ତପନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ତପନ ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ(1951-06-08)୮ ଜୁନ ୧୯୫୧
ଛତ୍ରପୁର, ଗଞ୍ଜାମ
ମୃତ୍ୟୁ୧୪ ମାର୍ଚ୍ଚ ୨୦୨୩(2023-03-14) (ବୟସ ୭୧)
ଭୁବନେଶ୍ୱର
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିସ୍ମୃତିତୀର୍ଥ
ଅଶ୍ରୁ ଓ ଅନ୍ଧକାର
କାବ୍ୟତାରା
ଢେଉ ଢେଉ ଅନ୍ଧକାର
ପୁରସ୍କାରରାଜଧାନୀ ପୁସ୍ତକମେଳା ପୁରସ୍କାର[୧]

ତପନ ପଟ୍ଟନାୟକ (୮ ଜୁନ ୧୯୫୧–୧୪ ମାର୍ଚ୍ଚ ୨୦୨୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର, ଲେଖକ, ଔପନ୍ୟାସିକ ଓ ପ୍ରକାଶକ ଥିଲେ । ତାଙ୍କର ଜଣାଶୁଣା ପୁସ୍ତକ ମଧ୍ୟରେ ସ୍ମୃତିତୀର୍ଥ, ଅଶ୍ରୁ ଓ ଅନ୍ଧକାର, କାବ୍ୟତାରା, ଢେଉ ଢେଉ ଅନ୍ଧକାର, ଫେରିବାର ମୂର୍ଚ୍ଛନାରେ, ଝରା ଶିଶିର, ଋତୁର ବାସ୍ନାରେ ଆଦି ଅନ୍ୟତମ । ସେ ପାଞ୍ଚ ଦଶନ୍ଧି ଧରି ରଚନାରେ ସକ୍ରିୟ ଥିଲେ । ତାଙ୍କ ସାହିତ୍ୟରେ ମୁଖ୍ୟତଃ ଜୀବନ, ପ୍ରକୃତି ଓ ଦର୍ଶନ ସନ୍ନିବେଶିତ । ତାଙ୍କ ରଚିତ ୪୮ ଖଣ୍ଡ ପୁସ୍ତକ ମଧ୍ୟରେ ୩୦ଟି କବିତା ସଂକଳନ, ୫ଟି ଗୀତିକବିତା ସଂକଳନ, ୧୧ଟି ଗଳ୍ପ ସଂକଳନ ଓ ୨ଟି ନାଟକ ଅନ୍ତର୍ଭୁକ୍ତ । ତାଙ୍କର ବିଭିନ୍ନ ପୁସ୍ତକ ଓଡ଼ିଆରୁ ଇଂରାଜୀକୁ ଅନୂଦିତ ହୋଇଛି ।[୨] ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୦୭ ମସିହାରେ ତାଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ମିଳିଥିଲା ।[୧]

୨୦୨୩ ମାର୍ଚ୍ଚ ୧୪ ତାରିଖରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]

ଜୀବନୀ[ସମ୍ପାଦନା]

ତପନ ପଟ୍ଟନାୟକ ଓଡ଼ିଶା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁରଠାରେ ୧୯୫୧ ମସିହା ଜୁନ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩]

ମୃତ୍ୟୁ[ସମ୍ପାଦନା]

୨୦୨୩ ମାର୍ଚ୍ଚ ମାସରେ ଶାରିରୀକ ଅସୁସ୍ଥତା ହେତୁ ସେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୧୪ ତାରିଖରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]

ରଚନାବଳୀ[ସମ୍ପାଦନା]

  • ଅନୀନ୍ଦିତା ଓ ଅନ୍ୟାନ୍ୟ କବିତା
  • ଅଶ୍ରୁ ଓ ଅନ୍ଧକାର
  • ଋତୁର ବାସ୍ନାରେ
  • କାବ୍ୟତାରା
  • ଚଟିଘର (୨୦୦୨)
  • ଜନ୍ମାନ୍ତର
  • ଜୀବନ କାବ୍ୟ (୧୯୭୭)
  • ଝରା ଶିଶିର
  • ଢେଉ ଢେଉ ଅନ୍ଧକାର
  • ପ୍ରଦକ୍ଷଣ ପ୍ରତିପ୍ରସ୍ତ
  • ଫେରିବାର ମୂର୍ଚ୍ଛନାରେ
  • ଶୂନ୍ୟ ଧାନକ୍ଷେତ
  • ସୀମା ଓ ସ୍ମାରକୀ
  • ସୀମିତ ଏଇ ସମୟଦେହେ
  • ସ୍ମୃତିତୀର୍ଥ

ଇଂରାଜୀ[ସମ୍ପାଦନା]

  • ମାଇ ଲଭ, ମାଇ ସିଜନ୍ସ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Rajdhani book fair". www.rajdhanibookfair.com. Archived from the original on 2022-07-07. Retrieved 2023-03-14.
  2. ୨.୦ ୨.୧ ୨.୨ "Odia Writer Tapan Patnaik Passes Away In Bhubaneswar". odishabytes (in Indian English). 2023-03-14. Retrieved 2023-03-14.
  3. "Tapan Patnaik". Odisha Nitidin. 29 March 2019. Archived from the original on 2019-04-01. Retrieved 2019-03-29.