ଉତ୍କଳ ସମ୍ମିଳନୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଉତ୍କଳ ସମ୍ମିଳନୀ ଏକ ଭାରତୀୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ଏହା ୧୯୦୩ ମସିହାରେ ମଧୁସୂଦନ ଦାସଙ୍କଦ୍ୱାରା ଓଡ଼ିଶାର ସ୍ଥାପିତ ହୋଇଥିଲା ଓ ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠିରହିଛି ।[୧]

ଇତିହାସ[ସମ୍ପାଦନା]

ଉତ୍କଳ ସମ୍ମିଳନୀ ମଧୁସୂଦନ ଦାସଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।[୨] ୧୯୦୩ ମସିହାରେ ଏହାର ପ୍ରଥମ ସଭା ହୋଇଥିଲା ଓ ଏଥିରେ ୬୨ ଜଣ ସ୍ଥାୟୀ ସଦସ୍ୟ ଥିଲେ ।[୩] ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବା ନିମନ୍ତେ ଅଭିଯାନ କରିବା ଏହି ଅନୁଷ୍ଠାନର ପ୍ରଥମ ଲକ୍ଷ ଥିଲା । [୪]

କଟକର ଇଦଗା ପଡିଆରେ ଏହି ସଂସ୍ଥାର ପ୍ରଥମ ସମ୍ମିଳନୀ ହୋଇଥିଲା । ଏହାର ପ୍ରଥମ ଅଧିବେଶନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏହାର ଲକ୍ଷ୍ୟ ବୋଲି ଗୃହୀତ ହୋଇଥିଲା । ୧୯୨୦ ମସିହାରେ ଚକ୍ରଧରପୁର ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ସଦ୍ୟ ଆହୁତ ଅସ‌ହ‌ଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ସ୍ଥିର କରାଗଲା ।[୫] ୨୦୦୨ ମସିହାରେ ଏହି ସଭାରେ ନୂତନ ସଭାପତି ଭାବରେ ବସନ୍ତ କୁମାର ପାଣିଗ୍ରାହୀ ନିର୍ବାଚିତ ହୋଇଥିଲେ ।[୬] ବର୍ତ୍ତମାନ (ଅର୍ଥାତ୍ ୨୯-୦୪-୨୦୧୮ରେ ହୋଇଥିବା ନିର୍ବାଚନ ପରେ) ପ୍ରସନ୍ନ କୁମାର ନନ୍ଦ ଉତ୍କଳ ସମ୍ମିଳନୀର ସଭାପତି ଓ ଡାକ୍ତର ରବି ରଂଜନ ସାହୁ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।[ଆଧାର ଲୋଡ଼ା]

ଉତ୍କଳ ସମ୍ମିଳନୀ ସନ ୨୦୧୦ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ନିମନ୍ତେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ଓଡ଼ିଶା ବାହାରେ ଥିବା ଓଡ଼ିଶାବାସୀଙ୍କ ସୁବିଧା ସୁଯୋଗ ପାଇଁ ଉପ‌ଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଗ କରିଥିଲେ ।[୭] ଅତୀତର ଇଂରାଜୀ ଭାଷାରେ ଲେଖାଥିବା "Orissa" ନାମକୁ ବଦଳାଇ "Odisha" କରିବାରେ ଏହି ସଂସ୍ଥା ମୁଖ୍ୟ ଭୂମିକା ନିର୍ବାହ କରିଥିଲା ଓ ସନ ୨୦୧୦ରେ ଆନ୍ଧ୍ର ପ୍ରଦେଶର ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରିଥିଲା ।[୮]

ଉତ୍କଳ ସମ୍ମିଳନୀ ମୁଖ୍ଯ କାର୍ଯ୍ୟାଳୟ[ସମ୍ପାଦନା]

ଉତ୍କଳ ସମ୍ମିଳନୀର ମୁଖ୍ଯ କାର୍ଯ୍ଯାଳୟ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ।ବର୍ତ୍ତମାନ ଏହା ଅଶୋକ ନଗର , ୟୁନିଟ୍-୨ ସ୍ଥିତ ଭି:ଏ: -୯/୧ ଗୃହରେ କାର୍ଯ୍ୟ କରୁଛି ।

ଉତ୍କଳ ସମ୍ମିଳନୀ ଅଧିବେଶନ[ସମ୍ପାଦନା]

