ଉଇକିପିଡ଼ିଆ:Open Textbook of Medicine

ଉଇକିପିଡ଼ିଆ‌ରୁ

ଅଫଲାଇନ ମେଡିକାଲ ଏନସାଇକ୍ଳୋପିଡିଆକୁ ଆସିଥିବାରୁ ଉଇକିପିଡ଼ିଆ ଆପଣଙ୍କୁ ସ୍ଵାଗତ କରୁଛି । ସ୍ଵାସ୍ଥ୍ୟସେବା, ଶରୀର ଗଠନ (ଆନାଟୋମୀ) ଓ ଡାକ୍ତରୀ ବିଦ୍ୟା ସମ୍ପର୍କୀୟ ସଂପୂର୍ଣ୍ଣ ବିଷୟମାନ ସଂଗ୍ରହ କରି ଏହି ଅଫଲାଇନ ଫର୍ମାଟରେ ଉପଲବ୍ଧ କରାଯାଇଛି । ଉଇକିପିଡିଆ ଭଳି ଏଥିରେ ଖୋଲା ପ୍ରବେଶ ଅଧିକାର ଅଛି, ଅର୍ଥ ଆପଣ ଏହାକୁ ଡାଉନଲୋଡ, ପୁନଃବ୍ୟବହାର, ବଣ୍ଟନ ଓ ଋଦ୍ଧିମନ୍ତ କରିପାରିବେ ।

ଆମେ ଅନେକ ଭାଷାରେ ଏହି ‘ଆପ’ଗୁଡ଼ିକର ବିକାଶ କରିବା ନିମନ୍ତେ କାମ କରୁଛୁ । ସମସ୍ତ ଭାଷାରେ ସମସ୍ତଙ୍କୁ ମେଡିକାଲ ସମାଚାର ପ୍ରବେଶ ଅଧିକାର ଦେବା ନିମନ୍ତେ ‘ଟ୍ରାନ୍ସଲେଟର ଉଇଦାଉଟ ବଡର୍ସ’ ଓ ସ୍ଥାନୀୟ ସମ୍ପାଦକ ଗୋଷ୍ଠୀ ସହଯୋଗରେ ପ୍ରଚେଷ୍ଟା ଜାରି ରହିଛି । ଯଦି ଆପଣଙ୍କୁ ଏହି ‘ଆପ’ ଭଲ ଲାଗୁଛି ଓ ଆପଣ ଆମ ସାଥିରେ ମିଶି ଏହାକୁ ଉନ୍ନତ କରିବାକୁ ଇଚ୍ଛୁକ, ତେବେ ଦୟାକରି ‘ଉଇକିପିଡିଆ:ଉଇକିପ୍ରୋଜେକ୍ଟ ମେଡ଼ିସିନ’ ସହ ଯୋଗଦାନ କରନ୍ତୁ, ସିଧା ସଳଖ ଆମ ସହ ଯୋଗାଯୋଗ କରନ୍ତୁ ବା ଉଇକିପିଡିଆରେ ଆମକୁ ଖୋଜନ୍ତୁ ।

ଦୟାକରି ସ୍ମରଣ ରଖନ୍ତୁ ଏହି ବିଷୟ ଗୁଡିକ ସ୍ଵେଚ୍ଛାସେବୀମାନଙ୍କଦ୍ଵାରା ପ୍ରସ୍ତୁତ । ଯଥା ସମ୍ଭବ ଆମେ ଏହାକୁ ଶୁଦ୍ଧ କରିବାକୁ ଚେଷ୍ଟା କଲେ ମଧ୍ୟ ଏହା ସଂପୂର୍ଣ୍ଣ ନିର୍ଭୁଲ ନ ହୋଇପାରେ । ତେଣୁ ଆପଣଙ୍କୁ ସାଧାରଣ ଅନୁଭବ ପ୍ରୟୋଗ କରିବାକୁ ଅନୁରୋଧ ।

ଡା: ଜେମ୍ସ ହେଲମ୍ୟାନ, ଏମ.ଡି., ସିସିଏଫପି(ଇଏମ),
ଡା: ସୁବାସ ଚନ୍ଦ୍ର ରାଉତ, ଏମ.ଏସ. (ଅର୍ଥୋ), ଏଲଏଲବି.,
ଓ ଉଇକି ପ୍ରୋଜେକ୍ଟ ମେଡ ତଥା ଟ୍ରାନ୍ସଲେଟର ଉଇଦାଉଟ ବର୍ଡର ଟିମ
Translators Without Borders