ସରଳା ପତ୍ରୀ
ଦେଖଣା
ସରଳା ପତ୍ରୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଟକ ଜିଲ୍ଲା | ୧୫ ଡିସେମ୍ବର ୧୯୪୧
ମୃତ୍ୟୁ | କଟକ |
ବୃତ୍ତି | ଶିଶୁ ସାହିତ୍ୟିକ |
ଭାଷା | ଓଡ଼ିଆ |
ଜାତୀୟତା | ![]() |
ନାଗରିକତା | ![]() |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବାଳିକା ବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୧] |
ସରଳା ପତ୍ରୀ ଜଣେ ଓଡ଼ିଆ ଶିଶୁ ସାହିତ୍ୟିକା । ସେ ନନ୍ଦନକାନନ ଶିଶୁ ପତ୍ରିକାର ସମ୍ପାଦକ ।[୨][୩] ତାଙ୍କ ରଚିତ ଆମେ ସବୁ ଏକ ବହି ପାଇଁ ସେ ୧୯୯୪ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପତ୍ରୀ ୧୯୪୧ ମସିହା ଡିସେମ୍ବର ୧୫ ତାରିଖରେ ଓଡ଼ିଶାର କଟକରେ ଜନ୍ମଲାଭ କରିଥିଲେ । ସେ ରେଭେନ୍ସା ବାଳିକା ବିଦ୍ୟାଳୟରେ ସ୍କୁଲ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଶିକ୍ଷାଲାଭ କରିଥିଲେ ।
ସାହିତ୍ୟ ରଚନା
[ସମ୍ପାଦନା]ସରଳା ନିଜେ ଓଡ଼ିଆ ଶିଶୁସାହିତ୍ୟ ରଚନା ସହିତ ୧୯୮୮ ମସିହାରୁ ଶିଶୁ ସାହିତ୍ୟ ପତ୍ରିକା ନନ୍ଦନକାନନ ପତ୍ରିକା ପ୍ରକାଶ କରିଆସୁଛନ୍ତି ।[୫]
ରଚନାବଳୀ
[ସମ୍ପାଦନା]- ଧଳା ଠେକୁଆ
- ଆମେ ସବୁ ଏକ
- କୁହୁକ ମୁଣି
- କୁମୁନ ଓ ନୀଳପରୀ
- ଚିତ୍ର କାହାଣୀ
- କୁନି ରୋବଟ୍
- ପ୍ରଜାପତି ତୁ ଉଡ଼ିଯା
- ଟିକି ଝିଅ ଲତା
- ଖେଳନା କୁକୁର
- ଟିକନ୍ ଓ ଟିଙ୍କଲ୍
- ଟିକି ବୈଜ୍ଞାନିକ
- ଦେଶ ସେବା
- ସୁନା ବତକ
ପୁରସ୍କାର
[ସମ୍ପାଦନା]ସରଳା ପତ୍ରୀ ତାଙ୍କର ଶିଶୁ ସାହିତ୍ୟ ବହି ଆମେ ସବୁ ଏକର ରଚନା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Orissa Reference Annual (PDF). Bhubaneswar: Government of Odisha. 2011. p. 8.
- ↑ Barik, Bibhuti (January 6, 2009). "It's a tough job to run an Oriya children's magazine". Retrieved March 30, 2016.[permanent dead link]
- ↑ Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. 2009. pp. 73–. ISBN 978-81-8450-151-3.
- ↑ http://odishasahityaakademi.org/English/sahitya-award7.php
- ↑ "ଆର୍କାଇଭ୍ କପି". Archived from the original on 2024-12-02. Retrieved 2025-01-21.
{{cite web}}
: Cite has empty unknown parameter:|1=
(help)