ସତ୍ୟବାଦୀ ବନ ବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ବନ ବିଦ୍ୟାଳୟ

ସତ୍ୟବାଦୀ ବନ ବିଦ୍ୟାଳୟ ଭାରତର ପ୍ରଥମ ମୁକ୍ତ ବିଦ୍ୟାଳୟ ।[୧] ଏହି ଶିକ୍ଷାନୁଷ୍ଠାନଟି ୧୨ ଅଗଷ୍ଟ ୧୯୦୯ ମସିହାରେ[୨] ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର , ପଣ୍ଡିତ ଲିଙ୍ଗରାଜ ମିଶ୍ର , ଆଚାର୍ଯ୍ୟ ହରିହର , ନନ୍ଦ କିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା। ସେ ସମୟରେ ଓଡ଼ିଶାର ଜଣାଶୁଣା ପଣ୍ଡିତ ଜ୍ଞାନୀ ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ । ଓଡ଼ିଶାର ସବୁ ଅଞ୍ଚଳରୁ, ବହୁ ଦୂରଦୂରାନ୍ତରୁ ପିଲାମାନେ ଆସି ପଢ଼ୁଥିଲେ ।

ଭାରତର ଚାରିଆଡେ ଏହି ବିଦ୍ୟାଳୟର ଖ୍ୟାତି ରହିଥିଲା । ସେ ସମୟର ବଡ଼ବଡ଼ ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ବିଦ୍ୟାଳୟକୁ ଦେଖିବାକୁ ଆସୁଥିଲେ । ବିଦ୍ୟାଳୟ ପରିଚାଳନା କାର୍ଯ୍ୟ ଦେଖି ପ୍ରଶଂସା କରୁଥିଲେ ।

ତତ୍କାଳୀନ ବିହାର-ଓଡ଼ିଶାର ଇଂରେଜ ଶାସକ ସାର 'ଏଡ଼ୱାର୍ଡ ଗେଟ' ଶିକ୍ଷା ବିଭାଗର ଡିରେକ୍ଟର ଡିଉକ, କଲିକତା ବିଶ୍ୱବିଦ୍ୟଳୟର ସୁନାମଧନ୍ୟ କୁଳପତି 'ସାର ଆଶୁତୋଷ ମୁଖାର୍ଜୀ', ଅଧ୍ୟାପକ 'ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି' (ଓଡ଼ିଶାର ପ୍ରଖ୍ୟାତ ଜ୍ୟୋତିଷ ମହାମୋହପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତ ସିଂହ ଓ ତାଙ୍କ ପ୍ରଣୀତ ପ୍ରସିଦ୍ଧ 'ସିଦ୍ଧାନ୍ତ ଦର୍ପଣ' ପୁସ୍ତକକୁ ଯିଏ ଲୋକ ଲୋଚନକୁ ଆଣିଥିଲେ) ପ୍ରମୁଖ ମନୀଷିମାନେ ଏହି ସ୍କୁଲକୁ ପ୍ରଶଂସା କରିଥିଲେ ।

ଆଧାର[ସମ୍ପାଦନା]

  1. Lalneihzovi (1 January 2007). Women's development in India. Mittal Publications. pp. 117–. ISBN 978-81-8324-190-8.
  2. "୧୯୦୯ ନା ୧୯୧୯". odishanewsnitidin.com. Archived from the original on ୯ ଫେବୃଆରୀ ୨୦୨୧. Retrieved 9 February 2021. {{cite web}}: Check date values in: |archivedate= (help)