ନନ୍ଦ କିଶୋର ବଳ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପଲ୍ଲୀକବି
ନନ୍ଦ କିଶୋର ବଳ
ପଲ୍ଲୀକବି ନନ୍ଦ କିଶୋର ବଳ
ଜନ୍ମ ଓ ଜନ୍ମସ୍ଥାନ ରସାନନ୍ଦ ଜେନା
୨୨ ଡିସେମ୍ବର ୧୮୭୫(1875-12-22)
କୁସୁପୁର, କଟକ, ଓଡ଼ିଶା
ତିରୋଧାନ ୧ ଜୁଲାଇ, ୧୯୨୮ (୫୨ ବର୍ଷ)
ଜାତୀୟତା  ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ବାପା ମା ଭଜନାନନ୍ଦ ଜେନା, ହିରଣ୍ମୟୀ ଦେବୀ

ନନ୍ଦ କିଶୋର ବଳ (୨୨ ଡିସେମ୍ବର ୧୮୭୫-୧ ଜୁଲାଇ ୧୯୨୮) ଓଡ଼ିଆ ସାହିତ୍ୟର ପ୍ରାକ-ଆଧୁନିକ କାଳର ଜଣେ କବି ଥିଲେ । ସେ ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ ।[୧]

ଜୀବନକାଳ[ସମ୍ପାଦନା]

ସେ ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ କୁସୁପୁର ଗାଆଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ମୟୀ ଦେବୀ । ଶୈଶବରେ ସେ "ରସାନନ୍ଦ ଜେନା" ନାମରେ ପରିଚିତ ଥିଲେ, ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ "ନନ୍ଦକିଶୋର ବଳ" ଭାବରେ ପରିଚିତ ହେଲେ । ବାଲ୍ୟଜୀବନ କୁସୁପୁରରେ ହିଁ କଟିଥିଲା । ଗାଁ ସ୍କୁଲରୁ ଆରମ୍ଭ କରି, ସେ କଟକର ଟାଉନ ସ୍କୁଲ, ରେଭେନ୍‌ସା କଲିଜିଏଟ ସ୍କୁଲ, କେନ୍ଦ୍ରାପଡା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।

ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ଵାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦ କିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । କିଛି ବର୍ଷ ପରେ, ସେ ସ୍କୁଲ ସବ୍-ଇନସିପେକ୍ଟର ଭାବେ ପଦୋନ୍ନତି ପାଇଥିଲେ । ଏହି ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା । ଏହି କାରଣରୁ, ସେ ସ୍ଵେଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ । କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ପୁନର୍ବାର କଟକ ଆସିବାକୁ ପଡିଥିଲା ।

୧୯୨୮ ମସିହା ଜୁଲାଇ ୧ତାରିଖରେ, ବାଉନ ବର୍ଷ ବୟସରେ ନନ୍ଦ କିଶୋର ଇହଲିଳା ସମ୍ବରଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

ନନ୍ଦ କିଶୋର, କଲେଜର ପଢିଲା ବେଳୁହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ । ନିଜର ପ୍ରଥମ ପ୍ରବନ୍ଧକୁ ସେ "ପଲ୍ଲୀ ଚିତ୍ର" ନାମରେ କବିତାର ରୂପ ଦେଇଥିଲେ । ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟିଉଠିଥାଏ । ପିଲାମାନଙ୍କ ପାଇଁ ତାଙ୍କଦ୍ଵରା ରଚିତ "ନାନା ବାୟା ଗୀତ" ଓଡ଼ିଶାର ପୁରପଲ୍ଲିରେ ବେଶ୍ ପ୍ରଚଳିତ ।[୨] ସେ ୧୦୦ରୁ ଅଧିକ ସନେଟ ମଧ୍ୟ ଲେଖିଯାଇଛନ୍ତି । ତାଙ୍କ ସନେଟ ଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୁଷ୍ଟ ।[୩]

ନନ୍ଦ କିଶୋରଙ୍କ ନାନାବାୟା ଗୀତ :

ମେଘ ବରଷିଲା ଟୁପୁରୁ ଟୁପୁରୁ
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।

[୪]

୧୯୨୫ରେ ସେ କନକଲତା (ଉପନ୍ୟାସ) ନାମରେ ଉପନ୍ୟାସଟିଏ ମଧ୍ୟ ରଚିଯାଇଛନ୍ତି । ଏହା ଧାରାବାହିକ ଭାବରେ ୧୯୧୩ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା । ଗାଉଁଲି ସରଳ ଜୀବନକୁ ଯୌତୁକବାଳବିବାହ କିପରି କଳୁଷିତ କରିଥାଏ ତାହାର ଛବି ଏଥିରୁ ଦେଖିବାକୁ ମିଳିଥାଏ । କନକଲତା ଉପନ୍ୟାସ ସମ୍ପର୍କରେ ଡ଼ ମାୟାଧର ମାନସିଂହ କହିଥିଲେ :

ଉପନ୍ୟାସଟି ପଲ୍ଲୀ ଜୀବନର ଓ ପଲ୍ଲୀ ପ୍ରକୃତିର ସୌରଭ ବିତରଣ କରେ॥

ନନ୍ଦ କିଶୋରଙ୍କଦ୍ଵାରା ରଚିତ ପୁସ୍ତକ:

ନନ୍ଦ କିଶୋରଙ୍କ ପଦ୍ୟାବଳୀ ଗୁଡିକର ମୂଲ୍ୟାୟନ କରି, ବ୍ୟାସକବି ଫକୀର ମୋହନ କହିଥିଲେ :

ପଢିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା,
କେହି କେବେ କହିନାହିଁ ଏ ପ୍ରକାର କଥା॥

[୬]

ଆଧାର[ସମ୍ପାଦନା]