ମହାପାତ୍ର ନୀଳମଣି ସାହୁ
ମହାପାତ୍ର ନୀଳମଣି ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନିଆଳି, କଟକ | ୨୨ ଡିସେମ୍ବର ୧୯୨୬
ମୃତ୍ୟୁ | ୨୫ ଜୁନ ୨୦୧୬ | (ବୟସ ୮୯)
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ଶୈଳୀ | ଗାଳ୍ପିକ, ଔପନ୍ୟାସିକ |
ଜୀବନସାଥୀ | ପ୍ରସନ୍ନ କୁମାରୀ[୧] |
ସନ୍ତାନ | ଅନୁରାଧା, ଗୁରୁପ୍ରସାଦ[୨] |
ଦସ୍ତଖତ | |
ୱେବସାଇଟ | |
ନିଜ ୱେବସାଇଟ |
ମହାପାତ୍ର ନୀଳମଣି ସାହୁ (୨୨ ଡିସେମ୍ବର ୧୯୨୬ - ୨୫ ଜୁନ ୨୦୧୬) ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୮୪ ମସିହାରେ, ଅଭିଶପ୍ତ ଗନ୍ଧର୍ବ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୮୩ ମସିହାରେ ଶାରଳା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମହାପାତ୍ର ନୀଳମଣି ସାହୁ ଡିସେମ୍ବର ୨୨, ୧୯୨୬ରେ ଓଡ଼ିଶାର କଟକର ନିଆଳିଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିତାଙ୍କ ନାମ ଥିଲା ମହେଶ୍ୱର ମହାପାତ୍ର ଓ ମାତା ରଙ୍ଗଲତା ଦେବୀ ।
ଶିକ୍ଷାଗତ ଜୀବନ
[ସମ୍ପାଦନା]ସେ ନୀଳମଣି ନିଆଳି ମାଇନର ସ୍କୁଲ ଏବଂ ବିଞ୍ଝାରପୁର ହାଇସ୍କୁଲରୁ ସ୍କୁଲ ଶିକ୍ଷା ଓ ରେଭେନ୍ସା ମହାବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରି ଥିଲେ ।
ବୃତ୍ତିଗତ ଜୀବନ
[ସମ୍ପାଦନା]ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଲାଇବ୍ରେରିଆନ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ଦୁଇ ବର୍ଷ ପରେ ଭଦ୍ରକ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ପରେ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ସେ ଶିକ୍ଷାଦାନ କରି ବି.ଜେ.ବି ସାନ୍ଧ୍ୟ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଭାବରେ ୧୯୮୪ ମସିହାରେ ସେବାନିବୃତ ହୋଇଥିଲେ ।[୪]
୨୦୧୬ ମସିହା ଜୁନ ୨୫ ତାରିଖରେ ସାହୁଙ୍କର ଭୁବନେଶ୍ୱରଠାରେ ଦେହାନ୍ତ ହୋଇଥିଲା ।[୫]
ରଚନାବଳୀ
[ସମ୍ପାଦନା]ସ୍ୱାଧୀନତା ପରର ଓଡ଼ିଆ ସାହିତ୍ୟରେ ନୀଳମଣି ଜଣେ ଜଣାଶୁଣା କଥାକାର । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ନିଜ ଅବଦାନ ଛାଡି ଯାଇଛନ୍ତି । କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା, ଲଳିତ କଥନ, ଅନୁବାଦ, ଶିଶୁ ସାହିତ୍ୟ ଓ ଉପନ୍ୟାସ ଆଦି ରଚନା କରିଥିଲେ । ତାଙ୍କର ଷାଠିଏରୁ ଅଧିକ ବହି ପ୍ରକାଶ ପାଇଥିଲା । ତାଙ୍କ ରଚନାରେ ହାସ୍ୟରସ ଭରା ଲେଖା ଅନେକ ରହିଛି । [୬] "ଡହରାନନ୍ଦ" ନାମ ବ୍ୟବହାର କରି, ସେ ବହୁ ବ୍ୟଙ୍ଗ ରଚନା କରିଥିଲେ । ସମ୍ପାଦନ କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିଲେ ଓ ସେହି ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ୧୦ରୁ ଅଧିକ ସାହିତ୍ୟ ପତ୍ରିକା ଓ ଅନୁଷ୍ଠାନ ତାଙ୍କର ପୃଷ୍ଟପୋଷକତାରେ ଗଢିଉଠିଥିଲା । ଜଣେ ବାଗ୍ମୀ ଓ ସୁବକ୍ତା ଭାବରେ ମଧ୍ୟ ସେ ସାରା ଭାରତରେ ପରିଚିତ ଥିଲେ ।[୭]
ଗଳ୍ପ ସଙ୍କଳନ[ସମ୍ପାଦନା]
•ଆକାଶ ପାତାଳ (ଆକାଶ ପାତାଳ ପୁସ୍ତକରୁ ତାଙ୍କ ଘରର ନାମ ମଧ୍ୟ ଆକାଶ ପାତାଳ ରଖିଥିଲେ)[୮]
|
ଉପନ୍ୟାସ[ସମ୍ପାଦନା]
