Jump to content

ଅନୁଭବ ମହାନ୍ତି

ଉଇକିପିଡ଼ିଆ‌ରୁ
ଅନୁଭବ ମହାନ୍ତି
ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ହେଉଥିବା ୨୦୧୪ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭାଷଣ ଦେଉଥିବା ବେଳେ ମହାନ୍ତି
ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ହେଉଥିବା ୨୦୧୪ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଭାଷଣ ଦେଉଥିବା ବେଳେ ମହାନ୍ତି
ସାଂସଦ: ୧୮ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୯  ୨୦୨୪
ପୂର୍ବ ଅଧିକାରୀବୈଜୟନ୍ତ ପଣ୍ଡା
ପର ଅଧିକାରୀବୈଜୟନ୍ତ ପଣ୍ଡା
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ସାଂସଦ: ରାଜ୍ୟ ସଭା
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଅନୁଭବ ମହାନ୍ତି

(1981-01-20) ୨୦ ଜାନୁଆରୀ ୧୯୮୧ (ବୟସ ୪୫)
କଟକ, ଓଡ଼ିଶା
ଜୀବନ ସାଥୀବର୍ଷା ପ୍ରିୟଦର୍ଶିନୀ
ବାପା/ବୋଉଅଭୟ କୁମାର ମହାନ୍ତି (ବାପା)
ମଧୁସ୍ମିତା ମହାନ୍ତି (ମାଆ)
ଶିକ୍ଷାସ୍ନାତକ
ଶିକ୍ଷାନୁଷ୍ଠାନଖ୍ରୀଷ୍ଟ ମହାବିଦ୍ୟାଳୟ, ଡିଏଭି ସ୍କୁଲ କଟକ, ମଡର୍ଣ୍ଣ୍ ପବ୍ଳିକ ସ୍କୁଲ କଟକ[]
ପ୍ରସିଦ୍ଧିଓଡ଼ିଆ ଅଭିନେତା, ପ୍ରଯୋଜକ ଓ କାହାଣୀକାର

ଅନୁଭବ ମହାନ୍ତି (ଜନ୍ମ: ୨୦ ଜାନୁଆରୀ ୧୯୭୭) ଓଡ଼ିଶାରେ ରହୁଥିବା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା, ଲୋକ ସଭା ସଭ୍ୟ ତଥା ପୁର୍ବତନ ରାଜ୍ୟ ସଭା ସଭ୍ୟ । ସେ ୨୦୦୪ ମସିହାରେ ଆଇ ଲଭ ୟୁ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଅରମ୍ଭ କରିଥିଲେ । ସେ ସାଥି ଅମର୍ କଥାଚିତ୍ର ମଧ୍ୟମରେ ବଙ୍ଗାଳି ଚଳଚ୍ଚିତ୍ରରେ ଅଭିନେତା ଜୀବନ ଆରମ୍ଭ କରିଥିଲେ । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିକଟତମ ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ଓଡ଼ିଶାର କଟକସ୍ଥିତ ନନ୍ଦୀ ସାହି ରେ,ଠାରେ ଜନ୍ମ ନେଇଥିଲେ । ବାପା ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଓ ଭାଇ ଅନୁପ୍ରାସ ମହାନ୍ତି ଫିଲ୍ମ ପ୍ରଯୋଜନା ଓ ବ୍ୟବସାୟରେ ସଂପୃକ୍ତ । ସେ ବିଦ୍ୟାଳୟ ଶିକ୍ଷା ଡିଏଭି ପବ୍ଲିକ୍ ସ୍କୁଲ, କଟକରେ ସମ୍ପୁର୍ଣ୍ଣ କରିଥିଲେ । ଖ୍ରୀଷ୍ଟ ମହାବିଦ୍ୟାଳୟ,କଟକଠାରେ ପଢୁଥିବା ସମୟରେ ତାଙ୍କୁ ପ୍ରଥମ ଫିଲ୍ମ ଆଇ ଲଭ ୟୁରେ ସୁଯୋଗ ମିଳିଥିଲା। ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ, ସେ ଆଲବମ୍ ଜଗତରେ ମଧ୍ୟ ଖୁବ ପ୍ରତିଷ୍ଠା ଲାଭ କରିସାରିଥିଲେ ।

