Jump to content

୧ମ ଓଡ଼ିଶା ବିଧାନ ସଭା

ଉଇକିପିଡ଼ିଆ‌ରୁ
ପ୍ରଥମ ବିଧାନ ସଭା
Coat of arms or logo
ପ୍ରକାର
ପ୍ରକାରନିମ୍ନ ସଦନ
ନେତୃତ୍ୱ
ବାଚସ୍ପ‌ତିନନ୍ଦକିଶୋର ଦାସ, କଂଗ୍ରେସ
ଉପ-ବାଚସ୍ପ‌ତିମୌଲବୀ ମହମ୍ମଦ ହନିଫ୍‍ , କଂଗ୍ରେସ
ମୁଖ୍ୟମନ୍ତ୍ରୀନବକୃଷ୍ଣ ଚୌଧୁରୀ, କଂଗ୍ରେସ
ବିରୋଧୀ ଦଳର ମୁଖ୍ୟଶ୍ରଦ୍ଧାକର ସୂପକାର, ଗଣତନ୍ତ୍ର ପରିଷଦ
ଆସନ ସଂଖ୍ୟା୧୪୦
ସାକ୍ଷାତକକ୍ଷ
ORISSA SECRETARIAT.jpg
ବିଧାନ ସଭା
Website
http://ws.ori.nic.in/ola/

ଓଡ଼ିଶା ବିଧାନ ସଭାର ପ୍ରଥମ ବିଧାନ ସଭା ୨୦ ଫେବୃଆରୀ ୧୯୫୨ରୁ ଆରମ୍ଭ ହୋଇ ୪ ମଇ ୧୯୫୭ଯାଏଁ ଚାଲିଥିଲା ।[][] ଏହି ବିଧାନ ସଭାର ବାଚସ୍ପତି ଥିଲେ ନନ୍ଦ କିଶୋର ଦାସ । ସେ ୦୬ ମାର୍ଚ୍ଚ ୧୯୫୨ରୁ ୨୭ ମଇ ୧୯୫୭ଯାଏଁ ଦାୟିତ୍ୱ ତୁଲାଇଥିଲେ । ଭାରତୀୟ ଜାତୀୟ କଂଗ୍ରେସ ଏହି ବିଧାନ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଏବଂ ନବକୃଷ୍ଣ ଚୌଧୁରୀ ଏହି ବିଧାନ ସଭାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗଣତନ୍ତ୍ର ପରିଷଦର ନେତା ଶ୍ରଦ୍ଧାକର ସୂପକାର ବିରୋଧୀ ଦଳର ନେତା ଭାବରେ ଏହି ବିଧାନ ସଭାରେ କାର୍ଯ୍ୟ କରିଥିଲେ ।[]

ନୂତନ ଭୋଟଦାନ ବ୍ୟବସ୍ଥା

[ସମ୍ପାଦନା]

ପୂର୍ବରୁ ୧୯୩୭ ଓ ୧୯୪୬ରେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେଥିରେ ଚୌକିଦାରୀ ଟିକସ ପ୍ରଦାନକାରୀ ବ୍ୟକ୍ତିମାନେ ହିିଁ କେବଳ ଭୋଟ ଦେବାର ଅଧିକାର ପାଇଥିଲେ, ମାତ୍ର ଏହି ନିର୍ବାଚନରେ ୨୧ବର୍ଷ ଓ ତହିିଁରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳାମାନେ ଭୋଟଦେବାର ଅଧିକାର ପାଇଥିଲେ ।

ଆସନ ବୃଦ୍ଧି

[ସମ୍ପାଦନା]

