କାଳୀଚରଣ ପଟ୍ଟନାୟକ
ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବାଙ୍କୀ, କଟକ ଜିଲ୍ଲା, ଓଡ଼ିଶା | ୨୩ ଡିସେମ୍ବର ୧୮୯୭
ମୃତ୍ୟୁ | ୨୪ ଜୁଲାଇ ୧୯୭୮ | (ବୟସ ୮୦)
ଭାଷା | ଓଡ଼ିଆ |
ବିଷୟ | ନାଟକ, ଓଡ଼ିଶୀ ସଙ୍ଗୀତ, ଗପ, ଏକାଙ୍କିକା, କବିତା |
ସାହିତ୍ୟର ଆନ୍ଦୋଳନ | ଓଡ଼ିଆ ନାଟ୍ୟ |
ସାହିତ୍ୟ କୃତି | ଓଡ଼ିଶା ଥିଏଟର୍ସ |
ପୁରସ୍କାର |
|
ସମ୍ପର୍କୀୟ | ଶ୍ୟାମାମଣି ପଟ୍ଟନାୟକ |
ଦସ୍ତଖତ |
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮)[୧] ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଥିଲେ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ୧୯୨୯ ମସିହାରେ "ସାକ୍ଷୀଗୋପାଳ ନାଟକ ସଂଘ' ଓ ୧୯୩୯ରେ "ଓଡ଼ିଶା ଥିଏଟର୍ସ' ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ । [୨] ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା ।[୩]
ବାଲ୍ୟଜୀବନ ଓ ଶିକ୍ଷା
[ସମ୍ପାଦନା]କାଳୀଚରଣ, ୧୮୯୭ ଡିସେମ୍ବର ୨୩ତାରିଖ, ବକୁଳ ଅମାବାସ୍ୟା ଦିନ ବାଙ୍କୀ ସହର ଉପକଣ୍ଠରେ ଥିବା ଖମାରଙ୍ଗ ଗ୍ରାମରେ ପିତା ଦୁର୍ଗାଚରଣ ପଟ୍ଟନାୟକ ଓ ମାତା ରାଧାମାଳୀ ଦେବୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ।[୪] ସେ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ । କାଳୀଚରଣଙ୍କ ପିତା ବଡ଼ମ୍ବାଗଡ଼ର ଦେବାନ ଥିଲେ । ତାଙ୍କର ପ୍ରାଥମିକ ଶିକ୍ଷା ସେ ଚର୍ଚ୍ଚିକା ପ୍ରାଥମିକ ବିଦ୍ୟାଳରେ ସମ୍ପନ୍ନ କରି ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରେ ମାଟ୍ରିକ ପଢ଼ିଥିଲେ । କଟକର ରେଭେନ୍ସା ମହାବିଦ୍ୟାଳୟରୁ ସେ ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ ।
ଓଡ଼ିଆ ସାହିତ୍ୟକୁ ଅବଦାନ
[ସମ୍ପାଦନା]ଖୋାର୍ଦ୍ଧା ସ୍କୁଲରେ ପଢୁଥିବା ସମୟରେ ସଙ୍ଗୀତ ନାଟକ ପ୍ରତି ଆସକ୍ତ କାଳୀଚରଣ ପ୍ରଥମେ ସଙ୍ଗୀତଜ୍ଞ ବାସୁଦେବ ମହାପାତ୍ର ଓ ପରେ ଓସ୍ତାଦ୍ ଖାନୁ ଖାଁ, ବନୱାରୀ ମିଶ୍ରଙ୍କ ଭଳି ବିଶାରଦଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବାଙ୍କୀର ମହାପର୍ବତ ଦେଖି 'ମହାପର୍ବତ' ନାମକ ଖଣ୍ଡକାବ୍ୟ ଓ 'କଳଙ୍କ ଭଞ୍ଜନମାଳା' ନାଟକ ରଚନା କରିବା ପରେ ଶିକ୍ଷକ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ପ୍ରକୃତି ବର୍ଣ୍ଣନା ପାଇଁ ଉପଦେଶ ତାଙ୍କର ରଚନାତ୍ମକ ଦୃଷ୍ଟିଭଙ୍ଗୀରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିଲା । ଗୋବିନ୍ଦଚନ୍ଦ୍ର ଶୂରଦେଓଙ୍କ ସମ୍ପର୍କରେ ଆସି ତାଙ୍କର ନାଟକ ସୁଲଭତା ବିକଶିତ ହୋଇଥିଲା । ରେଭେନ୍ସା କଲେଜରେ ପଢୁଥିବା ସମୟରେ 'କଳାହାଣ୍ଡିଆ ମେଘ' ନାମରେ ସେ ପ୍ରଥମ କବିତା ଲେଖିଥିଲେ । କବିତାଟି ପଢ଼ି ମଧୁସୂଦନ ରାଓ ତାଙ୍କୁ ୧୦୦ଟଙ୍କା ପୁରସ୍କାର ଦେଇଥିଲେ । ୧୯୧୮ ମସିହାରେ ଆଇ.ଏ. ପଢ଼ିବାବେଳେ ସେ ପ୍ରଥମ ନାଟକ ଧ୍ରୁବ ରଚନା କରିଥିଲେ ମଧ୍ୟ ତାଙ୍କର ପ୍ରଥମ ସାମାଜିକ ନାଟକ ଥିଲା ୧୯୩୪ ମସିହାରେ ରଚିତ ପ୍ରତିଶୋଧ । ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ ସେ ରଚନା କରିଯାଇଛନ୍ତି ବହୁ ନୃତ୍ୟ ନାଟିକା, କାବ୍ୟ ନାଟିକା, ଗଳ୍ପ, ଉପନ୍ୟାସ ଓ କବିତା ।[୫]
