ଗୋପାଳ ଛୋଟରାୟ
Appearance
ପଦ୍ମଶ୍ରୀ ଗୋପାଳ ଛୋଟରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୁଣାଗଡ଼, ଜଗତସିଂହପୁର[୧] | ୨୦ ଅପ୍ରେଲ ୧୯୧୬
ମୃତ୍ୟୁ | ୨୨ ଜାନୁଆରୀ ୨୦୦୩[୨] ଭୁବନେଶ୍ୱର | (ବୟସ ୮୬)
ବୃତ୍ତି | ନାଟ୍ୟକାର |
ଭାଷା | ଓଡ଼ିଆ |
ସାହିତ୍ୟ କୃତି | ହାସ୍ୟରସର ନାଟକ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ସନ୍ତାନ | ଦେବଦାସ ଛୋଟରାୟ, କସ୍ତୁରୀ |
ଗୋପାଳ ଛୋଟରାୟ (୨୦ ଅପ୍ରେଲ ୧୯୧୬[୩] - ୨୨ ଜାନୁଆରୀ ୨୦୦୩) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ନାଟ୍ୟକାର । ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକସବୁ ଜୀବନ୍ତ ।[୪] ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀର ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତର କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ନାଟକ
[ସମ୍ପାଦନା]- ଶ୍ରୀଗଣେଷ
- ମହିଷମର୍ଦ୍ଦିନୀ
- ଜନ୍ମାଷ୍ଟମୀ
- ଶ୍ରୀଜଗନ୍ନାଥ
- କପଟପାଶା
- ଘରବରା ଦେଖା
- ନ ପାହୁ ରାତି ନ ମରୁ ପତି
- ଶ୍ରୀମତୀ ସମାର୍ଜନୀ
- ଶ୍ରୀହରିଙ୍କ ସଂସାର
- ପୂରାପୂରୀ ପାରିବାରିକ
- ବିଭ୍ରାଟ
- ଡାକ୍ତର ବାବୁ
ଏକାଙ୍କିକା
[ସମ୍ପାଦନା]- ସହଧର୍ମିଣୀ (୧୯୪୧)
- ପଞ୍ଚନାଟିକା (୧୯୯୩)
- ନ ପାହୁ ରାତି (୧୯୭୧)
- କପଟପଶା (୧୯୮୯)
- ହାସ୍ୟରସର ନାଟକ (୧୯୮୧)
- ବାବୁ ଚନ୍ଦ୍ରମଣି (୧୯୯୨)
- ସେଇ ଫୁଲ [୫]
- ଚନ୍ଦ୍ରମୁଖୀ(୧୯୯୩)
ଓଡ଼ିଆ କଥାଚିତ୍ରରେ ସଂଳାପ/କାହାଣୀ
[ସମ୍ପାଦନା]ଆତ୍ମଚରିତ
[ସମ୍ପାଦନା]- ପଥିକ[୬]
ଅନ୍ୟାନ୍ୟ
[ସମ୍ପାଦନା]- ଫେରିଆ [୭]
- ଭରସା(୧୯୫୩)
- ପରକଲମ(୧୯୫୪) [୮]
- ଶଙ୍ଖା ସିନ୍ଦୁର(୧୯୫୫)
- ଅର୍ଦ୍ଧାଙ୍ଗିନୀ(୧୯୫୬)
- ନଷ୍ଟ ଉର୍ବଶୀ('ନଷ୍ଟ ଉର୍ବଶୀ'ର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ ଆଉ ପ୍ରବଂଛନା, ଦୈହିକ ଲୁଣ୍ଠନ ଆଉ ମାନସିକ ଆନୁଗତ୍ୟ ସହିତ । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ଼ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାହିଁ କାହାଣୀର ଉପଜୀବ୍ୟ । ନାଟ୍ୟକାର ନାଟକକୁ ତିନୋଟି ଅଙ୍କରେ ବିଭକ୍ତ କରିଛନ୍ତି । ପ୍ରଥମ ଅଙ୍କ ୫ଟି ଦୃଶ୍ୟ, ୨ୟ ଅଙ୍କ ୭ଟି ଦୃଶ୍ୟ, ୩ୟ ଅଙ୍କ ୧୧ଟି ଦୃଶ୍ୟ ସମ୍ବଳିତ ।)
ପଦ ଓ ସମ୍ମାନ
[ସମ୍ପାଦନା]ପଦ
[ସମ୍ପାଦନା]- ଆକାଶବାଣୀ, କଟକରେ ଅନେକ ବହୁକାଳ ଧରି ଅନେକ ନାଟକ ରଚନା କରିଯାଇ ଅଛନ୍ତି
- ଅନେକ ମଞ୍ଚ, ବେତାର, ଅପେରା, ଚିତ୍ରନାଟ୍ୟ ପାଇଁ କାହାଣୀ ରଚନା ଯାହା ଭିତରୁ ୮ଟି ହିନ୍ଦୀ, ଇଂରାଜୀ ଓ ତେଲୁଗୁରେ ଅନୁବାଦ କରାଯାଇଅଛି ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ପଦ୍ମଶ୍ରୀ, ୨୦୦୨ [୯] [୧୦]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪[୧୧]
- ଶାରଳା ପୁରସ୍କାର, ୨୦୦୦[୧୨]
- ବିଷୁବ ପୁରସ୍କାର, ୧୯୯୩[୧୩]
ଆଧାର
[ସମ୍ପାଦନା]- ↑ "Gopal Chhotray". odisha.360.batoi.com. Retrieved 8 January 2013.
Gopal Chhotray was born on 1916 in Puranagarh village, Jagatsinghpur district.
- ↑ Patnaik, Prasanta (2008). "Flower that vanishes with the Author". odisha.in. Archived from the original on 2016-09-16. Retrieved 13 September 2015.
Mausa left for his heavenly abode on 22nd January, 2003
- ↑ "ନାଟ୍ୟ ସାହିତ୍ୟର ଅନନ୍ୟ ବିନ୍ଧାଣି". ସକାଳ. Archived from the original on 22 January 2021. Retrieved 22 January 2021.
- ↑ http://www.loc.gov/acq/ovop/delhi/salrp/chhotray.html
- ↑ LCCN: 90902198, ଗ୍ରନ୍ଥମନ୍ଦିର, ୧୯୮୯, କଟକ
- ↑ "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟାନ ମେ'୧୮-ଜୁନ ୧୦,୨୦୧୬ ପୃଷ୍ଠା ୭. Retrieved 31 May 2016.
- ↑ LCCN: 2001291559 , ଗ୍ରନ୍ଥମନ୍ଦିର, ୧୯୮୯, କଟକ (ମୂଳ ଲେଖା ୧୯୪୭)
- ↑ ଜନଶକ୍ତି ପୁସ୍ତକାଳୟ, ୧୯୮୪, କଟକ
- ↑ "Padma Awards". General Administration, Govt. of Odisha. Retrieved 13 September 2015.
- ↑ "The Hindu : Gangubai Hangal, Yesudas, Borde among awardees". hindu.com. 2002. Archived from the original on 2 June 2009. Retrieved 8 January 2013.
Gopal Chhotray (literature, playwright, Jagatisinghpur, Orissa)
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 21 February 2020. Retrieved 22 January 2021.
- ↑ "ଶାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-01.
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 22 January 2021.