Jump to content

ସମାଜ (ଖବରକାଗଜ)

ଉଇକିପିଡ଼ିଆ‌ରୁ
ସମାଜ
ମାଲିକଲୋକ ସେବକ ମଣ୍ଡଳ
ପ୍ରତିଷ୍ଠାତାଉତ୍କଳମଣି ଗୋପବନ୍ଧୁ ଦାସ
ପ୍ରକାଶକରାଜେନ୍ଦ୍ର ଜେନା
ସମ୍ପାଦକବାମାପଦ ତ୍ରିପାଠୀ
ପ୍ରତିଷ୍ଠିତ୧୯୧୯ ଅକ୍ଟୋବର ୪
ଭାଷାଓଡ଼ିଆ
ମୁଖ୍ୟାଳୟକଟକ
Circulation୩,୦୦,୦୦୦
Sister newspapersସମାଜ ସାପ୍ତାହିକ
ୱେବସାଇଟOfficial website
ମାଗଣା ଅନଲାଇନ ଅଭିଲେଖsamajaepaper.in

ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଛୁରିଅନା ବକୁଳବନରୁ ତାଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା ।[୧] ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ଏହା ଏକ ସଙ୍ଗେ କଟକ, ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ୱାରା ପରିଚାଳିତ ହେଉଛି । ତପନ କୁମାର ମିଶ୍ର 'ସମାଜର ସମ୍ପାଦକ[୨] ଭାବରେ କାମ କରି ୨୦୨୬ ଅଗଷ୍ଟ ମାସରେ ଅବସର ନେଇଥିଲେ ଏବଂ ବାମାପଦ ତ୍ରିପାଠୀ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ ।[୩] ରାଜେନ୍ଦ୍ର ଜେନା ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।[୪]

କଟକରେ ଥିବା ସମାଜ କାର୍ଯ୍ୟାଳୟ

ଇତିହାସ

[ସମ୍ପାଦନା]

ସମାଜର ପ୍ରତିଷ୍ଠାତା ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ । [୫]ସମାଜ ସଂସ୍କାର କାର୍ଯ୍ୟ କରିବା ପାଇଁ ସେ ସାମ୍ବାଦିକତାକୁ ବୃତି ହିସାବରେ ଗ୍ରହଣ କରିଥିଲେ । ପ୍ରଥମେ ସେ ସତ୍ୟବାଦୀ ମାସିକ ପତ୍ରିକା ପ୍ରକାଶ କରୁଥିଲେ । ୧୯୧୯ ମସିହା ଅକ୍ଟୋବର ୧୦ ତାରିଖ ବିଜୟା ଦଶମୀ ଅବସରରେ ସେ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ପ୍ରଥମେ ଏକେ ସାପ୍ତାହିକ ଖବରକାଗଜ ରୂପେ ପ୍ରକାଶ ପାଉଥିଲା ଏବଂ କାଳକ୍ରମେ ଏହା ଦୈନିକ ପ୍ରକାଶ ପାଇବାକୁ ଲାଗିଲା | [୬] ସେ ନିଜେ ଏହାର ପ୍ରଥମ ସମ୍ପାଦକ ଥିଲେ । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ ଆଦିଙ୍କ ସହଯୋଗରେ ଗୋପବନ୍ଧୁ ଦାସ ତତ୍କାଳୀନ ଇଂରେଜ ଶାସକଙ୍କ ବିରୁଦ୍ଧରେ ସମାଜରେ ଲେଖୁଥିଲେ ଏବଂ ଏଥି ପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ୧୯୨୮ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ପୁର୍ବରୁ ସମାଜକୁ ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଟିତ ଲୋକ ସେବକ ମଣ୍ଡଳକୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଲୋକ ସେବକ ମଣ୍ଡଳ ସମାଜର ପରିଚାଳନା କରିଆସୁଛି ।[୭] ୧୯୨୮ ମସିହାରେ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନାର ଦାୟିତ୍ୱ ନେଲେ । ୧୯୫୨ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ, ରାଧାନାଥ ରଥ ସକ୍ରିୟ ରାଜନୀତିରେ ଭାଗନେଇ ସମାଜର ସମ୍ପାଦନାରୁ ଦଊରେଇ ରହିଥିଲେ ଓ ୧୯୬୧ ମସିହାରେ ସମାଜର ସମ୍ପାଦନାକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଧାନାଥ ରଥଙ୍କ ପରେ ମନୋରମା ମହାପାତ୍ର, ସମାଜର ସମ୍ପାଦକ ଦାୟିତ୍ୱରେ ରହିଥିଲେ ।