ନୃତ୍ୟନାଟିକା (ଲୀଳା ନାଟକ)[ସମ୍ପାଦନା]
|
ଗଳ୍ପ ସଂଗ୍ରହ[ସମ୍ପାଦନା]
|
ଶିଶୁ ସାହିତ୍ୟ[ସମ୍ପାଦନା]
|
ଏକାଙ୍କିକା[ସମ୍ପାଦନା]ତାଙ୍କ ଲିଖିତ ଜୀବିତ ତର୍ପଣ ଓଡ଼ିଆ ଭାଷାର ପ୍ରଥମ ଏକାଙ୍କିକା ।
ଆତ୍ମ ଜୀବନୀ[ସମ୍ପାଦନା]
|
ଓଡ଼ିଆ ସଙ୍ଗୀତକୁ ଅବଦାନ
[ସମ୍ପାଦନା]- ସଙ୍ଗୀତ ସାର
- ଗୀତ ମଞ୍ଜରୀ
- କବିଚନ୍ଦ୍ର ଗୀତାବଳୀ (ଓଡ଼ିଶୀ ଭାଗ)
- କବିଚନ୍ଦ୍ର ଗୀତାବଳୀ (ଲଘୁ ସଂଗୀତ ଭାଗ)
- କବିଚନ୍ଦ୍ର ଗୀତାବଳୀ (ଭଜନ ଓ ଜଣାଣ)
- କବିଚନ୍ଦ୍ର ଗୀତାବଳୀ (ପଲ୍ଲୀଗୀତ ଭାଗ)
- କବିଚନ୍ଦ୍ର ଗୀତାବଳୀ (କୀର୍ତ୍ତନ ଭାଗ)
- ସଙ୍ଗୀତ ଓ ହାର୍ମୋନିୟମ ଶିକ୍ଷା
- ପିଲାଙ୍କ ସଙ୍ଗୀତ ଶିକ୍ଷା
- ଓଡ଼ିଶୀ ସଙ୍ଗୀତର ରୂପରେଖ
- ରକ୍ତ ଝଙ୍କାର
- ବରଣ ଡାଲା
- ସପ୍ତସୁରୀ
- ସୁରଲେଖା (ଗୀତ ଓ ସ୍ୱରଲିପି)
- ଚମ୍ପୂ-ସ୍ୱରଲିପି
- ଆମ ଓଡ଼ିଆ ସଙ୍ଗୀତ
ଓଡ଼ିଆ କଥାଚିତ୍ରକୁ ଅବଦାନ
[ସମ୍ପାଦନା]କାଳୀଚରଣ ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଲଳିତା (୧୯୪୯) ଓ ମାଟିର ମଣିଷ (୧୯୬୭) ପାଇଁ ଗୀତ ରଚନା କରିଥିଲେ। ସେ ଲଳିତା କଥାଚିତ୍ରର ନିର୍ଦ୍ଦେଶକ ଥିଲେ।[୬]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ଗଜପତି ରାମଚନ୍ଦ୍ର ଦେବଙ୍କର ରାଜଦରବାରରେ ଏକଦା ସଭାକବି ଓ ରାଜ-ସଙ୍ଗୀତଜ୍ଞ ପଦବୀ ଅଳଂକୃତ କରିଥିବା କାଳୀଚରଣ ଗଜପତିଙ୍କଦ୍ୱାରା ୧୯୨୬ ମସିହା ସୁନିଆଁ ଦିନ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ୱୀକୃତି ଓ ଆଜ୍ଞା ଦେଇଥିଲେ । ଏହାପରେ ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜଦ୍ୱାରା "ନାଟ୍ୟାଚାର୍ଯ୍ୟ', କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ଡି.ଲିଟ୍ ଉପାଧି[୭] ଓ ୧୯୭୭ ମସିହାରେ ଆତ୍ମଜୀବନୀ ଗ୍ରନ୍ଥ-କୁମ୍ଭାର ଚକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୭୪ ମସିହାରେ ଭାରତ ସରକାରଙ୍କଦ୍ୱାରା ପ୍ରଦତ୍ତ "ପଦ୍ମଶ୍ରୀ' ସମ୍ମାନ (ଯୁଗ୍ମ ବିଜେତା)କୁ ସେ ପ୍ରତ୍ୟାଖ୍ୟାନ କରିଥିଲେ ।[୮]
- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୭
- ଡି ଲିଟ, ୧୯୭୫
- ଫେଲୋସିପ୍ (ରତ୍ନ ସଦସ୍ୟ)- କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ୧୯୬୮[୯]
- ନାଟ୍ୟାଚାର୍ଯ୍ୟ, ୧୯୪୪ - ଉତ୍କଳ ସାହିତ୍ୟ ସମାଜ
- କବିଚନ୍ଦ୍ର, ୧୯୨୬[୧୦]
- ପଦ୍ମଶ୍ରୀ ପୁରସ୍କାର ସେ ପ୍ରତ୍ୟାଖ୍ୟାନ କରିଥିଲେ