ଚଳଚ୍ଚିତ୍ର ଜୀବନ

[ସମ୍ପାଦନା]

୨୦୦୪ ମସିହାରେ ଆଇ ଲଭ ୟୁ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଅନୁଭବ[], ବର୍ତ୍ତମାନ ସୁଦ୍ଧା ୩୩ରୁ ଅଧିକ ଓଡ଼ିଆବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
ଚଳଚ୍ଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଲଭ୍ ଇନ୍ ଲଣ୍ଡନ୍ ୨୦୨୩ ତାପସ ସରଘରିଆ[]
ବିଜୁ ବାବୁ ୨୦୧୯ ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ୟ୍ୟ
ବକ୍ସି ଜଗବନ୍ଧୁ [](ସ୍ଥଗିତ ଅଛି ) - ମନମୋହନ ମହାପାତ୍ର
ପ୍ରେମ୍ କୁମାର [] ୨୦୧୮ ତାପସ ସରଘରିଆ
କାବୁଲା ବାରବୁଲା୨୦୧୭ରମେଶ ରାଉତ
ଅଭୟ୨୦୧୭ମୂରଲୀ କ୍ରିଷ୍ଣା
ବେବି୨୦୧୬ମୂରଲୀ କ୍ରିଷ୍ଣା
ଅଗସ୍ତ୍ୟ୨୦୧୬କେ॰ ମୁରଲୀ କ୍ରୀଷ୍ଣା
ଗୋଟେ ଶୁଆ ଗୋଟେ ସାରୀ୨୦୧୬
ଜଗା ହାତରେ ପଘା୨୦୧୫କେ॰ ମୁରଲୀ କ୍ରୀଷ୍ଣା
ଗପ ହେଲେବି ସତ୨୦୧୫କେ॰ ମୁରଲୀ କ୍ରୀଷ୍ଣା
ମେଣ୍ଟାଲ୨୦୧୪ଦିଲିପ ପଣ୍ଡା
ସମଥିଙ୍ଗ ସମଥିଙ୍ଗ ୨୨୦୧୪ସୁଧାକର ବସନ୍ତ
କେହି ଜଣେ ଭଲ ଲାଗେରେ୨୦୧୩କେ॰ ମୁରଲୀ କ୍ରୀଷ୍ଣା
ହାତ ଧରି ଚାଲୁଥା୨୦୧୩ହିମାଂଶୁ ପରିଜା
ମୋ' ଦୁନିଆ ତୁ ହି ତୁ[]୨୦୧୩ସୁଧାକର ବସନ୍ତ
ଏସିପି ରଣବୀର୨୦୧୨ସୁଧାକର ବସନ୍ତ[]
ମେଟ୍ରିକ୍ ଫେଲ୍୨୦୧୨ସୁଧାକର ବସନ୍ତ
ସମଥିଙ୍ଗ୍ ସମଥିଙ୍ଗ୍୨୦୧୨ସୁଧାକର ବସନ୍ତ
ବାଳୁଙ୍ଗା ଟୋକା୨୦୧୧ସୁଧାକର ବସନ୍ତ
କିଏସେ ଡାକୁଛି କୋଉଠି ମତେ୨୦୧୧ସୁଧାକର ବସନ୍ତ
ମୋଷ୍ଟ ୱାଣ୍ଟେଡ଼୨୦୧୧ସୁଶାନ୍ତ ମଣି
ଦିୱାନା୨୦୧୦ଅଶୋକ ପତି
ଆମ ଭିତରେ କିଛି ଅଛି୨୦୧୦ସୁଶାନ୍ତ ମଣି
ମୁଁ କଣ ଏତେ ଖରାପ୨୦୧୦ବସନ୍ତ ସାହୁ
ଡନ୍୨୦୧୦ସୁଧାଂଶୁ ସାହୁ
ଅଭିମନ୍ୟୁ୨୦୦୯ସୁଶାନ୍ତ ମଣି
ସାତସୁରେ ବନ୍ଧା ଏ ଜୀବନ୨୦୦୯ଏସ. କେ. ମୁରଲିଧରନ
ଆକଶେ କି ରଙ୍ଗ ଲାଗିଲା୨୦୦୯ଏସ. କେ. ମୁରଲିଧରନ
ଚୁପ କିଏ ଆସୁଛି୨୦୦୯ବିଶ୍ୱଭୂଷଣ ମହାପାତ୍ର
ପ୍ରେମୀ ନମ୍ବର ୱାନ୨୦୦୯ଦେବୁ ପଟ୍ଟନାୟକ
ତୋ ବିନା ମୋ କାହାଣୀ ଅଧା୨୦୦୭ସଞ୍ଜୟ ନାୟକ
ସାଥୀରେ୨୦୦୪ହର ପଟ୍ଟନାୟକ
ବର୍ଷା ମାଇଁ ଡାର୍ଲିଙ୍ଗ୨୦୦୪ହର ପଟ୍ଟନାୟକ
ଆଇ ଲଭ ୟୁ ୨୦୦୪ ହର ପଟ୍ଟନାୟକ

