କଲେରା

ଉଇକିପିଡ଼ିଆ‌ରୁ
କଲେରା
ଏଲେକ୍ଟ୍ରନ ଅଣୁବୀକ୍ଷଣ ଯନ୍ତ୍ରରେ ଭିବ୍ରିଓ କଲେରା ଜୀବାଣୁ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦A00.
ଆଇସିଡ଼ି-୯-ସିଏମ୍001
ରୋଗ ଡାଟାବେସ29089
ମେଡ଼ିସିନ-ପ୍ଲସ000303
ଇ-ମେଡ଼ିସିନmed/351
Patient UKକଲେରା
MeSHD002771
କଲେରା ଭିଡିଓ

କଲେରା ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗର ନାମ । [୧] ଓଡ଼ିଆରେ ଏହାକୁ ବିସୂଚିକା, ଓଲାଉଠା, ମହାମାରୀ ଓ ହଇଜା ନାମ ମଧ୍ୟ ଦିଆଯାଇଛି । ଏହାର ଲକ୍ଷଣ: ସାମାନ୍ୟରୁ ଗମ୍ଭୀର ଧରଣର ହୋଇପାରେ, କିଛି ବି ନ ହୋଇପାରେ । [୨] ସ୍ୱାଭାବିକ ଲକ୍ଷଣ ମଧ୍ୟରେ ବ‌ହୁତ ପରିମାଣର ପାଣିଭଳି ତରଳ ଝାଡ଼ା କିଛି ଦିନ ହୁଏ । [୩] ବାନ୍ତିମାଂସପେଶୀ କ୍ରାମ୍ପ ହୋଇପାରେ । [୨] ଅତ୍ୟଧିକ ତରଳ ଝାଡ଼ା ହେଲେ କିଛି ଘଣ୍ଟା ମଧ୍ୟରେ ଗମ୍ଭୀର ନିର୍ଜଳନଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହୁଏ । [୩] ଏହାଦ୍ୱାରା ଆଖି କୋଟରଗତ ହୁଏ, ଚର୍ମ ଥଣ୍ଡା ହୁଏ ତ‌ଥା ଇଲାସ୍ଟିସିଟି କମିଯାଏ ଏବଂ ହାତ ଓ ପାଦର ଚର୍ମ କୁଞ୍ଚିତ ହୋଇଯାଏ । [୪] ନିର୍ଜଳନ ଯୋଗୁ ଚର୍ମ ନୀଳ ହୋଇଯାଏ ଯାହାକୁ ସ୍ୟାନୋସିସ (cyanosis) କୁହାଯାଏ । [୫] ଜୀବାଣୁ ପ୍ରବେଶ ପରଠାରୁ ୨ ଘଣ୍ଟାରୁ ୫ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । [୨]

ଅନେକ ପ୍ରକାର ଭିବ୍ରିଓ କଲେରି ଜୀବାଣୁର ପ୍ରଜାତିଦ୍ୱାରା କଲେରା ରୋଗ ହୁଏ; କେତେକ ପ୍ରଜାତି ଅନ୍ୟ ପ୍ରଜାତି ଅପେକ୍ଷା ଗମ୍ଭୀର ଧରଣର ରୋଗ କରନ୍ତି । ଅଧିକାଂଶ କ୍ଷେତ୍ରରେ ଜଳ ଓ ଖାଦ୍ୟରେ ଜୀବାଣୁ ମିଶ୍ରିତ ମଳ ଅପମିଶ୍ରିତ ଥିଲେ ଏହି ରୋଗ ବ୍ୟାପେ । [୩] ଉତ୍ତମରୁପେ ରନ୍ଧାଯାଇନଥିବା ସାମୁଦ୍ରିକ ଖାଦ୍ୟ ଏହି ରୋଗର ସାଧାରଣ ଉତ୍ସ । [୬] ମାନବ ଏକମାତ୍ର ପ୍ରାଣୀ ଯାହାକୁ ଏହି ରୋଗ ହୁଏ । ଅପରିଚ୍ଛନତା, ଅଶୁଦ୍ଧ ପାନୀୟ ଜଳଦାରିଦ୍ର୍ୟ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [୩] ଶୀଘ୍ର ନିର୍ଣ୍ଣୟ ନିମନ୍ତେ ଡିପସ୍ଟକ ପରୀକ୍ଷା ମିଳୁଛି କିନ୍ତୁ ଏହା ସଠିକ ନୁହେଁ । [୭]

