ଓଡ଼ିଶା ବିଧାନ ସଭା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଓଡ଼ିଶା ବିଧାନ ସଭା
ପଞ୍ଚଦଶ ଅଧିବେଶନ
Coat of arms or logo
Type
Type ନିମ୍ନ ସଦନ
Leadership
ବାଚସ୍ପ‌ତି ନିରଞ୍ଜନ ପୂଜାରୀ[୧], ବିଜେଡ଼ି
ଉପ-ବାଚସ୍ପ‌ତି ସାନନ୍ଦା ମାରାଣ୍ଡି[୨], ବିଜେଡ଼ି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି
ଗୃହ ନବୀନ ପଟ୍ଟନାୟକ, ବିଜେଡ଼ି
ବିରୋଧୀ ଦଳର ମୁଖ୍ୟ ନରସିଂହ ମିଶ୍ର[୩], କଂଗ୍ରେସ
Seats ୧୪୭ (୨୦୧୪)
Elections
Voting system First-past-the-post
Last election ୨୦୧୪
Meeting place
ORISSA SECRETARIAT.jpg
ବିଧାନ ସଭା
Website
http://ws.ori.nic.in/ola/

ଓଡ଼ିଶା ବିଧାନ ସଭା ପୂର୍ବଭାରତର ଓଡ଼ିଶାର ରାଜ୍ୟ ବିଧାନ ସଭା । ଏହା ଭୁବନେଶ୍ୱରଠାରେ ଅବସ୍ଥିତ ଓ ଏହାର ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୨ ଓ ୩୪ ଆସନ ଯଥାକ୍ରମେ ଅନୁସୂଚିତ ଜାତି (S.C) ଓ ଅନୂସୂଚିତ ଜନଜାତି ବା ଆଦିବାସୀ (S.T)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।[୪]

ସଦସ୍ୟ ନିର୍ବାଚନ ବ୍ୟବସ୍ଥା[ସମ୍ପାଦନା]

ରାଜ୍ୟ ବିଧାନ ସଭାର ସଦସ୍ୟମାନେ ଭୋଟରମାନଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ । ଭାରତର ନିର୍ବାଚନ ଆୟୋଗ ଏହି ନିର୍ବାଚନ କରାନ୍ତି । ସାଧାରଣତଃ ପ୍ରତି ପାଞ୍ଚ ବର୍ଷରେ ଥରେ ବା ଆବଶ୍ୟକ ସ୍ଥଳେ, ପାଞ୍ଚ ବର୍ଷ ପୂରନ ହେବା ପୂର୍ବରୁ ବିଧାନ ସଭା ଭଙ୍ଗ କରାଯାଇ ଯଥାଶିଘ୍ର (୬ ମାସ ମଧ୍ୟରେ) ନିର୍ବାଚନ କରାଯାଇ ନୂତନ ବିଧାନ ସଭା ଗଠନ କରାଯାଏ ।

ରାଜ୍ୟର ବିଧାନ ସଭାର ଆସନ ସଂଖ୍ୟା ଯେତିକି, ସେତିକି ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ପ୍ରତିରାଜ୍ୟକୁ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତ୍ୟକ୍ଷ ନିର୍ବାଚନ ଜରିଆରେ ନିର୍ବାଚିତ ହୋଇଥାନ୍ତି ।

ପ୍ରତି ଅଠର ବର୍ଷ ବା ତତୋଧିକ ବୟସ୍କ ସାବାଳକ ନାଗରିକ ଜଣେ ମତଦାତା ( ଭୋଟର) ହିସାବରେ ନିଜର ମତଦାନ ଅଧିକାର ନିର୍ବାଚନ ମାଧ୍ୟମରେ ସାବ୍ୟସ୍ତ କରି ନିଜ ନିର୍ବାଚନ ମଣ୍ଡଳୀରୁ ଜଣେ ପ୍ରାର୍ଥୀଙ୍କୁ ବିଧାନ ସଭାକୁ ଲୋକ-ପ୍ରତିନିଧି ବା ସଦସ୍ୟ (ଏମ:ଏଲ:ଏ) ଭାବେ ନିର୍ବାଚିତ କରିଥାନ୍ତି ।

ସଭ୍ୟ ପଦପାଇଁ ଆବଶ୍ୟକ ଯୋଗ୍ୟତା[ସମ୍ପାଦନା]

ବିଧାନ ସଭାର ସଦସ୍ୟ ହେବାପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତାଥିବା ଥିବା ଆବଶ୍ୟକ ।