ଶିଶୁ ସାହିତ୍ୟ[ସମ୍ପାଦନା]
ଆଲୋଚନା[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସମ୍ପାଦନା[ସମ୍ପାଦନା]
|
ମାନସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ (ଅଭିଶପ୍ତ ଗନ୍ଧର୍ବ ପାଇଁ)
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୮[୧୦] (ଆକାଶ ପାତାଳ ପାଇଁ)
- ଶାରଳା ପୁରସ୍କାର, ୧୯୮୩ [୧୧]
- ସାରଳା ସମ୍ମାନ, ୨୦୦୯[୧୨]
- ଭାରତୀୟ ଭାଷା ପରିଷଦ ସମ୍ମାନ, ୨୦୦୦
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୬ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ ସମ୍ମାନ)
- ଉତ୍କଳ ରତ୍ନ, ୨୦୧୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ସିସୋର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ [୧୩]
ଆଧାର
[ସମ୍ପାଦନା]- ↑ "ନିଖିଳ ପ୍ରାଣର ରୂପକାର". ଧରିତ୍ରୀ ୦୫/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 5 July 2016.
- ↑ "ଆର୍କାଇଭ୍ କପି". Archived from the original on 2016-07-16. Retrieved 2016-07-22.
{{cite web}}
: Cite has empty unknown parameter:|1=
(help) - ↑ http://www.prameyanews7.com/en/jun2016/odisha/26873/Renowned-story-writer-Mohapatra-Nilamani-Sahu-passes-away-Mohapatra-Nilamani-Sahu-passes-away.htm
- ↑ "ଆର୍କାଇଭ୍ କପି". Archived from the original on 2016-06-27. Retrieved 2016-06-27.
{{cite web}}
: Cite has empty unknown parameter:|1=
(help) - ↑ http://odishasuntimes.com/2016/06/25/eminent-odia-litterateur-mohapatra-nilamani-sahoo-no-more/
- ↑ Amaresh Datta, The Encyclopaedia Of Indian Literature: Vol. Ii: Devraj To Jyoti (6 Vols.). Sahitya Akademi Publications ISBN 978-81-260-1194-0
- ↑ http://sarbasadharana.com/?p=22862[permanent dead link]
- ↑ ସମ୍ବାଦ ୨୬/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧ ଓ ୯ depaper.com/Details.aspx?id=265426&boxid=23419896 http://samba depaper.com/Details.aspx?id=265426&boxid=23419896. Retrieved 27 June 2016.
{{cite news}}
: Check|url=
value (help); Missing or empty|title=
(help)[permanent dead link] - ↑ http://www.odisha.com/archives/23700
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 4 March 2017.
- ↑ "Sarala Award Recipients". IMFA. Retrieved 4 March 2017.
- ↑ "ମନୁଷ୍ୟ ହୃଦୟକୁ ଜିତିଛି ସାହିତ୍ୟ". dharitri.com. ୧୧ ଅପ୍ରେଲ ୨୦୧୦. Retrieved 31 March 2021.
{{cite web}}
: Check date values in:|date=
(help) - ↑ Nilamani Sahoo bags Seashore Sahitya Akademy Samman[permanent dead link]. Aug 22, 2010