ଅନୁଭବ ମହାନ୍ତି

ଉଇକିପିଡ଼ିଆ‌ରୁ
ଅନୁଭବ ମହାନ୍ତି
ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ହେଉଥିବା ୨୦୧୪ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭାଷଣ ଦେଉଥିବା ବେଳେ ମହାନ୍ତି
ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ହେଉଥିବା ୨୦୧୪ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭାଷଣ ଦେଉଥିବା ବେଳେ ମହାନ୍ତି
ଜନ୍ମ
ଅନୁଭବ ମହାନ୍ତି

(1981-12-24) ୨୪ ଡିସେମ୍ବର ୧୯୮୧ (ବୟସ ୪୧)
ଅନ୍ୟ ନାମଫାପୁନ୍
ଶିକ୍ଷାସ୍ନାତକ
ପୁରାତନ ଛାତ୍ରଖ୍ରୀଷ୍ଟ ମହାବିଦ୍ୟାଳୟ, ଡିଏଭି ସ୍କୁଲ କଟକ, ମଡର୍ଣ୍ଣ୍ ପବ୍ଳିକ ସ୍କୁଲ କଟକ[୧]
ଜଣାଶୁଣାଓଡ଼ିଆ ଅଭିନେତା, ପ୍ରଯୋଜକ ଓ କାହାଣୀକାର
ଜୀବନସାଥୀବର୍ଷା ପ୍ରିୟଦର୍ଶିନୀ
Parent(s)ଅଭୟ କୁମାର ମହାନ୍ତି
ମଧୁସ୍ମିତା ମହାନ୍ତି
ୱେବସାଇଟଦି ଅନୁଭବ ଡଟ ଇନ

ଅନୁଭବ ମହାନ୍ତି (ଜନ୍ମ: ୨୪ ଦିସେମ୍ବର ୧୯୮୧) ଓଡ଼ିଶାରେ ରହୁଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା, ଲୋକ ସଭା ସଭ୍ୟ ତଥା ପୁର୍ବତନ ରାଜ୍ୟ ସଭା ସଭ୍ୟ । ସେ ୨୦୦୪ ମସିହାରେ ଆଇ ଲଭ ୟୁ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଅରମ୍ଭ କରିଥିଲେ । ସେ ସାଥି ଅମର୍ କଥାଚିତ୍ର ମଧ୍ୟମରେ ବଙ୍ଗାଳି ଚଳଚ୍ଚିତ୍ରରେ ଅଭିନେତା ଜୀବନ ଆରମ୍ଭ କରିଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିକଟତମ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।[୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ଓଡ଼ିଶାର କଟକସ୍ଥିତ ନନ୍ଦୀ ସାହି ରେ,ଠାରେ ଜନ୍ମ ନେଇଥିଲେ । ବାପା ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଓ ଭାଇ ଅନୁପ୍ରାସ ମହାନ୍ତି ଫିଲ୍ମ ପ୍ରଯୋଜନା ଓ ବ୍ୟବସାୟରେ ସଂପୃକ୍ତ । ସେ ବିଦ୍ୟାଳୟ ଶିକ୍ଷା ଡିଏଭି ପବ୍ଲିକ୍ ସ୍କୁଲ, କଟକରେ ସମ୍ପୁର୍ଣ୍ଣ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟ,କଟକଠାରେ ପଢୁଥିବା ସମୟରେ ତାଙ୍କୁ ପ୍ରଥମ ଫିଲ୍ମ ଆଇ ଲଭ ୟୁରେ ସୁଯୋଗ ମିଳିଥିଲା। ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ, ସେ ଆଲବମ୍ ଜଗତରେ ମଧ୍ୟ ଖୁବ ପ୍ରତିଷ୍ଠା ଲାଭ କରିସାରିଥିଲେ ।

