ଗଙ୍ଗାଧର ମେହେର
ସ୍ୱଭାବ କବି ଗଙ୍ଗାଧର ମେହେର | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ୯ ଅଗଷ୍ଟ ୧୮୬୨ ବରପାଲି, ବରଗଡ଼ ଜିଲ୍ଲା | (ଶ୍ରାବଣ ପୂର୍ଣ୍ଣିମା)
ମୃତ୍ୟୁ | ୪ ଅପ୍ରେଲ ୧୯୨୪ | (ବୟସ ୬୧) (ଚୈତ୍ର ଅମାବାସ୍ୟା)
ବୃତ୍ତି | କଚେରୀ ମୋହରିର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ୫ମ[୧] |
ଶୈଳୀ | କବି |
ବିଷୟ | ଭକ୍ତି |
ସାହିତ୍ୟ କୃତି | ତପସ୍ୱିନୀ, କୀଚକ ବଧ |
ଜୀବନ ସାଥି | ଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ) |
ସନ୍ତାନ | ଅର୍ଜୁନ ମେହେର (୧୨ ବର୍ଷରେ ଦେହାବସାନ), ଭଗବାନ ମେହେର (କବି-ପୁତ୍ର ନାମରେ ଖ୍ୟାତ), ବାସୁମତି ମେହେର, ଲକ୍ଷ୍ମୀ ମେହେର |
ୱେବସାଇଟ | |
gangadharmeher.org |
ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ ।[୨] ସେ ଏକାଧାରରେ ପ୍ରକୃତି କବି[୩] ଓ ସ୍ୱଭାବ କବି ଭାବେ ପରିଚିତ ।[୪] ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨)ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।[୫]
୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ତା ୪ ଅପ୍ରେଲ ୧୯୨୪ ଚୈତ୍ର ଅମାବାସ୍ୟା ତିଥିରେ ସେ ମୃତ୍ୟୁବରଣ କରିଥିଲେ ।
ଓଡ଼ିଆ ସାହିତ୍ୟରେ ପ୍ରବେଶ[ସମ୍ପାଦନା]
ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ ରସ ରତ୍ନାକର ଓ ଅହଲ୍ୟା ସ୍ତବ ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ ଇନ୍ଦୁମତୀ ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। [୬]ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।
ସାହିତ୍ୟ ସର୍ଜନା[ସମ୍ପାଦନା]
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।
କାବ୍ୟ[ସମ୍ପାଦନା]
- ଇନ୍ଦୁମତୀ, (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
- ଉତ୍କଳ ଲକ୍ଷ୍ମୀ (୧୮୯୪)
- କୀଚକ ବଧ (୧୯୦୩)
- ତପସ୍ୱିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
- ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
- ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
- ମହିମା
- କବିତା କଲ୍ଲୋଳ
- ଅଯୋଧ୍ୟା ଦୃଶ୍ୟ
- ବଳରାମଦେବ
- ପଦ୍ମିନୀ (ଶେଷ କୃତି)
କବିତା[ସମ୍ପାଦନା]
- ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
- ଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
- ଭକ୍ତି
- ଅମୃତମୟ
- ମଧୁମୟ
- ମାତୃଭୂମି
- ଅର୍ପଣ
- ଆଶ୍ରମେ ପ୍ରଭାତ
- ଉତ୍କଳ-ଲକ୍ଷ୍ମୀ
- [ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ]
- ଭାରତୀ ଭାବନା
- ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର
- ମହାଜନ
- ସୁଭାବ ଓ ସ୍ୱଭାବ
- ଉତ୍କଳ ଭାରତୀଙ୍କ ଉକ୍ତି
- ନର ଓ ମୟୂର
- ଭରସା
- ମଧୁପର ମଧୁଭିକ୍ଷା
- ଧନପ୍ରତି
- ବସନ୍ତ ବ୍ରତ
ଆଧାର[ସମ୍ପାଦନା]
- ↑ ଆଚାର୍ଯ୍ୟ, ବୃନ୍ଦାବନ. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. ଗ୍ରନ୍ଥ ପ୍ରକାଶିନୀ. pp. ୨୦୭, ୩୩୮.
- ↑ Guru, Himanshu. "Swabhaba Kabi Gangadhar Meher – Life in Brief". The News Insight. Retrieved 1 August 2015.
- ↑ Samal, Debi Prasad. "Dream of a cultural language comes true". iamin.in. Retrieved 1 August 2015.
- ↑ Panda, Namita. "Epic dance drama captivates audience". The Telegraph. Retrieved 1 August 2015.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୪- ୨୦୧୫ ବର୍ଷରେ ପାଳନ କରାଯାଉଥିବା ଜୟନ୍ତୀ/ ଶ୍ରାଦ୍ଧୋତ୍ସବ". Odisha Sahitya Akademi. Retrieved 1 August 2015.
- ↑ http://www.suniv.ac.in/life_gangadhar.html
![]() |
ଉଇକିପାଠାଗାରରେ ଏହି ଲେଖକ ବା କବିଙ୍କ ଲିଖିତ ମୂଳ ରଚନା ଅଛି : ଗଙ୍ଗାଧର ମେହେର |