Jump to content

ଗୁଲଜାର

ଉଇକିପିଡ଼ିଆ‌ରୁ
ଗୁଲଜାର
୨୦୦୮ରେ ଗୁଲଜାର
ଜନ୍ମ (1934-08-18) ୧୮ ଅଗଷ୍ଟ ୧୯୩୪ (ବୟସ ୯୨)
ଦିନ, ପଞ୍ଜାବ, ବ୍ରିଟିଶ ଭାରତ
(ବର୍ତ୍ତମାନର ପଞ୍ଜାବ, ପାକିସ୍ତାନ)
ପେଷାs
  • ଗୀତିକାର
  • କବି
  • ଲେଖକ
  • ଚିତ୍ରନାଟ୍ୟ ଲେଖକ
  • କଥାଚିତ୍ର ନିର୍ଦ୍ଦେଶକ
  • କଥାଚିତ୍ର ପ୍ରଯୋଜକ
ଜୀବନସାଥୀ
​
(m. ୧୯୭୩)​
Childrenମେଘନା ଗୁଲଜାର
ପୁରସ୍କାରସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୨)
ପଦ୍ମ ଭୂଷଣ (୨୦୦୪)
ଏକାଡେମୀ ପୁରସ୍କାର (୨୦୦୮)
ଗ୍ରାମୀ ଆୱାର୍ଡ଼ (୨୦୧୦)
ଦାଦା ସାହେବ ଫାଲକେ ପୁରସ୍କାର (୨୦୧୩)
ଜ୍ଞାନପୀଠ ପୁରସ୍କାର (୨୦୨୪)
Signature
Gulzar signature

ଗୁଲଜାର (ଜନ୍ମ: ୧୮ ଅଗଷ୍ଟ ୧୯୩୪; ଜନ୍ମନାମ: ସମ୍ପୂରନ ସିଂହ କାଲରା) ଜଣେ କବି, ଗୀତିକାର, ଚିତ୍ରନାଟ୍ୟ ଲେଖକ, କଥାଚିତ୍ର ପଯୋଜକ ଓ ନିର୍ଦ୍ଦେଶକ । ସେ ବ୍ରିଟିଶ ଭାରତର ଝେଲମ୍ ଜିଲ୍ଲାରେ ଜନ୍ମିତ । ଦେଶ ବିଭାଜନ ସମୟରେ ତାଙ୍କ ପିତା ଭାରତକୁ ଆସି ବସ ବାସ କଲେ । ସେ ତାଙ୍କର ବୃତି ଆରମ୍ଭ କରିଥିଲେ ଏସ ॰ ଡି ॰ ବର୍ମନ ( ବର୍ମନ ଦାଦା ଭାବରେ ପରିଚିତ )ଙ୍କ ସହ ୧୯୬୩ ନିର୍ମିତ ଫିଲ୍ମ 'ବନ୍ଦିନୀ 'ରେ ଗୀତିକାର ଭାବେ । ଗୁଲଜର ସେ ସମୟର ସବୁ ବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତିକାର ଭାବେ କାମ କରିବା ସହ ' ଆନ୍ଧୀ' ଓ 'ମୌସମ' ନାମକ ଦୁଇଟି ଫିଲ୍ମ , ଟିଭି ସିରିୟାଲ ' ମିଥ୍ଯା ଘାଳିବ'ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ୧୯୭୦ରୁ ୧୯୮୦ ପର୍ଯ୍ୟନ୍ତ ସକ୍ରିୟ ଭୂମିକା ନେଇଥିବା ଗୁଲଜର ପୁଣି ୧୯୯୩ରେ ' କିରଦାର ' ନାମକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । 

ଗୁଲଜାର କବିତା , ଚିତ୍ର ନାଟ୍ୟ, ସଂଳାପ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦଉଥିଲେ । ସେ ଦେୟାଶର ତୃତୀୟ ସର୍ବୋତ୍ତମ ନାଗରିକ ସମ୍ମାନ କେନ୍ଦ୍ର ସାହିତ୍ଯ ଏକାଡେମି ପୁରସ୍କାର ସହ ଦାଦାସାହେବ ଫାଳକେ ପୁରସ୍କାର , ୨୦ଟି ଫିଲ୍ମ ଫେୟାର ପୁରସ୍କାର , ଏକାଡେମି ପୁରସ୍କାର , ଗ୍ରାମୀ ପୁରସ୍କାର ସହ ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି d.[୧][୨]