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

୨୦୦୪ ମସିହାରେ ଆଇ ଲଭ ୟୁ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଅନୁଭବ[୩], ବର୍ତ୍ତମାନ ସୁଦ୍ଧା ୩୩ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ଚଳଚ୍ଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ବିଜୁ ବାବୁ ୨୦୧୯ ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ୟ୍ୟ
ବକ୍ସି ଜଗବନ୍ଧୁ [୪](ସ୍ଥଗିତ ଅଛି ) - ମନମୋହନ ମହାପାତ୍ର
ପ୍ରେମ୍ କୁମାର [୫] ୨୦୧୮ ତାପସ ସରଘରିଆ
କାବୁଲା ବାରବୁଲା ୨୦୧୭ ରମେଶ ରାଉତ
ଅଭୟ ୨୦୧୭ ମୂରଲୀ କ୍ରିଷ୍ଣା
ବେବି ୨୦୧୬ ମୂରଲୀ କ୍ରିଷ୍ଣା
ଅଗସ୍ତ୍ୟ ୨୦୧୬ କେ॰ ମୁରଲୀ କ୍ରୀଷ୍ଣା
ଗୋଟେ ଶୁଆ ଗୋଟେ ସାରୀ ୨୦୧୬
ଜଗା ହାତରେ ପଘା ୨୦୧୫ କେ॰ ମୁରଲୀ କ୍ରୀଷ୍ଣା
ଗପ ହେଲେବି ସତ ୨୦୧୫ କେ॰ ମୁରଲୀ କ୍ରୀଷ୍ଣା
ମେଣ୍ଟାଲ ୨୦୧୪ ଦିଲିପ ପଣ୍ଡା
ସମଥିଙ୍ଗ ସମଥିଙ୍ଗ ୨ ୨୦୧୪ ସୁଧାକର ବସନ୍ତ
କେହି ଜଣେ ଭଲ ଲାଗେରେ ୨୦୧୩ କେ॰ ମୁରଲୀ କ୍ରୀଷ୍ଣା
ହାତ ଧରି ଚାଲୁଥା ୨୦୧୩ ହିମାଂଶୁ ପରିଜା
ମୋ' ଦୁନିଆ ତୁ ହି ତୁ[୬] ୨୦୧୩ ସୁଧାକର ବସନ୍ତ
ଏସିପି ରଣବୀର ୨୦୧୨ ସୁଧାକର ବସନ୍ତ[୭]
ମେଟ୍ରିକ୍ ଫେଲ୍ ୨୦୧୨ ସୁଧାକର ବସନ୍ତ
ସମଥିଙ୍ଗ୍ ସମଥିଙ୍ଗ୍ ୨୦୧୨ ସୁଧାକର ବସନ୍ତ
ବାଳୁଙ୍ଗା ଟୋକା ୨୦୧୧ ସୁଧାକର ବସନ୍ତ
କିଏସେ ଡାକୁଛି କୋଉଠି ମତେ ୨୦୧୧ ସୁଧାକର ବସନ୍ତ
ମୋଷ୍ଟ ୱାଣ୍ଟେଡ଼ ୨୦୧୧ ସୁଶାନ୍ତ ମଣି
ଦିୱାନା ୨୦୧୦ ଅଶୋକ ପତି
ଆମ ଭିତରେ କିଛି ଅଛି ୨୦୧୦ ସୁଶାନ୍ତ ମଣି
ମୁଁ କଣ ଏତେ ଖରାପ ୨୦୧୦ ବସନ୍ତ ସାହୁ
ଡନ୍ ୨୦୧୦ ସୁଧାଂଶୁ ସାହୁ
ଅଭିମନ୍ୟୁ ୨୦୦୯ ସୁଶାନ୍ତ ମଣି
ସାତସୁରେ ବନ୍ଧା ଏ ଜୀବନ ୨୦୦୯ ଏସ. କେ. ମୁରଲିଧରନ
ଆକଶେ କି ରଙ୍ଗ ଲାଗିଲା ୨୦୦୯ ଏସ. କେ. ମୁରଲିଧରନ
ଚୁପ କିଏ ଆସୁଛି ୨୦୦୯ ବିଶ୍ୱଭୂଷଣ ମହାପାତ୍ର
ପ୍ରେମୀ ନମ୍ବର ୱାନ ୨୦୦୯ ଦେବୁ ପଟ୍ଟନାୟକ
ତୋ ବିନା ମୋ କାହାଣୀ ଅଧା ୨୦୦୭ ସଞ୍ଜୟ ନାୟକ
ସାଥୀରେ ୨୦୦୪ ହର ପଟ୍ଟନାୟକ
ବର୍ଷା ମାଇଁ ଡାର୍ଲିଙ୍ଗ ୨୦୦୪ ହର ପଟ୍ଟନାୟକ
ଆଇ ଲଭ ୟୁ ୨୦୦୪ ହର ପଟ୍ଟନାୟକ

