ଅନ୍ନଦା ପ୍ରସାଦ ରାୟ
ଅନ୍ନଦା ପ୍ରସାଦ ରାୟ | |
---|---|
ଜନ୍ମ | ମଙ୍ଗଳପୁର, ଯାଜପୁର ଜିଲ୍ଲା | ୧୪ ଜାନୁଆରୀ ୧୯୩୭
ମୃତ୍ୟୁ | ୧୪ ଜୁନ ୨୦୧୬ | (ବୟସ ୭୯)
ମୃତ୍ୟୁର କାରଣ | ହୃଦ୍ଘାତ |
ଜାତୀୟତା | ଭାରତୀୟ |
ସନ୍ତାନ | ଲଗ୍ନଜିତ ରାୟ |
ଅନ୍ନଦା ପ୍ରସାଦ ରାୟ (୧୪ ଜାନୁଆରୀ ୧୯୩୭[୧] - ୧୪ ଜୁନ ୨୦୧୬)ଏକାଧାରରେ ଜଣେ ସାହିତ୍ୟିକ, ସାମ୍ବାଦିକ, ରାଜନେତା ଏବଂ ସମାଜସେବୀ ଥିଲେ । ସେ ତରୁଣ ତୁର୍କୀ ଭାବେ ପରିଚିତ ଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୯୩୭ ମସିହା ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ତିଥିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରେ ଜନ୍ମ ହୋଇଥିଲେ । ସେ ୧୩ ବର୍ଷ ବୟସରେ ସ୍କୁଲରେ ପାଠ ପଢୁଥିବା ସମୟରେ ଛାତ୍ର ସଂଗଠନ ଗଠନ କରି ରାଜନୀତିରେ ପାଦ ଥାପି ଥିଲେ । ପରେ ସେ କଟକରେ ରହି ନିଜର ପ୍ରତିଭାର ପରିପୃଷ୍ଟ କରିପାରିଥିଲେ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ଜଣେ ରାଜନେତା ଭାବେ ଅନ୍ନଦା ପ୍ରସାଦ, ଅବିଭକ୍ତ କଟକ ଜିଲ୍ଲାର କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପଦରେ ରହିଥିଲେ ।[୪]
ସାମ୍ବାଦିକତା ଜୀବନ
[ସମ୍ପାଦନା]ଜଣେ ସାମ୍ବାଦିକର ଦାୟିତ୍ୱ ତୁଲାଇବା ସହ ଅଗ୍ନିବୀଣା, ଦୈନିକ ମାତୃଭାଷା/ ମାତୃଭୂମି, ଦୈନିକ ପୃଷ୍ଠଭୂମି, ଅଗ୍ନିବର୍ଷୀ ଆଦି ଗଣମାଧ୍ୟମରେ ସମ୍ପାଦକ ରହି ସମାଜରେ ଅନେକ ପରିବର୍ତ୍ତନ କଥା ନିଜ ପୃଷ୍ଠାରେ ସ୍ଥାନ ଦେଉଥିଲେ ।
ସାହିତ୍ୟ ସର୍ଜନା
[ସମ୍ପାଦନା]ସେ ବହୁ ପୁସ୍ତକ ରଚନା କରିଥିଲେ
ଗଳ୍ପ ସଂକଳନ
[ସମ୍ପାଦନା]ଏ ଐ ଐରାବତ, ରୁଦ୍ର ସମୁଦ୍ର, ଉପନ୍ୟାନ ବିନ୍ଦୁ, ଧାମ, ମାଟିର ଲୁହ, ପଥାନ୍ତର, ବଳୟ, ଆତ୍ମଜୀବନୀ ମୁଠାଏ ଜୀବନ ଆଞ୍ଜୁଳାଏ ସ୍ମୃତି, ଅଜଣା ଗଛର ମାୟା, ପୌଷର ପ୍ରାର୍ଥନା, ରାଏର ଚିଠି, ସୁନୟନା
ପ୍ରବନ୍ଧ ସଂକଳନ
[ସମ୍ପାଦନା]କଣ୍ଟା ଓ ଫୁଲର ସହର କଟକ, ଗଦ୍ୟପ୍ରସ୍ଥ, ପ୍ରବନ୍ଧାୟନ, ସ୍ମୃତିରେ ସ୍ମୃତିରେ ଚର୍ଚ୍ଚା, ପୁନଶ୍ଚ ଚର୍ଚ୍ଚା, ପୂଣ୍ୟଶ୍ଲୋକ, ଶିରିଡ଼ି ସାଇବାବା, ଯା’ ଦେବୀ, ଶିରିଡ଼ି ସାଇ ସତଚରିତ, ଇଂଗ୍ରାଜୀ ଭାଷାରେ ଏ ହ୍ୟାଣ୍ଡ ଫୁଲ ଅଫ ଲାଇଫ, ହିନ୍ଦୀ ଭାଷାରେ ମିଟିକେ ଆଂଶୁ, କଂଗ୍ରେସ ଇତିହାସ, ସାଇସ୍ମୃତି ମଞ୍ଜରୀ, ମୋ’ଜୀବନରେ ସାଇ, ଶ୍ରୀଗୁରୁ ଭାଗବତ, ଶ୍ରଦ୍ଧା, ସହିଷ୍ଣୁତା ଓ ସେବା, ଅମୃତ ହସ୍ତା
କବିତା ସଙ୍କଳନ
[ସମ୍ପାଦନା]ପାଫୁର ସ୍ୱାକ୍ଷର
ଆତ୍ମଜୀବନୀ
[ସମ୍ପାଦନା]ମୁଠାଏ ସପନ ଆଞ୍ଜୁଳେ ସ୍ମୃତି
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ଓଡ଼ିଆ ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ।
- ବ୍ୟାସକବି ଫକୀର ମୋହନ ପୁରସ୍କାର, ୧୯୯୯
- ସାହିତ୍ୟ ରତ୍ନ ସମ୍ମାନ, ୧୯୮୦
- ବୈଷ୍ଣବ ପାଣି ସମ୍ମାନ
- ଗଳ୍ପ ଗୌରବ ସମ୍ମାନ
- ଇଣ୍ଡୋ ସୋଭିଏତ ସମ୍ମାନ
