ଆଚାର୍ଯ୍ୟ ହରିହର

ଉଇକିପିଡ଼ିଆ‌ରୁ
ଆଚାର୍ଯ୍ୟ

ହରିହର ଦାସ
ସୁନାମଣି ସାମଲଙ୍କଦ୍ୱାରା ଅଙ୍କିତ
Born
ହରିହର ବ୍ରହ୍ମା

(1879-03-08)୮ ମାର୍ଚ୍ଚ ୧୮୭୯


(ଫାଲ୍‌ଗୁନ ପୂର୍ଣ୍ଣିମା)
ଶ୍ରୀରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, ପୁରୀ ଜିଲ୍ଲା
Died୨୧ ଫେବୃଆରୀ ୧୯୭୧(1971-02-21) (ବୟସ ୯୧)
Nationalityଭାରତୀୟ
Occupationଶିକ୍ଷକ
Notable workଭଗବତ ଗୀତାର ଅନୁବାଦ, Child's Easy First Grammar
Parent(s)ମହାଦେବ ବ୍ରହ୍ମା, ଶ୍ରଦ୍ଧାଦେବୀ

ଆଚାର୍ଯ୍ୟ ହରିହର (୮ ମାର୍ଚ୍ଚ ୧୮୭୯ -୨୧ ଫେବୃଆରୀ ୧୯୭୧)[୧] ଓଡ଼ିଶାରେ ଜନ୍ମିତ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ସମାଜସେବୀ ଥିଲେ । ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ରୂପେ ସତ୍ୟବାଦୀର ସାହିତ୍ୟ-କର୍ମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ । [୨]ସେ ଭଗବତ ଗୀତାର ଅନୁବାଦ ଓ ପିଲାଙ୍କ ବ୍ୟାକରଣ ପ୍ରଭୃତି ରଚନା କରିଥିଲେ । [୩]

ଜନ୍ମ ଓ ବାଲ୍ୟଜୀବନ[ସମ୍ପାଦନା]

ଆଚାର୍ଯ୍ୟ ହରିହରଙ୍କ ଜନ୍ମ ଖ୍ରୀ. ଅ. ୧୮୭୯ରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁରରେ ହୋଇଥିଲା । ତାଙ୍କ ମାତାଙ୍କ ନାମ ଶ୍ରଦ୍ଧାଦେବୀ ଓ ପିତାଙ୍କ ନାମ ମହାଦେବ ବ୍ରହ୍ମା ଥିଲା । ତାଙ୍କର ବାଲ୍ୟ ଶିକ୍ଷା ଗାଁ ଚାହାଳୀରେ ହୋଇଥିଲା ଓ ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ଯୋଗଦାନ କରିଥିଲେ । ରେଭେନ୍ସା କଲେଜରୁ ଏଫ ଏ ପାସ କଲା ପରେ ସେ ଆଇନ ଶିକ୍ଷା ପାଇଁ କଲିକତା ଯାଇଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ପ୍ରଭୁତି ତାଙ୍କର ଛୋଟ ବେଳର ବନ୍ଧୁ ଥିଲେ ।

ଟୀକା[ସମ୍ପାଦନା]

  1. "Acharya Harihara" (PDF). Government of Odisha. Retrieved 11 November 2016.
  2. "An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu". academia.edu. 2012. Retrieved 20 June 2012. Acharya Harihar Das (1881-1971), a serving teacher who joined Satyavadi in 1912.
  3. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୨୫