ଦେଶ ସ୍ୱାଧୀନ ହେବାପରେ ଗଡ଼ଜାତଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିବା ପରେ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସ୍ୱାଧୀନତା ପରେ ଓଡ଼ିଶାର ଜନସଂଖ୍ୟା ଓ କ୍ଷେତ୍ରଫଳ ବୃଦ୍ଧିପାଇଲା, ଫଳରେ ସେହି ଅନୁପାତରେ ନିର୍ବାଚନ କମିଶନ ଓଡ଼ିଶା ବିଧାନ ସଭା ପାଇଁ ଆସନ ସଂଖ୍ୟା ୬୦ରୁ ୧୪୦କୁ ବୃଦ୍ଧି କରାଇଥିଲେ ।[] ୧୪୦ଟି ବିଧାନ ସଭା ଆସନରୁ ୭୬ଟି ଜଣିକିଆ ଓ ୩୨ଟି ଯୁଗ୍ମ ନିର୍ବାଚନ ମଣ୍ଡଳୀ ଭାବରେ ଚିହ୍ନଟ କରାଯାଇଥିଲା । ଏହି ୩୨ଟି ଯୁଗ୍ମ ନିର୍ବାଚନ ମଣ୍ଡଳୀରୁ ଜଣେ ସାଧାରଣ ବର୍ଗର ଓ ଜଣେ ଆଦିବାସୀ/ହରିଜନ (ସେମାନଙ୍କର ଜନସଂଖ୍ୟା ଅନୁପାତରେ) ନିର୍ବାଚିତ ହେବାର ସୁବିଧା ରଖାଯାଇଥିଲା ।

ସାଧାରଣ ନିର୍ବାଚନ

[ସମ୍ପାଦନା]

୧୯୫୧ ମସିହା ଶେଷ ଆଡ଼କୁ ଓଡ଼ିଶାରେ ନିର୍ବାଚନ ହେବା ନିମନ୍ତେ ସ୍ଥିର କରାଯାଇଥିଲା । ଓଡ଼ିଶାର ବିଧାନ ସଭା ଓ ଲୋକ ସଭା ଆସନ ନିମନ୍ତେ ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ୧୯୫୨ ମସିହା ଜାନୁଆରୀ ୨୪ ତାରିଖ ଯାଏଁ ଦୀର୍ଘ ୩୬ ଦିନ ବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ଥିଲା ପ୍ରଥମ ସାମ୍ବିଧାନିକ ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ସମୁଦାୟ ୩୪.୧୯% ମତଦାନ ହୋଇଥିଲା ।[]

ଫଳାଫଳ

[ସମ୍ପାଦନା]

ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୬୭ଟି ଆସନରେ ବିଜୟ ଲାଭ କରି ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଥିଲା ।[] ଗଣତନ୍ତ୍ର ପରିଷଦ ୩୧ଟି ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲା ।[] ସୋସାଲିଷ୍ଟ ପାର୍ଟି ୧୦ଟି, କମ୍ୟୁନିଷ୍ଟ ପାର୍ଟି ୭ଟି, ଫରଓ୍ୱାର୍ଡ ବ୍ଲକ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀମାନେ ୨୪ଟି ଆସନରେ ବିଜୟୀ ହୋଇଥିଲେ ।[]

ଶପଥ ଗ୍ରହଣ ଏବଂ ସଭା ଆରମ୍ଭ

[ସମ୍ପାଦନା]

ନବକୃଷ୍ଣ ଚୌଧୁରୀ ସଂଖ୍ୟାଗରିଷ୍ଠ ଦଳର ନେତା ନିର୍ବାଚିତ ହୋଇ ୭ଜଣ ସ୍ୱାଧୀନ ସଭ୍ୟଙ୍କ ସମର୍ଥନରେ ୧୯୫୨ ମସିହା ଫେବୃଆରୀ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ପରେ ୧୯୫୨ ମସିହା ମାର୍ଚ୍ଚ ୪ତାରିଖରେ ପ୍ରଥମ ବିଧାନ ସଭାର ଅନ୍ୟ ସଭ୍ୟମାନେ ଶପଥ ଗ୍ରହଣ କରିଥିଲେ ।[] ବିଧାନ ସଭା ସଦସ୍ୟ ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ସଭ୍ୟମାନଙ୍କୁ ଶପଥପାଠ କରାଇଥିଲେ । ସେହିଦିନ ନବଗଠିତ ବିଧାନ ସଭାର ପ୍ରଥମ ବୈଠକ ନୂଆ ରାଜଧାନୀ ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲରେ ଅନୁଷ୍ଠିତ ହୋଇଥିଲା ।