ଉନ୍ନତ ପରିଚ୍ଛନ୍ନତା ଓ ବିଶୁଦ୍ଧ ଜଳ ଯୋଗାଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଇପାରିବ । [୪] କଲେରା ଟିକା ପାଟିରେ ଦିଆହୋଇଥିଲେ ପ୍ରାୟ ୬ମାସ ଧରି ସୁରକ୍ଷା ଦିଏ । ଏହାଦ୍ୱାରା ତରଳ ଝାଡ଼ା କରାଉଥିବା ଅନ୍ୟ ଏକ ଜୀବାଣୁ ଇ. କୋଲାଇଠାରୁ ମଧ୍ୟ ରକ୍ଷା ମିଳିଥାଏ । ଏହାର ପ୍ରାଥମିଲ ଚିକିତ୍ସା: ପାଟିରେ ତରଳ ପଦାର୍ଥ ସ‌ହିତ ସାମାନ୍ୟ ମିଠା ଓ ଲୁଣିଆ ଦ୍ରବଣ ଦେଇ ପୁନର୍ଜଳନ (rehydration) କରାଯାଏ । [୩] ପେଜ ଓ ତୋରାଣି ଆଦି ଦେବାକୁ ପସନ୍ଦ କରାଯାଏ । [୩] ପିଲାମାନଙ୍କୁ ଜିଙ୍କ ସପ୍ଲିମେଣ୍ଟ ଦେଲେ ଉପକାର ହୁଏ । [୮] ଗମ୍ଭୀର ସମସ୍ୟା ଜନ‌କ କଲେରା ଥିଲେ ଶୀରାମାଧ୍ୟମ ତରଳ ପଦାର୍ଥ ଯେପରିକି ରିଙ୍ଗର ଲାକ୍ଟେଟ ଦରକାର ହୁଏ ଓ ଆଣ୍ଟିବାୟୋଟିକ ଉପକାରୀ ହୁଏ । ଜୀବାଣୁ ପ୍ରଜାତି ନିମନ୍ତେ ପରୀକ୍ଷା କରି ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ ଦିଆଯାଇପାରେ । [୨]

ସାରା ପୃଥିବୀରେ ଏକ ହିସାବ ଅନୁସାରେ ୩ରୁ ୫ ନିୟୁତ ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ ଓ ସନ ୨୦୧୦ରେ ଏହା ଯୋଗୁ ୫୮,୦୦୦ରୁ ୧,୩୦,୦୦୦ ମୃତ୍ୟୁ ହୋଇଥିଲା । [୩][୯] ଏହି ରୋଗକୁ ପାଣ୍ଡେମିକ (ବ୍ୟାପକ ମଡ଼କ ଯାହା ସର୍ବଦା ବିସ୍ତୃତ ସ୍ଥାନରେ ହୁଏ) ଆକାରରେ ବର୍ଗୀକରଣ କରାଯାଇଛି; ଏହା ବିକଶିତ ଦେଶମାନଙ୍କରେ କ୍ୱଚିତ ଦେଖାଯାଉଛି । ପିଲାମାନେ ଅଧିକ ରୋଗ ଭୋଗନ୍ତି । [୩][୧୦] କଲେରା ଉଭୟ ଏପିଡେମିକଏଣ୍ଡେମିକ ଆକାରରେ ଦେଖାଯାଏ । ଆଫ୍ରିକାଦକ୍ଷିଣ-ପୂର୍ବ ଏସିଆରେ ଏହାର ସଙ୍କଟ ପ୍ରଚଳିତ ଅଛି । ସାଧାରଣତଃ ୫ % ରୋଗୀ ମୃତ୍ୟୁମୂଖରେ ପତିତ ହୁଅନ୍ତି କିନ୍ତୁ ଚିକିତ୍ସା ସୁବିଧା ନ ଥିବା ସ୍ଥାନମାନଙ୍କରେ ମୃତ୍ୟୁ ହାର ୫ % ହୋଇପାରେ । [୩] ଖ୍ରୀ:ପୂ; ୫ମ ଶତାବ୍ଦୀରେ ଏହି ରୋଗ ହେଉଥିବାର ବର୍ଣ୍ଣନା ସଂସ୍କୃତରେ ଅଛି । [୪] ଜନ ସ୍ନୋ ସନ ୧୮୪୯ରୁ ୧୮୫୪ ମଧ୍ୟରେ ଏହି ରୋଗକୁ ଅନୁଶୀଳନ କରି ଲିପିବଦ୍ଧ କରିଛନ୍ତି ଯାହା ଯୋଗୁ ରୋଗାନୁଶୀଳନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି । [୪][୧୧]


ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

କଲେରା ରୋଗୀର କୁଞିତ ଚମ ଓ କୋରଡ଼ିଆ ଆଖି

କଲେରାର ପ୍ରାଥମିକ ଲକ୍ଷଣ : - ଯନ୍ତ୍ରଣା ବିହୀନ ପାଣି ଭଳି ଅତ୍ୟଧିକ ତରଳ ଝାଡ଼ା ଓ ବାନ୍ତି । ସଂକ୍ରମିତ ଖାଦ୍ୟ ଖାଇବାର ଅଧା ଦିନଠାରୁ ୫ ଦିନ ମଧ୍ୟରେ କଲେରା ଲକ୍ଷଣ ଆରମ୍ଭ ହୋଇଯାଏ[୧୨] । ଓଡ଼ିଆରେ ଚାଉଳ ଧୁଆ ପାଣି ଭଳି ଝାଡ଼ା ହେବା ବର୍ଣ୍ଣନା କରାଯାଇଥାଏ ଓ ମାଛ ଭଳି ଗନ୍ଧ ହୁଏ । ୧୦ରୁ ୨୦ ଲିଟର ତରଳ ଝାଡ଼ା ଗୋଟିଏ ଦିନରେ ହୋଇପାରେ ଓ ଏହାର ପରିଣତି ଭୟାବହ ହୁଏ । ଗୋଟିଏ ରୋଗୀଠାରୁ ୩ରୁ ୧୦୦ ଲୋକ ସଂକ୍ରମିତ ହେବା ସମ୍ଭାବନା ଥାଏ କିନ୍ତୁ ଏମାନେ ଲକ୍ଷଣ ବିହୀନ ରହନ୍ତି[୧୩] । ଅତ୍ୟଧିକ ଜଳାଭାବ ଯୋଗୁ ରୋଗୀର ଚମ ନୀଳ- ପାଉଁଶିଆ ଦେଖାଯାଏ, ତେଣୁ ଏହାକୁ 'ନୀଳ ମୃତ୍ୟୁ' ଡାକ ନାମ ଦିଆ ଯାଇଛି[୧୪]