- ଭୁବନେଶ୍ୱର ସାହିତ୍ୟ ସଂସଦ ସମ୍ମାନ
- ବିନାୟକ ଆଚାର୍ଯ୍ୟ ସମ୍ମାନ
- ଉତ୍କଳ ସାହିତ୍ୟ କଳା ପରିଷଦ ସମ୍ମାନ
- ପ୍ରତିଭା ପୂଜା ସମ୍ମାନ
- ମାୟାଧର ମାନସିଂହ ସମ୍ମାନ
- ସାରଳା ସମ୍ମାନ
- ତେଳିତୋଳ ସମ୍ମାନ
- ବୀରରାଣୀ ଶୁକଦେଈ ସମ୍ମାନ
- ଶତକ୍ରୁତ ସମ୍ମାନ
- ଉଦୟଭାନ ଜ୍ୟୋତି ସମ୍ମାନ
- କାନ୍ତି ଓ କ୍ରାନ୍ତି ସମ୍ମାନ
- ଚିର ସନ୍ଧାନ ସମ୍ମାନ
- କଟକ ମହୋତ୍ସବ ସମ୍ମାନ
- ଆଦି କବି ସମ୍ମାନ
- ଭୁବନେଶ୍ୱର ସାହିତ୍ୟ ସମାଜ ସମ୍ମାନ
- ରାଜୀବ ଗାନ୍ଧି ସମ୍ମାନ
- ଉତ୍କଳ ସାହିତ୍ୟ ସମ୍ମାନ
ପଦ ପଦବୀ
[ସମ୍ପାଦନା]ଉତ୍କଳ ମାଧ୍ୟମିକ ଛାତ୍ର ସଂଘ ସଭାପତି, ଯାଜପୁର ନରସିଂହ ଚୌଧୁରୀ କଲେଜ ଛାତ୍ର ସଂସଦ ସଭାପତି ଥିଲେ । ପୁରୀ ଜିଲ୍ଲାର ଏସସିଏସ କଲେଜ ସାଧାରଣ ସମ୍ପାଦକ, ଅର୍ଥନୀତି ଓ ପ୍ଲାନିଂ ଫୋରମ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ସମ୍ପାଦକ ଥିଲେ । ସେହିପରି ପଶ୍ଚିମବଙ୍ଗ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସାଧାରଣ ସମ୍ପାଦକ, ଓଡ଼ିଆ ସାହିତ୍ୟ ପରିଷଦ ସମ୍ପାଦକ, ରାବିବାସରୀୟ ସାହିତ୍ୟ ସଂସଦ ଓ ଉତ୍କଳ ଯୁବ ଲେଖକ ସମ୍ମିଳନୀର ପ୍ରତିଷ୍ଠାତା ଥିଲେ । ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ସଭାପତି, ଓଡ଼ିଶା ଅର୍ଥ କମିଶନ ପ୍ରଥମ ସଦସ୍ୟ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ଭାବେ ରହିଥିଲେ । କେବଳ କଟକ କି ଓଡ଼ିଶାରେ ନୁହେଁ ଜାତୀୟ ଆନ୍ତର୍ଜାତୀୟସ୍ତର ବିଭିନ୍ନ ସଂଗଠନରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଭାରତ ସେବକ ସମାଜ ସଭାପତି ସହ ଭାରତ-କୋରିଆ ମୈତ୍ରୀ ସଂଘ, ଭାରତ ଚୀନ ମୈତ୍ରୀ ସଂଘ, ସଭାପତି ଇସ୍କଫ, ରାଜ୍ୟ ପରିଷଦ ସଦସ୍ୟ ତଥା ଉତ୍କଳ ସମ୍ମିଳନୀ ଶତବାର୍ଷିକ କମିଟି ସଭାପତି, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ପ୍ରତିଭା ପୂଜା ସଂସଦ ଓ ଜାଡ଼ି ମଙ୍ଗଳା ସାହିତ୍ୟ ସଂସଦର ସଭାପତି, ରାଜ୍ୟ ଇଂରାଜୀ ଲେଖକ ସମ୍ମିଳନୀ ସଭାପତି ଭାବେ ଦାୟିତ୍ୱ ବହନ କରିଥିଲେ ।
୨୦୧୬ ମସିହା ଜୁନ ୧୪ତାରିଖରେ ତାଙ୍କର କଟକସ୍ଥିତ ବାସଭବନଠାରେ ହୃଦ୍ଘାତ ଜନିତ ମୃତ୍ୟୁ ହୋଇଥିଲା ।[୫] ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "ସାହିତ୍ୟିକ ଅନ୍ନଦା ପ୍ରସାଦ ରାୟଙ୍କ ପରଲୋକ". ଧରିତ୍ରୀ. Retrieved 15 June 2016.
- ↑ http://odishareporter.in/arnada-prasad-nka-paraloka/
- ↑ http://sarbasadharana.com/?p=22360[permanent dead link]
- ↑ "ଆର୍କାଇଭ୍ କପି". Archived from the original on 2016-06-16. Retrieved 2016-06-15.
{{cite web}}
: Cite has empty unknown parameter:|1=
(help) - ↑ "Noted litterateur Annada Prasad Ray passes away". OdishaSunTimes.com. 14 June 2016. Retrieved 15 June 2016.