କାର୍ତ୍ତିକ ଚନ୍ଦ୍ର ରଥ

ଉଇକିପିଡ଼ିଆ‌ରୁ
(କାର୍ତ୍ତିକଚନ୍ଦ୍ର ରଥରୁ ଲେଉଟି ଆସିଛି)
କାର୍ତ୍ତିକ ଚନ୍ଦ୍ର ରଥ
ଜନ୍ମ ଓ ଜନ୍ମସ୍ଥାନ(1949-03-21)୨୧ ମାର୍ଚ୍ଚ ୧୯୪୯
ବ୍ରହ୍ମପୁର
ମୃତ୍ୟୁ୧ ଅପ୍ରେଲ ୨୦୧୯(2019-04-01) (ବୟସ ୭୦)
ବୃତ୍ତିପ୍ରାଧ୍ୟାପକ (ଅର୍ଥନୀତି ବିଭାଗ)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବିଷୟନାଟକ, ଏକାଙ୍କିକା, ନୃତ୍ୟନାଟିକା
ସାହିତ୍ୟ କୃତିନିଃସଙ୍ଗ ବିସର୍ଗ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

କାର୍ତ୍ତିକ ଚନ୍ଦ୍ର ରଥ (୨୧ ମାର୍ଚ୍ଚ ୧୯୪୯ - ୧ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ନାଟ୍ୟକାର ।[୧] ସେ ୧୦୦ରୁ ଉର୍ଦ୍ଧ ନାଟକ ରଚନା କରିସାରିଛନ୍ତି ଓ ୧୯୯୩ ମସିହାରୁ କଟକରେ ବିଶ୍ୱ ନାଟ୍ୟ ମେଳା (ଇଣ୍ଡିଆ ଥିଏଟର ଅଲମ୍ପିଆଡ଼)ର[୨] ଆୟୋଜନ କରିଆସୁଛନ୍ତି ।[୩]

ଜୀବନୀ[ସମ୍ପାଦନା]

କାର୍ତ୍ତିକ ଚନ୍ଦ୍ର, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪] ରେଭେନ୍‌ସା କଲିଜିଏଟ ସ୍କୁଲରେ ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ "ଏଇ ଦେଶ ଏଇ ମାଟି" ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ "ଜୀବନ ଯଜ୍ଞ" । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ୧୯୮୯ରେ କଟକ ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ "କଟକ ନଗର ବରଷ ହଜାର" । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ୱ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା । ୨୦୧୯ ମସିହା ଅପ୍ରେଲ ୧ ତାରିଖ ଦିନ କଟକଠାରେ[୫] ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହେଇଥିଲା ।[୬]

ରଚନାବଳୀ[ସମ୍ପାଦନା]

ନାଟକ[ସମ୍ପାଦନା]

  • ଏଇ ଦେଶ ଏଇ ମାଟି
  • ଅସ୍ତସୂର୍ଯ୍ୟ ଶ୍ମଶାନ
  • ଆଗାମୀ ଅତୀତ
  • ଇଶ୍ୱର ଜଣେ ଯୁବକ
  • କଟକ ନଗର, ବରଷ ହଜାର[୭]
  • କଳା ଓ କଳଙ୍କ
  • କ୍ରୀତଦାସ[୮]
  • ବହ୍ନିମାନ[୮]
  • ଯାତ୍ରୀ[୯]
  • ସବୁଜ ସୂର୍ଯ୍ୟ[୧୦]
  • ରକ୍ତର ଫୁଲ[୧୧]
  • ମାଂସର ଫୁଲ[୯]
  • ଯଉଘର[୧୨]
  • ନିଃସଙ୍ଗ ବିସର୍ଗ[୧୩]
  • ପାଦ ତଳର ଆକାଶ[୧୧]
  • ସର୍ବନାମ
  • ସୀମିତ ସମ୍ପର୍କ
  • ଜଙ୍ଗଲୀ ସହର
  • ସହିଦ ଭଗତ ସିଂହ
  • ଜୀବନ ଯଜ୍ଞ
  • ସ୍ମୃତି, ସାନ୍ତ୍ୱନା ଓ ଶୂନ୍ୟତା[୧୪]
  • ଚଇତି ଘୋଡ଼ା[୯]
  • ତୃତୀୟ ପୃଥିବୀ[୮]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୪-୯୫[୧୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫[୧୬]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗଞ୍ଜାମ କଳା ପରିଷଦ
  • ବିହାର ଆର୍ଟ ଥିଏଟର
  • ଆହ୍ଲାବାଦ ନାଟ୍ୟ ସଂଘ

ଆଧାର[ସମ୍ପାଦନା]

  1. Dash, Sanchita. "Kartik Chandra Rath – Theatrically Yours". the Broken Scooter. Archived from the original on 1 March 2017. Retrieved 29 August 2016.
  2. "ଆର୍କାଇଭ୍ କପି". Archived from the original on 2015-02-23. Retrieved 2015-02-05. {{cite web}}: Cite has empty unknown parameter: |1= (help)
  3. Jaiswal, Binita. "Kartik Chandra Rath: In the field of culture, men and women are equal". The Times of India. Retrieved 29 August 2016.
  4. "ଧରିତ୍ରୀ ଆଳାପ". ଧରିତ୍ରୀ ୨୯/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 11 February 2019.
  5. "Renowned dramatist Kartik Chandra Rath dies at 71 in Cuttack". newindianexpress.com. Retrieved 2 April 2019.
  6. "ପରଲୋକରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ". dharitriepaper.in. Retrieved 24 February 2021.
  7. Kartik Chandra Rath (1990). Kaṭaka Nagara, barasha hajāra. Oḍiśā Buk Shṭora.
  8. ୮.୦ ୮.୧ ୮.୨ Kartik Chandra Rath (1977). Bahnimān. Jagannātha Ratha.
  9. ୯.୦ ୯.୧ ୯.୨ Kartik Chandra Rath (1979). Yātrī. Kaḷiṅga Shṭuḍenṭas Shṭora.
  10. Kartik Chandra Rath (1981). Sabuja Sūryya. Kaṭaka Shṭuḍeṇṭas Shṭora.
  11. ୧୧.୦ ୧୧.୧ Kartik Chandra Rath (1997). Raktara phula. Sudhā Prakāśana.
  12. Kartik Chandra Rath (1972). Jaughara: nāṭaka. Je. Mahāpātra.
  13. Kartik Chandra Rath (1982). Niḥsaṅga bisarga. Oḍiśā Buk Shṭora.
  14. Kartik Chandra Rath (1978). Smr̥ti, sāntvanā, o śūnyatā. Oḍiśā Buk Shṭora.
  15. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  16. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 29 August 2016.

Lua error in package.lua at line 80: module 'Module:Authority control/config' not found.