ଅପର୍ଣ୍ଣା ମହାନ୍ତି
Jump to navigation
Jump to search
ଅପର୍ଣ୍ଣା ମହାନ୍ତି | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | |
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଅପର୍ଣ୍ଣା ମହାନ୍ତି (ଜନ୍ମ: ୧୬ ଡିସେମ୍ବର ୧୯୫୨) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୧] "ଝିଅ ପାଇଁ ଝରକାଟିଏ" କବିତା ସଙ୍କଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଓଡ଼ିଆ ଅଧ୍ୟାପିକା ଭାବରେ କାର୍ଯ୍ୟ କରି, ସେ ସେବାନିବୃତ ହୋଇସାରିଛନ୍ତି । ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨] କୋରାପୁଟ ସାହିତ୍ୟ ଉତ୍ସବ ୨୦୧୮ ଅବସରରେ ସେ କୋରାପୁଟ ସାହିତ୍ୟ ସମ୍ମାନ ଗ୍ରହଣ କରିଛନ୍ତି।
ରଚନାବଳୀ[ସମ୍ପାଦନା]
କବିତା[ସମ୍ପାଦନା]
- ଅବ୍ୟକ୍ତ ଆତ୍ମୀୟତା - ୧୯୯୧
- ଅସତୀ - ୧୯୯୩
- ନିଶବ୍ଦରେ - ୧୯୯୪
- ଅତିଥି - ୧୯୯୭
- ଝିଅ ପାଇଁ ଝରକାଟିଏ
- ତୀର୍ଥ ଯାତ୍ରା
ଆଲୋଚନା[ସମ୍ପାଦନା]
- ଓଡ଼ିଆ ଉପନ୍ୟାସରେ ନାରୀ
- ଅନ୍ତରଙ୍ଗ ଆଲୋଚନା
ଅନୁବାଦ[ସମ୍ପାଦନା]
- ପୋଖରାଜ (ଗୁଲଜାରଙ୍କ ମୁଳ ପୁସ୍ତକର ଓଡ଼ିଆ ଅନୁବାଦ)
- ଆଉ କେହି ନୁହେଁ (କୁଅଁର ନାରାୟଣଙ୍କ ପୁସ୍ତକର ଓଡ଼ିଆ ଅନୁବାଦ)[୩]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଝିଅ ପାଇଁ ଝରକାଟିଏ ପାଇଁ)
- କୋରାପୁଟ ସାହିତ୍ୟ ସମ୍ମାନ (କବିତା) ୨୦୧୮[୪]
- ପ୍ରଜାତନ୍ତ୍ର ପୁରସ୍କାର - ୧୯୯୪
- ବସନ୍ତ ମୁଦୁଲି ସ୍ମୃତି ସମ୍ମାନ - ୧୯୯୪
- ଗୋକର୍ଣ୍ଣିକା ସମ୍ମାନ - ୧୯୯୩
- ଅଭିନନ୍ଦନ ସମ୍ମାନ
- ସ୍ୱାଗତିକା ସମ୍ମାନ
- ବୋଇତ ବନ୍ଦାଣ ସମିତି ସମ୍ମାନ[୫]
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୧୯(ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]
ଆଧାର[ସମ୍ପାଦନା]
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ସେପ୍ଟେମ୍ବର ୧୬- ୨୯ ପୃଷ୍ଠା ୨. Retrieved 25 September 2017.
- ↑ http://sahitya-akademi.gov.in/sahitya-akademi/aboutus/odia.jsp
- ↑ http://www.samanvayindianlanguagesfestival.org/2012/aparna-mohanty/
- ↑ "First Ever Koraput Literary Festival Held". english.samajalive.in. ସମାଜ ଖବରକାଗଜ. Retrieved 16 September 2019.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5.
- ↑ "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା" (ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨). ସମ୍ବାଦ. Retrieved 18 March 2019.