ପ୍ରତାପ କେଶରୀ ଦେଓ

ଉଇକିପିଡ଼ିଆ‌ରୁ
ପ୍ରତାପ କେଶରୀ ଦେଓ
ସାଂସଦ: ୨ୟ, ୩ୟ, ୪ର୍ଥ, ୫ମ, ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୫୭-୧୯୮୦
ପୂର୍ବ ଅଧିକାରୀଗିରିଧାରୀ ଭୋଇ
ପର ଅଧିକାରୀରାସ ବିହାରୀ ବେହେରା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଜନାର୍ଦନ ମାଝି, ଯୋଗେଶ ଚନ୍ଦ୍ର ସିଂହ ଦେଓ
ପର ଅଧିକାରୀଚନ୍ଦ୍ର ଶେଖର ପ୍ରଧାନ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-10-05)୫ ଅକ୍ଟୋବର ୧୯୧୯
ମୃତ୍ୟୁ୮ ଅକ୍ଟୋବର ୨୦୦୧(2001-10-08) (ବୟସ ୮୨)
ସନ୍ତାନଉଦିର ପ୍ରତାପ ଦେଓ

ପ୍ରତାପ କେଶରୀ ଦେଓ ([pɾɔt̪apɔ kesɔri d̪eo] (listen);୫ ଅକ୍ଟୋବର ୧୯୧୯ - ୮ ଅକ୍ଟୋବର ୨୦୦୧) ଜଣେ ଭାରତୀୟ ରାଜନେତା ଥିଲେ । ସେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ନିର୍ବାଚିତ ହୋଇଥିଲେ ।[୧][୨][୩] ସେ ଓଡ଼ିଶା ବିଧାନ ସଭାକୁ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୪]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରତାପ କେଶରୀ ଦେଓ ୧୯୧୯ ମସିହାର ଅକ୍ଟୋବର ମାସ ୫ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ କଳାହାଣ୍ଡି ରାଜ୍ୟର ଶେଷ ରାଜା ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରତାପ କେଶରୀ ୧୯୫୨ ମସିହାରୁ ୧୯୫୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରୁଥିଲେ ।[୫] ୧୯୫୭ ମସିହାରୁ ୧୯୮୦ ମସିହାଯାଏଁ ସେ ଲୋକ ସଭାକୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ ।[୪]

ମୃତ୍ୟୁ[ସମ୍ପାଦନା]

ପ୍ରତାପ କେଶରୀ ଦେଓ ୨୦୦୧ ମସିହାର ଅକ୍ଟୋବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ୮୨ ତାଙ୍କୁ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Biographical Sketch Member of Parliament". Lok Sabha. Retrieved 20 October 2017.
  2. Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 183. Retrieved 20 October 2017.
  3. India. Parliament. Lok Sabha. Committee of Privileges (1967). Report. Lok Sabha Secretariat. p. 15. Retrieved 20 October 2017.
  4. ୪.୦ ୪.୧ ୪.୨ "Late Pratap Keshari Deo (Bhawanipatna)". odishaassembly.nic.in. Odisha Assembly. Retrieved 27 September 2020.
  5. "Members Bioprofile". loksabhaph.nic.in. Retrieved 2020-05-12.

ବାହାର ଆଧାର[ସମ୍ପାଦନା]