କଲେରାରେ ହେଉଥିବା ଝାଡ଼ାର ରଙ୍ଗ

ଅତ୍ୟଧିକ ଝାଡ଼ା ଚିକିତ୍ସା ନ କଲେ ନିର୍ଜଳନ ଓ ଅଣୁ ଅସନ୍ତୁଳନ ହୁଏ ।
ନିର୍ଜଳନ ଲକ୍ଷଣ : - କମ୍ ରକ୍ତ ଚାପ, ଜଳ କମିଯିବା ଯୋଗୁ ଚମ କୁଞିତ ହୋଇଯାଏ, ଆଖି କୋଟର ଭଳି ହୁଏ ଓ ନାଡ଼ିର ଗତି ତୀବ୍ର ହୋଇଯାଏ ।

କାରଣ[ସମ୍ପାଦନା]

କଲେରା ରୋଗ ସୃଷ୍ଟିକାରୀ ଭିବ୍ରିଓ କଲେରି ଜୀବାଣୁ

କଲେରା ରୋଗୀର ମଳରୁ ଜୀବାଣୁ ବାହାରି ଖାଦ୍ୟ ଓ ଜଳକୁ ପ୍ରଦୂଷିତ କରନ୍ତି[୩] । ପୋଖରୀ, ନଈ ପାଣିରେ ରୋଗୀର ଲୁଗାପଟା ଧୋଇବାଦ୍ୱାରା ଜଳ ପ୍ରଦୂଷିତ ହୁଏ । ଏହି ଜୀବାଣୁ ପ୍ରକୃତିରେ ମଧ୍ୟ ବଞ୍ଚି ରହନ୍ତି ।

ସୁଗ୍ରାହିତା (Susceptibility)[ସମ୍ପାଦନା]

ଜଣେ ସୁସ୍ଥ ଲୋକ ୧୦୦ ନିୟୁତ ଜୀବାଣୁ ଖାଇଲେ କଲେରା ରୋଗ ହୁଏ । ଲୋକର ପାକସ୍ଥଳୀରେ ଔଷଧ ଖାଇବା ଯୋଗୁ ଏସିଡ ପରିମାଣ କମ ଥିଲେ ଅଲ୍ପ ଜୀବାଣୁଦ୍ୱାରା ରୋଗ ହୋଇପାରେ । ଦୁଇରୁ ଚାରି ବର୍ଷ ବୟଷର ପିଲାଙ୍କୁ ଏ ରୋଗ ଅଧିକ ହୁଏ । ଟା ଇପ 'ଓ' ରକ୍ତ ଗ୍ରୁପ ଥିବା ଲୋକର ମଧ୍ୟ ରୋଗ ସମ୍ଭାବନା ଅଧିକ ଥାଏ[୧୫] । ଏଡସ୍ ଓ ଅପ‌ପୁଷ୍ଟି ଭୋଗୁଥିବା ଲୋକର କଲେରା ଅଧିକ ହୁଏ[୧୬] । ଏହା ବ୍ୟତୀତ ଯେ କୌଣସି ଲୋକ‌କୁ ମଧ୍ୟ ରୋଗ ହୋଇପାରେ ଓ ତାହାର ଝାଡ଼ାର ପରିମାଣ ଉପରେ ରୋଗର ଭୟାବହତା ନିର୍ଭର କରେ ।

ସଂକ୍ରମଣ[ସମ୍ପାଦନା]

ବିକଶୀତ ଦେଶମାନଙ୍କରେ ସମୁଦ୍ରି ଖାଦ୍ୟ ଖାଇବାଦ୍ୱାରା ଓ ବିକାଶଶୀଳ ଦେଶମାନଙ୍କରେ ସଂକ୍ରମିତ ଜଳଦ୍ୱାରା କଲେରା ବ୍ୟାପେ । ମଣିଷ ଛଡ଼ା ସେଲ ଫିସ (Shellfish) ଓ ପ୍ଲାନ୍କଟନ (:en:Plankton|]]) ଜୀବଙ୍କୁ କଲେରା ହୁଏ ।
ଜଣେ ଲୋକ‌କୁ କଲେରା ରୋଗ ହେବା ନିମନ୍ତେ ଆଉ ଜଣେ କଲେରା ରୋଗୀ ଦାୟୀ । ରୋଗୀର ମଳଦ୍ୱାରା ଖାଦ୍ୟ ଓ ଜଳ ଉତ୍ସ ପ୍ରଦୂଷିତ ହୁଏ ଓ ତାହାଦ୍ୱାରା ଆଉ ଜଣେ ଲୋକ‌କୁ ରୋଗ ଡିଏଁ[୧୭] । ପ୍ରଦୂଷିତ ଜଳ ଓ ଖାଦ୍ୟ ଖାଇବାଦ୍ୱାରା ସୁସ୍ଥ ଲୋକ‌ ଦେହକୁ ଜୀବାଣୁ ଯାଏ ଓ ରୋଗ ହୁଏ । ସିଧା ସଳଖ ରୋଗୀଠାରୁ କଲେରା ଡିଏଁ ନାହିଁ ବା ଅତି କ୍ୱଚିତ ଡିଏଁ ।