ଶ୍ରଦ୍ଧାକର ସୂପକାର ବିରୋଧିଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ ।[] ନନ୍ଦକିଶୋର ଦାସ ବାଚସ୍ପତି ଓ ମୌଲବୀ ମହମ୍ମଦ ହନିଫ୍‍ ଉପବାଚସ୍ପତି ଭାବରେ ୧୯୫୨ ମସିହା ମାର୍ଚ୍ଚ ୮ ତାରିଖରେ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସମୁଦାୟ ୩ଜଣ ମହିଳା ସଭ୍ୟ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ; ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀର କୁମାରୀ ରାମ ରାଜ (ସ୍ୱାଧୀନ); ରାଜନଗରରୁ ସରସ୍ୱତୀ ଦେବୀ (କଂଗ୍ରେସ) ଓ ରଣପୁରରୁ ବସନ୍ତମଞ୍ଜରୀ ଦେବୀ (କଂଗ୍ରେସ) ।[]

ନିର୍ବାଚିତ ସଦସ୍ୟବୃନ୍ଦ

[ସମ୍ପାଦନା]

ପ୍ରଥମ ବିଧାନ ସଭା ନିର୍ବାଚନରେ ନିର୍ବାଚିତ ସଦସ୍ୟଙ୍କର ତାଲିକା:[][]

