ମୁକୁନ୍ଦ ପ୍ରସାଦ ଦାସ

ଉଇକିପିଡ଼ିଆ‌ରୁ

ମୁକୁନ୍ଦ ପ୍ରସାଦ ଦାସ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଓଡ଼ିଶାର ଜଣେ ସମାଜସେବୀ, ସ୍ୱାଧୀନତ ସଂଗ୍ରାମୀ, ରାଜନୀତିଜ୍ଞ ତଥା ପ୍ରଥମ ଓଡ଼ିଶା ବିଧାନ ସଭାର ବାଚସ୍ପତି ଥିଲେ[୧] [୨] । ଏହି ବିଧାନ ସଭାର ପ୍ରଥମ ଅଧିବେଶନ ୨୮-୭-୧୯୩୭ ତାରିଖ ଦିନ କଟକର ରେଭେନ୍ସା କଲେଜର ହଲରେ ବସିଥିଲା ଓ ସେହିଦିନ ହିଁ ଶ୍ରୀ ମୁକୁନ୍ଦ ପ୍ରସାଦ ଦାସ ବାଚସ୍ପତି ଭାବରେ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ସେତେବେଳେ ଓଡ଼ିଶା ବିଧାନ ସଭାର ସଦସ୍ୟ ସଂଖ୍ୟା ଥିଲା ୬୦ । ଏହି ପ୍ରଥମ ବିଧାନ ସଭାର ମୋଟ ୧୦ଟି ଅଧିବେଶନ (୧୮୮ ଦିନ) ହୋଇଥିଲା ଓ ଏହା ୧୪ ସେପ୍ଟଟେମ୍ବର ୧୯୪୫ ଦିନ ଭଂଗ ହୋଇଥିଲା ।

ସେ ବାଲେଶ୍ୱର ଜିଲ୍ଲାରୁ ଆସିଥିଲେ।

ଆଧାର[ସମ୍ପାଦନା]

  1. "Brief History of Odisha Legislative Assembly Since 1937". Odisha Legislative Assembly. Retrieved 3 July 2018.
  2. "ଓଡ଼ିଶା ବିଧାନ ସଭା". ଓଡ଼ିଆ ଉଇକିପିଡ଼ିଆ. Retrieved 3 July 2018.