ବ୍ୟାପିବା କୌଶଳ (mechanism)[ସମ୍ପାଦନା]

କାଳ କଲେରାକୁ ଆଣୁଥିବା ଛବି Le Petit Journal (1912)

ଅଧିକାଂଶ ଜୀବାଣୁ ଖାଦ୍ୟ ସାଥିରେ ପାକସ୍ଥଳୀକୁ ଯିବା ପରେ ସେଠାରେ ଥିବା ଅମ୍ଳରେ (Acid) ବଞ୍ଚି ପାରନ୍ତି ନାହିଁ[୧୮] । ଅଳ୍ପ କେତେକ ଜୀବାଣୁ ସେମାନଙ୍କ ଶକ୍ତି ଓ ଖାଦ୍ୟ ସଞ୍ଚୟ କରି ପାକସ୍ଥଳୀ ପାର ହୋଇ ଯାଆନ୍ତି । ଏହି ତିଷ୍ଠି ରହିଥିବା ଭିବ୍ରିଓ କଲେରି କ୍ଷୁଦ୍ର ଅନ୍ତ ନଳୀରେ ପ‌ହଞ୍ଚି ତାହା ଭିତରେ ଫମ୍ପା ସିଲିଣ୍ଡର ଭଳି ଫ୍ଳାଜେଲିନ (କର୍କ ସ୍କ୍ରୁ ଆକାର) ସୃଷ୍ଟି କରେ ଓ ତାହା ମଧ୍ୟରୁ ଫ୍ଲାଜେଲା ତିଆରି କରି ତାହା ସାହାଯ୍ୟରେ ଅନ୍ତ ନଳୀର ମ୍ୟୁକୋସା ଭିତରେ ପ୍ରବେଶ କରେ ।
ଥରେ ମ୍ୟୁକୋସାରେ ପ୍ରବେଶ କରିବା ପରେ ଫ୍ଲାଜେଲା ଅନାବଶ୍ୟକ ହୁଏ । ଜୀବାଣୁ ମ୍ୟୁକୋସା ଭିତରେ ପଶି ବିଷାକ୍ତ (Toxin) ପଦାର୍ଥ ତିଆରି କରେ ଯାହାର ପ୍ରତିକ୍ରିୟା ଫଳରେ ପାଣି ଭଳି ତରଳ ଝାଡ଼ା ହୁଏ । ଏହି ଝାଡ଼ା ସ‌ହ ନୂଆ ସୃଷ୍ଟି ହୋଇଥିବା ଜୀବାଣୁ ବାହାରି ଜଳ ଉତ୍ସରେ (ଯେଉଁଠାରୁ ଲୋକମାନେ ପାଣି ନେଇ ପିଅନ୍ତି) ମିଶି ସୁସ୍ଥ ଲୋକ‌କୁ ଆକ୍ରମଣ କରେ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

କଲେରା ଜୀବାଣୁ ଉପସ୍ଥିତି ଶୀଘ୍ର ଜାଣିବା ନିମନ୍ତେ ଗୋଟିଏ ଡିପ ଟେଷ୍ଟ (Dip Test) କରାଯାଏ । ପରୀକ୍ଷାରେ ପଜିଟିଭ ହେଲେ ଜୀବାଣୁର ଆଣ୍ଟିବାୟୋଟିକ୍ ସମ୍ବେଦନଶୀଳତା ପରୀକ୍ଷା କରାଯାଏ । ବ୍ୟାପକ ରୋଗ ହେଉଥିବା ବେଳେ ଲକ୍ଷଣ ଦେଖି ଚିକିତ୍ସା କରାଯାଏ, ପରୀକ୍ଷା ନିମନ୍ତେ ଅପେକ୍ଷା କରାଯାଏ ନାହିଁ ।
କୌଣସି ଆଣ୍ଟିବାୟୋଟିକ ଦେବେ ପୂର୍ବରୁ ଝାଡ଼ା ବା ସ୍ୱାବ ନେଇ ଲାବୋରେଟରୀରେ ଜୀବାଣୁ ନିମନ୍ତେ ପରୀକ୍ଷା କରାଯାଏ । ସାଧାରଣତଃ ଭି କଲେରି ୦୧ ଜୀବାଣୁଦ୍ୱାରା କଲେରା ହୁଏ, ଭି କଲେରୀ ୦୧୩୯ଦ୍ୱାରା ମଧ୍ୟ ରୋଗ ହୁଏ ।
ବିଶେଷ ମିଡିଆରେ ଜୀବାଣୁ କଲଚର କରାଯାଏ ।

ଏନରିଚମେଣ୍ଟ ମିଡିଆ[ସମ୍ପାଦନା]

୧ ଆଲକାଲାଇନ ପେପଟୋନ ଜଳ ପି.ଏଚ ୮.୬ (Alkaline peptone water at pH 8.6)
୨ ମନସୁର ଟରୋକୋଲେଟ ଟେଲ୍ୟୁରା ଇଟ ଜଳ ପି.ଏଚ. ୯.୨ (Monsur's taurocholate tellurite peptone water at pH 9.2)