ନିର୍ବାଚନ ମଣ୍ଡଳୀନିର୍ବାଚିତ ସଦସ୍ୟରାଜନୈତିକ ଦଳ
ମାଲକାନଗିରିଲକ୍ଷ୍ମଣ ଗୌଡଗଣତନ୍ତ୍ର ପରିଷଦ
ପଣ୍ଡୁଆଗଣେଶ୍ୱର ମହାପାତ୍ରଗଣତନ୍ତ୍ର ପରିଷଦ
ନବରଂଗପୁର (ଯୁଗ୍ମ)ସଦାଶିବ ତ୍ରିପାଠୀକଂଗ୍ରେସ
ମୁଦି ନାଇକୋକଂଗ୍ରେସ
ଜୟପୁର (ଯୁଗ୍ମ)ହରିହର ମିଶ୍ରଗଣତନ୍ତ୍ର ପରିଷଦ
ଲଇଚନ ନାଇକୋଗଣତନ୍ତ୍ର ପରିଷଦ
କୋରାପୁଟଗଙ୍ଗାମୁଦୁଲିଗଣତନ୍ତ୍ର ପରିଷଦ
ନନ୍ଦପୁରଭଗବାନ ଖେମୁଣ୍ଡୁ ନାଏକକଂଗ୍ରେସ
ରାୟଗଡ଼ାମଦାଙ୍ଗି କାମାୟାକଂଗ୍ରେସ
ବିଷମକଟକଉଲାକା ଶ୍ୟାମଘନଗଣତନ୍ତ୍ର ପରିଷଦ
ଗୁଣୁପୁରଶବର ଡୁମ୍ବାଗଣତନ୍ତ୍ର ପରିଷଦ
ବାଲିଗୁଡ଼ାଯାଦବ ପାତ୍ରକଂଗ୍ରେସ
ଫୁଲବାଣୀ-ଉଦୟଗିରି (ଯୁଗ୍ମ)ବାଳକକୃଷ୍ଣ ମଲ୍ଲିକସ୍ୱାଧୀନ
ସଦାନନ୍ଦ ସାହୁ (ମୃତ୍ୟୁ ପରେ)ସ୍ୱାଧୀନ
ସାରଙ୍ଗଧର ପ୍ରଧାନକଂଗ୍ରେସ
ବଉଦହିମାଂଶୁ ଶେଖର ପାଢ଼ୀସ୍ୱାଧୀନ
ଆଠମଲ୍ଲିକଦୁତୀୟା ରାଉଳସ୍ୱାଧୀନ
ରାଜା କିଶୋର ଚନ୍ଦ୍ର ଦେବକଂଗ୍ରେସ
ଅନୁଗୁଳ-ହିନ୍ଦୋଳ (ଯୁଗ୍ମ)ହୃଷୀକେଶ ତ୍ରିପାଠୀକଂଗ୍ରେସ
ଅରକ୍ଷିତ ନାୟକକଂଗ୍ରେସ
ତାଳଚେରପବିତ୍ର ମୋହନ ପ୍ରଧାନକଂଗ୍ରେସ
ପାଲଲହଡା-କିଶୋର ନଗର (ଯୁଗ୍ମ)ମହେଶ ଚନ୍ଦ୍ର ସୁବାହୁ ସିଂହକଂଗ୍ରେସ
ବାଇଧର ନାୟକକଂଗ୍ରେସ
ଢେଙ୍କାନାଳ (ଯୁଗ୍ମ)ବୈଷ୍ଣବ ଚରଣ ପଟ୍ଟନାୟକକମ୍ୟୁନିଷ୍ଟ
ମଦନ ଦେହୁରୀକମ୍ୟୁନିଷ୍ଟ
ଭବାନୀପାଟଣା (ଯୁଗ୍ମ)ଜନାର୍ଦ୍ଦନ ମାଝିଗଣତନ୍ତ୍ର ପରିଷଦ
ଜେ.ସି. ସିଂହଦେଓଗଣତନ୍ତ୍ର ପରିଷଦ
ଜୟପାଟଣା-କାଶୀପୁରଝାଝୁର ଝୁରିଆକଂଗ୍ରେସ
ଜୁନାଗଡ଼- (ଯୁଗ୍ମ)ପ୍ରତାପ କେଶରୀ ଦେଓଗଣତନ୍ତ୍ର ପରିଷଦ
ଦୟାନିଧି ନାଏକଗଣତନ୍ତ୍ର ପରିଷଦ
ନୂଆପଡ଼ା- (ଯୁଗ୍ମ)ଅନୁପ୍‍ ସିଂହଦେଓକଂଗ୍ରେସ
ଚୈତନ୍ୟ ମାଝିକଂଗ୍ରେସ
ଟିଟିଲାଗଡ-଼ (ଯୁଗ୍ମ)ରମେଶ ଚନ୍ଦ୍ର ଭୋଇଗଣତନ୍ତ୍ର ପରିଷଦ
ମୁରଲୀଧର ପଣ୍ଡାଗଣତନ୍ତ୍ର ପରିଷଦ