ସଂକ୍ଷିପ୍ତ ଜୀବନୀ 

[ସମ୍ପାଦନା]

ଗୁଲଜାର ଝେଲମ ଜିଲ୍ଲାରେ କଲରା ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଲେଖକର ଜୀବନ ଆରମ୍ଭ କରିବା ଆଗରୁ ମୁମ୍ବାଇରେ ବିଭିନ୍ନ ପ୍ରକାର କାମ କରୁଥିଲେ । ଏପରିକି ଗାରେଜରେ ପୁରୁଣା ଗାଡି ରଙ୍ଗ କରିବା କାମ ମଧ୍ୟ କରିଥିଲେ। 

ଗୁଲଜାର ITN 2014-04-13 03-44

ବିମଲ ରାୟ ହୃଷୀକେଶ ମୁଖାର୍ଜୀଙ୍କ ପରି ସଫଳ ନିର୍ଦ୍ଦେଶକଙ୍କ ସହ ନିଜ କମ ଆରଭ କରିଥିବା ଗୁଲଜାର ସେମାନଙ୍କ ସହ ବର୍ମନ ଡାଡାଙ୍କ ପାଇଁ ମଧ୍ୟ ବହୁତ ଗୀତା ରଚନା କରିଥିଲେ । ' ଆଶୀର୍ବାଦ ' ଚିତ୍ର ପାଇଁ ଗୁଲଜର ଚିତ୍ର ନାଟ୍ୟ ମଧ୍ୟ ଦେଇଥିଲେ , ଯାହାଦ୍ୱାରା ମୁଖ୍ୟ ଅଭିନେତା ଅଶୋକ କୁମାରଙ୍କ ଅଭିନୟ ଖୁବ ସୁନ୍ଦର ଭାବେ ଫୁଟି ଉଠିଥିଲା ଗୁଲଜାରଙ୍କ ସଂଳାପଦ୍ୱାରା । 1069ରେ ଗୁଲଜାରଙ୍କ ଲିଖିତ " ହମନେ ଦେଖି ହେ ଉନ ଆଖୋ କି ମହକତି.ଖୁସବୁ.....) ଗୀତଟି ଖୁବ ଆଦୃତ ହେଇଥିଲା ।   ଗୁଲଜାରଙ୍କ ସୁନ୍ଦର ଗୀତ ଥିବା କିଛି ଫିଲ୍ମ ହେଲା ଆନନ୍ଦ , ମେରେ ଅପନେ , Slumdog Millionair , କମିନେ, ଗୁରୁ , ଦିଲ ସେ .... ଆଦି । 

ନିର୍ଦ୍ଦେଶକ ଭାବେ ଗୁଲଜାର 

[ସମ୍ପାଦନା]

ଗୁଲଜାର ଆଶୀର୍ବାଦ , ଆନନ୍ଦ, ଖମୋସି ପରି ଫିଲ୍ମରେ ଗୀତା , ଚିତ୍ରନାଟ୍ୟ ଓ ସଂଳାପ ରଚନା କଳା ପରେ ' ମେରେ ଅପନେ ' ନାମକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ତାହା ପରେ ସେ 'ପରିଚୟ ' କୋଶିସ' ପରି ଭିନ୍ନ ସ୍ୱାଦର ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ନିର୍ଦ୍ଦେଶିତ ' ଅଚାନକ ' ,' ଆନ୍ଧୀ' ସଫଳ ଚିତ୍ର ଭାବରେ ଲୋକପ୍ରିୟ ଥିଲା । ତାଙ୍କର ଚଳଚ୍ଚିତ୍ର ' ମୌସମ' ପାଇଁ ସେ ଜାତୀୟ ପୁରସ୍କାର ପ୍ରାପ୍ତ ହେଇଥିଲେ ।ତାଙ୍କର ଅନେକ ଫିଲ୍ମ ବ୍ୟବସାୟିକ ସଫଳତା ପାଇଥିଲା ।  

କବିତାବଳୀ 

[ସମ୍ପାଦନା]

ଉର୍ଦ୍ଦୁ ଭାଷାରେ ଗୁଲଜାର ବହୁ କବିତା ଓ ଗଜଲ ରଚନା କରିଛନ୍ତି । ହିନ୍ଦୀ ଭାଷାରେ ତାଙ୍କ ରଚିତ କବିତା ସମୂହ ଭାରତୀୟ ଭାଷାମାନଙ୍କୁ ଅନୁଦିତ ମଧ୍ୟ ହୋଇଛି । 