ଅଧିବେଶନ ତାଲିକା
ଅଧିବେଶନ ସ୍ଥାନ କାଳ ସଭାପତିଙ୍କ ନାମ ଆୟୋଜକଙ୍କ ନାମ
ଅଧିବାସ[note ୧] ରମ୍ଭା ମକର ସଂକ୍ରାନ୍ତି,୧୩-୦୧-୧୯୦୨ ହରିହର ମର୍ଦ୍ଦରାଜ(ଖଲ୍ଲିକୋଟ ରାଜା)
ପ୍ରାକ ଅଧିବେଶନ ବ୍ରହ୍ମପୁର ୧୯୦୩,ଏପ୍ରିଲ ୧୧ ଓ ୧୨ ଶ୍ୟାମସୁନ୍ଦର ରାଜଗୁରୁ ଓ ମଧୁସୂଦନ ଦାସ ହରିହର ମର୍ଦ୍ଦରାଜ(ଖଲ୍ଲିକୋଟ ରାଜା) ଓ ମାଥୁୁୁୁରୀ ସାହୁ
ଅଭ୍ୟର୍ଥନା ଅଧିବେଶନ କଟକ ୧୯୦୩ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ (କନିକା ରାଜା)
ପ୍ରଥମ ଅଧିବେଶନ କଟକ ୧୯୦୩,ଡିସେମ୍ବର ୩୦ ଓ ୩୧ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ମୟୂରଭଞ୍ଜ ରାଜା)
୨ୟ ଅଧିବେଶନ କଟକ ୧୯୦୪ ମଦନ ମୋହନ ସିଂହଦେବ(ଧରାକୋଟ ରାଜା)
ସ୍ୱତନ୍ତ୍ର ଅଧିବେଶନ ରମ୍ଭା ୧୯୦୫ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ମୟୂରଭଞ୍ଜ ରାଜା)
୩ୟ ଅଧିବେଶନ ବାଲେଶ୍ୱର ୧୯୦୬ କିଶୋରଚନ୍ଦ୍ର ସିଂହଦେଓ(ତାଳଚେର ରାଜା)
୪ର୍ଥ ଅଧିବେଶନ ବ୍ରହ୍ମପୁର ୧୯୦୭ ରାଜେନ୍ଦ୍ର ନାରାୟଣ ସିଂହଦେଓ
୫ମ ଅଧିବେଶନ ପୁରୀ ୧୯୦୮ ଚନ୍ଦ୍ରଚୁଡ଼ାମଣି ଜଗଦ୍ଦେବ
୬ଷ୍ଠ ଅଧିବେଶନ କଟକ ୧୯୦୯ ରାଧାନାଥ ବର୍ମା
୭ମ ଅଧିବେଶନ କଟକ ୧୯୧୦ ବୈକୁଣ୍ଠନାଥ ଦେ
୮ମ ଅଧିବେଶନ ବ୍ରହ୍ମପୁର ୧୯୧୨ ଚନ୍ଦ୍ରଚୁଡ଼ାମଣି ଜଗଦ୍ଦେବ
୯ମ ଅଧିବେଶନ ପୁରୀ ୧୯୧୩ ମଧୁସୂଦନ ଦାସ
୧୦ମ ଅଧିବେଶନ ପାରଳାଖେମୁଣ୍ଡି ୧୯୧୪,ଡିସେମ୍ବର ୨୬ ଓ ୨୭ ବିକ୍ରମଦେବ ବର୍ମା
୧୧ଶ ଅଧିବେଶନ ସମ୍ବଲପୁର ୧୯୧୫ ଲକ୍ଷ୍ମୀନାରାୟଣ ସିଂହ
୧୨ଶ ଅଧିବେଶନ ବାଲେଶ୍ୱର ୧୯୧୬ ଶ୍ରୀନିବାସ ରାଜମଣି
ଅଭ୍ୟର୍ଥନା ଅଧିବେଶନ କଟକ ୧୯୧୭ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ(କନିକା ରାଜା)
୧୩ଶ ଅଧିବେଶନ କଟକ ୧୯୧୭ ଫକୀରମୋହନ ସେନାପତି
ସ୍ୱତନ୍ତ୍ର ଅଧିବେଶନ କଟକ ୧୯୧୮ ମଧୁସୂଦନ ଦାସ
୧୪ଶ କଟକ ୧୯୧୯ ପଣ୍ଡିତ ଗୋପବନ୍ଧୁ ଦାସ
୧୫ଶ ଅଧିବେଶନ ପୁରୀ ୧୯୧୯ ଚନ୍ଦ୍ରଶେଖର ବେହେରା
୧୬ଶ ଅଧିବେଶନ ଚକ୍ରଧରପୁର , ଝାଡ଼ଖଣ୍ଡ ୧୯୨୦ ଜଗବନ୍ଧୁ ସିଂହ
୧୭ଶ ଅଧିବେଶନ ବ୍ରହ୍ମପୁର ୧୯୨୩ କଳ୍ପତରୁ ଦାସ
୧୮ଶ ଅଧିବେଶନ ବ୍ରହ୍ମପୁର ୧୯୨୪ ଚନ୍ଦ୍ରଶେଖର ବେହେରା
