfer of Power in Indonesia.
  • Polmka P. Indonesia since Sukerno.
  • Taylor A.H., Indonesian Independence and UN.
  • Satyavati S. Jhaveri, The Presidency in Indonesia: Dilemma of Democracy.
  • Charles Wolf Jr., The Indonesian Story : Birth, Growth and Structure of Indonesian Republic.
  • Hermondsworth, Indonesia.
  • Jamu and Kashmir Operation 1947, History Division, Government of India Publication.

ବାହାର ଆଧାର[ସମ୍ପାଦନା]

Preceded by
ହରେକୃଷ୍ଣ ମହତାବ (ପ୍ରଥମ ଦଫା)
ହେମାନନ୍ଦ ବିଶ୍ୱାଳ (ଦ୍ଵିତୀୟ ଦଫା)
ଓଡ଼ିଶାର ମୁଖ୍ୟମନ୍ତ୍ରୀ
୨୮ ଜୁନ ୧୯୬୧ ଠାରୁ ୨ ଅକ୍ଟୋବର ୧୯୬୩ (ପ୍ରଥମ ଦଫା)
୫ ମାର୍ଚ ୧୯୯୦ ଠାରୁ ୧୫ ମାର୍ଚ ୧୯୯୫ (ଦ୍ଵିତୀୟ ଦଫା)
Succeeded by
ବୀରେନ ମିତ୍ର (ପ୍ରଥମ ଦଫା)
ଜାନକୀ ବଲ୍ଲଭ ପଟ୍ଟନାୟକ (ଦ୍ଵିତୀୟ ଦଫା)