ଗୁଲଜାର 2013ରେ ଆସାମ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହେଇଥିଲେ । 

ଝିଅ ମେଘନାଙ୍କ ସହ ଗୁଲଜାର

ବ୍ୟକ୍ତିଗତ ଜୀବନ 

[ସମ୍ପାଦନା]

ଗୁଲଜର ଅଭିନେତ୍ରୀ ରାକ୍ଷୀଙ୍କୁ ବିବାହ କରିଥିଲେ । ତାଙ୍କର ଝିଅ ମେଘନା ଜଣେ ନିର୍ଦ୍ଦେଶିକା ଭାବେ ଫିଲହାଲ ,Just Married , ଦଶ କାହାନୀୟା ପରି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବା ସହ ଗୁଲଜରଙ୍କ ଆତ୍ମଜୀବନୀ ରଚନା କରିଛନ୍ତି ।  

ପୁରସ୍କାର ସମୂହ ଓ ମନୋନୀତ 

[ସମ୍ପାଦନା]
  • Gulzar (1999). Raavi Paar. Rupa & Co. ISBN 8171673899. 
  • Gulzar (2001). Dhuan. Sahitya Akademi Publications. ISBN 8126019360. 
  • Gulzar (2002). Raat Pashmine Ki. Rupa & Co. ISBN 8129102242. 
  • Gulzar (2003). Kharashein. Radhakrishna Prakashan. ISBN 9788171198498. 
  • Gulzar (2004). Meera. Radhakrishna Prakashan. ISBN 8171198813. 
  • Gulzar (2005). Pukhraj. Rupa & Co. 
  • Gulzar (2005). Triveni. Rupa & Co. 
  • Gulzar (2006). Autumn Moon. Rupa & Co. ISBN 8129109778. 
  • Gulzar (2008). Kuchh Aur Nazmein. Radhakrishna Prakashan. ISBN 8171198929. 
  • Gulzar (2010). Magical Wishes: The Adventures Of Goopy & Bagha. Scholastic. ISBN 8184778449. 
  • Gulzar (2011). Mirza Ghalib A Biographical Scenatio. Rupa & Co. ISBN 8129117177. 
  • Gulzar (2012). Selected Poems. Penguin. ISBN 0143418211. 
  • Gulzar (2013). My Favourite Stories : Boskys Panchatantra. Rupa & Co. ISBN 8129121182. 
  • Gulzar (2013). Half a Rupee Stories. Penguin. ISBN 9780143068792. [୩]
  • Gulzar (2013). Meelo Se Din. Rupa & Co. ISBN 8129120011. 
  • Gulzar (2014). Green Poems. Penguin Books India. ISBN 0143422820. 

ଶ୍ରବଣ ପୁସ୍ତକ ସମୂହ 

[ସମ୍ପାଦନା]
  • Gulzar (2000). Rangeela Geedhad. Karadi Tales. ISBN 8186838422.
  • ଇଣ୍ଟରନେଟ ମୁଭି ଡାଟାବେସରେ Gulzar

ଆତ୍ମଜୀବନୀ ସମୂହ 

[ସମ୍ପାଦନା]
  • Kabir, Nasreen Munni (2012). In the Company of a Poet: Gulzar in Conversation with Nasreen Munni Kabir. Rainlight Rupa. ISBN 978-81-291-2083-0.
  • Chatterjee, Saibal (2007). Echoes and Eloquences: The Life and Cinema of Gulzar. Rupa & Co. ISBN 978-81-291-1235-4.
  • Gulzar, Meghna (2004). Because He Is... Rupa & Co. ISBN 81-291-0364-8.

ଟୀକା 

[ସମ୍ପାଦନା]

    ' ଜୟ ହୋ " - ଗୁଲଜାରଙ୍କ ହିନ୍ଦୀ ଗୀତ ସମୂହର କନ୍ନଡ ଭାଷାର ଅନୁବାଦ ଲକ୍ଷ୍ମୀକାନ୍ତ ଇତନଳଙ୍କଦ୍ୱାରା , ପ୍ରକାଶନ ପାଇଁ 

    'ଦସ୍ତକ' ଗୁଲଜରଙ୍କ ଗଜଲ , ନଜମ , ଓ କବିତାବଳୀର କନ୍ନଡ ଭାଷାରେ ଅନୁବାଦ 

    ବାହାର ଲିଙ୍କ ସମୂହ 

    [ସମ୍ପାଦନା]