Jump to content

ଲାଲ ମୋହନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଲାଲ ମୋହନ ପଟ୍ଟନାୟକ
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୮ ମଇ ୧୯୪୬  ୨୦ ଫେବୃଆରୀ ୧୯୫୨
ନିର୍ବାଚନ ମଣ୍ଡଳୀଭାରତୀୟ ଖ୍ରୀଷ୍ଟିଆନ ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮୯୧
ମୃତ୍ୟୁ୧୯୫୬
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ସନ୍ତାନପ୍ରଣବ ପଟ୍ଟନାୟକ, ସୁଧାଂଶୁମାଳିନୀ ରାୟ
ବୃତ୍ତିରାଜନୀତିଜ୍ଞ

ଲାଲ ମୋହନ ପଟ୍ଟନାୟକ (୧୮୯୧ – ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ, ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱାଧୀନତା ପୂର୍ବର ଓଡ଼ିଶା ବିଧାନ ସଭାର ବାଚସ୍ପତି ଥିଲେ । ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ୨ୟ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଲାଲ ମୋହନ ପଟ୍ଟନାୟକ ୧୮୯୧ ମସିହାରେ ବ୍ରିଟିଶ ଭାରତର ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ଶ୍ରୀକାକୁଲମସ୍ଥିତ ବୁଧାରସିଂହ ଗ୍ରାମରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବ୍ରହ୍ମପୁରରୁ ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ କଲିକତାରୁ କଳାରେ ସ୍ନାତକ ଏବଂ ମାଡ୍ରାସରୁ ଆଇନରେ ସ୍ନାତକ କରିଥିଲେ ।[] ତାଙ୍କ ପୁଅ ପ୍ରଣବ ପଟ୍ଟନାୟକ ଜଣେ କଣ୍ଠଶିଳ୍ପୀ[] ଓ ତାଙ୍କ ଝିଅ ସୁଧାଂଶୁମାଳିନୀ ରାୟ ଜଣେ ରାଜନୀତିଜ୍ଞ ଥିଲେ ।[]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

[ସମ୍ପାଦନା]

ମାଡ୍ରାସରୁ ଆଇନରେ ସ୍ନାତକ କରିବା ପରେ ଓକିଲାତି ପାଇଁ ସେ ବ୍ରହ୍ମପୁର ଫେଇଥିଲେ ଏବଂ ସେହି ସମୟରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ଯେଉଁଠି ସେ ଓଡ଼ିଆ ଭାଷାଭାଷୀ ଗଡ଼ଜାତ ରାଜ୍ୟଗୁଡ଼ିକୁ ଓଡ଼ିଶା ପ୍ରଦେଶ ସହିତ ମିଶେଇବା ପାଇଁ କାମ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟ ଧର୍ମ ଆପଣେଇଥିଲେ ଏବଂ ବ୍ରହ୍ମପୁରକଟକର ବିଭିନ୍ନ ମିଶନାରୀ କାର୍ଯ୍ୟ ସହିତ ଯୋଡ଼ି ହୋଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଲାଲ ମୋହନ ପଟ୍ଟନାୟକ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[] ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଗଠନ କରାଯାଇଥିବା ୨ୟ ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭାରତୀୟ ଖ୍ରୀଷ୍ଟିଆନ ଓଡ଼ିଶାରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଏହି ବିଧାନ ସଭାରେ ୨୮ ମଇ ୧୯୪୬ରୁ ୨୦ ଫେବୃଆରୀ ୧୯୫୨ରେ ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭା ବାଚସ୍ପତି ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।[]

ସାହିତ୍ୟକୃତି

[ସମ୍ପାଦନା]

ଲାଲ ମୋହନ ପଟ୍ଟନାୟକଙ୍କର ସଙ୍ଗୀତ ଓ କବିତାରେ ରୁଚି ଥିଲା । ସେ ଓଡ଼ିଆଇଂରାଜୀ ଭାଷାରେ ପୁସ୍ତକ ରଚନା କରିଥିଲେ । ସେ ରେଜରେକ୍ଟେଡ୍ ଓଡ଼ିଶା ନାମକ ଏକ ଇଂରାଜୀ ପୁସ୍ତକ ରଚନା କରିଥିଲେ, ଯେଉଁଥିରେ ତାଙ୍କ ସମୟର ବିଭିନ୍ନ ସାମାଜିକ ଓ ରାଜନୀତିକ ଅସୁବିଧା ବିଷୟରେ ଉଲ୍ଲେଖ କରିଥିଲେ । ୧୯୪୭ ମସିହାରେ ତାଙ୍କ ରଚିତ କବିତା ସଂକଳନ ଜୀବନ ଚମ୍ପୂ ଓ ୧୯୪୯ ମସିହାରେ ଅନ୍ୟତମ କବିତା ପୁସ୍ତକ ବନ୍ଦନା ପ୍ରକାଶିତ ହୋଇଥିଲା ।[]

ରଚିତ ପୁସ୍ତକ

[ସମ୍ପାଦନା]
  • ରେଜରେକ୍ଟେଡ୍ ଓଡ଼ିଶା (ଇଂରାଜୀ: Resurrected Orissa)
  • ଜୀବନ ଚମ୍ପୂ (ଓଡ଼ିଆ)
  • ବନ୍ଦନା (ଓଡ଼ିଆ)

ମୃତ୍ୟୁ

[ସମ୍ପାଦନା]

୧୯୫୬ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୭ ଫେବୃଆରୀ ୧୯୫୬ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ଏବଂ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[]

  1. 1 2 3 "Father of music Badshah was the Speaker of Odisha Assembly! | Sambad English" (in ଆମେରିକୀୟ ଇଂରାଜୀ). 2019-03-30. Retrieved 2023-09-04.
  2. 1 2 Nayak, Subadh (27 July 2018). "Pranab Patnaik gets first "Sikander Alam Memorial Award"". KalingaTV (in English). Bhubaneswar. Archived from the original on 5 August 2021. Retrieved 4 September 2023.{{cite news}}: CS1 maint: unrecognized language (link)
  3. "'A singer must never allow success to go to his head'". The Times of India. 2015-04-24. ISSN 0971-8257. Retrieved 2023-09-04.
  4. 1 2 "Late Lal Mohan Patnaik". odishaassembly.nic.in. Odisha Assembly. Retrieved 4 September 2023.

ବାହାର ଆଧାର

[ସମ୍ପାଦନା]