Jump to content

ସୌଭାଗ୍ୟବନ୍ତ ମହାରଣା

ଉଇକିପିଡ଼ିଆ‌ରୁ
ସୌଭାଗ୍ୟବନ୍ତ ମହାରଣା
ଜନ୍ମ (1951-08-15) ୧୫ ଅଗଷ୍ଟ ୧୯୫୧ (ବୟସ ୭୫)
ତାଲପାଲିପଡ଼ା, ବଲାଙ୍ଗୀର
ପେଷାଓଡ଼ିଆ କବି
Parent(s)ବୃଷଭ ମହାରଣା (ପିତା), ସୁଭଦ୍ରା ମହାରଣା (ମାତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ସୌଭାଗ୍ୟବନ୍ତ ମହାରଣା, (ଜନ୍ମ: ୧୫ ଅଗଷ୍ଟ ୧୯୫୧) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଓ ସମାଲୋଚକ ।[୧]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସୌଭାଗ୍ୟବନ୍ତ ୧୯୫୧ ମସିହା ଅଗଷ୍ଟ ୧୫ତାରିଖରେ ବଲାଙ୍ଗୀରଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୫ ମସିହାରୁ ଲେଖାଲେଖି କରୁଥିବା ସୌଭାଗ୍ୟବନ୍ତଙ୍କର ଏଯାବତ ବହୁ କବିତା ଓ ଆଲୋଚନା ସଂଖ୍ୟାଧିକ ପତ୍ରପତ୍ରିକାରେ ପ୍ରକାଶ ପାଇସାରିଛି ଓ ବହୁ ଭାରତୀୟ ଭାଷାରେ ଅନୁବାଦ ମଧ୍ୟ ହୋଇସାରିଛି । ତାଙ୍କର ପ୍ରଥମ କବିତା ସଂକଳନ "ସାଗୁଆ କ୍ଷେତର ସହର" ୧୯୮୮ ମସିହାରେ ପ୍ରକାଶିତ ହୋଇଥିଲା । ଅନୁବାଦ ସାହିତ୍ୟରେ ସକ୍ରିୟ ସୌଭାଗ୍ୟବନ୍ତ, ସଚ୍ଚି ରାଉତରାୟ[୨], ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରତିଭା ଶତପଥୀ, ମନୋରମା ବିଶ୍ୱାଳ ମହାପାତ୍ର, ଗୁରୁ ପ୍ରସାଦ ମହାନ୍ତି, ଜଗନ୍ନାଥ ପ୍ରସାଦ ଦାସ ଆଦି ଓଡ଼ିଆ କବିମାନଙ୍କର ଲେଖାକୁ ଇଂରାଜୀରେ ଅନୁବାଦ କରିଛନ୍ତି । "ଭାରତୀୟ ଜୀବନ ବିମା ନିଗମ"ରୁ ଅବସର ଗ୍ରହଣ କରି ସେ ସମ୍ବଲପୁରରେ ବସବାସ କରୁଛନ୍ତି ।

ରଚନାବଳୀ

[ସମ୍ପାଦନା]
  • ଶାଗୁଆ କ୍ଷତର ସହର ୧୯୮୮
  • ଅନାବୃତ ଅଜ୍ଞାତବାସ ୧୯୯୫
  • ଅଙ୍ଗୀକାର ୧୯୯୬
  • କେବେ ଯଦି ଦେଖା ହୁଏ ୨୦୦୦
  • ସାରାଂଶ ୨୦୦୧
  • ସେଇ ସବୁ ସମୟ ୨୦୦୨
  • ଜୀବନ ପରି ଜୀବନ ୨୦୦୫
  • ସାରାଂଶ ହିନ୍ଦୀ କବିତା ୨୦୦୭
  • ଦୃଶ୍ୟାନ୍ତରର ନାୟକ ୨୦୦୭
  • ମାଟିପର୍ବ ୨୦୦୮ [୩]
  • ମାୟା ଦର୍ପଣ ୨୦୧୧
  • ଅପରଂପରା ୨୦୧୩
  • ନିର୍ବାଚିତ କବିତା ୨୦୧୫
  • ତୁମ ପାଇଁ ଓ ଅନ୍ୟାନ୍ୟ କବିତା ୨୦୧୬
  • ନୀରବତାର ଚିତ୍ରାଙ୍କନ ୨୦୧୮
  • ପ୍ରତି ଈଶ୍ୱର ୨୦୧୯
  • ଜହ୍ନରାତିର ଚିତ୍ରଶାଳା ୨୦୨୧
  • କବିତା ସମଗ୍ର ୨୦୨୧
  • ଆସୁଛେ ସମିଆଁର କହଁର (ସମ୍ବଲପୁରୀ କବିତା) ୨୦୨୨
  • ଭିଡ଼ ଭିତରେ ହଜି ଯାଇଥିବା ସୂର୍ଯ୍ୟୋଦୟ ୨୦୨୬
  • ମାଏଟଥି ମହକି ଯାଏସି ଜୀବନ (ସମ୍ବଲପୁରୀ କବିତା) ୨୦୨୬

=ସମାଲୋଚନା

[ସମ୍ପାଦନା]
  • ସ୍ଥାପତ୍ୟ ଓ ସମ୍ଭାର ୨୦୧୪
  • ଓଡ଼ିଆ କବିତାର ପୃଷ୍ଠଭୂମି ଓ ପର୍ଯ୍ୟାଲୋଚନା ୨୦୧୫
  • ସମକାଳୀନ ଓଡ଼ିଆ କବିତା: ଦିଶା ଓ ଦୃଷ୍ଟି ୨୦୧୭
  • ସାହିତ୍ୟ: ସ୍ୱର ଓ ସ୍ୱରୂପ ୨୦୧୮
  • ସାହିତ୍ୟ: ସୃଜନ ଓ ସମୀକ୍ଷା ୨୦୨୦
  • ସାହିତ୍ୟ ସମାଲୋଚନା: ଦୃଷ୍ଟି ଓ ଦିଗନ୍ତ ୨୦୨୪
  • ସମ୍ବଲପୁରୀ କବି ଓ କବିତା : ସିରଜିନାର ସୁରତା ୨୦୨୫

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ (ମାଟିପର୍ବ ପାଇଁ)[୪]
  • ଝଙ୍କାର କବିତା ପୁରସ୍କାର - ୨୦୧୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୫]
  • ତୀରତରଙ୍ଗ ସମ୍ମାନ - ୨୦୧୧[୬]
  • ବସନ୍ତ ମୁଦୁଲି କବିତା ପୁରସ୍କାର, ୧୯୯୧
  • ଗୋକର୍ଣ୍ଣିକା ସମ୍ମାନ
  1. ↑ New Delhi. Ananda Bazar Patrika, Limited. 1979.
  2. ↑ Sachi Rautroy (1 January 1996). Verticals of Life: Selected Poems of Sachi Raut-Roy. Sahitya Akademi. pp. 8–. ISBN 978-81-260-0138-5.
  3. ↑ http://www.telegraphindia.com/1130102/jsp/odisha/story_16389014.jsp#.VEI8_FdoEpo
  4. ↑ http://www.thehindu.com/todays-paper/tp-national/tp-otherstates/sahitya-akademi-awards-presented/article4359663.ece
  5. ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)
  6. ↑ http://www.poemhunter.com/soubhagyabanta-maharana/biography/