ଶକୁନ୍ତଳା ଦେବୀ

ଉଇକିପିଡ଼ିଆ‌ରୁ
ଶକୁନ୍ତଳା ଦେବୀ
Born(1929-11-04)୪ ନଭେମ୍ବର ୧୯୨୯
Died୨୧ ଅପ୍ରେଲ ୨୦୧୩(2013-04-21) (ବୟସ ୮୪)
Cause of deathହୃଦାଘାତ
Nationalityଭାରତୀୟ
Other namesମାନବ କମ୍ପ୍ୟୁଟର
Occupation(s)ଗଣିତଜ୍ଞ, ଜ୍ୟୋତିଷ

ଶକୁନ୍ତଳା ଦେବୀ (ନଭେମ୍ବର ୪, ୧୯୨୯ - ୨୧ ଏପ୍ରିଲ, ୨୦୧୩) ଜଣେ ଭାରତୀୟ ଗଣିତଜ୍ଞ ଓ ବିସ୍ମୟକାରୀ ମାନସିକ ସଂଖ୍ୟା ଗଣକ ଥିଲେ, ଯିଏ ମାନବ କମ୍ପ୍ୟୁଟର ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ । ତାଙ୍କର ଜନ୍ମ ବେଙ୍ଗାଲୁରୁଠାରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ହୋଇଥିଲା ।

ଜୀବନୀ[ସମ୍ପାଦନା]

ବାଙ୍ଗାଲୋରର ଏକ ନୈଷ୍ଠିକ କନ୍ନଡ ବ୍ରାହ୍ମଣ ପରିବାରରେ ନଭେମ୍ବର ୪, ୧୯୨୯ ମସିହାରେ ଶକୁନ୍ତଳା ଦେବୀଙ୍କ ଜନ୍ମ ।[୧] ତାଙ୍କ ପିତା ଜଣେ ମନ୍ଦିର ପୁଜାରୀ ହେବା ପାଇଁ ରାଜି ନ ହୋଇ ଗୋଟିଏ ସର୍କସ ଦଳରେ ଯୋଗ ଦେଇଥିଲେ ।[୨] ଶକୁନ୍ତଳାଙ୍କୁ ଯେତେବେଳେ ମାତ୍ର ତିନି ବର୍ଷ ବୟସ, ଏକ ତାସ୍‌ ମ୍ୟାଜିକ ଶିଖାଇବାକୁ ଯାଇ ତାଙ୍କ ପିତା ଝିଅର ସଂଖ୍ୟାଗୁଡିକୁ ମନେରଖିବାର ଅଦ୍ଭୁତ କ୍ଷମତା ଲକ୍ଷ୍ୟ କରିପାରିଲେ । ପିତା ସର୍କସ ଛାଡି ଶକୁନ୍ତଳାଙ୍କୁ ନେଇ ତାଙ୍କର ଅଦ୍ଭୁତ ଗଣନା ଶକ୍ତି ପ୍ରଦର୍ଶନ କରିବା ନିମିତ୍ତ ରାସ୍ତାଘାଟରେ ଗଣିତ ଖେଳ ଦେଖାଇବା ଆରମ୍ଭ କଲେ । ଶକୁନ୍ତଳା ସେତେବେଳେ କୌଣସି ପ୍ରକାର ଔପଚାରିକ ଶିକ୍ଷା ଲାଭ କରି ନ ଥିଲେ । ଛଅବର୍ଷ ବେଳକୁ ସେ ମାନସିକ ଗଣନା ତଥା ମନେ ରଖିବାର ଅଦ୍ଭୁତ ଦକ୍ଷତା ମହୀଶୂର ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ ।

୧୯୪୪ରେ ଶକୁନ୍ତଳା ବାପାଙ୍କ ସହ ଲଣ୍ଡନ ଯାତ୍ରା କଲେ ।[୩]

ସଫଳତା ଓ ସମ୍ମାନ[ସମ୍ପାଦନା]

  • ଫିଲିପାଇନ୍‌ସ ୟୁନିଭରସିଟିଦ୍ୱାରା ୧୯୬୯ ମସିହାର ବର୍ଷର ଅତି ବିଶିଷ୍ଟ ମହିଳା ସମ୍ମାନ ସହ ସ୍ୱର୍ଣ୍ଣ ପଦକ ଲାଭ ।
  • ୧୯୮୮ରେ ୱ୍ୱାସିଂଟନ୍ D.C.ଠାରେ ଭାରତର ତତ୍କାଳୀନ ରାଷ୍ଟ୍ରଦୂତଙ୍କଦ୍ୱାରା ରାମାନୁଜ ଗାଣିତିକ ପ୍ରତିଭା(Ramanujan Mathematical Genius) ସମ୍ମାନରେ ସମ୍ମାନିତ । [୪]

ବହି[ସମ୍ପାଦନା]

  • Puzzles to Puzzle You (New Delhi: Orient, 2005). ISBN 978-81-222-0014-0
  • More Puzzles to Puzzle You (New Delhi: Orient, 2006). ISBN 978-81-222-0048-5
  • Book of Numbers (New Delhi: Orient, 2006). ISBN 978-81-222-0006-5
  • Perfect Murder (New Delhi: Orient, 1976),
  • Figuring: The Joy of Numbers (New York: Harper & Row, 1977), ISBN 978-0-06-011069-7,
  • In the Wonderland of Numbers (New Delhi: Orient, 2006). ISBN 978-81-222-0399-8
  • Super Memory: It Can Be Yours (New Delhi: Orient, 2011). ISBN 978-81-222-0507-7 (Sydney: New Holland, 2012). ISBN 978-1-74257-240-6,
  • Mathability: Awaken the Math Genius in Your Child[୫] (New Delhi: Orient, 2005). ISBN 978-81-222-0316-5
  • Astrology for You[୬] (New Delhi: Orient, 2005). ISBN 978-81-222-0067-6

ଆଧାର[ସମ୍ପାଦନା]

  1. "Science: Numbers Game". Time. 14 July 1952. Archived from the original on 21 July 2013. Retrieved 9 July 2013.
  2. Aditi Mishra; Siddarth Kumar Jain (22 April 2013). "She made learning maths as thrilling as magic". The Bangalore Mirror. Retrieved 9 July 2013.
  3. "India's math wizard, Shakuntala Devi". Yahoo! India News. 22 April 2013. Retrieved 9 July 2013.
  4. "About Shakuntala Devi" (PDF). Archived from the original (PDF) on 10 July 2012. Retrieved 5 November 2015.
  5. "The Sunday Tribune - Spectrum - Literature". Tribuneindia.com. 2003-04-20. Retrieved 2012-07-11.
  6. Devi, Shakuntala (2005-03-01). "Astrology for You". ISBN 978-81-222-0067-6. {{cite journal}}: Cite journal requires |journal= (help)

ବାହାର ଆଧାର[ସମ୍ପାଦନା]