ପାଟଣାଗଡ଼ (ଯୁଗ୍ମ)ଅର୍ଜୁନ ଦାସଗଣତନ୍ତ୍ର ପରିଷଦ
ଗଣେଶ ରାମ ବରିହାଗଣତନ୍ତ୍ର ପରିଷଦ
ବଲାଙ୍ଗୀର (ଯୁଗ୍ମ)ନନ୍ଦ କିଶୋର ମିଶ୍ରଗଣତନ୍ତ୍ର ପରିଷଦ
ଅଚ୍ୟୁତାନନ୍ଦ ମହାନନ୍ଦଗଣତନ୍ତ୍ର ପରିଷଦ
ସୋନପୁରଅନନ୍ତରାମ ନନ୍ଦଗଣତନ୍ତ୍ର ପରିଷଦ
ବିନ୍‍କାବୈକୁଣ୍ଠନାଥ ନେପାକଗଣତନ୍ତ୍ର ପରିଷଦ
ବୀରମହାରାଜପୁରଅଚ୍ୟୁତାନନ୍ଦ ମହାକୁଡଗଣତନ୍ତ୍ର ପରିଷଦ
ପଦ୍ମପୁର (ଯୁଗ୍ମ)ଲାଲ ରଣଜିତ ସିଂହ ବରିହାକଂଗ୍ରେସ
ଅନିରୁଦ୍ଧ ମିଶ୍ରସ୍ୱାଧୀନ
ବରଗଡ଼ତୀର୍ଥବାସୀ ପ୍ରଧାନକଂଗ୍ରେସ
ଅତାବିରା-ବିପିନ ବିହାରୀ ଦାସକଂଗ୍ରେସ
ସୋହେଲା (ଯୁଗ୍ମ)ଭିକାରି ସାହୁକଂଗ୍ରେସ
ବିଶି ବିଭରାକଂଗ୍ରେସ
ମୁର୍‍ଆମ୍ବାଭୋନାମକରଧ୍ୱଜ ପ୍ରଧାନସୋସାଲିଷ୍ଟ
ସମ୍ବଲପୁର-ରେଢ଼ାଖୋଲ (ଯୁଗ୍ମ)ଭିକାରି ଘାସିଗଣତନ୍ତ୍ର ପରିଷଦ
ଶ୍ରଦ୍ଧାକର ସୂପକାରଗଣତନ୍ତ୍ର ପରିଷଦ
ବାମଣ୍ଡା (ଯୁଗ୍ମ)ହରପ୍ରସାଦ ଦେବ (ଇସ୍ତଫା)ଗଣତନ୍ତ୍ର ପରିଷଦ
ଇନ୍ଦୁଭୂଷଣ ମହାନ୍ତି (ଉପ ନିର୍ବାଚନ)
ଜୟଦେବ ଠାକୁରଗଣତନ୍ତ୍ର ପରିଷଦ
ଝାରସୁଗୁଡ଼ା-ରମ୍ପେଲା (ଯୁଗ୍ମ)ବିଜୟ କୁମାର ପାଣିକଂଗ୍ରେସ
ମନୋହର ନାୟକଗଣତନ୍ତ୍ର ପରିଷଦ
ସୁନ୍ଦରଗଡ଼ (ଯୁଗ୍ମ)କୃପାନିଧି ନାୟକକଂଗ୍ରେସ
ହରିହର ପଟେଲଗଣତନ୍ତ୍ର ପରିଷଦ
ରାଜଗାଙ୍ଗପୁରଆଗାପିଲ୍‍ ଲାକ୍ରାକଂଗ୍ରେସ
ବିଶ୍ରାମଦନ ମୋହନ ଅମାତକଂଗ୍ରେସ
ବଣେଇନୀଳମଣି ସିଂହ ଦଣ୍ଡପାଟଗଣତନ୍ତ୍ର ପରିଷଦ
ଚମ୍ପୂଆଗୁରୁଚରଣ ନାୟକଗଣତନ୍ତ୍ର ପରିଷଦ
କେନ୍ଦୁଝର (ଯୁଗ୍ମ)ଲକ୍ଷ୍ମୀନାରାୟଣ ଭଞ୍ଜଦେଓସ୍ୱାଧୀନ
ଗୋବିନ୍ଦ ମୁଣ୍ଡାଗଣତନ୍ତ୍ର ପରିଷଦ
ଆନନ୍ଦପୁର (ଯୁଗ୍ମ)ଜନାର୍ଦ୍ଦନ ଭଞ୍ଜଦେଓସ୍ୱାଧୀନ
ଭାଇଗ ସେଠୀସ୍ୱାଧୀନ
ପଞ୍ଚପୀଢ଼ (ଯୁଗ୍ମ)ବିଶ୍ୱନାଥ ସାହୁଗଣତନ୍ତ୍ର ପରିଷଦ
ଘାସିରାମ ସାଣ୍ଡିଲସ୍ୱାଧୀନ
କପ୍ତିପଦାହାରାଚାନ୍ଦ ହାଁସଦାସୋସାଲିଷ୍ଟ