ପ୍ଲେଟ ମିଡିଆ[ସମ୍ପାଦନା]

  1. ଆଲକାଲାଇନ ବାଇଲ ସଲ୍ଟ ଅଗର
  2. ଜି.ଟି.ଟି. ଅଗର
  3. ଟି.ସି.ବି.ଏସ. ମିଡିଅମ

କଲେରା ଜୀବାଣୁ ଦେଖିବା ନିମନ୍ତେ ସିଧା ସଳଖ ଅଣୁବିକ୍ଷଣ ଯନ୍ତ୍ରରେ କେଖିଲେ ଜଣାପଡ଼େ ନାହିଁ । ଏନରିଚମେଣ୍ଟ ମିଡିଆରେ ରଖିବା ପରେ ଦେଖିଲେ ଜଣା ପଡ଼େ ।

ପ୍ରତିଷେଧ[ସମ୍ପାଦନା]

କଲେରା ଡାକ୍ତରଖାନା, ଢାକା,ରେ ଥିବା କଲେରା ବିଛଣା

କଲେରା ପ୍ରାଣ ଘାତକ ରୋଗ ହେଲେ ମଧ୍ୟ ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା ଓ ବିଶୋଧନ ପ୍ରଣାଳୀ ଅବଲମ୍ବନ କରି ରୋଗକୁ ରୋକାଯାଇପାରେ। ବିକଶିତ ଦେଶମାନଙ୍କରେ ବିଶୁଦ୍ଧ ଜଳ ଯୋଗାଣ (universal advanced water treatment) ଓ ସ୍ୱାସ୍ଥ୍ୟ ସମ୍ଭନ୍ଧରେ ସଚେତନତା ହେତୁ କଲେରା ଆଉ ଭୟାବହ ରୋଗ ହୋଇ ନାହିଁ । ଆମେରିକାରେ ଶେଷଥର ନିମନ୍ତେ ୧୯୧୦-୧୧ ମସିହାରେ କଲେରା ହୋଇଥିଲା[୧୯][୨୦] । ନିମ୍ନରେ ପ୍ରଦତ୍ତ କେତେକ ତଥ୍ୟ ପ୍ରତି ଧ୍ୟାନ ଦେଲେ କଲେରା ରୋଗକୁ ରୋକାଯାଇ ପାରିବ ।

  • ନିର୍ଜୀବାଣୁ କରଣ (Sterilisation): କଲେରା ରୋଗୀର ଶରୀର ନିର୍ଗତ ସମସ୍ତ ପଦାର୍ଥ, ଲୁଗା ଓ ବିଛଣା ଇତ୍ୟାଦିରେ କଲେରା ଜୀବାଣୁ ଥାଆନ୍ତି । ଏହି ସବୁକୁ ଗରମ ପାଣିରେ ଧୋଇବା ଆବଶ୍ୟକ । ବ୍ଲିଚିଙ୍ଗ ପାଉଡରଦ୍ୱାରା ଜଳ ବିଶୋଧନ ଆବଶ୍ୟକ । ରୋଗୀର ଲୁଗା, ବିଛଣା ଇତ୍ୟଦି ଜିନିଷକୁ ହାତରେ ଧରୁଥିବା ଲୋକର ହାତ ଭଲରୁପେ ଆଣ୍ଟିସେପ୍ଟିକ ଲୋସନଦ୍ୱାରା ଧୋଇବା ଆବଶ୍ୟକ ।
  • ଦୂଷିତ ଜଳବାହୀ ନାଳକୁ କ୍ଲୋରିନ, ଓଜୋନ ବା ଅଲ୍ଟ୍ରାଭାୟୋଲେଟଦ୍ୱାରା ବିଶୋଧନ କରାଯାଏ ।
  • ଜଳ ଉତ୍ସ ବିଷୟରେ ସଚେତନତା ଅତି ଆବଶ୍ୟକ । ପ୍ରଦୂଷଣର କୌଣସି ସମ୍ଭାବନା ଥିଲେ ଉପଯୁକ୍ତ ବିଶୋଧନ ଆବଶ୍ୟକ ।
  • ଜଳ ବିଶୋଧନ: ପିଇବା, ଧୋଇବା ଓ ରାନ୍ଧିବା ଜଳ ବିଶୋଧନ ନିମନ୍ତେ ଫୁଟା ପାଣି, କ୍ଲୋରିନେସନ, ଓଜୋନ ଟ୍ରିଟମେଣ୍ଟ, ଅଲ୍ଟ୍ରାଭାୟୋଲେଟ ବିଶୋଧନ ଓ ଜୀବାଣୁନାଶକ ପଦାର୍ଥ ବ୍ୟବ ହାର କରାଯାଏ । ଲୁଗା ଓ ସାଢ଼ୀ ଭଲ ଭାବରେ ଧୋଇଲେ ସଂକ୍ରମଣ ଆଶଙ୍କା ରହିବ ନାହିଁ ।

ତିକ୍ଷ୍ନ ଦୃଷ୍ଟି[ସମ୍ପାଦନା]

