ସାକ୍ଷୀଗୋପାଳ

ଉଇକିପିଡ଼ିଆ‌ରୁ
panchasakha
ସତ୍ଯବାଦୀ ପଞ୍ଚସଖା

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସାକ୍ଷୀଗୋପାଳ
ସତ୍ୟବାଦୀ
ଛୋଟ ସହର
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାପୁରୀ
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୫୨୦୧୪
ଦୁରଭାଷ କୋଡ୦୬୭୫୨
ଯାନବାହାନ ପଞ୍ଚୀକରଣOD/OR-13

ସାକ୍ଷୀଗୋପାଳ ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ପଞ୍ଚାୟତ ବା ଏକ ଛୋଟ ସହର । ଏହାର ପୁରୁଣା ନାମ ହେଉଛି ସତ୍ୟବାଦୀ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ସାକ୍ଷୀଗୋପାଳ ପଡ଼େ। ଏହା ଭୁବନେଶ୍ୱରରୁ ୪୦ କିଲୋମିଟର ଦକ୍ଷିଣ ଓ ପୁରୀଠାରୁ ୧୭ କିଲୋମିଟର ଉତ୍ତରରେ ଅବସ୍ଥିତ। ଏହା ଅନେକ ଗୁଡ଼ିଏ ଛୋଟ ଛୋଟ ଗ୍ରାମର ସମାହାର। ପ୍ରାୟତଃ ସବୁ ଗ୍ରାମଗୁଡ଼ିକ ପୁରୀ ଗଜପତିଙ୍କ ପ୍ରଦତ୍ତ ବ୍ରାହ୍ମଣ ଶାସନର ଅନ୍ତର୍ଗତ । ସାକ୍ଷୀଗୋପାଳ ଦେଇ ରତ୍ନଚୀରା ନଦୀ ଯାଇଅଛି । ଧାନ କ୍ଷେତ, ନଡ଼ିଆ ଗଛ ଓ ସବୁଜ ବନାନୀରେ ଭରପୁର ସାକ୍ଷୀଗୋପାଳ ଅନେକ ଐତିହାସିକ ଘଟଣାବଳୀରେ ମୁକସାକ୍ଷୀ। ଏହାର ପୁରୁଣା ନାମ ହେଉଛି ସତ୍ୟବାଦୀ।

ପୌରାଣିକ ମହତ୍ତ୍ୱ[ସମ୍ପାଦନା]

କଥିତ ଅଛି ଯେ ମଧ୍ୟଯୁଗରେ ଅଧୁନା ସାକ୍ଷୀଗୋପାଳର ଜଣେ ଗରିବ ବ୍ରାହ୍ମଣ ଯୁବକ ଓ ଉକ୍ତଗ୍ରାମର ମୁଖିଆଙ୍କ ଝିଅ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ଉଚ୍ଚ ସ୍ଥାପତ୍ୟ ଯୋଗୁଁ ମୁଖିଆ ଦୁହିଙ୍କ ମଧ୍ୟରେ ବିଭାଘରର ବିରୋଧ କରିଥିଲେ। ଥରେ ସମସ୍ତ ଗ୍ରାମବାସୀ ଉକ୍ତ ମୁଖିଆ ଓ ଯୁବକଙ୍କ ସମେତ କାଶିକୁ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ବାହାରିଲେ। ବାଟରେ ମୁଖିଆ ଜଣକ ରୋଗରେ ପଡ଼ିବା ସତ୍ତ୍ୱେ ଗ୍ରାମବାସୀମାନେ ଏହାକୁ ଦୃଷ୍ଟି ଦେଲେନି। କିନ୍ତୁ, ଯୁବକ ଜଣଙ୍କର ଉପଯୁକ୍ତ ସେବା ପ୍ରଦାନ ଯୋଗୁଁ ମୁଖିଆ ଆରୋଗ୍ୟ ଲାଭ କଲେ । ତାଙ୍କର ସେବାରେ ଖୁସି ହୋଇ ମୁଖିଆ କଥାଦେଲେ ଯେ, ତୀର୍ଥଯାତ୍ରାରୁ ଫେରିଲାପରେ ସେ ତାଙ୍କ ଝିଅ ସହ ଯୁବକଙ୍କ ବିଭାଘର ନିଶ୍ଚୟ କରାଇଦେବେ। କିନ୍ତୁ, ଗାଁକୁ ଫେରିଲା ପରେ ମୁଖିଆ ନିଜର ପ୍ରତିଶୃତିରୁ ଓହରିଗଲେ ଏବଂ ଯୁବକଙ୍କୁ ପ୍ରମାଣ ସ୍ୱରୂପ ସାକ୍ଷୀ ଦବାକୁ କହିଲେ ।

