କୁନ୍ତଳା କୁମାରୀ ସାବତ
କୁନ୍ତଳା କୁମାରୀ ସାବତ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୮ ଫେବୃଆରୀ ୧୯୦୧ ଜଗଦଳପୁର, ଛତିଶଗଡ଼, ଭାରତ |
ମୃତ୍ୟୁ | ୨୩ ଅଗଷ୍ଟ ୧୯୩୮ | (ବୟସ ୩୭)
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଦସ୍ତଖତ | ![]() |
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ (୮ ଫେବୃଆରୀ ୧୯୦୧ - ୨୩ ଅଗଷ୍ଟ ୧୯୩୮) ଜଣେ ଓଡ଼ିଆ କବି ଥିଲେ । ସେ ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ । କୁନ୍ତଳା ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ । [୧] ସାବତଙ୍କୁ ୧୯୨୫ ମସିହାରେ ପୁରୀର ମହିଳା ବନ୍ଧୁ ସମିତିଦ୍ୱାରା "ଉତ୍କଳ ଭାରତୀ" ଉପାଧୀରେ ସମ୍ମାନୀତ କରାଯାଇଥିଲା । ଏହା ପରେ ୧୯୩୦ରେ ସେ ଅଲ ଇଣ୍ଡିଆ ଆର୍ଯ୍ୟନ ୟୁଥ ଲିଗର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ[ସମ୍ପାଦନା]
ସେ ୧୯୦୧ ମସିହା ଫେବୃଆରି ୮ ତାରିଖରେ [୩] ବସ୍ତର ରାଜ୍ୟ (ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲ୍ଲା)ର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[୪] ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା । ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । [୫] କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ । ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ ।
ଶିକ୍ଷା[ସମ୍ପାଦନା]
ବର୍ମାରୁ ଫେରିବା ପରେ କୁନ୍ତଳା ନିଜ ମାତାଙ୍କ ସହ କିଛି ଦିନ ପାଇଁ ଖୋର୍ଦ୍ଧାରେ ରହୁଥିଲେ । ସେ ରେଭେନସା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି, ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ । ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା । ଏହି ଶିକ୍ଷା ନିମନ୍ତେ ତାଙ୍କର ମାଆଙ୍କର ଅଦମ୍ୟ ଇଚ୍ଛା ଯୋଗୁ ସମ୍ଭବ ହୋଇଥିଲା । ଓଡ଼ିଆ ଭାଷା ଛଡ଼ା ସେ ବଙ୍ଗଳା, ଇଂରାଜୀ ଓ ବର୍ମାର ଭାଷା ଶିଖିଥିଲେ ।
ଜୀବନ[ସମ୍ପାଦନା]
ଡାକ୍ତରୀ ଶିକ୍ଷା ପରେ ଡାକ୍ତର କୈଳାସ ଚନ୍ଦ୍ର ରାଓଙ୍କ ତତ୍ତ୍ୱାବଧାନରେ କଟକରେ ଚିକିତ୍ସା ସେବା ୧୯୨୧ରୁ ୧୯୨୮ ପର୍ଯ୍ୟନ୍ତ କରୁଥିଲେ । ତା ପରେ ସେ ନିଜେ ନିଜର ବ୍ୟବସାୟ କଟକରେ ଆରମ୍ଭ କରିଥିଲେ । ୧୯୨୫ ମସିହାରେ ସେ ରେଡ୍କ୍ରସ ସୋସାଇଟିର ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲିଗଲେ । ଡଃ କୈଳାସ ଚନ୍ଦ୍ରଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନ ଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ[୬] ମାତ୍ର ୩୭ ବର୍ଷ ବୟସରେ ସେ ଅଗଣିତ ପାଠକ ତଥା ପ୍ରଶଂସକମାନଙ୍କୁ ଶୋକ ସାଗରରେ ଭସେଇ ମୃତ୍ୟୁ ବରଣ କରିଥିଲେ ।
ପ୍ରଶଂସା[ସମ୍ପାଦନା]
ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖା ଲେଖି କରୁଥିଲେ । ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଆହ୍ଲାବାଦ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ବକ୍ତୃତା ଦେବା ନିମନ୍ତେ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଦିଲ୍ଲୀରେ ସେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ । ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ । ତାଙ୍କର ଅନେକ ରଚନା ଇଂରାଜୀ ତଥା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଥିଲା । ତାଙ୍କୁ ଅନେକ ସମୟରେ ସରୋଜିନୀ ନାଇଡୁଙ୍କ ସହ ତୁଳନା କରା ଯାଉଥିଲା ।[୭]