  1. ସେ ଜଣେ ଭାରତୀୟ ନାଗରିକ ହେଇଥିବେ ।
  2. ତାଙ୍କର ବୟସ ୨୫ ବର୍ଷରୁ କମ ହୋଇନଥିବ ।
  3. ସଂସଦ ଦ୍ଵାରା ପ୍ରଣୀତ ନିର୍ବାଚନ ଆଇନ ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ଅନ୍ୟ ସମସ୍ତ ଯୋଗ୍ୟତା ସେହି ପ୍ରାର୍ଥୀଙ୍କର ଥିବ ।

ତେବେ ବିଧାନ ସଭାର ସଭ୍ୟପଦ ପାଇଁ ଜଣେ ବ୍ୟକ୍ତି ଅଯୋଗ୍ୟ ଘୋଷିତ ହେବେ, ଯଦି :-

  1. ସେ କୌଣସି ସରକାରୀ ଲାଭଜନକ ପଦବୀରେ ଅବସ୍ଥାପିତ ହୋଇଥିବେ ।
  2. ସେ ମସ୍ତିସ୍କ ବିକୃତ ବୋଲି ନ୍ୟାୟାଳୟ ଦ୍ଵାରା ବିବେଚିତ ହୋଇଥିବେ ।
  3. ସେ ନିସ୍ଵ ହୋଇଥିବେ ।
  4. ସେ ଯଦି ଅନ୍ୟ ରାଷ୍ଟ୍ରର ନାଗରିକ ହୋଇଥିବେ ।

ସେ ସଂସଦ ଦ୍ଵରା ପ୍ରଣୀତ ଆଇନର ବ୍ୟବସ୍ଥାନୁସାରେ ଅଯୋଗ୍ୟ ବିବେଚିତ ହୋଇଥିବେ ।

କାର୍ଯ୍ୟକାଳ[ସମ୍ପାଦନା]

ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷ । ତେବେ ରାଜ୍ୟପାଳ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଧାନ ସଭାକୁ ୫ ବର୍ଷ ସମୟ ସୀମା ପୂରଣ ହେବା ପୂର୍ବରୁ ଭାଙ୍ଗିଦେଇ ପାରନ୍ତି, ତେବେ ଏକ୍ଷେତ୍ରରେ ମୂଖ୍ୟମନ୍ତ୍ରୀଙ୍କ ପରାମର୍ଶ ସର୍ବଦା ରାଜ୍ୟପାଳ ଗ୍ରହଣ କରିବାକୁ ବାଧ୍ୟନୁହନ୍ତି । ଜାତୀୟ ଜରୁରୀ ପରିସ୍ଥିତି ଘୋଷିତ ହୋଇଥିଲେ ବିଧାନ ସଭାର କାର୍ଯ୍ୟକାଳ ପାଞ୍ଚବର୍ଷରୁ ଅଧିକ ୧ ବର୍ଷ ବୃଦ୍ଧି କରାଯାଇ ପାରିବ । କିନ୍ତୁ ଜରୁରୀ ପରିସ୍ଥିତି ଉଠିଗଲେ, ବର୍ଦ୍ଧିତ କାର୍ଯ୍ୟକାଳା ୬ ମାସରୁ ଅଧିକ ହେବ ନାହିଁ

  1. କୋରମ୍ -ବିଧାନ ସଭାର ସର୍ବମୋଟ ସଭ୍ୟସଂଖ୍ୟାର ୧/୧୦ ଅଂଶ ସଭ୍ୟ ଗୃହରେ ଉପସ୍ଥିତ ରହିଲେ,ଗୃହ କାର୍ଯ୍ୟ ଚାଲେ । ଏହି ସର୍ବନିମ୍ନ ସଂଖ୍ୟକ ସଭ୍ୟଙ୍କର ଉପସ୍ଥିତିକୁ କୋରମ କୁହାଯାଏ ।
  2. ଅଧିବେଶନ - ବିଧାନ ସଭାର ଅଧିବେଶନ ବର୍ଷକୁ ଅନ୍ୟନ ଦୁଇଥର ବସେ ଓ ଦୁଇ ଅଧିବେଶନ ମଧ୍ୟରେ ବିରତି/ବିଶ୍ରାମ ସମୟ ୬ ମାସରୁୟ୍ ଅଧିକ ହୁଏ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ବିଧାନ ସଭାର ଅଧିବେଶନ ସମାପ୍ତି ଘୋଷଣା କରନ୍ତି । ଏବେ ବିଧାନ ସଭା ସାଧାରଣତଃ ବର୍ଷକୁ ତିନିଥର ବସୁଛି, ଯଥା - ବଜେଟ୍ ଅଧିବେଶନ, ବର୍ଷାକାଳୀନ ଓ ଶୀତ କାଳୀନ ଅଧିବେଶନ ।