ଏହି ଘଟଣାରେ ପ୍ରଭୁ କୃଷ୍ଣ ଯାହାଙ୍କୁ "ଗୋପାଳ" ଭାବରେ ମଧ୍ୟ ସମ୍ବୋଧନ କରାଯାଏ, ଉକ୍ତ ଯୁବକଙ୍କ ଭକ୍ତିରେ ସନ୍ତୁଷ୍ଟ ହେଇ ଯୁବକଙ୍କ ପକ୍ଷରେ ସାକ୍ଷୀ ଦେବାପାଇଁ ବଚନ ପ୍ରଦାନ କରିଥିଲେ । ସର୍ତ୍ତ ଏହା ଥିଲା ଯେ, ଭଗବାନ ଗୋପାଳ ଯେମିତି ଚାହିଁବେ ଯୁବକ ଜଣକ ସେଇଆ କରିବେ। ଯୁବକ ଜଣକ ଆଗେ ଆଗେ ଯିବେ ଓ ଗୋପାଳ ପଛେ ପଛେ ଯିବେ କିନ୍ତୁ, ଯୁବକ ପଛକୁ ଚାହିଁବେ ନାହିଁ । ଏହା ପରେ ଯୁବକ ଜଣକ ଆଗେ ଆଗେ ଚାଲିଲେ ଓ ଭଗବାନ ପଛେ ପଛେ.ବାଟରେ ବାଲିଗଦାରେ ଚାଲୁଥିଲା ବେଳେ ଯୁବକଙ୍କୁ ଭଗବାନଙ୍କ ପଦଶବ୍ଦ ଶୁଣାଗଲାନି ତେଣୁ ସେ ବିଚଳିତ ହେଇ ପଛକୁ ଅନେଇଲେ। ଠିକ୍ ସେହି ସମୟରେ ଭଗବାନ ଏକ ପଥର ମୂର୍ତ୍ତି ପାଲଟିଗଲେ । ଏହି ଖବର ବିଜୁଳି ବେଗରେ ଗାଁସାରା ପ୍ରଚାରିତ ହେଇଗଲା ଯେ ସ୍ୱୟଂ ଭଗବାନ ସାକ୍ଷୀ ଦବାକୁ ଆସିଥିଲେ ଏଥିରେ ଗ୍ରାମବାସୀମାନେ ଯୁବକର ଭକ୍ତି ଓ ପ୍ରେମକୁ ସମର୍ଥନ କରି ଉକ୍ତ ଯୁବକ ସହ ମୁଖିଆ ଝିଅଙ୍କ ସହ ବିଭାଘର କରେଇଲେ ଓ ଉକ୍ତ ମୂର୍ତ୍ତିକୁ ନେଇ ଏକ ମନ୍ଦିର ତୋଳେଇଲେ ଯାହାର ପ୍ରଥମ ପୂଜକ ଭାବେ ଉକ୍ତ ଯୁବକଙ୍କୁ ନିଯୁକ୍ତି ଦେଲେ । ତେଣୁ ସାକ୍ଷୀ ଦେବା ପାଇଁ ସ୍ୱୟଂ ଭଗବାନ ଗୋପାଳ ଆସିଥିବାରୁ ସେହି ମନ୍ଦିରର ନାଁ ସାକ୍ଷୀଗୋପାଳ ମନ୍ଦିର ଦିଆଗଲା ଓ ତଦନୁସାରେ ଉକ୍ତ ସହରର ନାମ ସାକ୍ଷୀଗୋପାଳ ହେଲା । ପୂର୍ବରୁ ଏହି ସହରର ନାମ ସତ୍ୟବାଦୀ ଥିଲା। [୧]

ଐତିହାସିକ ଘଟଣା[ସମ୍ପାଦନା]