ଖୁଣ୍ଟାସାକିଳା ସୋରେନ୍‍ସୋସାଲିଷ୍ଟ
ବାରିପଦା (ଯୁଗ୍ମ)ଗିରୀଶ ଚନ୍ଦ୍ର ରାୟସୋସାଲିଷ୍ଟ
ସୁରେନ୍ଦ୍ର ସିଂହକଂଗ୍ରେସ
ବାହଲଦାସୋନାରାମ ସୋରେନକଂଗ୍ରେସ
ରାଇରଂଗପୁରହରଦେବ ତିରିଆକଂଗ୍ରେସ
ବାଙ୍ଗିରିପୋଷିଜୟଦେବ ମାଝିକଂଗ୍ରେସ
ମୁରୁଡ଼ାପ୍ରସନ୍ନ କୁମାର ଦାସସୋସାଲିଷ୍ଟ
ଜଳେଶ୍ୱରକରୁଣାକର ପାଣିଗ୍ରାହୀକଂଗ୍ରେସ
ଭୋଗରାଇଶଶିକାନ୍ତ ଭଞ୍ଜସ୍ୱାଧୀନ
ବସ୍ତାତ୍ରିଲୋଚନ ସେନାପତିକଂଗ୍ରେସ
ସୋରୋନନ୍ଦ କିଶୋର ଦାସକଂଗ୍ରେସ
ବାଲେଶ୍ୱରସୁରେନ୍ଦ୍ର ନାଥ ଦାସକଂଗ୍ରେସ
ନୀଳଗିରି (ଯୁଗ୍ମ)ନୀଳାମ୍ବର ଦାସକଂଗ୍ରେସ
ଚୈତନ୍ୟ ସେଠିକଂଗ୍ରେସ
ଭଦ୍ରକମହମ୍ମଦ ହନିଫ୍‍କଂଗ୍ରେସ
ବନ୍ତଗୋକୁଳାନନ୍ଦ ମହାନ୍ତିକଂଗ୍ରେସ
ଧାମନଗରନୀଳମଣି ରାଉତରାୟକଂଗ୍ରେସ
ଚାନ୍ଦବାଲି (ଯୁଗ୍ମ)ବୃନ୍ଦାବନ ଦାସକଂଗ୍ରେସ
ଚକ୍ରଧର ବେହେରାକଂଗ୍ରେସ
ସୁକିନ୍ଦା (ଯୁଗ୍ମ)ପୀତାମ୍ବର ଭୂପତିସ୍ୱାଧୀନ
ହରିଚନ୍ଦନ ମହାପାତ୍ରସ୍ୱାଧୀନ
ଯାଜପୁର (ଯୁଗ୍ମ)ଗଦାଧର ଦତ୍ତକଂଗ୍ରେସ
ଶାନ୍ତନୁ କୁମାର ଦାସକଂଗ୍ରେସ
ଧର୍ମଶାଳାପରମାନନ୍ଦ ମହାନ୍ତିସୋସାଲିଷ୍ଟ
ବିଂଝାରପୁର (ଯୁଗ୍ମ)ନବକିଶୋର ମଲ୍ଲିକକଂଗ୍ରେସ
ପଦ୍ମନାଭ ରାୟକଂଗ୍ରେସ
ବଡ଼ଚଣାନବକୃଷ୍ଣ ଚୌଧୁରୀକଂଗ୍ରେସ
ଆଳିଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓସ୍ୱାଧୀନ
ପଟ୍ଟାମୁଣ୍ଡାଇକୁମାରୀ ରାମରାଜସ୍ୱାଧୀନ
ରାଜନଗରସରସ୍ୱତୀ ଦେବୀକଂଗ୍ରେସ
କେନ୍ଦ୍ରାପଡ଼ାଦୀନବନ୍ଧୁ ସାହୁକଂଗ୍ରେସ
ପାଟକୁରାଲୋକନାଥ ମିଶ୍ରକଂଗ୍ରେସ
ତିର୍ତ୍ତୋଲନିଶାମଣି ଖୁଣ୍ଟିଆସୋସାଲିଷ୍ଟ
ଏରସମାଗୌରୀଶ୍ୟାମ ନାୟକକଂଗ୍ରେସ
ବାଲିକୁଦାପ୍ରାଣକୃଷ୍ଣ ପରିଜାସ୍ୱାଧୀନ
ଜଗତସିଂହପୁରନୀଳମଣି ପ୍ରଧାନକଂଗ୍ରେସ
କିଶନନଗରରାଜକୃଷ୍ଣ ବୋଷକଂଗ୍ରେସ
ସାଲେପୁର (ଯୁଗ୍ମ)ସୁରେନ୍ଦ୍ର ନାଥ ପଟ୍ଟନାୟକକଂଗ୍ରେସ