ଅଧ୍ୟକ୍ଷ ବା ବାଚସ୍ପତି[ସମ୍ପାଦନା]

ବିଧାନ ସଭାର ଅଧ୍ୟକ୍ଷଙ୍କୁ ବାଚସ୍ପତି ଓ ଉପାଧ୍ୟକ୍ଷଙ୍କୁ ଉପବାଚସ୍ପତି କୁହାଯାଏ । ସେ ଦୁଇଜଣ ବିଧାନ ସଭାର ନିର୍ବାଚିତ ସଦସ୍ୟ ଅଟନ୍ତି । ଗୃହର ସଦସ୍ୟମାନଙ୍କ ଦ୍ଵାରା ସେମାନେ ନିର୍ବାଚିତ ହୁଅନ୍ତି । ପରମ୍ପରା ଅନୁସାରେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ଦ୍ଦ୍ଵନ୍ଦରେ ନିର୍ବାଚିତ ହୋଇଥାନ୍ତି । ବାଚସ୍ପତି ପଦ ଶାସକ ଦଳ ରଖନ୍ତି ଓ ଉପବାଚସ୍ପତି ପଦଟି ବିରୋଧୀଦଳ ନେଇଥାନ୍ତି । ବିରୋଧୀଦଳର ନେତାଙ୍କ ସହିତ ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ପଦପାଇଁ ବିରୋଧୀଦଳର ସହମତି ଆଣିଥାନ୍ତି । ବାଚସ୍ପତି ହେଉଛନ୍ତି ଗୃହର ନିର୍ବିବାଦୀୟ ଓ ନିରପକ୍ଷ ଅଧ୍ୟକ୍ଷ। ସେ ଗୃହର ସଭା କାର୍ଯ୍ୟ ଶୃଙ୍ଖଳାର ସହିତ ପରିଚାଳନା କରନ୍ତି । ଉଭୟ ବାଚସ୍ପତି ଓ ଉପବାଚସ୍ପତି ଗୃହର ସଦସ୍ୟମାନଙ୍କ ଦ୍ଵାରା ନିର୍ବାଚିତ ଓ ବହିଷୃତ ହୁଅନ୍ତି । ଜଣେ ଅନ୍ୟଜଣଙ୍କୁ ଲିଖିତ ଭାବରେ ଜଣାଇ ନିଜ ପଦରୁ ଇସ୍ତଫା ଦେଇଥାନ୍ତି । ବିଧାନ ସଭା ପାଞ୍ଚ ବର୍ଷର ସମୟସୀମା ପୂର୍ବରୁ ଭାଙ୍ଗିଗଲେ , ବାଚସ୍ପତି ପଦ ଶୂନ୍ୟ ରହେନାହିଁ । ନୂତନ ବିଧାନ ସଭା ବିଧିବଦ୍ଧ ଭାବରେ ଗଠିତ ହୋଇ ନୂତନ ବାଚସ୍ପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବାଚସ୍ପତି ନିଜ ଦାୟିତ୍ଵରେ ରହନ୍ତି । ୧୪ ଦିନ ପୂର୍ବରୁ ଲିଖିତ ସୂଚନା ଦେଇ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ ପୂର୍ବକ ଗୃହର ସଦସ୍ୟମାନେ ସଂଖ୍ୟା ଗରିଷ୍ଠ ସମର୍ଥନରେ ବାଚସ୍ପତିଙ୍କୁ ତାଙ୍କ ପଦରୁ ଅପସାରଣ କରନ୍ତି । ବାଚସ୍ପତିଙ୍କର ସ୍ଵତନ୍ତ୍ର ସଚିବାଳ୍ୟ ( ସେକ୍ରେଟେରୀଏଟ୍) ଅଛି ।

ଉଭୟ ବାଚସ୍ପତି ଓ ଉପ-ବାଚସ୍ପତି ଅନୁପସ୍ଥିତ ରହିଲେ, ସଭା କାର୍ଯ୍ୟ ପରିଚାଳନା ପାଇଁ ଏକ ଅଧ୍ୟକ୍ଷ ମଣ୍ଡଳୀ ରହିଛି । ତେବେ ବାଚସ୍ପତି ଅନୁପସ୍ଥିତ ରହିଲେ, ଉପବାଚସ୍ପତି ଗୃହକାର୍ଯ୍ୟ ଚଳାନ୍ତି । ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି । ବିବାଦୀୟ ବିଷୟରେ ସେ ଗୃହର ମତାମତ ଲୋଡନ୍ତି ଓ ସର୍ବଦଳୀୟ ବୈଠକ ଡାକନ୍ତି । ବାଚନିକ ଭୋଟଦାନ ଓ ଗୋପନୀୟ ଭୋଟଦାନ ପଦ୍ଧତି ଅନୁସରଣ କରି ସେ ଗୃହର ମତାମତ ଘୋଷଣା କରନ୍ତି । ଭୋଟଦାନରେ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ, ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇଥାନ୍ତି ।

