ସତ୍ୟନାରାୟଣ ରାଜଗୁରୁ
ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁ | |
---|---|
ଜନ୍ମ | |
ମୃତ୍ୟୁ | ୧୧ ଜୁନ ୧୯୯୭ ପାରଳାଖେମୁଣ୍ଡି | (ବୟସ ୯୩)
ଶିକ୍ଷା | ସ୍ନାତକ (ଓଡ଼ିଆ, ସଂସ୍କୃତ ଓ ଇଣ୍ଡୋଲୋଜି) |
ଶିକ୍ଷାନୁଷ୍ଠାନ | ବିଶାଖାପାଟଣା ବିଶ୍ୱବିଦ୍ୟାଳୟ |
ବୃତ୍ତି | ଐତିହାସିକ |
ବୈବାହିକ-ସାଥୀ | ତାରାମଣି ଦେବୀ |
ସନ୍ତାନ | ସୀତାକାନ୍ତ ରାଜଗୁରୁ |
ପିତାମାତା(s) | ହରେକୃଷ୍ଣ ରାଜଗୁରୁ, ସୁନାମଣି ଦେବୀ |
ପୁରସ୍କାର | ପଦ୍ମଶ୍ରୀ, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ସତ୍ୟନାରାୟଣ ରାଜଗୁରୁ (୧୯ ଅଗଷ୍ଟ ୧୯୦୩ - ୧୧ ଜୁନ ୧୯୯୭) ଜଣେ ଭାରତୀୟ ସାହିତ୍ୟିକ ତଥା ଗବେଷକ । ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଜଣେ କ୍ୟୁରେଟର ତଥା ଏପିଗ୍ରାଫିଷ୍ଟ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ।୧୯୭୪ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ବାଲ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]ସତ୍ୟନାରାୟଣ ରାଜଗୁରୁ ୧୯ ଅଗଷ୍ଟ ୧୯୦୩, (କାଳୀୟ ଦଳନ ଏକାଦଶୀ)[୧] ଦିନ ପାରଳାଖେମୁଣ୍ଡିଠାରେ ରାଜଗୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ । ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣି ଦେବୀ ସତ୍ୟନାରାୟଣ ବ୍ରତ ପାଳନ କରି ସନ୍ତାନ ଲାଭ କରିଥିବାରୁ ପୁତ୍ରର ନାମ ସତ୍ୟନାରାୟଣ ଦେଇଥିଲେ । ଜନ୍ମଲାଭର ସପ୍ତମଦିନ ତାଙ୍କର ମାତୃବିୟୋଗ ଘଟିଥିଲା । ତାଙ୍କ ଜେଜେବାପା ହରେକୃଷ୍ଣ ରାଜଗୁରୁ ଏହି ଶିଶୁକୁ ଏକ ଘରୋଇ ପରିଚାରକ ମାଧ୍ୟମରେ ଜଣେ କମା ବ୍ରାହ୍ମଣଙ୍କ ଘରକୁ ନିତିଦିନ ପଠାଇ ତାଙ୍କ ସ୍ତ୍ରୀଙ୍କ ସ୍ତନ୍ୟପାନ କରାଇ ଏହି ମାତୃହୀନ ଶିଶୁକୁ ପାଳିବାକୁ ଲାଗିଲେ । ଏହିପରି ଭାବରେ ସେହି କମା ବ୍ରାହ୍ମଣୀ ପିଲାଟିବେଳୁ ସତ୍ୟନାରାୟଣଙ୍କ ସମସ୍ତ ଯତ୍ନ ନେଇ ପାଳିବା ଆରମ୍ଭ କରିଦେଇଥିଲା ।
ଗୃହପଣ୍ଡିତଙ୍କଠାରୁ ସଂସ୍କୃତ ଓ କର୍ମକାଣ୍ଡ ଶିକ୍ଷା କରିବା ପରେ ସ୍ଥାନୀୟ ଉଚ୍ଚବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଆନ୍ଧ୍ର ବିଶ୍ୱ ବିଦ୍ୟାଲୟରୁ ଶିକ୍ଷା ସମାପ୍ତ କରି ସେ ୧୯୨୯ ମସିହାରେ ପାରଳାସ୍ଥିତ "ପଦ୍ମନାଭ ରଂଗାଳୟ"ରେ ମ୍ୟାନେଜର ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପଦ୍ମନାଭ ରଂଗାଳୟ ଥିଲା ତତ୍କାଳୀନ ଓଡ଼ିଶାର ପ୍ରଥମ ଥିଏଟର । ଏହି ସମୟରେ ସେ ଉତ୍କଳ ସମ୍ମିଳନୀର କାର୍ଯ୍ୟକଳାପ ସହ ସଂପୃକ୍ତ ଥିଲେ । ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବାରେ ସେ ପାରଳା ମହାରାଜାଙ୍କ ସହାୟତା କରିଥିଲେ । କଥିତ ଅଛି ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ନିମନ୍ତେ ସେ ଏକ ଥେସିସ ବା ଗବେଷଣା ପ୍ରବନ୍ଧ ମଧ୍ୟ ପ୍ରସ୍ତୁତ କରିସାରିଥିଲେ ।
୧୯୪୭ ମସିହାରେ ସେ ଚାକିରି କ୍ଷେତ୍ରରେ ପ୍ରବେଶକରି ‘କଳିଙ୍ଗ ଐତିହାସିକ ଗବେଷଣା ସମିତି’ରେ ଯୋଗ ଦେଇଥିଲେ । ୧୯୫୦ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ‘ଓଡ଼ିଶା ରାଜ୍ୟ ସଂଗ୍ରହାଳୟ’ର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଏପିଗ୍ରାଫିଷ୍ଟ ଦାୟିତ୍ୱ ସମ୍ଭାଳିଥିଲେ [୨]। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।[୩]