ସବୁ ସ୍ଥାନରେ କଲେରା ରୋଗୀ ଉପସ୍ଥିତି ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖି ଜନ ସାଧାରଣ, ମିଡିଆ ତଥା ସରକାରୀ କଳ ସରକାରଙ୍କୁ ଜଣେଇବା ଆବଶ୍ୟକ । ଓଡ଼ିଶାରେ ବର୍ଷା ଋତୁରେ କଲେରା ପ୍ରତି ବର୍ଷ ହୁଏ । ମହାମାରୀ ହେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରେ । ସୁତରାଂ କଲେରା ପ୍ରବଣ ଇଲାକାରେ ତୀକ୍ଷ୍ନ ନ‌ଜର ରଖିବା ଓ ଖବର ରଖିବା ନିତାନ୍ତ ଆବଶ୍ୟକ, ଯାହାଦ୍ୱାରା ଏହି ରୋଗକୁ ଭୟାବହ ହେବାରୁ ରୋକି ହେବ ।

ଟିକା[ସମ୍ପାଦନା]

Preventive inoculation against cholera in 1966

କଲେରା ରୋଗ ନ ହେବା ନିମନ୍ତେ ଅନେକ ଗୁଡ଼ିଏ ଫଳପ୍ରଦ ଓ ବିପଦମୁକ୍ତ ଟୀକା ଅଛି କିନ୍ତୁ ସେ ଗୁଡ଼ିକ ୧୦୦ % ଉପକାରୀ ନୁହେଁ । ଡୁକୋରାଲ ଟୀକା ପ୍ରଥମ ବର୍ଷ ୫୨ % ଓ ଦ୍ୱିତୀୟ ବର୍ଷ ୬୨% ଫଳପ୍ରଦ ହୁଏ । ଏହା ପାଟିରେ ଦିଆଯାଏ[୨୧] । ଇଞ୍ଜେକସନ ଟୀକା ମଧ୍ୟ ଅଛି । ଟୀକା ଗୁଡ଼ିକ ମୂଖ୍ୟତଃ ପିଲାମାନଙ୍କୁ ଓ ଏଚ.ଆଇ.ଭି. ଥିବା ଲୋକଙ୍କୁ ଦେବା ଉଚିତ ।

ଶାଢ଼ୀ ଛଣା[ସମ୍ପାଦନା]

ପରିସ୍କାର ଶାଢ଼ୀକୁ ୪ରୁ ୮ ଭାଙ୍ଗ କରି ତାହା ମଧ୍ୟ ଦେଇ ପାଣି ଛାଣିଲେ ଗୋଟିଏ ସାଧାରଣ ଫିଲଟର ଭଳି କାମ କରେ[୨୨], ଏହା ଗରିବ ଲୋକମାନେ ବ୍ୟବହାର କଲେ ଭିବ୍ରିଓ କଲେରୀ ଜୀବାଣୁ ସଂଖ୍ୟା କମିଯିବ[୨୩] । ମାଆମାନେ ମଇଳା ଶାଢ଼ୀ ବ୍ୟବ‌‌ହାର କଲେ ପିଲାଙ୍କୁ ଓଲଟା ରୋଗ ହେବ[୨୪] । ସୁତରାଂ ସାବଧାନ ରହିବା ଦରକାର ।

ଚିକିତ୍ସା[ସମ୍ପାଦନା]

Cholera patient being treated by medical staff in 1992

ଡବ୍ଲ୍ୟୁ.ଏଚ.ଓ. ଉପଦେଶ ଅନୁସାରେ ତରଳ ଝାଡ଼ାର ଯେ କୌଣସି କାରଣ ଥାଉ ପଛେ ବାରମ୍ବାର ଖାଇବାଦ୍ୱାରା ଅନ୍ତ ନଳୀ ରୋଗ ଶୀଘ୍ର ଆରୋଗ୍ୟ ହୁଏ । ଶିଶୁକୁ ଝାଡ଼ା ହେଲେ ସ୍ତନ ପାନ ଚାଲୁ ରଖିବା ଆବଶ୍ୟକ । ବଡ଼ ପିଲା ଓ ବୟସ୍କମାନେ ମଧ୍ୟ ବାରମ୍ବାର ଖାଇବା ଆବଶ୍ୟକ[୨୫]

ତରଳ ପାନୀୟ[ସମ୍ପାଦନା]

ଓରାଲ ରିହାଇଡ୍ରେସନ ଥେରାପି ଗୋଟିଏ ନିରାପଦ କାର୍ଯ୍ୟକ୍ଷମ ଚିକିତ୍ସା ଯାହା ସହଜରେ କଲେରା ରୋଗୀଙ୍କୁ ଦିଆ ଯାଇପାରେ । ଗ୍ଲୁକୋଜ ଅପେକ୍ଷା ରୋରାଣି ଅଧିକ ଉପକାରୀ । ସାଂଘାତିକ ରୋଗୀଙ୍କୁ ପାଟିରେ ନ ଦେଇ ଶୀରା ବାଟ ଦେଇ ଇଞ୍ଜେକସନଦ୍ୱାରା ଗ୍ଲୁକିଜ ସାଲାଇନ ଓ ରିଙ୍ଗର ଲାକ୍ଟେଟ ଦିଆଯାଏ[୨୬] । ରୋଗ ଭଲ ହେବା ପାର୍ଯ୍ୟନ୍ତ ଏହା ଦିଆଯାଏ । ପ୍ରଥମ ୨ ବା ଚାରି ଘଣ୍ଟା ମଧ୍ୟରେ ଦେହ ଓଜନର ୧୦% ତରଳ ପଦାର୍ଥ ଦିଆଯାଏ । ବାଙ୍ଗଲା ଦେଶ ସ୍ୱାଧୀନତା ସଂଗ୍ରାମରେ ଏହି ଭଳି ଦେଇ ବହୁତ ଉପକାର ମିଳିଥିଲା[୨୭]
କିଣା ଔଷଧ ମହଙ୍ଗା ହେଲେ ଘରେ ଏକ ଲିଟର ଫୁଟା ପାଣିରେ ଅଧ ଚାମଚ ଲୁଣ, ଛଅ ଚାମଚ ଚିନି ଓ କଦଳୀ ଚକଟା ମିଶେଇ ଦିଆଯାଇ ପାରେ[୨୮]

