ଲାଲ ମୋହନ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଲାଲ ମୋହନ ପଟ୍ଟନାୟକ
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୮ ମଇ ୧୯୪୬ – ୨୦ ଫେବୃଆରୀ ୧୯୫୨
ନିର୍ବାଚନ ମଣ୍ଡଳୀଭାରତୀୟ ଖ୍ରୀଷ୍ଟିଆନ ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮୯୧
ମୃତ୍ୟୁ୧୯୫୬
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ସନ୍ତାନପ୍ରଣବ ପଟ୍ଟନାୟକ, ସୁଧାଂଶୁମାଳିନୀ ରାୟ
ବୃତ୍ତିରାଜନୀତିଜ୍ଞ

ଲାଲ ମୋହନ ପଟ୍ଟନାୟକ (୧୮୯୧ – ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ, ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱାଧୀନତା ପୂର୍ବର ଓଡ଼ିଶା ବିଧାନ ସଭାର ବାଚସ୍ପତି ଥିଲେ । ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ହୋଇଥିବା ୨ୟ ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଲାଲ ମୋହନ ପଟ୍ଟନାୟକ ୧୮୯୧ ମସିହାରେ ବ୍ରିଟିଶ ଭାରତର ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ଶ୍ରୀକାକୁଲମସ୍ଥିତ ବୁଧାରସିଂହ ଗ୍ରାମରେ ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ବ୍ରହ୍ମପୁରରୁ ହାଇସ୍କୁଲ ଶିକ୍ଷା ଶେଷ କରିବା ପରେ କଲିକତାରୁ କଳାରେ ସ୍ନାତକ ଏବଂ ମାଡ୍ରାସରୁ ଆଇନରେ ସ୍ନାତକ କରିଥିଲେ ।[୧] ତାଙ୍କ ପୁଅ ପ୍ରଣବ ପଟ୍ଟନାୟକ ଜଣେ କଣ୍ଠଶିଳ୍ପୀ[୨] ଓ ତାଙ୍କ ଝିଅ ସୁଧାଂଶୁମାଳିନୀ ରାୟ ଜଣେ ରାଜନୀତିଜ୍ଞ ଥିଲେ ।[୩]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ମାଡ୍ରାସରୁ ଆଇନରେ ସ୍ନାତକ କରିବା ପରେ ଓକିଲାତି ପାଇଁ ସେ ବ୍ରହ୍ମପୁର ଫେଇଥିଲେ ଏବଂ ସେହି ସମୟରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା, ଯେଉଁଠି ସେ ଓଡ଼ିଆ ଭାଷାଭାଷୀ ଗଡ଼ଜାତ ରାଜ୍ୟଗୁଡ଼ିକୁ ଓଡ଼ିଶା ପ୍ରଦେଶ ସହିତ ମିଶେଇବା ପାଇଁ କାମ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ସେ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟ ଧର୍ମ ଆପଣେଇଥିଲେ ଏବଂ ବ୍ରହ୍ମପୁରକଟକର ବିଭିନ୍ନ ମିଶନାରୀ କାର୍ଯ୍ୟ ସହିତ ଯୋଡ଼ି ହୋଇଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଲାଲ ମୋହନ ପଟ୍ଟନାୟକ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[୪] ୧୯୪୬ ମସିହାରେ ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ଗଠନ କରାଯାଇଥିବା ୨ୟ ବିଧାନ ସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭାରତୀୟ ଖ୍ରୀଷ୍ଟିଆନ ଓଡ଼ିଶାରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଏହି ବିଧାନ ସଭାରେ ୨୮ ମଇ ୧୯୪୬ରୁ ୨୦ ଫେବୃଆରୀ ୧୯୫୨ରେ ଏହି ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ । ଏହି ବିଧାନ ସଭା ବାଚସ୍ପତି ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।[୨]

ସାହିତ୍ୟକୃତି[ସମ୍ପାଦନା]

ଲାଲ ମୋହନ ପଟ୍ଟନାୟକଙ୍କର ସଙ୍ଗୀତ ଓ କବିତାରେ ରୁଚି ଥିଲା । ସେ ଓଡ଼ିଆଇଂରାଜୀ ଭାଷାରେ ପୁସ୍ତକ ରଚନା କରିଥିଲେ । ସେ ରେଜରେକ୍ଟେଡ୍ ଓଡ଼ିଶା ନାମକ ଏକ ଇଂରାଜୀ ପୁସ୍ତକ ରଚନା କରିଥିଲେ, ଯେଉଁଥିରେ ତାଙ୍କ ସମୟର ବିଭିନ୍ନ ସାମାଜିକ ଓ ରାଜନୀତିକ ଅସୁବିଧା ବିଷୟରେ ଉଲ୍ଲେଖ କରିଥିଲେ । ୧୯୪୭ ମସିହାରେ ତାଙ୍କ ରଚିତ କବିତା ସଂକଳନ ଜୀବନ ଚମ୍ପୂ ଓ ୧୯୪୯ ମସିହାରେ ଅନ୍ୟତମ କବିତା ପୁସ୍ତକ ବନ୍ଦନା ପ୍ରକାଶିତ ହୋଇଥିଲା ।[୧]

ରଚିତ ପୁସ୍ତକ[ସମ୍ପାଦନା]

  • ରେଜରେକ୍ଟେଡ୍ ଓଡ଼ିଶା (ଇଂରାଜୀ: Resurrected Orissa)
  • ଜୀବନ ଚମ୍ପୂ (ଓଡ଼ିଆ)
  • ବନ୍ଦନା (ଓଡ଼ିଆ)

ମୃତ୍ୟୁ[ସମ୍ପାଦନା]

୧୯୫୬ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ୨୭ ଫେବୃଆରୀ ୧୯୫୬ରେ ବିଧାନ ସଭା ଗୃହରେ ତାଙ୍କ ପାଇଁ ଶୋକ ପାଳନ କରାଯାଇଥିଲା ଏବଂ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Father of music Badshah was the Speaker of Odisha Assembly! | Sambad English" (in ଆମେରିକୀୟ ଇଂରାଜୀ). 2019-03-30. Retrieved 2023-09-04.
  2. ୨.୦ ୨.୧ Nayak, Subadh (27 July 2018). "Pranab Patnaik gets first "Sikander Alam Memorial Award"". KalingaTV (in English). Bhubaneswar. Archived from the original on 5 August 2021. Retrieved 4 September 2023.{{cite news}}: CS1 maint: unrecognized language (link)
  3. "'A singer must never allow success to go to his head'". The Times of India. 2015-04-24. ISSN 0971-8257. Retrieved 2023-09-04.
  4. ୪.୦ ୪.୧ "Late Lal Mohan Patnaik". odishaassembly.nic.in. Odisha Assembly. Retrieved 4 September 2023.

ବାହାର ଆଧାର[ସମ୍ପାଦନା]