କାଳୀଚରଣ ୧୯୭୮ ମସିହା ଜୁଲାଇ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।
ରେକର୍ଡ଼ କରିଥିବା ଗୀତ
[ସମ୍ପାଦନା]ଗ୍ରାମୋଫୋନ ରେକର୍ଡ଼ | |||
---|---|---|---|
କ୍ରମ | ଗୀତ | କବି | ସମୟ |
1. | "କାହ୍ନୁ ଗୁଣେ ତୋ ଋଣୀ ବ୍ରଜଧାମେ ବ୍ରଜନାରୀ" | କାଳୀଚରଣ ପଟ୍ଟନାୟକ | |
2. | "ଚାକିରି ଝକମାରି ଏ ଜନମେ ନାହିଁ କରି" | କାଳୀଚରଣ ପଟ୍ଟନାୟକ |
ଚାକିରି ଝକମାରି ଗୀତଟି ବିଷୟରେ କବିଚନ୍ଦ୍ର ବିସ୍ତୃତ ଭାବେ ନିଜ ଆତ୍ମଜୀବନୀ କୁମ୍ଭାରଚକରେ ଲେଖିଛନ୍ତି ।
ଆଧାର
[ସମ୍ପାଦନା]- ↑ "କୁମ୍ଭାର ଚକର କାରୀଗର:କବିଚନ୍ଦ୍ର କାଳୀଚରଣ". suryaprava.co.in. Archived from the original on ୨୪ ଜାନୁଆରୀ ୨୦୨୧. Retrieved 24 January 2021.
{{cite web}}
: Check date values in:|archive-date=
(help) - ↑ http://www.indianetzone.com/51/odissi_musicians.htm
- ↑ "ଆର୍କାଇଭ୍ କପି". /www.orissadiary.com. orissa diary. Archived from the original on 21 July 2016. Retrieved 19 July 2019.
{{cite web}}
: Cite has empty unknown parameter:|1=
(help) - ↑ http://www.bankiorissa.com/kalicharanpattanaik.html[permanent dead link]
- ↑ ଦେବୀ, ଅରୁନ୍ଧତୀ (୨୪ ଡିସେମ୍ବର ୨୦୧୪). "କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ" (PDF). ପର୍ଯ୍ୟବେକ୍ଷକ. pp. ୪. Archived from the original (PDF) on 2016-03-05. Retrieved 24 ଡିସେମ୍ବର 2014.
{{cite web}}
: Check date values in:|date=
(help) - ↑ "ଆର୍କାଇଭ୍ କପି". Archived from the original on 2018-01-30. Retrieved 2014-06-04.
{{cite web}}
: Cite has empty unknown parameter:|1=
(help) - ↑ ପଟ୍ଟନାୟକ, କବିଚନ୍ଦ୍ର ଡକ୍ଟର କାଳୀଚରଣ (1975). କୁମ୍ଭାର ଚକ. ବାଲୁବଜାର କଟକ-୨: କଟକ ଷ୍ଟୁଡେଣ୍ଟ୍ସ ଷ୍ଟୋର. pp. ୪୧୩-୪୧୬.
{{cite book}}
: CS1 maint: location (link) - ↑ ବେହେରା, ଭରତ ଚନ୍ଦ୍ର (୨୩ ଡିସେମ୍ବର ୨୦୧୪). "ଓଡ଼ିଶୀ ଆକାଶର ଚନ୍ଦ୍ର". ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼. Retrieved ୨୪ ଡିସେମ୍ବର ୨୦୧୪.
{{cite web}}
: Check date values in:|accessdate=
and|date=
(help) - ↑ ପଟ୍ଟନାୟକ, କବିଚନ୍ଦ୍ର ଡକ୍ଟର କାଳୀଚରଣ (1975). କୁମ୍ଭାର ଚକ. ବାଲୁବଜାର କଟକ-୨: କଟକ ଷ୍ଟୁଡେଣ୍ଟ୍ସ ଷ୍ଟୋର. pp. ୩୮୦-୩୮୩.
{{cite book}}
: CS1 maint: location (link) - ↑ "କଳାର କିମ୍ବଦନ୍ତୀ". dharitri.com. Archived from the original on 7 June 2022. Retrieved 24 January 2021.