ଇଂରେଜ ଶାସନ କାଳରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଏଇଠୁ ପରିଚାଳିତ ହଉଥିଲା । ଏଠିକାର ସତ୍ୟବାଦୀ ବନବିଦ୍ୟାଳୟ ସେତେବେଳେ ଛାତ୍ରମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ରୂପେ ତିଆରି କରୁଥିଲା । ଉତ୍କଳମଣି ଗୋପବନ୍ଧୁ ଦାସ ସାକ୍ଷୀଗୋପାଳର ସୁଆଣ୍ଡୋରେ ଜନ୍ମଗ୍ରହଣ କରିଥିଲେ ଓ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ସଂଗ୍ରାମ ସହ ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ଥିଲେ । ଆଧୁନିକ ଯୁଗର ପଞ୍ଚସଖା ଗୋପବନ୍ଧୁଙ୍କ ସମେତ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ଗୋଦାବରୀଶ ମିଶ୍ର, କୃପାସିନ୍ଧୁ ମିଶ୍ର ସମସ୍ତେ ସତ୍ୟବାଦୀ ବନବିଦ୍ୟାଳୟ ପରିଚାଳନା କରୁଥିଲେ ତଥା ନିଜର ଲେଖନୀ ଚାଳନା ବଳରେ ସ୍ୱାଧୀନତା ସଂଗ୍ରାମକୁ ଇନ୍ଧନ ଯୋଗଉଥିଲେ ।

ପର୍ବ ପର୍ବାଣି[ସମ୍ପାଦନା]

ଓଡ଼ିଶାର ସବୁ ମୁଖ୍ୟ ପର୍ବ ଏଠାରେ ପାଳନ କରାଯାଏ । କିନ୍ତୁ ସ୍ଥାନୀୟ ପର୍ବମାନଙ୍କରେ ଦୋଳ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ରାଧାଷ୍ଟମୀ, ମକର ସଂକ୍ରାନ୍ତି,କାଳିୟ ଦଳନ ଏକାଦଶୀ, ଚନ୍ଦନ ଯାତ୍ରା ଓ ଅଁଳା ନବମୀ (ରାଧା ପାଦ ଦର୍ଶନ) । ଅଁଳା ନବମୀ ଦିନ ରାଧା ପାଦ ଦର୍ଶନ କରିବାକୁ ବହୁତ ଭିଡ଼ ହୁଏ । ଏହିଦିନ ରାଧାପାଦକୁ ଛୁଇଁଲେ ପୁଣ୍ୟ ଅର୍ଜନ ହୁଏ ବୋଲି ଲୋକ ମୁଖରୁ ଶୁଣିବାକୁ ମିଳେ ।

ଜୀବନ ଜୀବିକା[ସମ୍ପାଦନା]

କୃଷି ଏଠାକାର ପ୍ରଧାନ ଜୀବିକା । ଏହା ଛଡ଼ା ଲୋକମାନେ ବ୍ୟବସାୟ ମଧ୍ୟ କରନ୍ତି । କୃଷିଜାତ ଦ୍ରବ୍ୟର ବ୍ୟବସାୟ ପ୍ରଚୁର ହୁଏ । ଗୋଜାତ ଦ୍ରବ୍ୟର ମଧ୍ୟ ଏଠାରେ ଚାହିଦା ଅଛି । ସାକ୍ଷୀଗୋପାଳର "ଛେନା ଗଜା" ମିଠା ଓଡ଼ିଶା ପ୍ରସିଦ୍ଧ ।

ସୁବିଧା ସୁଯୋଗ[ସମ୍ପାଦନା]

ରତ୍ନଚୀରା ନଦୀ ଏହି ଗ୍ରାମର ଜୀବନ ରେଖା । ଏହାକୁ ନିର୍ଭର କରି ଲୋକେ ଚାଷବାସ କରନ୍ତି । ଆମ୍ବ, ପଣସ, ନଡ଼ିଆ, ଖଜୁରି ଇତ୍ୟାଦି ଫଳ ମୂଳ ଚାଷ ହେବା ସହ ଧାନ, ମୁଗ, ବିରି ଇତ୍ୟାଦି ଚାଷ ହୁଏ । ଏଠାକୁ ବିଜୁଳି ସୁବିଧା ସରକାର ଯୋଗାଇ ଦେଇଛନ୍ତି । ଏହା ମଧ୍ୟ ଦେଇ ଜାତୀୟ ରାଜପଥ କ୍ରମାଙ୍କ ୩୧୬ ପଡୁଥିବାରୁ ଯିବାଆସିବା ପାଇଁ କିଛି ଅସୁବିଧା ହୁଏନାହିଁ । ନିକଟସ୍ଥ ରେଳ ଷ୍ଟେସନ ସାକ୍ଷୀଗୋପାଳ (ଷ୍ଟେଶନ କୋଡ଼: SIL) ଏବଂ ପୁରୀ

ଆଧାର[ସମ୍ପାଦନା]

  1. Ramendra Kumar. Tales of Orissa. ISBN 978-81-89750-99-2 (2009)