ରେଭେନ୍ସା ବିଶ୍ୱବିଦ୍ୟାଳୟ
| ରେଭେନ୍ସା ବିଶ୍ୱବିଦ୍ୟାଳୟ | |
|---|---|
![]() | |
| ଲକ୍ଷ୍ୟ | "ଜ୍ଞାନ ହିଁ ଶକ୍ତି" |
| ସ୍ଥାପିତ | ୧୮୬୮ (କଲେଜ ଭାବରେ); ୨୦୦୬ (ବିଶ୍ୱବିଦ୍ୟାଳୟ ଭାବରେ) |
| ପ୍ରକାର | ସାର୍ବଜନିକ |
| କୁଳାଧିପତି | ରାଜ୍ୟପାଳ |
| କୁଳପତି | ଈଶାନ୍ କୁମାର ପାତ୍ର |
| ଅବସ୍ଥାନ | କଟକ, ଓଡ଼ିଶା, ଭାରତ |
| ପରିସର | କଲେଜ ଛକ , କଟକ ନଗର |
| ଅନୁବନ୍ଧନ | ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ) |
| ୱେବସାଇଟ | www.ravenshawuniversity.ac.in |
ରେଭେନ୍ସା ବିଶ୍ୱବିଦ୍ୟାଳୟ (୨୦୦୬ ପୂର୍ବରୁ ରେଭେନ୍ସା କଲେଜ ନାମରେ ଜଣା) ଓଡ଼ିଶାର କଟକରେ ଥିବା ଏକ ରାଜ୍ୟ ବିଶ୍ୱବିଦ୍ୟାଳୟ । ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ ।[୧]
ଇତିହାସ
[ସମ୍ପାଦନା]ପ୍ରାରମ୍ଭିକ ସମୟ
[ସମ୍ପାଦନା]୧୮୬୬ର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଲୋକମାନେ ବହୁ ଅସୁବିଧାରେ ପଡ଼ିଥିଲେ । ସେ ଯୁଗରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର କିଛି ସାଧନ ନଥିଲା । ଏହି ସମୟରେ କିଛି ଦୂରଦର୍ଶୀ ଓଡ଼ିଆ ତଥା ଶାସନ କରୁଥିବା କିଛି ଇଂରେଜ ସୁଶାସକମାନେ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଇଛା କରିଥିଲେ । ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିସନର ଟି. ଇ. ରେଭେନ୍ସା ଯେ କି ସେ କାଳର ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଖ ବୁଝି ବଙ୍ଗ ସରକାରଙ୍କଠାରୁ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଆଣିଥିଲ େ। ଏହିପରି ୧୮୬୮ ମସିହାରେ ଜାନୁୟାରୀରେ କଟକ ଜିଲ୍ଲା ସ୍କୁଲରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ସ୍ଥାପନ ହେଇଥିଲା । ପ୍ରଥମ ବର୍ଷ କେବଳ ୬ ଜଣ ଛାତ୍ର ଏଥିରେ ଯୋଗ ଦେଇଥିଲେ

ଆଧାର
[ସମ୍ପାଦନା]- ↑ "ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୨ତମ ସ୍ଥାପନା ଦିବସ". 2018-11-15. Retrieved 2026-03-16.
ବାହାର ଲିଙ୍କ
[ସମ୍ପାଦନା]- ରେଭେନ୍ସା ବିଶ୍ୱବିଦ୍ୟାଳୟ ବେବପୃଷ୍ଠା Archived 2011-05-14 at the Wayback Machine.
