Jump to content

ଓଡ଼ିଆ ନାଟକ

ଉଇକିପିଡ଼ିଆ‌ରୁ

ଓଡ଼ିଆ ନାଟକ ଓଡ଼ିଆ ସାହିତ୍ୟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ । ୧୮୭୭ ମସିହାରେ ଜଗନମୋହ‌ନ ଲାଲାଙ୍କଦ୍ୱାରା ରଚିତ ଓ ମଞ୍ଚସ୍ଥ ନାଟକ ବାବାଜୀକୁ ପ୍ରଥମ ଓଡ଼ିଆ ନାଟକର ମର୍ଯ୍ୟଦା ମିଳିଥାଏ ।[][] ଜଗନମୋହନ ଏହି ନାଟକର ରଚୟିତା ଓ ନିର୍ଦ୍ଦେଶକ । ଏଥିସହିତ ସେ ମୁଖ୍ୟ ଚରିତ୍ରରେ ଅଭିନୟ ମଧ୍ୟ କରିଥିଲେ ।

ଇତିହାସ

[ସମ୍ପାଦନା]

ଗଣନାଟ୍ୟ ଓ ଯାତ୍ରାର ପତନ ପରେ ଓଡ଼ିଶାର ନାଟ୍ୟ ଆନ୍ଦୋଳନ ଆରମ୍ଭ ହୋଇଥିଲା । ରାସଦଳ ଛାଡି ଏହି ପରିବର୍ତ୍ତନ ଧାରାରେ ପୁରୋଧା ସାଜିଥିଲେ କାଳୀଚରଣ ପଟ୍ଟନାୟକ[] । ସେ ନାଟ୍ୟସଂସ୍ଥା ଓଡ଼ିଶା ଥିଏଟର୍ସ ଗଠନ କରିଥିଲେ । ନିଜ ଦଳ ଲାଗି, କାଳୀଚରଣ ୩ ପ୍ରକାର ନାଟକ ପ୍ରସ୍ତୁତ କରୁଥିଲେ । ତାହା ହେଲା -ପୌରାଣିକ ,ଐତିହାସିକ ଓ ସାମାଜିକ ନାଟକ । ପାଶ୍ଚାତ୍ୟ ଦେଶ ଗୁଡିକରେ ବାସ୍ତବବାଦର ପତନ ଘଟିସାରିଥିବା ବେଳେ କାଳୀଚରଣଙ୍କ ସାମାଜିକ ନାଟକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ୧୯୪୪ ମସିହା ଥିଲା ଓଡ଼ିଆ ନାଟକ ଲାଗି ଥିଲା ବିତର୍କର ବର୍ଷ । କାଳୀବାବୁଙ୍କ ଭାତ ନାଟକର ପ୍ରତିଦ୍ୱନ୍ଦ୍ୱୀ ହୋଇ ଠିଆ ହୋଇଥିଲା ମନୋରଞ୍ଜନ ଦାସଙ୍କ ନାଟକ ‘ଯୌବନ’ । []ପରେ ପରେ ଗୋପାଳ ଛୋଟରାୟଙ୍କ ‘ଫେରିଆ’, ଭଞ୍ଜ କିଶୋର ପଟ୍ଟନାୟକଙ୍କ ‘ବେନାମୀ’[]ରାମଚନ୍ଦ୍ର ମିଶ୍ରଙ୍କ ‘ମୂଲିଆ’ ପରିବେଶିତ ହୋଇଥିଲା । ମନୋରଞ୍ଜନ ଦାସ ଏହି ଧାରାରୁ ହଟି ନୂଆ କିଛି ଚିନ୍ତା କରୁଥିଲେ । ଏହି ସମୟରେ ଗଢ଼ାହେଲା ୟୁନାଇଟେଡ ଆର୍ଟିଷ୍ଟ ସଂସ୍ଥା । ଗୋବିନ୍ଦ ତେଜ, ଶାରଦା ପ୍ରସନ୍ନ ରାୟନିତାଇ ପାଲିତଙ୍କ ଭଳି ବହୁ ଉଚ୍ଚ ଶିକ୍ଷିତ କଳାକାର ୟୁନାଇଟେଡ ଆର୍ଟିଷ୍ଟ ସଂସ୍ଥାରେ ସାମିଲ ହୋଇଥିଲେ । ମନୋରଞ୍ଜନ ବାସ୍ତବବାଦୀ ନାଟକରେ ବୌଦ୍ଧିକତା ଆଣିଥିବା ବେଳେ, ଅନ୍ୟପଟେ ସାମାଜିକ ନାଟକରୁ ଦୃଷ୍ଟି ଏଡାଇବାକୁ ଯାଇ ଲୋକଙ୍କ ରୁଚି ବଦଳାଇବାର ଚେଷ୍ଟା କରିଥିଲେ କାଳୀଚରଣ । ୧୯୪୪ରେ କାଳୀଚରଣ ପ୍ରସ୍ତୁତ କରିଥିଲେ ନାଟକ-‘ଚକ୍ରୀ’। ୧୯୫୦ ମସିହା ସୁଦ୍ଧା ନବନାଟ୍ୟ ଆନ୍ଦୋଳନର ଧାରା ଖୁବ ଜୋରଦାର ହୋଇଥିଲା । ତେବେ ମନୋରଞ୍ଜନ ଦାସଙ୍କ ଅରଣ୍ୟ ଫସଲର ସଫଳତା ପରେ ଏକ ଭିନ୍ନ ଧରଣ ନାଟକର ଅବିର୍ଭାବ ଘଟିଥିଲା । ତାହା ହେଲା ଆବସର୍ଡ ଡ୍ରାମା ବା ଉଦ୍ଭଟ ନାଟକ । ଏହା ଦୂରେଇ ଯାଇଥିଲା ବାସ୍ତବବାଦଠାରୁ । ଆଧୁନିକତାର ଏକ ସ୍ପଷ୍ଟ ଲକ୍ଷଣ ପରିଲକ୍ଷିତ ହୋଇଥିଲା ଏଥିରେ । ଏହା ପରେ ଅନେକ ସୋପାନ । ଗୋଟିଏ ପରେ ଗୋଟିଏ ଅତିକ୍ରମ କରିଛି ଓଡ଼ିଆ ନାଟକ । ଷାଠିଏ ଓ ସତୁରୀ ଦଶକ ଥିଲା ଓଡ଼ିଆ ନାଟକ ପାଇଁ ସୁବର୍ଣ୍ଣଯୁଗ । ଏହି ସମୟରେ ଓଡ଼ିଆ ଥିଏଟର୍ସ, ଜନତା ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚଏକାମ୍ର ଥିଏଟର୍ସ ପ୍ରଭୃତି ନିୟମିତ ନାଟକ ଦେଖିବାର ମଞ୍ଚ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ପରିଚାଳନାଗତ ତ୍ରୁଟି ଓ ସିନେମାର ପ୍ରଭାବ ରଂଗମଞ୍ଚର ଭିତ୍ତି ଦୋହଲାଇ ଦେଲା । ୧୯୭୫ ପରେ ଗ୍ରୁପ ଥିଏଟର ସବୁ ଗଢ଼ି ଉଠିଲା । ପୁଣି ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲାପରେ ସେଥିରୁ ତିଆରି ଓଡ଼ିଆ କଳାକାର ବହୁ ସାମାଜିକ ବାର୍ତ୍ତା ନେଇ ଲୋକଙ୍କ ପାଖରେ ପହଞ୍ଚିଲେ । ସୁତରାଂ ଏଇଠୁ ଆରମ୍ଭ ହୋଇଥିଲା ଅଙ୍ଗୀକାରବଦ୍ଧ ନାଟ୍ୟସଂସ୍ଥା । ଯଦିଓ ନାଟକ ପାଇଁ ଦୁର୍ଦ୍ଦିନର ସମୟ ଥିଲା ଅଶି ଦଶକ, ଏହି ସମୟରେ ନାଟକକୁ ନେଇ ବହୁ ପରୀକ୍ଷା ନୀରିକ୍ଷା ଚାଲିଥିଲା । ତେଣୁ ଏହା ଦୁର୍ବୋଧ୍ୟ ହୋଇପଡିଥିଲା ସାଧାରଣ ଲୋକଙ୍କ ପାଇଁ । ମାତ୍ର ପରବର୍ତ୍ତୀ ସମୟରେ ପରିସ୍ଥିତି ସୁଧୁରିଛି । ଓଡ଼ିଆ ନାଟକର ଆଙ୍ଗିକ ଅଭିବୃଦ୍ଧି ଘଟିଛି । ଏହାର ସଂଗୀତ, ନୃତ୍ୟ, ଲେଖା, ପରିବେଶ, ପରିଚ୍ଛଦ, ଆଲୋକ, ମଞ୍ଚସଜା ଓ ଦୃଶ୍ୟସଜ୍ଜା ସବୁଥିରେ ପରୀକ୍ଷା ନୀରିକ୍ଷା ଜାରି ରହିଛି । ନାଟକ ବଦଳାଇଛି ତାହାର ଚେହେରା । ସାମିଲ ହୋଇଛି ସମସାମୟିକ ଧାରାରେ । ନୂତନତ୍ୱର ଖୋଜ ପାଇଁ ପ୍ରଚେଷ୍ଟା ଚଳାଇଛି ଓଡ଼ିଆ ନାଟକ ।[]

  1. Nayak, Jatindra Kumar; Mohapatra, Animesh (2021-11-25). Critical Discourse in Odia. Taylor & Francis. ISBN 978-1-000-47046-8. Retrieved 2025-10-07.
  2. Experts, Arihant (2019-06-04). Know Your State Odisha. Arihant Publications India limited. ISBN 978-93-131-9327-2. Retrieved 2025-10-07.
  3. http://www.indianetzone.com/51/odissi_musicians.htm
  4. http://www.srjan.com/moregkcmawardee.aspx?awardid=37&events=4[permanent dead link]
  5. http://www.indianetzone.com/32/bhanja_kishore_patnaik_indian_theatre_personality.htm
  6. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1092–. ISBN 978-81-260-1194-0.