କୈଳାଶ ଲେଙ୍କା
Appearance
କୈଳାଶ ଲେଙ୍କା | |
---|---|
ଜନ୍ମ |
କୈଳାଶ ଲେଙ୍କା (ଜନ୍ମ: ୧୭ ସେପ୍ଟେମ୍ବର ୧୯୩୭) ଜଣେ ଓଡ଼ିଆ ସାହିତ୍ୟିକ ଓ ସାହିତ୍ୟ ସଂଗଠକ ଅଟନ୍ତି । ବୃତ୍ତିରେ ସେ ଜଣେ ଆଇନୀଜୀବି ।
ଜୀବନୀ
[ସମ୍ପାଦନା]କୈଳାଶ, ୧୯୩୭ ମସିହାରେ କଟକ ଜିଲ୍ଲାର ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ 'ଆଧୁନିକ ଇତିହାସ'ରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପଢ଼ିଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି କରୁଥିଲେ ।[୧] ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । 'ବାସରୀୟ ସାହିତ୍ୟ ସଂସଦ'ର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ସେ 'ଓଡ଼ିଆ ଯୁବ ଲେଖକ ସମ୍ମେଳନ' ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ ।
ରଚନାବଳୀ
[ସମ୍ପାଦନା]- ପ୍ରଥମ ପୁଷ୍ପ - ୧୯୫୮
- ନେତା ଓ ନେତୃତ୍ୱ - ୧୯୮୦
- ରାଜନୈତିକ ରଣସଯ୍ୟା - ୧୯୮୦
- ଶ୍ରୀକ୍ଷେତ୍ର - ୧୯୮୭
- କାଠ ବେଙ୍ଗ କାଠର ବେଙ୍ଗୁଲୀ[୨]
- କେତେ ରାସ୍ତା ଆନନ୍ଦ ମଠକୁ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ମାତୃଭୂମୀ ସାହିତ୍ୟ ସମ୍ମାନ[୩]
ଆଧାର
[ସମ୍ପାଦନା]- ↑ Justice Harihar Mahapatra (15 February 2011). My Life, My Work. Allied Publishers. pp. 202–. ISBN 978-81-8424-640-7.
- ↑ "1998 MAIN ENTRIES" (PDF). odishaculture.gov.in. Odisha Govt. Culture Dept. Archived from the original (PDF) on 1 June 2020. Retrieved 1 June 2020.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.