ପୂର୍ଣ୍ଣାନନ୍ଦ ସାମଲକଂଗ୍ରେସ
ମାହାଙ୍ଗାମହମ୍ମଦ ଅତାହାରକଂଗ୍ରେସ
କଟକ ସହରବୀରେନ୍‍ ମିତ୍ରକଂଗ୍ରେସ
କଟକ (ଗ୍ରାମ) (ଯୁଗ୍ମ)ଲକ୍ଷ୍ମଣ ମଳିକକଂଗ୍ରେସ
ଭୈରବ ଚନ୍ଦ୍ର ମହାନ୍ତିକଂଗ୍ରେସ
ବାଙ୍କୀଗୋକୁଳାନନ୍ଦ ପ୍ରହରାଜସୋସାଲିଷ୍ଟ
ନରସିଂହପୁରବୃନ୍ଦାବନ ସାହୁଗଣତନ୍ତ୍ର ପରିଷଦ
ଆଠଗଡ଼ରାଧାନାଥ ରଥକଂଗ୍ରେସ
କାକଟପୁର ନିମାପଡ଼ା (ଯୁଗ୍ମ)ଉପେନ୍ଦ୍ର ମହାନ୍ତିକଂଗ୍ରେସ
ଗୋବିନ୍ଦ ଚନ୍ଦ୍ର ସେଠିକଂଗ୍ରେସ
ସତ୍ୟବାଦୀନୀଳକଣ୍ଠ ଦାସସ୍ୱାଧୀନ
ପିପିଲିଜୟକୃଷ୍ଣ ମହାନ୍ତିସ୍ୱାଧୀନ
ପୁରୀଫକୀର ଚରଣ ଦାସସୋସାଲିଷ୍ଟ
ବ୍ରହ୍ମଗିରିବିଶ୍ୱନାଥ ପରିଡ଼ାସ୍ୱାଧୀନ
ବାଣପୁରଗୋଦାବରୀଶ ମିଶ୍ରସ୍ୱାଧୀନ
ଭୁବନେଶ୍ୱର (ଯୁଗ୍ମ)ସତ୍ୟପ୍ରିୟ ମହାନ୍ତିକଂଗ୍ରେସ
କାହ୍ନୁ ମଳିକକଂଗ୍ରେସ
ଖୋର୍ଦ୍ଧାମାଧବ ଚନ୍ଦ୍ର ରାଉତରାୟକଂଗ୍ରେସ
ରଣପୁରବସନ୍ତ ମଞ୍ଜରୀ ଦେବୀକଂଗ୍ରେସ
ବେଗୁନିଆଗଙ୍ଗାଧର ପାଇକରାୟକମ୍ୟୁନିଷ୍ଟ
ନୟାଗଡ଼କେ.ସି ସିଂହମାନ୍ଧାତାସ୍ୱାଧୀନ
ଖଣ୍ଡପଡ଼ାହରିହର ସିଂହ ମର୍ଦ୍ଦରାଜସ୍ୱାଧୀନ
ଦଶପଲ୍ଲାକୃଷ୍ଣଚନ୍ଦ୍ର ଦେଓ ଭଞ୍ଜକଂଗ୍ରେସ
ଜଗନ୍ନାଥପ୍ରସାଦବିଜୟାନନ୍ଦ ପଟ୍ଟନାୟକକଂଗ୍ରେସ
ରସୁଲକୁଣ୍ଡାଦୀନବନ୍ଧୁ ବେହେରାକଂଗ୍ରେସ
ଆସ୍କା (ଯୁଗ୍ମ)ହରିହର ଦାସକମ୍ୟୁନିଷ୍ଟ
ମୋହନ୍ ନାୟକକମ୍ୟୁନିଷ୍ଟ
ଖଲ୍ଲିକୋଟରାମଚନ୍ଦ୍ର ମର୍ଦ୍ଦରାଜ ଦେଓସ୍ୱାଧୀନ
କୋଦଳାବନମାଳୀ ମହାରଣାସୋସାଲିଷ୍ଟ
ପୁରୁଷୋତ୍ତମପୁରହରିହର ଦାସକଂଗ୍ରେସ
ଛତ୍ରପୁରଭି.ସୀତାରାମାୟାସ୍ୱାଧୀନ
ପାଟପୁରଗୋବିନ୍ଦ ପ୍ରଧାନକମ୍ୟୁନିଷ୍ଟ
ବ୍ରହ୍ମପୁର (ଯୁଗ୍ମ)ଦଣ୍ଡପାଣି ଦାସସ୍ୱାଧୀନ
ରାମଚନ୍ଦ୍ର ମିଶ୍ରସ୍ୱାଧୀନ
ପାରଳାଖେମୁଣ୍ଡି (ଯୁଗ୍ମ)ଜଗନ୍ନାଥ ମିଶ୍ରକମ୍ୟୁନିଷ୍ଟ
ଅପନା ଦୋରା ବିଶ୍ୱାସ ରାୟସ୍ୱାଧୀନ
ପାତ୍ରପୁରଦିବାକର ପଟ୍ଟନାୟକଫରଓ୍ୱାର୍ଡ଼ ବ୍ଲକ
