ମନୋରମା ବିଶ୍ୱାଳ ମହାପାତ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ମନୋରମା ବିଶ୍ୱାଳ ମହାପାତ୍ର
ManoramaBiswalMohapatra KLF.jpg
ଜନ୍ମ ୨୭ ନଭେମ୍ବର ୧୯୪୮ (1948-11-27) (୭୦ ବର୍ଷ)
ଜଗାଇ, ବାଲେଶ୍ୱର ଜିଲ୍ଲା
ସମାଧି ସ୍ଥଳ ଭୁବନେଶ୍ୱର
ବୃତ୍ତି ଅଧ୍ୟାପନା
ଭାଷା ଓଡ଼ିଆ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ପି.ଏଚ.ଡି.
ଶିକ୍ଷାନୁଷ୍ଠାନ ବିଶ୍ୱଭାରତୀ, କଲିକତା
ସମୟ ଆଧୁନିକ ଯୁଗ
ଶୈଳୀ କବିତା, ପ୍ରବନ୍ଧ, ଶିଶୁସାହିତ୍ୟ
ସାହିତ୍ୟ କୃତି ଫାଲଗୁନି ତିଥିର ଝିଅ
ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଦସ୍ତଖତ ବାଲେଶ୍ୱରର ଶାନ୍ତିକାନନଠାରେ ନିଆଯାଇଥିବା ଦସ୍ତଖତ

ମନୋରମା ବିଶ୍ୱାଳ ମହାପାତ୍ର (ଜନ୍ମ ୨୭ ନଭେମ୍ବର ୧୯୪୮)[୧] ଜଣେ ଓଡ଼ିଆ କବୀ, ଗାଳ୍ପିକା, ଔପନ୍ୟାସିକା ଓ ଶିଶୁସାହିତ୍ୟିକା । ଓଡ଼ିଆ ସାହିତ୍ୟରେ ନାରୀ ଓ ନାରୀପଣକୁ କେନ୍ଦ୍ର କରି ଗଢ଼ିଉଠିଥିବା ଅନେକ ସାହିତ୍ୟ ସେ ତିଆରି କରିଛନ୍ତି । [୨] ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ, ତାଙ୍କ ରଚିତ ପ୍ରଥମ କବିତା ସଂକଳନ 'କିଶଳୟ' ପ୍ରକାଶ ପାଇଥିଲା ।

ଜୀବନକାଳ[ସମ୍ପାଦନା]

ମନୋରମା ବାଲେଶ୍ୱର ଜିଲ୍ଲାରେ ଥିବା ଜଗାଇ ଗାଁରେ ନଭେମ୍ବର ୨୭, ୧୯୪୮ରେ ଜନ୍ମଗ୍ରହଣ କରିଥିଲେ । ସେ କଲିକତାର ଶାନ୍ତିନିକେତନଠାରେ ଶିକ୍ଷାଲାଭ କରିଥିଲେ । ସେ ଭୁବନେଶ୍ୱରର ବି.ଜେ.ବି ମହାବିଦ୍ୟାଳୟରେ ପ୍ରାଧ୍ୟାପିକା ଭାବରେ କାମ କରିଥିଲେ । ଗୀତିକାର ଭାବରେ ମନୋରମା ବିଶ୍ୱାଳ ମହାପାତ୍ରଙ୍କର 'ଅଧାଲେଖା ଚିଠି' ନାମରେ ଏକ ଆଲବମ ପ୍ରସ୍ତୁତ ହୋଇ ଲୋକପ୍ରିୟ ହୋଇପାରିଛି [୩]। ତାଙ୍କ କବିତା ସଙ୍କଳନକୁ ତାମିଲ ଭାଷାରେ ଅନୁବାଦ କରି, ବିଶିଷ୍ଟ ଅନୁବାଦକ ଇନ୍ଦ୍ରନ (ବି. ଜି. ରାଜେନ୍ଦ୍ରନ) ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । [୪] ସେ ଗ୍ରୀସରେ ଅନୁଷ୍ଠିତ ବିଶ୍ୱ କବି କଂଗ୍ରେସ ସେମିନାରରେ ଯୋଗଦାନ କରିଛନ୍ତି । [୫]

ରଚନାବଳୀ[ସମ୍ପାଦନା]

ମାନ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]