ଇଲେକ୍ଟ୍ରୋଲାଇଟ[ସମ୍ପାଦନା]

ରକ୍ତରେ ଏସିଡ ମାତ୍ରା ବଢିଗଲେ ଏସିଡୋସିସ (acidosis) ନାମ ଦିଆଯାଏ, ଏଥିରେ ଉଦ୍‌ଜାନ ଆୟନ୍ ଅଧିକ ଥାଏ। କଲେରା ଆରମ୍ଭରେ ଏସିଡୋସିସ ଥିବାରୁ ପଟାସିୟମ ମାତ୍ରା ସାଧାରଣ ଥାଏ । ନିର୍ଜଳନ ଅବସ୍ଥାକୁ ସୁଧାରିବାକୁ ତରଳ ପଦାର୍ଥ ଦେବା ପରେ ପଟାସିୟମ ମାତ୍ରା ଦ୍ରୁତ ଗତିରେ କମିବାକୁ ଲାଗେ ।

ଆଣ୍ଟିବାୟୋଟିକ[ସମ୍ପାଦନା]

ଆଣ୍ଟିବାୟୋଟିକ ଦିନେରୁ ତିନି ଦିନ ଦେଲେ ରୋଗ ଭୋଗ ସମୟ କମିଯାଏ ଓ ତାର ଭୟାବହତା କମିଯାଏ । ଏଥି ଯୋଗୁ ତରଳ ପଦାର୍ଥ ଦେବା ଆବଶ୍ୟକତା କମିଯାଏ । ଅନ୍ୟ ପକ୍ଷରେ ଯଥେଷ୍ଟ ତରଳ ପଦାର୍ଥ ଦେଲେ ଆଣ୍ଟିବାୟୋଟିକ ବିନା ରୋଗ ଭଲ ହୋଇଯାଏ । ଡକ୍ସିସାଇକ୍ଲିନ ଏକ ପ୍ରଥମ ଧାଡ଼ି ଚିକିତ୍ସା ଯଦିଓ କେତେକ ଭିବ୍ରିଓ ତାହାକୁ ବାଧା ଦିଅନ୍ତି । ମହାମାରୀ ସମୟରେ ସେନ୍ସିଟିଭିଟି ପରୀକ୍ଷା କଲେ ଭବିଷ୍ୟତରେ କି ଔଷଧ ଦିଆଯିବ ଜଣାପଡ଼ିଯାଏ । ଅନ୍ୟ ଔଷଧମାନଙ୍କ ମଧ୍ୟରେ କଲୋଟ୍ରାଇମୋକ୍ସାଜୋଲ, ଏରିଥ୍ରୋମାଇସିନ, ଟେଟ୍ରାସାଇକ୍ଲିନ, କ୍ଲୋରାମ୍ଫେନିକଲ, ଫ୍ୟୁରାଜୋଲିଡନ ଓ ନରଫ୍ଲୋକ୍ସାସିନ ଦିଆଯାଏ ।

ଆଧାର[ସମ୍ପାଦନା]