ଅଭିନୀତ ବଙ୍ଗଳା କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ସାଥୀ ଆମାର
ଖଳ ନାୟକ
ସ୍ୱାର୍ଥପର
ଏରି ନାମ୍ ପ୍ରେମ
ଜୀବନସାଥୀ

ମାନ ସମ୍ମାନ

[ସମ୍ପାଦନା]
  1. ଶ୍ରେଷ୍ଠ ଅଭିନେତା, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୦୯

ରାଜନୈତିକ ଜୀବନ

[ସମ୍ପାଦନା]

୨୭ ଅପ୍ରେଲ ୨୦୧୩ ମସିହାରେ ଅନୁଭବ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[] ଜୁନ ମାସ ୨୦୧୪ରେ ରାଜ୍ୟସଭା ସାଂସଦରୂପେ ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିଲେ ।[୧୦]

୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷ୍ୟରୁ ଅନୁଭବ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିବୈଜୟନ୍ତ ପଣ୍ଡାଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ।[୧୧]

  1. କାଦମ୍ବିନୀ ଓଡ଼ିଆ ପତ୍ରିକାରେ ଅକ୍ଟୋବର ୨୦୧୨ରେ ପ୍ରକାଶିତ ଇତି ସାମନ୍ତଙ୍କ ସହିତ ଅନୁଭବଙ୍କର ସାକ୍ଷାତକାର
  2. "ବୈଜୟନ୍ତଙ୍କୁ ହରାଇଲେ ଅନୁଭବ". Sambad (in ଆମେରିକୀୟ ଇଂରାଜୀ). 2019-05-24. Retrieved 2019-05-24.
  3. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
  4. "ଅନୁଭବଙ୍କ ଅନୁଭୂତି". ସକାଳ. No. ଭୁବନେଶ୍ୱର. 30 April 2023. p. 2. Archived from the original on 10 September 2023. Retrieved 10 September 2023.
  5. "ଆର୍କାଇଭ୍ କପି". Archived from the original on 2017-09-11. Retrieved 2018-06-16. {{cite web}}: Cite has empty unknown parameter: |1= (help)
  6. "ଆର୍କାଇଭ୍ କପି". Archived from the original on 2018-06-28. Retrieved 2018-06-16. {{cite web}}: Cite has empty unknown parameter: |1= (help)
  7. "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013. Release Date – 11th January 2013
  8. http://articles.timesofindia.indiatimes.com/2012-10-19/bhubaneswar/34582975_1_odia-films-multiplexes-acp-ranveer[permanent dead link]
  9. "Reel hero courts BJD - Chief minister inducts Anubhav Mohanty into party". www.telegraphindia.com (in ଇଂରାଜୀ). Retrieved 2019-03-27.
  10. "Odisha Diary-Fuelling Odisha's Future|Latest Odisha news, Top Breaking headlines, Odisha breaking news, Odisha Headlines, Odisha latest online news". OdishaDiary (in ଆମେରିକୀୟ ଇଂରାଜୀ). Archived from the original on 2018-08-31. Retrieved 2019-03-27.
  11. Dharitri. "ଲୋକ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକ, କେନ୍ଦ୍ରାପଡ଼ାରୁ ଲଢିବେ ଅନୁଭବ". Dharitri.com (in ଇଂରାଜୀ). Retrieved 2019-03-27.

ବାହାର ଆଧାର

[ସମ୍ପାଦନା]