ଅଭିନୀତ ବଙ୍ଗଳା କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ସାଥୀ ଆମାର
ଖଳ ନାୟକ
ସ୍ୱାର୍ଥପର
ଏରି ନାମ୍ ପ୍ରେମ
ଜୀବନସାଥୀ

ମାନ ସମ୍ମାନ[ସମ୍ପାଦନା]

  1. ଶ୍ରେଷ୍ଠ ଅଭିନେତା, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୦୯

ରାଜନୈତିକ ଜୀବନ[ସମ୍ପାଦନା]

୨୭ ଅପ୍ରେଲ ୨୦୧୩ ମସିହାରେ ଅନୁଭବ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[୮] ଜୁନ ମାସ ୨୦୧୪ରେ ରାଜ୍ୟସଭା ସାଂସଦରୂପେ ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିଲେ ।[୯]

୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷ୍ୟରୁ ଅନୁଭବ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିବୈଜୟନ୍ତ ପଣ୍ଡାଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ।[୧୦]

ଆଧାର[ସମ୍ପାଦନା]

  1. କାଦମ୍ବିନୀ ଓଡ଼ିଆ ପତ୍ରିକାରେ ଅକ୍ଟୋବର ୨୦୧୨ରେ ପ୍ରକାଶିତ ଇତି ସାମନ୍ତଙ୍କ ସହିତ ଅନୁଭବଙ୍କର ସାକ୍ଷାତକାର
  2. "ବୈଜୟନ୍ତଙ୍କୁ ହରାଇଲେ ଅନୁଭବ". Sambad (in ଆମେରିକୀୟ ଇଂରାଜୀ). 2019-05-24. Retrieved 2019-05-24.
  3. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  4. https://www.fullodisha.com/bakshi-jagabandhu-anubhav-mohantys-new-odia-film/
  5. http://www.odia99.com/2018/03/prem-kumar-odia-movie-hd-video-song-anubhav.html
  6. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013
  7. http://articles.timesofindia.indiatimes.com/2012-10-19/bhubaneswar/34582975_1_odia-films-multiplexes-acp-ranveer
  8. "Reel hero courts BJD - Chief minister inducts Anubhav Mohanty into party". www.telegraphindia.com (in ଇଂରାଜୀ). Retrieved 2019-03-27.
  9. "Odisha Diary-Fuelling Odisha's Future|Latest Odisha news, Top Breaking headlines, Odisha breaking news, Odisha Headlines, Odisha latest online news". OdishaDiary (in ଆମେରିକୀୟ ଇଂରାଜୀ). Retrieved 2019-03-27.
  10. Dharitri. "ଲୋକ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକ, କେନ୍ଦ୍ରାପଡ଼ାରୁ ଲଢିବେ ଅନୁଭବ". Dharitri.com (in ଇଂରାଜୀ). Retrieved 2019-03-27.

ବାହାର ଆଧାର[ସମ୍ପାଦନା]