ସମ୍ପାଦକଗଣ

[ସମ୍ପାଦନା]
  1. ଗୋପବନ୍ଧୁ ଦାସ (୧୯୧୯ – ୧୯୨୮)
  2. ଲିଙ୍ଗରାଜ ମିଶ୍ର (୧୯୩୧ – ୧୯୪୫)
  3. ରାଧାନାଥ ରଥ (୧୯୪୫ – ୧୯୫୨ ଏବଂ ୧୯୬୧ – ୧୯୯୮)
  4. ମନୋରମା ମହାପାତ୍ର (୧୯୯୮ – ୨୦୨୧)
  5. ସୁଶାନ୍ତ କୁମାର ମହାନ୍ତି
  6. ପ୍ରମୋଦ କୁମାର ମହାପାତ୍ର
  7. ବାମାପଦ ତ୍ରିପାଠୀ[୮] ( – ଜାନୁଆରୀ ୨୦୨୦ ଏବଂ ୧୬ ଅଗଷ୍ଟ ୨୦୨୬ – )
  8. ତପନ ମିଶ୍ର (ଜାନୁଆରୀ ୨୦୨୦ – ୧୬ ଅଗଷ୍ଟ ୨୦୨୬)[୯]

ସାମାଜିକ କାର୍ଯ୍ୟ ଓ ସମ୍ମାନ

[ସମ୍ପାଦନା]

ସମାଜ କ୍ରମେ ନିଜକୁ ଏକ ଖବରକାଗଜରୁ ଏକ ସାମାଜିକ ଅନୁଷ୍ଠାନରେ ପରିବର୍ତିତ କରିସାରିଛି । ଏକ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ସମାଜ ସଂସ୍କାର ତଥା ଦେଶ ଗଠନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ସମାଜର ଏହି ଗଠନ ମୁଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ଏହାକୁ ଆଇ.ଏଲ୍.ଏନ୍.ଏ. ସର୍ବୋତ୍କୃଷ୍ଟ ଜାତୀୟବାଦି ଖବରକାଗଜ ଭାବରେ ସମ୍ମାନିତ କରାଯାଇଛି । [୧୦]ଏହା ବ୍ୟତିତ ସମାଜର ରିଲିଫ କମିଟି ମଧ୍ୟ ଖୁବ ଉଚ୍ଚକୋଟିର ସମାଜ ସେବା କାର୍ଯ୍ୟ କରିଆସିଛି ।

  1. ↑ "ସମାଜର ଆତ୍ମଲିପି". ସମାଜ. ୧୦ ଅକ୍ଟୋବର ୨୦୧୪. Retrieved ୧୦ ଅକ୍ଟୋବର ୨୦୧୪. {{cite news}}: Check date values in: |accessdate= and |date= (help)[permanent dead link]
  2. ↑ "ତପନ କୁମାର ମିଶ୍ର 'ସମାଜ'ର ସମ୍ପାଦକ". No. ସମାଜ ୦୭/୦୧/୨୦୨୦ପୃଷ୍ଠା ୩. ସମାଜ. Retrieved 7 January 2020.
  3. ↑ The Samaja ePaper https://samajaepaper.in/imageview_12_178202623256511_4_73_17-08-2026_3_i_1_sf.html. Retrieved 2026-08-17. {{cite web}}: Missing or empty |title= (help)
  4. ↑ ସମାଜର ୱେବସାଇଟ
  5. ↑ Shreeram Chandra Dash (1976). Gopabandhu Das. National Book Trust, India. p. 17. Retrieved 20 June 2012.
  6. ↑ Durgācaraṇa Kuam̐ra (1 January 2000). Utkalmani Gopabandhu Das. Sahitya Akademi. p. 20. ISBN 978-81-260-1101-8. Retrieved 20 June 2012.
  7. ↑ "ଆର୍କାଇଭ୍ କପି". Archived from the original on 2012-06-06. Retrieved 2012-06-20. {{cite web}}: Cite has empty unknown parameter: |1= (help)
  8. ↑ "ବାମାପଦ ତ୍ରିପାଠୀ 'ସମାଜ'ର ନୂଆ ସମ୍ପାଦକ". The Samaja ePaper. 2026-08-17. Archived from the original on 2026-08-18. Retrieved 2026-08-17.
  9. ↑ "ବାମାପଦ ତ୍ରିପାଠୀ 'ସମାଜ'ର ନୂଆ ସମ୍ପାଦକ". The Samaja ePaper. 2026-08-17. Archived from the original on 2026-08-18. Retrieved 2026-08-17.
  10. ↑ "ଆର୍କାଇଭ୍ କପି". Archived from the original on 2012-07-14. Retrieved 2012-06-20. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ

[ସମ୍ପାଦନା]