ଚିନ୍ତାମଣି ମହାନ୍ତି

ଉଇକିପିଡ଼ିଆ‌ରୁ
କବିଶେଖର

ଚିନ୍ତାମଣି ମହାନ୍ତି
ଜନ୍ମ(1867-03-16)୧୬ ମାର୍ଚ୍ଚ ୧୮୬୭
ମୃତ୍ୟୁ୧୭ ଡିସେମ୍ବର ୧୯୪୩(1943-12-17) (ବୟସ ୭୬)
ଜାତୀୟତାଭାରତୀୟ
ଶିକ୍ଷାଭର୍ଣ୍ଣାକୁଲାର
ବୃତ୍ତିଶିକ୍ଷକ
ପିତାମାତାମଦନ ମୋହନ
ନେତ୍ରମଣି

ଚିନ୍ତାମଣି ମହାନ୍ତି ଓଡ଼ିଶା ୧୮୬୭ରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ।[୧]

ଜନ୍ମ ଓ ଜୀବନ[ସମ୍ପାଦନା]

ଚିନ୍ତାମଣି ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ କରିଥିଲେ ।[୨] ୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ ଶିକ୍ଷକତା ଛାଡି ହିତବାଦିନୀ, ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମା ଓ ଜ୍ଞାନଦର୍ପଣ ପ୍ରଭୃତି ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । କବି ଚିନ୍ତାମଣି ନିଜ ଜୀବନକାଳ ମଧ୍ୟରେ ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା । [୩] ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ଜୀବନ ପଞ୍ଜିକା (ଆତ୍ମଜୀବନୀ)
  • ବିବିଧ ସନ୍ଦର୍ଭ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. orissadiary.com: KABI SHEKHAR CHINTAMANI MOHANTY
  2. "KABI SHEKHAR CHINTAMANI MOHANTY". OrissaDiary. Retrieved 16 March 2015.
  3. ରାୟ, ଅପୂର୍ବ ରଞ୍ଜନ (୧୬ ମାର୍ଚ୍ଚ ୨୦୧୫). "କବିଶେଖର ଚିନ୍ତାମଣି ମହାନ୍ତି". ସୂର୍ଯ୍ୟପ୍ରଭା. p. ଆ. {{cite news}}: |access-date= requires |url= (help); Check date values in: |accessdate= and |date= (help)