ବିଶ୍ୱଜିତ ଦାସ
ବିଶ୍ୱଜିତ ଦାସ | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୧୮ ଅଗଷ୍ଟ ୧୯୩୬ ଓଡ଼ିଶା |
ମୃତ୍ୟୁ | ୩୦ ଡିସେମ୍ବର ୨୦୦୪[୧] | (ବୟସ ୬୮)
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ବିଷୟ | କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ |
ଜୀବନ ସାଥି | ଗାୟତ୍ରୀ ଦେବୀ |
ସନ୍ତାନ | ଶ୍ରେୟସୀ ଦାସ |
ବିଶ୍ୱଜିତ ଦାସ (୧୯୩୬-୨୦୦୪)[୨] ଓଡ଼ିଶାରେ ଜନ୍ମିତ ଜଣେ ଖ୍ୟାତନାମା ଓଡ଼ିଆ ନାଟ୍ୟକାର । ମା କୃଷ୍ଣକାମିନୀ ଦେବୀ ଏବଂ ପେସାରେ ହୋମିଓପାଥି ଡାକ୍ତର ତଥା ନାଟ୍ୟକାର ଓ ଅଭିନେତା ଥିବା ତାଙ୍କର ବାପା ସୁବୋଧ ଦାସ ଥିଲେ ତାଙ୍କ ପ୍ରେରଣାର ଉତ୍ସ ।
କେତୋଟି ବିଦେଶୀ ଭାଷାର ନାଟକକୁ ଓଡ଼ିଆରେ ଅନୁବାଦ କରି ସେ ଓଡ଼ିଆ ସାହିତ୍ୟକୁ ବହୁଭାବରେ ସମୃଦ୍ଧ କରିଛନ୍ତି । ୧୯୫୮ ମସିହାରେ ସେ ରାଜ୍ୟସରକାରଙ୍କ ଘରୋଇ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ରାଜ୍ୟ ସୂଚନା କେନ୍ଦ୍ରରେ ସୂଚନା ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୪ରେ ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ଥାଇ ସେ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।[୩]
ସେ ପ୍ରିୟତମା ଓ ନିଝୁମ ରାତିର ସାଥୀ କଥାଚିତ୍ରର ନିର୍ଦେଶନା ଦେବାସହ ଗୌରୀ, ନାଗଫାସ, ଅହଲ୍ୟା କାବେରୀ ଓ ତୁଣ୍ଡବାଇଦ କଥାଚିତ୍ରର ସଂଳାପ ରଚନା କରିଥିଲେ ।
୨୦୦୪ ମସିହା, ଡିସେମ୍ବର ୩୦ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା ।
ରଚନାବଳୀ[ସମ୍ପାଦନା]
୧୯୫୨ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବାବେଳେ ସେ ପ୍ରଥମେ ଏକାଙ୍କିକା ଲେଖିବା ଆରମ୍ଭ କରିଥିଲେ । ୧୯୬୪ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପ୍ରତିଯୋଗିତାରେ ବିଶ୍ୱଜିତଙ୍କ ଲିଖିତ 'ନାଲିପାନ ରାଣୀ, କଳାପାନ ଟିକା'କୁ ୫ଟି ଶ୍ରେଷ୍ଠ ପୁରସ୍କାରରୁ ୪ଟି ମିଳିଥିଲା
ନାଟକ ଓ ଏକାଙ୍କିକା[ସମ୍ପାଦନା]
- ବହ୍ନି
- ମୃଗୟା
- ଦୃଶ୍ୟ
- ଡାଆଣୀ
- ବଇଁଶୀ
- ତନ୍ଦ୍ରା
- ବ୍ୟର୍ଥଲଗ୍ନ
- ସ୍ୱର୍ଗମର୍ତ୍ତ୍ୟ
- ଛଦ୍ମବେଶୀ
- ସୋ
- ନିର୍ଦ୍ଧାରିତ ଶିଳ୍ପୀଙ୍କ ଅନୁପସ୍ଥିତିରେ
- ପ୍ରଥମ ଦୃଶ୍ୟ
- ନାଲିପାନ ରାଣୀ, କଳାପାନ ଟିକା
ଦୁରଦର୍ଶନ ଧାରାବହିକ[ସମ୍ପାଦନା]
- ସତ୍ୟ
- ସାଧୁ ସାବଧାନ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ସିନେକ୍ରିଟିକ ପୁରସ୍କାର
- ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର
- ୧୯୫୭ରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଦଶମ ବାର୍ଷିକ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନାଟୋକତ୍ସବରେ ସର୍ବଶ୍ରେଷ୍ଠ ନାଟକ ରୂପେ 'ବହ୍ନି' ପୁରସ୍କୃତ ହେଇଥିଲା ।
ଆଧାର[ସମ୍ପାଦନା]
- ↑ "ତିରୋଧାନ ତାରିଖ" (ସମ୍ବାଦ ୩୦/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨). ଇଷ୍ଟର୍ଣ୍ଣ ମିଡ଼ିଆ. p. ୨. Archived from the original on 30 December 2020. Retrieved 30 December 2020.
- ↑ "Biswajeet Das, Oriya Theatre Personality". IndiaNetZone. Jupiter Infomedia Ltd. Retrieved 30 December 2014.
- ↑ ସମୟ, ୩୦ ଡିସେମ୍ବର ୨୦୧୪, ପୃଷ୍ଠା: ୮