କାହ୍ନୁ ଚରଣ ଜେନା
ଦେଖଣା
କାହ୍ନୁ ଚରଣ ଜେନା | |
---|---|
ସାଂସଦ: ଲୋକ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୬୭ | |
ପର ଅଧିକାରୀ | ଧରଣୀଧର ଜେନା |
ନିର୍ବାଚନ ମଣ୍ଡଳୀ | ଭଦ୍ରକ, ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସୋହୋରା, ବାଲେଶ୍ୱର, ଓଡ଼ିଶା, ବ୍ରିଟଶ ରାଜ | ୨୭ ଫେବୃଆରୀ ୧୯୨୦
ମୃତ୍ୟୁ | ୨୧ ଫେବୃଆରୀ ୨୦୦୦[୧] ଭଦ୍ରକ, ଭଦ୍ରକ | (ବୟସ ୭୯)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସରସ୍ୱତୀ ଦେବୀ |
କାହ୍ନୁ ଚରଣ ଜେନା (୨୭ ଫେବୃଆରୀ ୧୯୨୦ – ୨୧ ଫେବୃଆରୀ ୨୦୦୦) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତ ସଂସଦର ତଳ ସଦନ ଲୋକ ସଭାର ୧ମ, ୨ୟ ଓ ୩ୟ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୧୯୫୨ରୁ ୧୯୬୭ ଯାଏଁ ସେ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭଦ୍ରକରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩][୪]
ଜନ୍ମ
[ସମ୍ପାଦନା]ସେ ୨୭ ଫେବୃଆରୀ ୧୯୨୦ରେ ବାଲେଶ୍ୱର ଜିଲ୍ଲାର ସୋହୋରାଠାରେ ଜନ୍ମଗ୍ରହଣ କରିଥିଲେ ।
ରାଜନୀତି
[ସମ୍ପାଦନା]କାହ୍ନୁ ଚରଣ ସ୍ୱାଧୀନତା ପରେ ଭାରତୀୟ ସଂସଦର ଲୋକ ସଭାର ପ୍ରଥମ ସଭାକୁ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପରେ ଲଗାତାର ଆଉ ଦୁଇଥର ନିର୍ବାଚିତ ହୋଇ ୨ୟ ଓ ୩ୟ ଲୋକ ସଭାରେ ୧୯୬୭ ମସିହା ଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ଶ୍ରୀ ଜେନା ୨୧ ଫେବୃଆରୀ ୨୦୦୦ରେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ୭୯ ବର୍ଷ ବୟସରେ ପ୍ରାଣ ହରାଇଥିଲେ ।
ଆଧାର
[ସମ୍ପାଦନା]- ↑ Lok Sabha Debates. Vol. 19 (26 ed.). New Delhi: Lok Sabha. 2001. p. 1.
- ↑ Rāmacandra Kshīrasāgara (1994). Dalit Movement in India and Its Leaders, 1857-1956. M.D. Publications Pvt. Ltd. pp. 396–. ISBN 978-81-85880-43-3. Retrieved 3 November 2017.
- ↑ Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 179. Retrieved 3 November 2017.
- ↑ Subhash C. Kashyap (1992). The Ten Lok Sabhas: from the first to the tenth, 1952-1991. Shipra Publications. p. 47. Retrieved 3 November 2017.