ବିପିନ ନାୟକ
ବିପିନ ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଭୀମପୁର, ଟିକିଟି, ଗଞ୍ଜାମ | ୨୫ ଜୁଲାଇ ୧୯୫୦
କଟକ | |
ଜାତୀୟତା | ଭାରତୀୟ |
ବିପିନ ନାୟକ(ଜନ୍ମ : ୧୯୫୦) ଜଣେ ଓଡ଼ିଆ କବି ।[୧] ସେ ପାରମ୍ପରିକ ଛନ୍ଦଯୁକ୍ତ ଓ ଆଧୁନିକ ଛନ୍ଦହୀନ ଶୈଳିରେ କବିତା ଲେଖନ୍ତି । ସେ ନିଜ ପୁସ୍ତକ "ସ୍ୱରଚିତ୍ର" ପାଇଁ ସେ ୨୦୧୪ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ବିପିନ, ୧୯୫୦ ମସିହା ଜୁଲାଇ ୨୫ତାରିଖରେ ଗଞ୍ଜାମ ଜିଲ୍ଲାର ଟିକିଟି ତହସିଲ ଅନ୍ତର୍ଗତ ଭୀମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ରହିଆସିଥିବା ସାଂସ୍କୃତିକ ପରମ୍ପରାର ପ୍ରଭାବ ବିପିନଙ୍କ ଉପରେ ପିଲାବେଳୁ ପଡିଥିଲେ । ସ୍କୁଲରେ ପଢିବାବେଳରୁ ଲେଖାଲେଖି ଆରମ୍ଭ କରିଥିଲେ ମଧ୍ୟ ବହୁ ଆଦ୍ୟ କବିତା ଅନ୍ୟ କେହି ପଢିବା ଆଗରୁ ଫିଙ୍ଗିଦେଇଥିଲେ । ପ୍ରଥମ ପୁସ୍ତକ "ପାଦଶବ୍ଦ" ୧୯୯୩ ମସିହାରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକଟିରେ ପୂର୍ବ ଦଶବର୍ଷରେ ଲେଖା କବିତାମାନ ପ୍ରକାଶ ପାଇଥିଲା । ତାପରେ ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇଛି । ଜଣେ ଅର୍ଥନୀତି ଅଧ୍ୟାପକ ଭାବରେ ସେ ଖଲିକୋଟ ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରି ସେବାନିବୃତ୍ତ ହୋଇସାରିଛନ୍ତି ।[୨] ୨୦୧୭ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦକୁ ଗଞ୍ଜାମ ଜିଲ୍ଲା ପାଇଁ ମନୋନୀତ ହୋଇଥିଲେ ।[୩]
ରଚନାବଳୀ[ସମ୍ପାଦନା]
- ପାଦଶବ୍ଦ - ୧୯୯୩
- ନଈର ନକସା - ୧୯୯୬
- ପବନର ଝୋଟି - ୧୯୯୮
- ବନ୍ଦ ଘରର ବାସ୍ନା - ୨୦୦୨
- ଆଲୁଅର ଆତ୍ମଲିପି - ୨୦୦୭
- ସ୍ୱରଚିତ୍ର[୪]
- ଶବ୍ଦ ସଙ୍ଗୀତ(ଅଡ଼ିଓ ସିଡ଼ି)[୫]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪[୬]
- ↑ Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
- ↑ http://www.orissapost.com/poet-of-the-week-surreal-poetry-with-lyrical-outlook/
- ↑ http://odishan.com/19643
- ↑ ସମ୍ବାଦ ୦୫/୧୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦ http://www.sambadepaper.com/Details.aspx?id=399069&boxid=22349502. Retrieved 6 November 2017. Missing or empty
|title=
(help) - ↑ http://www.thehindu.com/todays-paper/tp-national/tp-otherstates/Of-the-music-of-the-words/article15147543.ece
- ↑ http://www.newindianexpress.com/states/odisha/2017/oct/29/state-sahitya-akademi-awards-for-24-litterateurs-1685990.html