  1. Finkelstein, Richard. "Medical microbiology". www.ncbi.nlm.nih.gov/books/NBK8407/. {{cite web}}: |access-date= requires |url= (help); Check date values in: |accessdate= (help); Missing or empty |url= (help)
  2. ୨.୦ ୨.୧ ୨.୨ ୨.୩ "Cholera - Vibrio cholerae infection Information for Public Health & Medical Professionals". cdc.gov. January 6, 2015. Retrieved 17 March 2015.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Cholera vaccines: WHO position paper" (PDF). Weekly epidemiological record. 13 (85): 117–128. Mar 26, 2010. PMID 20349546.
  4. ୪.୦ ୪.୧ ୪.୨ ୪.୩ Harris, JB; LaRocque, RC; Qadri, F; Ryan, ET; Calderwood, SB (30 June 2012). "Cholera". Lancet. 379 (9835): 2466–76. PMID 22748592.
  5. Bailey, Diane (2011). Cholera (1st ed. ed.). New York: Rosen Pub. p. 7. ISBN 9781435894372. {{cite book}}: |edition= has extra text (help)
  6. "Sources of Infection & Risk Factors". cdc.gov. November 7, 2014. Retrieved 17 March 2015.
  7. "Diagnosis and Detection". cdc.gov. February 10, 2015. Retrieved 17 March 2015.
  8. "Cholera - Vibrio cholerae infection Treatment". cdc.gov. November 7, 2014. Retrieved 17 March 2015.
  9. Lozano R, Naghavi M, Foreman K, Lim S, Shibuya K, Aboyans V, Abraham J, Adair T, Aggarwal R, Ahn SY; et al. (December 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.{{cite journal}}: CS1 maint: multiple names: authors list (link)
  10. "Cholera - Vibrio cholerae infection". cdc.gov. October 27, 2014. Retrieved 17 March 2015.
  11. Timmreck, Thomas C. (2002). An introduction to epidemiology (3. ed. ed.). Sudbury, Mass.: Jones and Bartlett Publishers. p. 77. ISBN 9780763700607. {{cite book}}: |edition= has extra text (help)
  12. Azman AS, Rudolph KE, Cummings DAT, Lessler J (2012). "The incubation period of cholera: A systematic review". Journal of Infection. 66 (5): 432–438. doi:10.1038/nature07084. PMC 3677557. PMID 23201968. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  13. King AA, Ionides EL, J.Luckhurst, Bouma MJ (2008). "Inapparent infections and cholera dynamics". Nature. 454 (7206): 877–80. doi:10.1016/j.jinf.2012.11.013. PMID 18704085. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  14. McElroy, Ann and Patricia K. Townsend. Medical Anthropology in Ecological Perspective. Boulder, CO: Westview, 2009, 375.
  15. Harris JB, Khan AI, LaRocque RC,; et al. (2005). "Blood Group, Immunity, and Risk of Infection with Vibrio cholerae in an Area of Endemicity". Infect. Immun. 73 (11): 7422–7. doi:10.1128/IAI.73.11.7422-7427.2005. PMC 1273892. PMID 16239542. {{cite journal}}: Invalid |ref=harv (help); Unknown parameter |month= ignored (help)CS1 maint: extra punctuation (link) CS1 maint: multiple names: authors list (link)
  16. Prevention and control of cholera outbreaks: WHO policy and recommendations, World Health Organization, Regional Office for the Eastern Mediterranean, undated but citing sources from ’07, ’04, ’03, ’04, and ’05.
  17. Ryan KJ, Ray CG (editors) (2004). Sherris Medical Microbiology (4th ed.). McGraw Hill. pp. 376–7. ISBN 0-8385-8529-9. {{cite book}}: |author= has generic name (help)
  18. Hartwell LH, Hood L, Goldberg ML, Reynolds AE, Silver LM, and Veres RC (2004). Genetics: From genes to genomes. Boston: Mc-Graw Hill. pp. 551–552, 572–574.{{cite book}}: CS1 maint: multiple names: authors list (link) (using the turning off and turning on of gene expression to make toxin proteins in cholera bacteria as a "comprehensive example" of what is known about the mechanisms by which bacteria change the mix of proteins they express to respond to the changing opportunities for surviving and thriving in different chemical environments).
  19. "Cholera Kills Boy. All Other Suspected Cases Now in Quarantine and Show No Alarming Symptoms" (PDF). New York Times. July 18, 1911. Retrieved 2008-07-28. The sixth death from cholera since the arrival in this port from Naples of the steamship Moltke, thirteen days ago, occurred yesterday at Swineburne Island. The victim was Francesco Farando, 14 years old.
  20. "More Cholera in Port". Washington Post. October 10, 1910. Retrieved 2008-12-11. A case of cholera developed today in the steerage of the Hamburg-American liner Moltke, which has been detained at quarantine as a possible cholera carrier since Monday last. Dr. A.H. Doty, health officer of the port, reported the case tonight with the additional information that another cholera patient from the Moltke is under treatment at Swinburne Island.
  21. Sinclair D, Abba K, Zaman K, Qadri F, Graves PM (2011). Sinclair, David (ed.). "Oral vaccines for preventing cholera". Cochrane Database Syst Rev (3): CD008603. doi:10.1002/14651858.CD008603.pub2. PMID 21412922.{{cite journal}}: CS1 maint: multiple names: authors list (link)
  22. Ali M, Emch M, Yunus M, Sack D, Lopez AL, Holmgren J, Clemens J (2008). "Vaccine Protection of Bangladeshi infants and young children against cholera: implications for vaccine deployment and person-to-person transmission". Pediatr Infect Dis J. 27 (1): 33–7. doi:10.1097/INF.0b013e318149dffd. PMID 18162935. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  23. Z. Bhutta. Background Paper on the Integration of Oral Cholera Vaccines into Global Cholera Control Programmes. To be presented to the WHO SAGE in October 2009
  24. Stanton BF, Clemens JD, Clements JD (1986). "Soiled saris: a vector of disease transmission?". Trans R Soc Trop Med Hyg. 80 (3): 485–8. doi:10.1016/0035-9203(86)90353-6. PMID 3798547.{{cite journal}}: CS1 maint: multiple names: authors list (link)
  25. Community Health Worker Training Materials for Cholera Prevention and Control, CDC, slides at back are dated 11/17/2010. See esp pages 7-8.
  26. THE TREATMENT OF DIARRHOEA, A manual for physicians and other senior health workers, World Health Organization, 2005. See page 10 (14 in PDF) and esp chapter “5. MANAGEMENT OF SUSPECTED CHOLERA,” pages 16-17 (20-21 in PDF).
  27. The Civil War That Killed Cholera, foreignpolicy.com.
  28. "Oral Rehydration Solutions: Made at Home". The Mother and Child Health and Education Trust. 2010. Retrieved 2010-10-29.

ବାହାର ଲିଙ୍କ[ସମ୍ପାଦନା]