୧୯ଶ ଅଧିବେଶନ କଟକ ୧୯୨୫ ଭୁବନାନନ୍ଦ ଦାସ ଲକ୍ଷ୍ମୀନାରାୟଣ ପଟ୍ଟନାୟକ(ବିଜୁ ପଟ୍ଟନାୟକଙ୍କ ପିତା)
୨୦ଶ ଅଧିବେଶନ ବ୍ରହ୍ମପୁର ୧୯୨୯ ଲକ୍ଷ୍ମୀଧରି ମହାନ୍ତି(ଆଳି)
୨୧ଶ ଅଧିବେଶନ ବ୍ରହ୍ମପୁର ୧୯୩୦ ଲୋକନାଥ ମିଶ୍ର
୨୨ଶ ଅଧିବେଶନ ଜଳନ୍ତର ୧୯୩୧ ଦାମୋଦର ସାହୁ
ସ୍ୱତନ୍ତ୍ର ଅଧିବେଶନ ବ୍ରହ୍ମପୁର ୧୯୩୨ ଲକ୍ଷ୍ମୀଧର ମହାନ୍ତି(ଆଳି)
୨୩ଶ ଅଧିବେଶନ ବ୍ରହ୍ମପୁର ୧୯୩୩ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ(ପାରଳା ମହାରାଜା)
୨୪ଶ ଅଧିବେଶନ ବ୍ରହ୍ମପୁର ୧୯୩୪ ମଧୁସୂଦନ ପାଣିଗ୍ରାହୀ ମଧୁସୂଦନ ମହାନ୍ତି
୨୫ଶ ଅଧିବେଶନ ମଞ୍ଜୁଷା , ଆନ୍ଧ୍ରପ୍ରଦେଶ ୧୯୩୮ ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ଯ
୨୬ଶ ଅଧିବେଶନ ପୁରୀ ୧୯୪୦ ପଣ୍ଡିତ ନୀଳକଣ୍ଠ ଦାସ
୨୭ଶ ଅଧିବେଶନ ବ୍ରହ୍ମପୁର ୧୯୪୪ ଭାଗବତ ପ୍ରସାଦ ଦାସ
୨୮ଶ ଅଧିବେଶନ ବ୍ରହ୍ମପୁର ୧୯୪୪ ଲକ୍ଷ୍ମୀନାରାୟଣ ସାହୁ
୨୯ଶ ଅଧିବେଶନ ଜୟପୁର ୧୯୪୫ ହରିହର ମିଶ୍ର
୩୦ଶ ଅଧିବେଶନ ପୁରୀ ୧୯୪୬ ଜଗନ୍ନାଥ ରାଜମଣି ରାଜଦେଓ
୩୧ଶ ଅଧିବେଶନ ଜୟପୁର ୧୯୪୬ ରାଧାନାଥ ରଥ
୩୨ଶ ଅଧିବେଶନ ବ୍ରହ୍ମପୁର ୧୯୪୭ ବିଶ୍ୱନାଥ ଦାସ
୩୩ଶ ଅଧିବେଶନ ମହେନ୍ଦ୍ରଗିରି ୧୯୪୭ ରଘୁନାଥ ରାୟ
୩୪ଶ ଅଧିବେଶନ ମଞ୍ଜୁଷା , ଆନ୍ଧ୍ରପ୍ରଦେଶ ୧୯୫୩ ରାଜେନ୍ଦ୍ର ନାରାୟଣ ସିଂହଦେଓ
୩୫ଶ ଅଧିବେଶନ ବ୍ରହ୍ମପୁର ୧୯୫୫ ପଣ୍ଡିତ ଗୋଦାବରୀଶ ମିଶ୍ର
୩୬ଶ ଅଧିବେଶନ ବ୍ରହ୍ମପୁର ୧୯୫୯ ଡକ୍ଟର ପ୍ରାଣକୃଷ୍ଣ ପରିଜା
୩୭ଶ ଅଧିବେଶନ ଜୟପୁର ୧୯୬୯ ଡଃ. ରାଧାନାଥ ରଥ
୩୮ଶ ଅଧିବେଶନ ପାରଳାଖେମୁଣ୍ଡି ୧୯୭୪ ଡଃ. ରାଧାନାଥ ରଥ
୩୯ଶ ଅଧିବେଶନ ରାଉରକେଲା ୧୯୮୨ ଡଃ. ରାଧାନାଥ ରଥ
୪୦ଶ ଅଧିବେଶନ ରମ୍ଭା ୧୯୮୩ ଡଃ. ରାଧାନାଥ ରଥ
୪୧ଶ ଅଧିବେଶନ ୦୫/୦୪/୧୯୯୮ ହରିଶ୍ଚନ୍ଦ୍ର ବକ୍ସିପାତ୍ର
୪୨ଶ ଅଧିବେଶନ ୧୮/୦୩/୨୦୦୧ ବସନ୍ତ କୁମାର ପାଣିଗ୍ରାହୀ
୪୩ତମ ଅଧିବେଶନ ଭୁବନେଶ୍ୱର ୨୭/୦୭/୨୦୦୮ ଡଃ. ଭାବଗ୍ରାହୀ ମହାପାତ୍ର
୪୪ତମ ଅଧିବେଶନ ଜାମସେଦପୁର , ଝାଡ଼ଖଣ୍ଡ ୧୫/୦୭/୨୦୧୨ ଡଃ. ଭାବଗ୍ରାହୀ ମହାପାତ୍ର
୪୫ତମ ଅଧିବେଶନ ଜୟପୁର ୩୧/୦୧,୦୧/୦୨/୨୦୧୫ ଡଃ. ଗୁରୁପ୍ରସାଦ ମହାନ୍ତି
୪୬ତମ ଅଧିବେଶନ ରାଉରକେଲା ୧୪,୧୫/୧୦/୨୦୧୭ ଡଃ. ଗୁରୁପ୍ରସାଦ ମହାନ୍ତି

