ଶ୍ରୀ ପଳାତକ

ଉଇକିପିଡ଼ିଆ‌ରୁ
ଶ୍ରୀ ପଳାତକ  
ବହି ମଲାଟ
ପ୍ରଥମ ପ୍ରକାଶନ ମଲାଟ
ଲେଖକରମାକାନ୍ତ ରଥ[୧]
ମଲାଟ ଚିତ୍ରକରଯୁଗଳ ଦେବତା
ଦେଶଭାରତ, ଓଡ଼ିଶା
ଭାଷାଓଡ଼ିଆ
ବିଭାଗକାବ୍ୟ ଗ୍ରନ୍ଥ
ପ୍ରକାଶକଲାର୍କ ବୁକସ୍
ପ୍ରକାଶ ତାରିଖ୧୯୯୬
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୧୩୬, ପ୍ରଥମ ପ୍ରକାଶନ
ISBN୮୧-୭୩୭୫-୦୨୧-୧

ଶ୍ରୀ ପଳାତକ, କବି ରମାକାନ୍ତ ରଥଙ୍କର[୨] ସପ୍ତମ କାବ୍ୟ-ଗ୍ରନ୍ଥ ।[୩] ଏଥିରେ ସନ୍ନିବିଷ୍ଟ କବିତା ଗୁଡ଼ିକ ବିଭିନ୍ନ ସମୟରେ ପତ୍ରପତ୍ରିକା ମାନଙ୍କରେ ପ୍ରକାଶିତ ହୋଇସାରିଛି । ପ୍ରତ୍ୟେକ କବିତା ଏକାଧାରରେ ସ୍ୱତନ୍ତ୍ର, ପୁଣି ଅନ୍ତରୀଣ ସଂହତିବଶତଃ ଏକ ଦୀର୍ଘ କବିତାର ଅଂଶ ।[୪]

ପୁସ୍ତକ ସମୀକ୍ଷା[ସମ୍ପାଦନା]

କିଛି ପଦ[ସମ୍ପାଦନା]

ଆଜି ମରିବାର ରାତି, ଏଠାରୁ ସେ ଯିବେ

ଚନ୍ଦ୍ରପକ୍ଷ ରାତିକୁ, ସେଠାରେ
ବୁଦା ଆଢୁଆଳୁ କିଏ ହଠାତ ବାହାରି
ମୁହଁରୁ ପ୍ରତ୍ୟେକ ଅସହାୟତାର ଧୁଳି
ଝାଡିଦେବ ପଣତକାନିରେ ।
ବସାରେ ଘୁମେଇ ପଡ଼ିଥିବା ପକ୍ଷୀମାନେ
ହଠାତ ଉଠି ପଡ଼ିବେ । ହଠାତ ନିଜ ଇଚ୍ଛାର ନିଦ ଭାଙ୍ଗିଯିବ

ସଂପୂର୍ଣ୍ଣ ଅପରିଚିତ ସେ କୋଳାହଳରେ ।


ଏବେ କେତେଦିନ ହେଲା ମତେ ଲାଗେ ପ୍ରତ୍ୟେକ ନୃତ୍ୟର

ପ୍ରତି ଭଙ୍ଗୀ ନିଷେଧବଶତଃ
ଅଚଳ, ପ୍ରତ୍ୟେକ ଗୀତର
ପ୍ରତ୍ୟେକ ଶବ୍ଦ ମୁମୁର୍ଷୁ, ଯେପରି
ବହୁକାଳୁ ପରିତ୍ୟକ୍ତ ସହରର ବାଜେଗଛ ମାଡି ଯାଇଥିବା

ରାସ୍ତାରେ ଚଲତ୍‌ଶକ୍ତିରହିତ ଭିକାରି ।



ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. India Guest of Honour Frankfurt Book Fair 2006. 2006.
  2. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  3. ରମାକାନ୍ତ ରଥ ଓ ତାଙ୍କ କବିତା
  4. ଶ୍ରୀ ପଳାତକ, ଆଗ-ମଲାଟ, ଲାର୍କ-ବୁକସ

ବାହାର ଆଧାର[ସମ୍ପାଦନା]