ସରସ୍ୱତୀ ପ୍ରଧାନ

ଉଇକିପିଡ଼ିଆ‌ରୁ
ସରସ୍ୱତୀ ପ୍ରଧାନ‌
Saraswati Pradhan.JPG
ରାଜ୍ୟ ସଭା
କାର୍ଯ୍ୟକାଳ
୧୯୭୨ – ୧୯୭୭
ପୂର୍ବ ଅଧିକାରୀଲୋକନାଥ ଚୌଧୁରୀ
ପର ଅଧିକାରୀଲୋକନାଥ ଚୌଧୁରୀ
ନିର୍ବାଚନ ମଣ୍ଡଳୀଓଡ଼ିଶା
ବିଧାୟିକା: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପୂର୍ବ ଅଧିକାରୀନଟବର ବଞ୍ଛୋର
ପର ଅଧିକାରୀନଟବର ବଞ୍ଛୋର
ନିର୍ବାଚନ ମଣ୍ଡଳୀଭଟଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1925-05-30)୩୦ ମଇ ୧୯୨୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଦୁର୍ଯ୍ୟୋଧନ ପ୍ରଧାନ
ସନ୍ତାନ୨ ପୁଅ ଓ ୨ ଝିଅ
ବାପା/ବୋଉମଦନ ମୋହନ ପ୍ରଧାନ (ବାପା)
ଘରଭୁବନେଶ୍ୱର
ବୃତ୍ତିରାଜନୀତିଜ୍ଞ

ସରସ୍ୱତୀ ପ୍ରଧାନ‌ (ଜନ୍ମ: ୩୦ ମଇ ୧୯୨୫) ଜଣେ ଓଡ଼ିଆ ରାଜନୀତିଜ୍ଞା । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୭୨ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ରାଜ୍ୟ ସଭାର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୧][୨][୩]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସରସ୍ୱତୀ ପ୍ରଧାନ‌ ୧୯୨୫ ମସିହାର ମଇ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଦନ ମୋହନ ପ୍ରଧାନ ଓ ପତିଙ୍କ ନାମ ଦୁର୍ଯ୍ୟୋଧନ ପ୍ରଧାନ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ସରସ୍ୱତୀ ପ୍ରଧାନ‌ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୪] ୧୯୭୨ ମସିହାରୁ ୧୯୭୮ ମସିହା ପର୍ଯ୍ୟନ୍ତ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।

୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୧୦୯୦୦ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ନଟବର ବଞ୍ଛୋରଙ୍କୁ ୪୪୫୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୯୫୮୦ ଖଣ୍ଡ ଭୋଟ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ କେକେ ଦେବୀଙ୍କୁ ୭୧୯୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. "List Of Rajyasabha Members". Odisha Assembly. Retrieved 13 June 2016.
  2. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 13 June 2016.
  3. Dr. Smita Nayak (2016-03-01). Whither Women: A Shift from Endowment to Empowerment. EduPedia Publications (P) Ltd. pp. 159–. ISBN 978-1-5237-2411-6. Retrieved 13 June 2016.
  4. ୪.୦ ୪.୧ "Shri Saraswati Pradhan". odishaassembly.nic.in. Odisha Assembly. Retrieved 5 September 2021.
  5. "Orissa 1961". Election Commission of India (in Indian English). Retrieved 2019-06-27.
  6. "Orissa 1967". Election Commission of India (in Indian English). Retrieved 2019-06-27.