ଇତିହାସ ସଂପର୍କିତ ଗବେଷଣା କରିବା ସମୟରେ ସେ ଓଡ଼ିଶାର ଅନେକ ସ୍ଥାନ ବୁଲି ଅନେକ ଶୀଳାଲେଖ ସଂଗ୍ରହ କରିଛନ୍ତି ଏବଂ ସେଗୁଡିକର ଅଧ୍ୟୟନ କରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଉଦ୍ଧାର କରିଛନ୍ତି । ସେଭଳି ଅନେକ ତଥ୍ୟ ସେ ତତ୍କାଳୀନ ବିହାର-ଓଡ଼ିଶା ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି, ଆନ୍ଧ୍ରା ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି ତଥା କଳିଙ୍ଗ ହିଷ୍ଟୋରିକାଲ୍ ରିସର୍ଚ୍ଚ ସୋସାଇଟି ତରଫରୁ ପ୍ରକାଶିତ ପତ୍ରିକା ମାଧ୍ୟମରେ ପ୍ରକାଶିତ କରାଯାଇଛି ।[୨] ସତ୍ୟନାରାୟଣ ରାଜଗୁରୁଙ୍କ ୧୧ ଜୁନ ୧୯୯୭ରେ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ପତ୍ନୀ ତାରାମଣୀ ଦେବୀ ଏକ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ।
ସାହିତ୍ୟିକ ଅବଦାନ
[ସମ୍ପାଦନା]ଉତ୍କଳ ସାହିତ୍ୟ, ସହକାର, ନବଭାରତ ପ୍ରଭୃତି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଛି । 'ଉତ୍କଳ ହିତୈଷିଣୀ' ନାମକ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ସେ କାର୍ଯ୍ୟ କରିଥିଲେ ।ସେ ଓଡ଼ିଶାର ଇତିହାସ ଉପରେ ଉଲ୍ଲେଖନୀୟ ଅନୁସନ୍ଧାନ କରିଛନ୍ତି । ତ୍ରୟୋଦଶ ଶତାବ୍ଦୀର ସଂସ୍କୃତ କବି ତଥା ଗୀତ ଗୋବିନ୍ଦର ଲେଖକ ଜୟଦେବଙ୍କ ପ୍ରାରମ୍ବିକ ଜୀବନ ଉପରେ ସେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ସଂଗ୍ରହ କରିପାରିଛନ୍ତି । ସେ ସରୋଜିନୀ ନାଇଡୁଙ୍କ ଏକ କବିତା ‘The Palanquin Bearers’, "ପାଲିଙ୍କି ବାହାକ" ନାମରେ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ ଏବଂ ତାଙ୍କଦ୍ୱାରା ଲିଖିତ ଅନେକ ବହି ବିଶ୍ୱବିଦ୍ୟାଳୟ ଅଧ୍ୟୟନ ପାଇଁ ସ୍ୱୀକୃତ ମଧ୍ୟ ହୋଇଛି ।
ପ୍ରକାଶିତ ପୁସ୍ତକ
[ସମ୍ପାଦନା]
|
|
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ପଦ୍ମଶ୍ରୀ, ୧୯୭୪[୪]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬ (ଆତ୍ମ ଜୀବନୀ 'ମୋ ଜୀବନ ସଂଗ୍ରାମ' ନିମନ୍ତେ)[୫]
- ଶାରଳା ପୁରସ୍କାର, ୧୯୯୬[୬]
- ଉତ୍କଳ ରତ୍ନ,୧୯୯୬[୭]
- ସାରଳା ସମ୍ମାନ, ୧୯୮୯
- ୧୯୮୦: ଓଡ଼ିଶା ଇତିହାସ କଂଗ୍ରେସଦ୍ୱାରା ସମ୍ମାନିତ
- ୧୯୭୭: ଉତ୍କଳ ପାଠକ ସଂସଦଦ୍ୱାରା ସମ୍ମାନିତ
- ୧୯୭୫: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ଆଜୀବନ ସିନେଟ ସଭ୍ୟ ରୂପେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଡିଲିଟ ଉପାଧିରେ ଭୂଷିତ କରିଥିଲେ ।
- ୧୯୬୮: ଗଞ୍ଜାମ ସାହିତ୍ୟ ସମ୍ମିଳନୀଦ୍ୱାରା ସମ୍ମାନିତ
- ଭାରତୀ ଭୂଷଣ (ଆନ୍ଧ୍ର ମହାସଭା ଦ୍ୱାରା)
ଆଧାର
[ସମ୍ପାଦନା]- ↑ Rajguru, Sitakanta. "Memories of My Father Padmashree Dr. Satya Narayan Rajguru" (PDF). Odisha Review. p. 58. Retrieved 30 April 2014.
- ↑ ୨.୦ ୨.୧ Rajguru, Sitakanta. "Memories of My Father" (PDF). Orissa Review. 2010 (April 2010): 58. Archived from the original (PDF) on 29 February 2020. Retrieved 29 February 2020.
- ↑ "EMINENT PERSONS". Retrieved 30 April 2014.
- ↑ "Padma Awards Directory (1954 - 2013)" (PDF). Ministry of Home Affairs. Retrieved 23 April 2014.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021.
{{cite web}}
: Check date values in:|accessdate=
(help) - ↑ "Sarala Award Recipients". IMFA. Retrieved 30 April 2014.
- ↑ http://odisha.gov.in/e-magazine/Orissareview/2010/April/engpdf/58-64.pdf