ପ୍ରଫୁଲ୍ଲତା ମହାପାତ୍ର
ପ୍ରଫୁଲ୍ଲତା ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ |
କାଶୀପୁର, ରାୟଗଡ଼ା ଜିଲ୍ଲା, ଓଡ଼ିଶା, ଭାରତ[୧] | ୧ ଜାନୁଆରୀ ୧୯୪୨
ମୃତ୍ୟୁ | ୯ ସେପ୍ଟେମ୍ବର ୨୦୨୧[୧] ଭୁବନେଶ୍ୱର | (ବୟସ ୭୯)
ସମାଧି ସ୍ଥଳ | ପୁରୀ[୧] |
ବୃତ୍ତି | ଲେଖିକା |
ସମୟ | ୧୯୬୦–୨୦୨୧ |
ଶୈଳୀ |
|
ଜୀବନ ସାଥି | |
ସନ୍ତାନ | ୨ ଝିଅ |
ପ୍ରଫୁଲ୍ଲତା ମହାପାତ୍ର (୧ ଜାନୁଆରୀ ୧୯୪୨ - ୯ ସେପ୍ଟେମ୍ବର ୨୦୨୧) ଜଣେ ଭାରତୀୟ-ଓଡ଼ିଆ ଲେଖିକା ଥିଲେ । ତାଙ୍କର ରଚନାଗୁଡ଼ିକ ପ୍ରଧାନତଃ ଶିଶୁ ସାହିତ୍ୟ, କବିତା, ଗଳ୍ପ ଓ ଉପନ୍ୟାସ ଥିଲା ।[୨][୩] ତାଙ୍କ ରଚିତ ଉପନ୍ୟାସଗୁଡ଼ିକ ମଧ୍ୟରେ ବ୍ୟର୍ଥ ରାଗିଣୀ, ପ୍ରଥମ କଦମ୍ବ ଫୁଲ, ତାପସୀ ତପସ୍ୟା, ହୃଦୟେ ପ୍ରବାସ,[୪] ନିଃଶବ୍ଦ ସଂଳାପ, କେବେ ଦିନେ, ଅନ୍ୟ ଅନୁଭୂତି, ମାଟିରୁ ଆକାଶ, ଗଳ୍ପ ପୁସ୍ତକ ଭିତରେ ସବୁଜ ବନଭୂଇଁ[୫], ଛିନ୍ନତନ୍ତ୍ରୀର ସ୍ବର, କବିତା ସଂକଳନ ଆସ ଯିବା ପଦ୍ମବନ, ଏବଂ ଶିଶୁ ସାହିତ୍ୟ ରଚନା ପରୀ ରାଇଜ ଓ ଆକାଶ କୁସୁମ ଆଦି ରଚନା ଉଲ୍ଲେଖନୀୟ ।[୧]
୨୦୨୧ ସେପ୍ଟେମ୍ବର ୯ ତାରିଖ ରାତି ୩ଟା ସମୟରେ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।[୧]
ଜୀବନୀ[ସମ୍ପାଦନା]
ପ୍ରଫୁଲ୍ଲତା ମହାପାତ୍ର ୧୯୪୨ ମସିହା ଜାନୁଆରୀ ୧ ତାରିଖରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର କାଶୀପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଅବସରପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟ ପ୍ରାଧ୍ୟାପକ ତଥା ସାରଳା ଦାସଙ୍କ 'ଚଣ୍ଡୀପୁରାଣ'ର ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କୁ ବିବାହ କରିଥିଲେ । ଦମ୍ପତ୍ତିଙ୍କର ଦୁଇଜଣ ଝିଅ ଅଛନ୍ତି ।[୧]
୨୦୨୧ ସେପ୍ଟେମ୍ବର ୯ ତାରିଖ ରାତି ୩ଟା ସମୟରେ ତାଙ୍କର ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାହା ପରଦିନ ସେପ୍ଟେମ୍ବର ୧୦ ତାରିଖ ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା ।[୧]
ରଚନାବଳୀ[ସମ୍ପାଦନା]
ତାଙ୍କର ରଚନାବଳୀ ପ୍ରାୟତଃ ୧୯୬୦ ପରେ ପ୍ରକାଶିତ ହୋଇଥିଲା ।[୧]
ଉପନ୍ୟାସ[ସମ୍ପାଦନା]
- ବ୍ୟର୍ଥ ରାଗିଣୀ
- ପ୍ରଥମ କଦମ୍ବ ଫୁଲ
- ତାପସୀ ତପସ୍ୟା
- ହୃଦୟେ ପ୍ରବାସ[୪]
- ନିଃଶବ୍ଦ ସଂଳାପ
- କେବେ ଦିନେ
- ଅନ୍ୟ ଅନୁଭୂତି
- ମାଟିରୁ ଆକାଶ
ଗଳ୍ପ ପୁସ୍ତକ[ସମ୍ପାଦନା]
- ସବୁଜ ବନଭୂଇଁ[୫]
- ଛିନ୍ନତନ୍ତ୍ରୀର ସ୍ବର
କବିତା ସଂକଳନ[ସମ୍ପାଦନା]
- ଆସ ଯିବା ପଦ୍ମବନ
ଶିଶୁ ସାହିତ୍ୟ[ସମ୍ପାଦନା]
- ପରୀ ରାଇଜ
- ଆକାଶ କୁସୁମ
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "ଲେଖିକା ପ୍ରଫୁଲ୍ଲତା ମହାପାତ୍ରଙ୍କ ପରଲୋକ". www.batoi.com. ଓଡ଼ିଶା୩୬୦. ୧୦ ସେପ୍ଟେମ୍ବର ୨୦୨୧. Retrieved ୧୨ ସେପ୍ଟେମ୍ବର ୨୦୨୧.
{{cite news}}
: Check date values in:|accessdate=
and|date=
(help) - ↑ Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.
- ↑ ପଣ୍ଡା, ଶୁଭ୍ରାଂଶୁ (12 January 2016). "କାଦମ୍ବିନୀ ଜାତୀୟ ଲେଖକ ସମ୍ମିଳନୀ: ଓଡ଼ିଶାର ସବୁଠୁ ବଡ଼ ସାହିତ୍ୟ ମେଳା". YourStory.com. YourStory. Retrieved 12 September 2021.
- ↑ ୪.୦ ୪.୧ Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.
- ↑ ୫.୦ ୫.୧ Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.