ସୁରମା ପାଢ଼ୀ

ଉଇକିପିଡ଼ିଆ ରୁ
Jump to navigation Jump to search
ସୁରମା ପାଢ଼ୀ
ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୪ – ୨୦୦୯
ପୂର୍ବ ଅଧିକାରୀରମାକାନ୍ତ ମିଶ୍ର
ପର ଅଧିକାରୀସତ୍ୟନାରାୟଣ ପ୍ରଧାନ
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-12-29) 29 December 1960 (age 58)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀବିପିନ ବିହାରୀ ପାଢ଼ୀ
ବାପା/ମା'ହରିଶ୍ଚନ୍ଦ୍ର ପାଢ଼ୀ (ବାପା)
ବୃତ୍ତିଓକିଲ
ରାଜନୀତିଜ୍ଞ
ଧର୍ମହିନ୍ଦୁ

ସୁରମା ପାଢ଼ୀ (ଜନ୍ମ: ୨୯ ଡିସେମ୍ବର ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳ ସହ ସଂପୃକ୍ତ ଅଛନ୍ତି । ସୁରମା ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ମାସ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ହରିଶ୍ଚନ୍ଦ୍ର ପାଢ଼ୀ । ସେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ ।[୩] ପରବର୍ତ୍ତୀ ସମୟରେ ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ସେ ବିପିନ ବିହାରୀ ପାଢ଼ୀଙ୍କୁ ବିବାହ କରିଥିଲେ ।[୨] ଏହି ଦମ୍ପତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ସୁରମା ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୦୦ ମସିହାରେ ଏହି ପଦରେ ରହିଥିଲେ ।[୧] ପରେ ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ ଏବଂ ୨୦୦୨ ମସିହାଯାଏଁ ଏହି ପଦରେ କାର୍ଯ୍ୟ କରିଥିଲେ ।[୧] ଏଥି ସହିତ ସେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପଦବୀରେ ରହି କାର୍ଯ୍ୟ କରିଥିଲେ ।[୩]

୨୦୦୪ ମସିହାରେ ଓଡ଼ିଶା ନିର୍ବାଚନରେ ସୁରମା ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ନିର୍ବାଚିତ ।[୨] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୩] ସୁରମା ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୮ ମଇ ୨୦୦୪ରୁ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୯ ମାର୍ଚ୍ଚ ୨୦୦୯ ଯାଏଁ ସେ କାର୍ଯ୍ୟ କରିଥିଲେ ।[୧]

୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୩୩,୦୪୨ ଖଣ୍ଡ ଭୋଟ ପାଇବା ସହ ୨ୟ ସ୍ଥାନରେ ଥିଲେ ।[୪] ବିଜୁ ଜନତା ଦଳର ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ସମୁଦାୟ ୫୪,୬୪୩ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

ଏହାପରେ ସେ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୪,୨୭୯ ଖଣ୍ଡ ଭୋଟ ପାଇବା ସହ ପୁଣିଥର ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।[୬] ବିଜୁ ଜନତା ଦଳର ପ୍ରାର୍ଥୀ ରବିନାରାୟଣ ମହାପାତ୍ର ଏହି ନିର୍ବାଚନରେ ସମୁଦାୟ ୬୦,୭୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ଯାଇଥିଲେ ।[୭][୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Smt. Surama Padhy". odishaassembly.nic.in. Odisha Assembly. Retrieved 8 March 2019.
  2. ୨.୦ ୨.୧ ୨.୨ "MLA Surama Padhy Profile | RANPUR Constituency". naveenpatnaik.com. Retrieved 2019-03-08.
  3. ୩.୦ ୩.୧ ୩.୨ "MLA Surama Padhy Profile | RANPUR Constituency". odishahelpline.com. Retrieved 2019-03-08.
  4. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  5. "Orissa Election Result 2009 With Vote Margin". leadtech.in. Retrieved 12 April 2014. 21601
  6. "Constituency Wise odisha Assembly Election result 2014". Leadtech.in. Retrieved 20 August 2014.
  7. "Odisha - Ranpur". Election Commission of India. Retrieved 20 August 2014.
  8. "Orissa Assembly Election 2014, Constituency: Ranpur (119)". EmpoweringIndia.org. Retrieved 20 August 2014.