ରଚନା ବଳୀ[ସମ୍ପାଦନା]
କବିତା[ସମ୍ପାଦନା]
“ | ଆହାଃ କି ସୁନ୍ଦର ଶିଶୁ ଭାବନା ବିହୀନ, ସୁଧାରସ ସିକ୍ତ ତବ ଏ ନବଜୀବନ, |
” |
—କୁନ୍ତଳା କୁମାରୀ ସାବତ |
“ | 'ତୋ' ପରି କ୍ଷୁଦ୍ର ମୁହିଁ 'ତୋ' ପରି କ୍ଷଣିକ, ହସେ, ରସେ, ବାସେ ମାତ୍ର ଫୁଟିଅଛି ଘଡ଼ିକ । |
” |
—କୁନ୍ତଳା କୁମାରୀ ସାବତ |
- ଅଞ୍ଜଳି(୧୯୨୨)
- ଉଚ୍ଛ୍ୱାସ (୧୯୨୪)
- ଅର୍ଚନା (୧୯୨୭)
- ସ୍ଫୁଲିଙ୍ଗ (୧୯୨୯)
- ଆହ୍ୱାନ (୧୯୩୦)
- ଆଜି ବାପା ତୋତେ କହିବି କଥାଟି
- ପ୍ରେମ ଚିନ୍ତାମଣି (୧୯୩୦)
- ଓଡ଼ିଆଙ୍କ କାନ୍ଦଣା (୧୯୩୬)
- ଗଡ଼ଜାତ କୃଷକ (୧୯୩୭)
- वरमाला
- ଶେଫାଳି ପ୍ରତି
- ତାରା ପ୍ରତି(କବିଙ୍କର ପ୍ରଥମ କବିତା)
- କୋଟିକୋଟି କଣ୍ଠେ ଆଜି
- ଅବହେଳିତ ଦେଶ
- ପୂଜା
- ଅଭିଶପ୍ତର ଅଭିମାନ
- ମଣିକାଞ୍ଚନ(ଅସମ୍ପୂର୍ଣ୍ଣ କାବ୍ୟ) (ସାହିତ୍ୟିକା ଜୀବନର ଆଦ୍ୟକାଳରେ ରଚିତ) (ସାବିତ୍ରୀ ଓ ସତ୍ୟବାନ ଉପାଖ୍ଯାନ)
- ବନଫୁଲ ଉଦ୍ୟାନକୁସୁମ
ଉପନ୍ୟାସ[ସମ୍ପାଦନା]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଉତ୍କଳ ଭାରତୀ ଉପାଧୀ (ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭା)[୮]
- ଭାରତୀ ଭୂଷଣ ଉପାଧୀ (ଅଖିଳ ଭାରତୀୟ ଆର୍ଯ୍ୟ ସମାଜ)
ଆଧାର[ସମ୍ପାଦନା]
- ↑ "ଉତ୍କଳ ଭାରତୀ କୁନ୍ତଳା କୁମାରୀ". ସମ୍ବାଦ. ୮ ଫେବୃଆରୀ ୨୦୧୬.
{{cite news}}
: Check date values in:|date=
(help) - ↑ Patnaik, Jitendra Narayan (2008). "The Novels of Kuntala Kumari Sabat" (PDF). Orissa Review. Retrieved 17 April 2018.
- ↑ "ଜାତୀୟତାବାଦୀ ଆନ୍ଦୋଳନର ନେତ୍ରୀ". ଧରିତ୍ରୀ. p. ୧୨. Retrieved 8 February 2022.
- ↑ KUNTALA KUMARI SABAT
- ↑ "Kuntala Kumari Sabat". odisha.360.batoi.com. Retrieved 15 November 2012.
Her grandfather was from a Brahmin family of Danda Mukundpur a village of Puri district
- ↑ "KUNTALA KUMARI SABAT". orissadiary.com. Retrieved 15 November 2012.
She died in August 23, 1938
- ↑ "Kuntala Kumari Sabat". odiya.org. Retrieved 15 November 2012.
Kuntala Kumari's literary gifts and role in the public life of her time are comparable to those of Sarojini Naidu
- ↑ "ଓଡ଼ିଶାର ପ୍ରଥମ ମହିଳା ଡାକ୍ତର". ଧରିତ୍ରୀ. ୧୧ ଜୁଲାଇ ୨୦୧୭. p. ୧୬. Retrieved 8 February 2022.
{{cite web}}
: Check date values in:|date=
(help)
ଅଧିକ ତଥ୍ୟ[ସମ୍ପାଦନା]
- http://www.cscsarchive.org:8081/MediaArchive/Library.nsf/%28docid%29/5C6303B8F8D9D73365257138002D9043?OpenDocument&StartKey=Kuntala&Count=100
- The Novels of Kuntala Kumari Sabat, Jitendra Narayan Patnaik
- Early Women's Writings in Orissa, 1898-1950: A Lost Tradition, Sachidanandan Mohanty ISBN 978-0-7619-3308-3
- Early women's writings in Orissa, 1898-1950: a lost tradition, Sachidananda Mohanty