ଇତିହାସ[ସମ୍ପାଦନା]

ସଂଖ୍ୟା ନାମ ଆରମ୍ଭ ଶେଷ ବାଚସ୍ପତି [୫]
ପ୍ରଥମ ବିଧାନ ସଭା (ସ୍ଵାଧୀନତା-ପୂର୍ବରୁ) ୦୩ ଫେବୃଆରୀ ୧୯୩୭ ୧୪ ଅକ୍ଟୋବର ୧୯୪୫ ମୁକୁନ୍ଦ ପ୍ରସାଦ ଦାସ (୨୮ ଜୁଲାଇ ୧୯୩୭ -୨୯ ମଇ ୧୯୪୬)
ଦ୍ଵିତୀୟ ବିଧାନ ସଭା (ସ୍ଵାଧୀନତା-ପୂର୍ବରୁ) ୧୮ଅପ୍ରେଲ ୧୯୪୬ ୨୦ ଫେବୃଆରୀ ୧୯୫୨ ଲାଲ ମୋହନ ପଟ୍ଟନାୟକ (୨୯ ମଇ ୧୯୪୬ - ୬ ମାର୍ଚ୍ଚ ୧୯୫୨)
ପ୍ରଥମ ବିଧାନ ସଭା ୨୦ ଫେବୃଆରୀ ୧୯୫୨ ୪ ମଇ ୧୯୫୭ ନନ୍ଦ କିଶୋର ଦାସ (୦୬ ମାର୍ଚ୍ଚ ୧୯୫୨ -୨୭ ମଇ ୧୯୫୭)
ଦ୍ଵିତୀୟ ବିଧାନ ସଭା ୧ ଅପ୍ରେଲ ୧୯୫୭ ୨୫ ଫେବୃଆରୀ ୧୯୬୧ ନୀଳକଣ୍ଠ ଦାସ (୨୭ ମଇ ୧୯୫୭ - ୦୧ ଜୁଲାଇ ୧୯୬୧)
ତୃତୀୟ ବିଧାନ ସଭା ୨୧ ଜୁନ ୧୯୬୧ ୧ ମାର୍ଚ୍ଚ ୧୯୬୭ ଲିଙ୍ଗରାଜ ପାଣିଗ୍ରାହୀ (୦୧ ଜୁଲାଇ ୧୯୬୧- ୧୮ ମାର୍ଚ୍ଚ ୧୯୬୭)
ଚତୁର୍ଥ ବିଧାନ ସଭା ୧ ମାର୍ଚ୍ଚ ୧୯୬୭ ୨୩ ଜାନୁଆରୀ ୧୯୭୧ ନନ୍ଦ କିଶୋର ମିଶ୍ର (୧୮ ମାର୍ଚ୍ଚ ୧୯୬୭ - ୧୨ ଅପ୍ରେଲ ୧୯୭୧)
ପଞ୍ଚମ ବିଧାନ ସଭା ୨୩ ମାର୍ଚ୍ଚ ୧୯୭୧ ୩ ମାର୍ଚ୍ଚ ୧୯୭୩ ନନ୍ଦ କିଶୋର ମିଶ୍ର (୧୨ ଅପ୍ରେଲ ୧୯୭୧ – ୨୧ ମାର୍ଚ୍ଚ ୧୯୭୪)
ଷଷ୍ଠ ବିଧାନ ସଭା ୬ ମାର୍ଚ୍ଚ ୧୯୭୪ ୩୦ ଅପ୍ରେଲ ୧୯୭୭ ବ୍ରଜ ମୋହନ ମହାନ୍ତି (୨୧ ମାର୍ଚ୍ଚ ୧୯୭୪ - ୧ ଜୁଲାଇ ୧୯୭୭)
ସପ୍ତମ ବିଧାନ ସଭା ୨୬ ଜୁନ ୧୯୭୭ ୧୭ ଫେବୃଆରୀ ୧୯୮୦ ସତ୍ୟପ୍ରିୟ ମହାନ୍ତି (୧ ଜୁଲାଇ ୧୯୭୭ – ୧୨ ଜୁନ ୧୯୮୦)
ଅଷ୍ଟମ ବିଧାନ ସଭା ୯ ଜୁନ ୧୯୮୦ ୯ ମାର୍ଚ୍ଚ ୧୯୮୫ ସୋମନାଥ ରଥ (୧୨ ଜୁନ ୧୯୮୦ – ୧୧ ଫେବୃଆରୀ ୧୯୮୪)*
ପ୍ରସନ୍ନ କୁମାର ଦାସ (୨୨ ଫେବୃଆରୀ ୧୯୮୪ - ୧୪ ଫେବୃଆରୀ ୧୯୮୫)
ନବମ ବିଧାନ ସଭା ୯ ମାର୍ଚ୍ଚ ୧୯୮୫ ୩ ମାର୍ଚ୍ଚ ୧୯୯୦ ପ୍ରସନ୍ନ କୁମାର ଦାସ (୧୪ ଫେବୃଆରୀ ୧୯୮୫ – ୦୯ ମାର୍ଚ୍ଚ ୧୯୯୦)
୧୦ ଦଶମ ବିଧାନ ସଭା ୩ ମାର୍ଚ୍ଚ ୧୯୯୦ ୧୫ ମାର୍ଚ୍ଚ ୧୯୯୫ ଯୁଧିଷ୍ଠିର ଦାସ (୯ ମାର୍ଚ୍ଚ ୧୯୯୦ – ୨୨ ମାର୍ଚ୍ଚ ୧୯୯୫)
