ଅର୍ଜୁନ ଦାସ

ଉଇକିପିଡ଼ିଆ ରୁ
(ଅର୍ଜ୍ଜୁନ ଦାସ ରୁ ଲେଉଟି ଆସିଛି)
Jump to navigation Jump to search
ଅର୍ଜୁନ ଦାସ
ଜନ୍ମ ଓ ଜନ୍ମସ୍ଥାନଷୋଡ଼ଶ ଶତାବ୍ଦୀ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସମୟଷୋଡ଼ଶ ଶତାବ୍ଦୀ
ସାହିତ୍ୟ କୃତିରାମବିଭା

ଅର୍ଜୁନ ଦାସ ଷୋଡ଼ଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ପ୍ରଥମ ଓଡ଼ିଆ ଛନ୍ଦୋବଦ୍ଧ କାବ୍ୟ ରାମ‌ବିଭା ରଚନା କରିଥିଲେ ।[୧]

ଜୀବନୀ[ସମ୍ପାଦନା]

ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ଅର୍ଜୁନ ଦାସଙ୍କ ଆବିର୍ଭାବ ଖ୍ରୀଷ୍ଟାବ୍ଦ ୧୫୨୦ରୁ ଖ୍ରୀଷ୍ଟାବ୍ଦ ୧୫୩୦ ମଧ୍ୟରେ ହୋଇଥିବା ସମ୍ଭବ । [୧]

ରଚନାବଳୀ[ସମ୍ପାଦନା]

କାବ୍ୟ[ସମ୍ପାଦନା]

ରାମ‌ବିଭା ଓଡ଼ିଆ ଭା‌ଷାର ପ୍ରଥମ କାବ୍ୟ ଯାହାକି ଛନ୍ଦରେ ଲିଖିତ । ଏହି କାବ୍ୟର ଛାନ୍ଦଗୁଡ଼ିକରେ ବିଭିନ୍ନ ବାଣୀରେ ଗାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । [୧]

କାବ୍ୟ ଛାନ୍ଦ ସଂଖ୍ୟା ବାଣୀ
ରାମ‌ବିଭା ମଙ୍ଗଳ ଧନାଶ୍ରୀ ମେଢ଼ତୋଳା
ରାମ‌ବିଭା ୧୦ ପିଅର ଗମନ
ରାମ‌ବିଭା ମେଢ଼ତୋଳା
କଳ୍ପଲତା ଜୟ ଦାମୋଦର
କଳ୍ପଲତା ବସନ୍ତ ଭଇରବ
କଳ୍ପଲତା ମୁନିବର
କଳ୍ପଲତା ୧୦ ଶ୍ରୀରାମଚନ୍ଦ୍ର ବରିଲେ
କଳ୍ପଲତା ୧୨ ପିଅର ଜନନୀ ନିଜ ମନ୍ଦିରେ ମିଳିଲେ
କଳ୍ପଲତା ୧୩ ଦଶରଥ ରାୟେ ଘରେ ମିଳିଲେ

ଏହା କାବ୍ୟ ରଚନା ପୂର୍ବରୁ ଅନ୍ୟ ଛାନ୍ଦମାନଙ୍କ ଉପସ୍ଥିତିର ସୂଚନା ଦିଏ । ତ‌ଥାପି ଏ ସବୁ ବିଷୟ ଅନାବିଷ୍କୃତ ହୋଇ ରହିଛି । ରାମ‌ବିଭା ଓ କଳ୍ପଲତା ଏହି ଦୁଇଟି କାବ୍ୟରେ ବ‌ହୁ ପ୍ରାଚୀନ ଶବଦର ପ୍ର୍‌ୟୋଗ ହୋଇଅଛି, ଯେପରି- ଉଲାଗି, ତଡ଼ାଉ, ଚଉସମ, ଭାନ୍ତି, ମେହୁ, ବଳନ୍ତ, ରହୁବର, ଇତ୍ୟାଦି । ଏହି ଶବଦଗୁଡ଼ିକ ସାରଳା ମହାଭାରତରେ ବ୍ୟବ‌ହୃତ ହୋଇଥିବାରୁ ଅର୍ଜୁନ ଦାସଙ୍କୁ ସାରଳା ଦାସଙ୍କ ସମସାମୟିକ ବୋଲି ମଧ୍ୟ କୁହାଯାଇପାରେ । ରାମ‌ବିଭା ଓ କଳ୍ପଲତା ଉଭୟ ଗ୍ରନ୍ଥରେ ଅକ୍ଷ‌ର ସଂଖ୍ୟା ଅସମାନ ଓ ତାହା କେତେକାଂଶରେ ଦାଣ୍ଡି ରୀତି ଭଳି ।

ପାଟ ଜଉତିଷ ନଟ ମୂଳ
ପାରି ହୋଇ ଯାଇ ରହିଲେ କୃଷ୍ଣକୁନ୍ତଳା ନ‌ଦୀତୀର ।

— ଚତୁର୍ଥ ଛାନ୍ଦ, କଳ୍ପଲତା, ଅର୍ଜୁନ ଦାସ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ମହାନ୍ତି, ସୁରେନ୍ଦ୍ର (୧୯୭୯). ଓଡ଼ିଆ ସାହିତ୍ୟର ମଧ୍ୟପର୍ବ. କଟକ ଷ୍ଟୁଡେଣ୍ଟସ ଷ୍ଟୋର,. Check date values in: |date= (help)CS1 maint: extra punctuation (link)