କୁମାର ହସନ

ଉଇକିପିଡ଼ିଆ‌ରୁ
କୁମାର ହସନ
ଜନ୍ମ ଓ ଜନ୍ମସ୍ଥାନ (1960-02-02) ୨ ଫେବୃଆରୀ ୧୯୬୦ (ବୟସ ୬୩)
ସମ୍ବଲପୁର ଜିଲ୍ଲା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

କୁମାର ହସନ (ଜନ୍ମ: ୨ ଫେବୃଆରୀ ୧୯୬୦) ଜଣେ ଓଡ଼ିଆ-ଭାଷୀ କବି, ଅନୁବାଦକ ଓ ସାମ୍ବାଦିକ । ତାଙ୍କର ଜଣାଶୁଣା ରଚନାବଳୀ ମଧ୍ୟରେ "ଡୁମା: ଓଡ଼ିଆର ନିର୍ବାଚିତ ଆଦିବାସୀ କାହାଣୀ", "ଇତି, ତୁମର ମୁଁ: କୁମାର ହସନଙ୍କର ପ୍ରେମ କବିତା", "ନିସିଦ୍ଧ କଥା", "ସମ୍ବଲପୁରୀ ଲୋକସାହିତ୍ୟ: ୧୯୮୩–", "ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମ" ଓ "ଶ୍ରେଷ୍ଠ ଓଡ଼ିଆ କାହାନୀୟାଁ" (ହିନ୍ଦୀ ଅନୁବାଦ) ଆଦି ଅନ୍ୟତମ ।

ଜୀବନୀ[ସମ୍ପାଦନା]

କୁମାର ହସନ ୧୯୬୦ ଫେବୃଆରୀ ୨ ତାରିଖ ଦିନ ସମ୍ବଲପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୧] ହିରାକୁଦ ନିକଟସ୍ଥ ବିଚ୍ଛେଦଗଡ଼ଠାରେ ତାଙ୍କର ବାଲ୍ୟକାଳ ବିତିଥିଲା ।

ପରିବାର[ସମ୍ପାଦନା]

କୁମାର ହସନଙ୍କ ପିତା ମୌଲାନା ମୁସ୍ତକିମ ଖାନ ଗୌନ୍ତିଆ ଜଣେ ଗାୟକ, ବାଦକ ଓ ଜ୍ୟୋତିଷ ଥିଲେ । ତାଙ୍କ ମା ଜୁବେଦାବାଈ ଜଣେ ଗୃହିଣୀ ଥିଲେ ।[୨] ସେ ବିଲକିସ ଜାହାଁବେଗମଙ୍କୁ ବିବାହ କରିଥିଲେ । ବିଲକିସ ଜାହାଁବେଗମ ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା । ତାଙ୍କର ୩ ପୁଅ ସାଦିକ ହସନ, ସମୀର ହସନ ଓ ଫିରୋଜ ହସନ ଏବଂ ୩ ଝିଅ ସୀମା ସବନମ, ସବାନା ବେଗମ ଓ ନିଲୋଫର ବେଗମ ଅଛନ୍ତି । ତାଙ୍କର ଦୁଇ ଜ୍ୱାଇଁ ମୁଜିମୁଦ୍ଦିନ ଖାନ ଓ ଅନୱର ଖାନ ଏବଂ ୨ ନାତି ଅଛନ୍ତି । [୩]

ରଚନାବଳୀ[ସମ୍ପାଦନା]

ସମ୍ପାଦନା[ସମ୍ପାଦନା]

କୁମାର ହସନ ବିଭିନ୍ନ ପତ୍ରପତ୍ରିକାର ସମ୍ପାଦନା କରିଛନ୍ତି । ସେ ମଧ୍ୟରୁ

  • ମଣିଷ
  • ହୀରାଖଣ୍ଡ
  • ଗଣବାର୍ତ୍ତା
  • ବଉଳବାଣୀ
  • ସମାଜ (ସହ-ସମ୍ପାଦକ)
  • ଝରଣା (ତ୍ରୈମାସିକ)
  • ଟ୍ରିସ ଫର ଲାଇଫ (ଇଂରାଜୀ ମାସିକ ପତ୍ରିକା)[୪]

କାହାଣୀ[ସମ୍ପାଦନା]

  • ଡୁମା: ଓଡ଼ିଆର ନିର୍ବାଚିତ ଆଦିବାସୀ କାହାଣୀ (୨୦୧୨; ଆଦିବାସୀ ଲୋକକଥା ସଙ୍କଳନ)
  • ନିଷିଦ୍ଧ କଥା

କବିତା[ସମ୍ପାଦନା]

  • ଇତି, ତୁମର ମୁଁ: କୁମାର ହସନଙ୍କର ପ୍ରେମ କବିତା (୨୦୦୮)

ପ୍ରବନ୍ଧ[ସମ୍ପାଦନା]

  • ସମ୍ବଲପୁରୀ ଲୋକସାହିତ୍ୟ (୧୯୮୩)
  • ସମ୍ବଲପୁରର ସ୍ୱାଧୀନତା ସଂଗ୍ରାମ (୨୦୦୧; ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସମ୍ବଲପୁର ଜିଲ୍ଲାର ଯୋଗଦାନ)
  • ସାହିତ୍ୟ ଅସାହିତ୍ୟ (୧୯୯୯)

ଅନୁବାଦ[ସମ୍ପାଦନା]

  • ଶ୍ରେଷ୍ଠ ଓଡ଼ିଆ କାହାନୀୟାଁ (୧୯୮୮; ହିନ୍ଦୀ ଅନୁବାଦ)
  • କୁର୍ଭୁଲ ଆଇ ହାଇଦରଙ୍କ ନିର୍ବାଚିତ କାହାଣୀ[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୨୦୦୬ (କୁର୍ଭୁଲ ଆଇ ହାଇଦରଙ୍କ ନିର୍ବାଚିତ କାହାଣୀ)
  • ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ - ୨୦୨୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)[୬]
  • ବସନ୍ତ ମୁଦୁଲୀ କବିତା ପୁରସ୍କାର, ୧୯୮୮
  • କବି ଦୁର୍ଗେଶ ଖାଡ଼େଙ୍ଗା କବିତା ପୁରସ୍କାର

ଆଧାର[ସମ୍ପାଦନା]

  1. "ସାହିତ୍ୟ ମଣିଷକୁ ଆହୁରି ବେଶି ମଣିଷ କରେ". ସମ୍ବାଦ. Archived from the original on ୧୧ ସେପ୍ଟେମ୍ବର ୨୦୨୨. Retrieved ୧୨ ସେପ୍ଟେମ୍ବର ୨୦୨୨. {{cite web}}: Check date values in: |accessdate= and |archivedate= (help)
  2. "Interview With Kumar Hassan". www.countercurrents.org. countercurrents.org. Retrieved 4 March 2022.
  3. "ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କ ପତ୍ନୀବିୟୋଗ". www.samajalive.in. ସମାଜ. Retrieved 4 March 2022.
  4. Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକାବଳୀ ଓ ଲେଖକବୃନ୍ଦ" (PDF). Orissa Annual Reference (୨୦୧୮): ୧୩୫-୧୩୮. Retrieved 4 March 2022.
  6. "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.