ଉଦୟଗିରି-ମୋହନାମାଲିକ ପାଟୁକଂଗ୍ରେସ
ମୟୂରଭଞ୍ଜରାମଚନ୍ଦ୍ର ମାଝିକଂଗ୍ରେସ
ବାଲେଶ୍ୱରକାହ୍ନୁଚରଣ ଜେନାକଂଗ୍ରେସ
କେନ୍ଦ୍ରାପଡ଼ାନିତ୍ୟାନନ୍ଦ କାନୁନ୍‍ଗୋକଂଗ୍ରେସ
କଟକହରେକୃଷ୍ଣ ମହତାବକଂଗ୍ରେସ
ପୁରୀଲୋକନାଥ ମିଶ୍ରକଂଗ୍ରେସ
ଖୋର୍ଦ୍ଧାଲିଙ୍ଗରାଜ ମିଶ୍ରକଂଗ୍ରେସ
ଘୁମୁସରଉମାଚରଣ ପଟ୍ଟନାୟକସ୍ୱାଧୀନ
ଗଞ୍ଜାମବିଜୟ ଚନ୍ଦ୍ର ଦାସକମ୍ୟୁନିଷ୍ଟ
ନବରଙ୍ଗପୁରବି.ସୁବାରାଓଗଣତନ୍ତ୍ର ପରିଷଦ
କଳାହାଣ୍ଡି- ବଲାଙ୍ଗୀର (ଯୁଗ୍ମ)ଗିରିଧାରୀ ଭୋଇଗଣତନ୍ତ୍ର ପରିଷଦ
ରାଜେନ୍ଦ୍ର ନାରାୟଣ ସିଂହଦେଓଗଣତନ୍ତ୍ର ପରିଷଦ
ସମ୍ବଲପୁରନଟବର ପାଣ୍ଡେଗଣତନ୍ତ୍ର ପରିଷଦ
ବରଗଡଜି. ଦାସ ଥିରାନୀସ୍ୱାଧୀନ
ଢେଙ୍କାନାଳ-ପଶ୍ଚିମ କଟକ (ଯୁଗ୍ମ)ନିରଞ୍ଜନ ଜେନାକଂଗ୍ରେସ
ସାରଙ୍ଗଧର ଦାସସୋସାଲିଷ୍ଟ
ସୁନ୍ଦରଗଡଶିବନାରାୟଣ ସିଂହକଂଗ୍ରେସ
ଯାଜପୁର-କେଉଁଝର (ଯୁଗ୍ମ)ଭୁବନାନନ୍ଦ ଦାସକଂଗ୍ରେସ
ଲକ୍ଷ୍ମୀଧର ଜେନାଗଣତନ୍ତ୍ର ପରିଷଦ
ରାୟଗଡ଼ା-ଫୁଲବଣୀଟି. ସାଙ୍ଗ୍‍ନାକଂଗ୍ରେସ
  1. 1 2 3 4 5 6 7 8 9 ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. Retrieved 25 December 2018.
  2. 1 2 "Brief History". odishaassembly.nic.in. Retrieved 2019-06-29.
  3. "Orissa 1951". Election Commission of India (in Indian English). Retrieved 2019-06-27.
  4. "List of Members in First Assembly( 20/02/1952-04/03/1957)". odishaassembly.nic.in. Archived from the original on 12 March 2019. Retrieved 2019-03-12. {{cite web}}: Cite has empty unknown parameter: |dead-url= (help)

ବାହାର ଆଧାର

[ସମ୍ପାଦନା]