୧୧ ଏକାଦଶ ବିଧାନ ସଭା ୧୫ ମାର୍ଚ୍ଚ ୧୯୯୫ ୨୯ ଫେବୃଆରୀ ୨୦୦୦ କିଶୋର ଚନ୍ଦ୍ର ପଟେଲ (୨୨ ମାର୍ଚ୍ଚ ୧୯୯୫ - ୧୪ ଜାନୁଆରୀ ୧୯୯୬)*
ଚିନ୍ତାମଣି ଦ୍ୟାନ ସାମନ୍ତରା (୧୬ ଫେବୃଆରୀ ୧୯୯୬ – ୧୦ ମାର୍ଚ୍ଚ ୨୦୦୦)
୧୨ ଦ୍ଵାଦଶ ବିଧାନ ସଭା ୨୯ ଫେବୃଆରୀ ୨୦୦୦ ୬ ଫେବୃଆରୀ ୨୦୦୪ ଶରତ କୁମାର କର (୧୦ ମାର୍ଚ୍ଚ ୨୦୦୦ - ୨୧ ମଇ ୨୦୦୪)
୧୩ ତ୍ରୟୋଦଶ ଅଧିବେଶନ ୧୫ ମଇ ୨୦୦୪ ୧୯ ମଇ ୨୦୦୯ ମହେଶ୍ଵର ମହାନ୍ତି (୨୧ ମଇ ୨୦୦୪ - ୩୧ ମାର୍ଚ୍ଚ ୨୦୦୮)*
କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୨୫ ମଇ ୨୦୦୯)
୧୪ ଚତୁର୍ଦ୍ଦଶ ଅଧିବେଶନ ୧୯ ମଇ ୨୦୦୯ ୨୦ ମଇ ୨୦୧୪ ପ୍ରଦୀପ କୁମାର ଅମାତ (୨୫ ମଇ ୨୦୦୯ - ୨୦ ମଇ ୨୦୧୪)
୧୫ ପଞ୍ଚଦଶ ଅଧିବେଶନ ୨୧ ମଇ ୨୦୧୪ କାର୍ଯ୍ୟରତ ନିରଞ୍ଜନ ପୂଜାରୀ (୨୬ ମଇ ୨୦୧୪ - କାର୍ଯ୍ୟରତ)

* ଇସ୍ତଫା ଦେଇଥିଲେ

ଆଧାର[ସମ୍ପାଦନା]

  1. http://odishaassembly.nic.in/. Retrieved 10 March 2016.  Missing or empty |title= (help)
  2. "Marandi elected Dy Speaker of Orissa Assembly". zeenews.india.com. Retrieved 29 December 2012. Sananda Marandi was on Wednesday unanimously elected Deputy Speaker of Orissa assembly 
  3. http://odishaassembly.nic.in/. Retrieved 10 March 2016.  Missing or empty |title= (help)
  4. "Orissa Legislative Assembly". legislativebodiesinindia.nic.in. 2005. Retrieved 29 December 2012. The strength of Assembly was later increased to 147 with effect from the Sixth Legislative Assembly (1974). 
  5. "List Of Honourable Speakers Year Wise As On 18/6/2014". Govt. of Odisha. Retrieved 18 June 2014. 

ବାହାର ତଥ୍ୟ[ସମ୍ପାଦନା]