ଦୁର୍ଗାଚରଣ ପରିଡ଼ା

ଉଇକିପିଡ଼ିଆ ରୁ
Jump to navigation Jump to search
ଦୁର୍ଗାଚରଣ ପରିଡ଼ା
ଜନ୍ମ (1931-07-09) July 9, 1931 (age 88)
ବାହାରଣା, ନିଆଳି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଆଞ୍ଚଳିକତାଓଡ଼ିଆ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର, (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନଫକୀର ମୋହନ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ
ରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତି"ଇନ୍ଦ୍ରାୟୁଧ"
ଜୀବନ ସାଥିପ୍ରଭାତସୁଷମା ପରିଡ଼ା

ଦୁର୍ଗାଚରଣ ପରିଡ଼ା (ଜନ୍ମ: ୦୯ ଜୁଲାଇ ୧୯୩୧)ଜଣେ ଓଡ଼ିଆ କବି ।[୧] ସେ ଜଣେ ପ୍ରେମ ଓ ପ୍ରଣୟର କବି ଭାବେ ଜଣା । ସେ ଗଦ୍ୟ ଭଙ୍ଗୀରେ କବିତା ଲେଖୁଥିଲେ । ତାଙ୍କ ରଚନାସମୂହ ପ୍ରଣୟାନୁଭୂତି, ପ୍ରକୃତିପ୍ରୀତି ଓ ଦାର୍ଶନିକତାକୁ ଭିତ୍ତି କରି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦୁର୍ଗାଚରଣ କଟକ ଜିଲ୍ଲା, ନିଆଳି ବ୍ଳକ[୨] ଅନ୍ତର୍ଗତ ବାହାରଣା ଗ୍ରାମରେ ୧୯୩୧ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ରଘୁନାଥ ପରିଡ଼ା ଓ ମାତାଙ୍କ ନାମ ମଲ୍ଲିକା ଦେବୀ । ସେ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ପାଠ ପଢିଥିଲେ । ମହାପାତ୍ର ନୀଳମଣି ସାହୁ ତାଙ୍କୁ ଭଦ୍ରକ କଲେଜରେ ଅଧ୍ୟାପକ ଭାବରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ସେ କିନ୍ତୁ ସେଥିରେ ଅରାଜି ହୋଇ ଖଣ୍ଡସାହି ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ୧୯୫୭ମସିହାରେ ଦିଗପହଣ୍ଡିରେ ସବ ରେଜିଷ୍ଟାର ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଚାକିରି ଜୀବନ ଶେଷବେଳକୁ ସେ ଯୋଜନା ଓ ସମନ୍ୱୟ ବିଭାଗରେ ଅଣ୍ଡର ସେକ୍ରେଟାରୀ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପରିବାରରେ ପତ୍ନୀ ପ୍ରଭାତସୁଷମା ପରିଡ଼ା, ୨ପୁଅ ଓ ୩ଝିଅ ଅଛନ୍ତି ।[୩]

ସାହିତ୍ୟିକ ଜୀବନ[ସମ୍ପାଦନା]

୧୨ବର୍ଷ ବୟସରେ ମାତ୍ର ୫ମ ଶ୍ରେଣୀରେ ପଢିବା ବେଳରୁ ଦୁର୍ଗାଚରଣ କବିତା ଲେଖିବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢିବା ବେଳକୁ ତାଙ୍କର ପ୍ରଥମ କବିତା ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେତେବେଳେ ଶଙ୍ଖ ପତ୍ରିକାରେ ସମ୍ପାଦକ ଥିଲେ ଜଳନ୍ଧର ଦେବ । ତାଙ୍କ ପ୍ରଥମ କବିତା ସଂକଳନ ୧୯୬୨ରେ ପ୍ରକାଶ ପାଇଥିଲା ଓ ପରେ ୨୦୧୫ରେ ତାଙ୍କ ରଚିତ ବିଭିନ୍ନ କବିତାକୁ ମିଶାଇ "ରାଗ ଯୋଗେଶ୍ୱରୀ" ନାମରେ ଏକ ସଂକଳନ ପ୍ରକାଶିତ ହୋଇଥିଲା । "ଇନ୍ଦ୍ରାୟୁଧ" ତାଙ୍କର ଏକ ଜଣାଶୁଣା କବିତା ସଂକଳନ ।[୪]

ଆଧାର[ସମ୍ପାଦନା]

  1. Mayadhar Mansinha (1962). History of Oriya literature. Sahitya Akademi.
  2. Orissa reference: glimpses of Orissa. TechnoCAD Systems. 2001.
  3. ନିତିଦିନ http://odishanewsnitidin.com/index.php?ID=22&PubId=4&period=1497052800&PageId=21598&ImgId=170764. Retrieved 14 June 2017. Missing or empty |title= (help)
  4. Durga Charan Parida (1962). Indrāẏudha. Pratibhā Prakāśa Bhabana.