ଟୀକା[ସମ୍ପାଦନା]

  1. ଉତ୍କଳୀୟ ସଂସ୍କୃତିରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ପୂର୍ବରୁ ଗୋଟିଏ ସଭାର ଆୟୋଜନ କରାଯାଏ ।ସେଠାରେ କାର୍ଯ୍ୟଟିକୁ କିପରି ଶୃଙ୍ଖଳିତ ଭାବରେ କରାଯିବ ତାର ନିତିନିର୍ଘଣ୍ଟମାନ ସ୍ଥିର କରାଯାଏ ।ସେହି ସଭାକୁ ଅଧିବାସ ବୋଲି କୁହାଯାଏ[୯]

ଆଧାର[ସମ୍ପାଦନା]

  1. Staff Reporter (24 October 2009). "Central Nod to Rename Orissa Welcome". Hindustani Times (New Delhi). Missing or empty |url= (help); |access-date= requires |url= (help)
  2. Unknown author. "Death Anniversary of Utkal Gaurab Madhusudan Das" (PDF). Odisha Government. Retrieved 17 September 2013.
  3. Samal, Joy K. and Nayak, Pradip Kumar (1996). Makers of Modern Orrissa. p. 48.CS1 maint: Multiple names: authors list (link)
  4. Padhy, K.S. (2011). Indian Political Thought. PHI Learning Private Ltd. p. 287.
  5. Mahapatra, Jarihar (2011). My Life, My work. Allied Publishers Private. p. 220.
  6. Pattanayak, Subhas Chandra (30 November 2002). "New Leader of Utkal Sammilani". Orrisa Matters. Retrieved 17 September 2013.
  7. Staff Reporter (7 December 2010). "Utkal Sammilani's demand". The Hindu. Missing or empty |url= (help); |access-date= requires |url= (help)
  8. "Protest Against". The Hindu. 15 September 2010. Missing or empty |url= (help); |access-date= requires |url= (help)
  9. Praharaj, G. C. (1936). ଅଧିବାସ - Purnnacandra Odia Bhashakosha. Retrieved 28 October 2018.

ବାହାର ଲିଙ୍କ[ସମ୍ପାଦନା]