ମସ୍ତିଷ୍କ ଅର୍ବୁଦ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମସ୍ତିଷ୍କ ଅର୍ବୁଦ
Hirnmetastase MRT-T1 KM.jpg
ବାମ ମସ୍ତିଷ୍କାର୍ଦ୍ଧରେ ମେଟାସ୍ଟାସିସ ହୋଇଛି, ଫୁସଫୁସରୁ ଆସିଛି । ଏହା ଏମ.ଆର.ଆଇ.ରେ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି oncology[*], neurosurgery[*]
ଆଇସିଡ଼ି-୯-ସିଏମ୍ 191, 225.0
ମେଡ଼ିସିନ-ପ୍ଲସ 007222 000768
ଇ-ମେଡ଼ିସିନ emerg/334
MeSH D001932

ମସ୍ତିଷ୍କ ଅର୍ବୁଦ (ଇଂରାଜୀରେ Brain tumour) ବା ଖପୁରୀ ମଧ୍ୟସ୍ଥ ଅର୍ବୁଦ ସୃଷ୍ଟି ହୁଏ ଯେତେବେଳେ ମସ୍ତିଷ୍କରେ ଅସାଧାରଣ ଜୀବକୋଷ ବୃଦ୍ଧି ହୋଇଚାଲେ ।[୧] ଦୁଇ ପ୍ରକାର ମୂଖ୍ୟ ଅର୍ବୁଦ ଦେଖାଯାଏ; ମୃଦୁ(benign) ଓ ଦୃତବୃଦ୍ଧି(malignant) ଅର୍ବୁଦ ।[୧] ଦୃତବୃଦ୍ଧି ଅର୍ବୁଦମାନଙ୍କୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଏ; ପ୍ରାଥମିକ ଅର୍ବୁଦ, ଯାହା ମସ୍ତିଷ୍କରେ ସୃଷ୍ଟି ହୁଏ ଓ ମସ୍ତିଷ୍କ ମେଟାସ୍ଟାସିସ, ଯାହା ଅନ୍ୟ କୌଣସି ସ୍ଥାନରେ ସୃଷ୍ଟି ହୋଇ ମସ୍ତିଷ୍କ‌କୁ ଆସିଥାଏ । [୨] ଏଠାରେ କେବଳ ମସ୍ତିଷ୍କରୁ ସୃଷ୍ଟ ଅର୍ବୁଦ ବିଷୟରେ ଆଲୋଚନା କରାଯିବ । ସମସ୍ତ ପ୍ରକାର ଅର୍ବୁଦ ଲକ୍ଷଣ ଦେଖାନ୍ତି, ମସ୍ତିଷ୍କ ଅଂଶ ଭେଦରେ ଅଲଗା ହୁଏ । [୧] ମୁଣ୍ଡବଥା, ବାତ ମାରିବା, ଦୃଷ୍ଟିଦୋଷ, ବାନ୍ତି ଓ ମାନସିକ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଏ ।[୨] ମୁଣ୍ଡବଥା ସକାଳେ ଉତ୍କଟ ହୁଏ ଓ ବାନ୍ତି ହେବାପରେ ଛାଡ଼ିଯାଏ । [୧] ଚାଲିବାରେ, କ‌ହିବାରେ ଓ ସ୍ପର୍ଶ କରିବାରେ ଅସୁବିଧା ହୁଏ ।[୨][୩] ରୋଗ ଆଗେଇଲେ ଚେତନଶୂନ୍ୟତା ହୁଏ । [୩]

ଅଧିକାଂଶ କ୍ଷେତ୍ରରେ କାରଣ ଅଜଣା ।[୧] କେତେକ ସଙ୍କଟାବସ୍ଥା ଯେପରିକି ଅନେକ ଜେନେଟିକ ସିଣ୍ଡ୍ରୋମ, ନିଉରୋଫାଇବ୍ରୋମାଟୋସିସ, କେତେକ ରାସାୟନିକ ଦ୍ରବ୍ୟ ଯେପରିକି ଭିନାଇଲ କ୍ଲୋରାଇଡ, ଏପସ୍ଟେନ ବାର ଭୁତାଣୁଆୟୋନିଜିଙ୍ଗ ରାଡିଏସନ[୧][୨][୩] ମୋବାଇଲ ଫୋନର କିଛି ସମ୍ପର୍କ ଥିବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ।[୩] ବୟଃପ୍ରାପ୍ତଙ୍କର ପ୍ରାଥମିକ ଅର୍ବୁଦମାନଙ୍କର ନାମ: ମେନିଞ୍ଜିଓମା, ଆସ୍ଟ୍ରୋସାଇଟୋମା ଯେପରିକି ଗ୍ଲାୟୋବ୍ଲାସ୍ଟୋମା[୨] ପିଲାମାନଙ୍କର ମେଡୁଲୋବ୍ଳାସ୍ଟୋମା ଅର୍ବୁଦ ଅତି ସାଧାରଣ । [୩] ଡାକ୍ତରୀ ପରୀକ୍ଷା, କମ୍ପ୍ୟୁଟେଡ ଟୋମୋଗ୍ରାଫିକିମ୍ବା ମାଗ୍‌ନେଟିକ ରେଜୋନାନ୍‌ସ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୧] ବାୟୋପ୍ସିଦ୍ୱାରା ରୋଗ ନିଶ୍ଚିତ କରାଯାଏ । [୨] ବାୟୋପ୍ସିଦ୍ୱାରା ଅର୍ବୁଦର ଭୟାବ‌ହତା ଜଣାପଡ଼ିସାରିବା ପରେ ଗ୍ରେଡିଙ୍ଗ କରାଯାଏ ।[୨]

ଅପରେଶନ, ରାଡିଏସନ ଥେରାପିକେମୋଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ ।[୨] ବାତ ବା ପେଶୀପ୍ରକମ୍ପନ ହେଲେ ଆଣ୍ଟିକନ୍‌ଭଲ୍‌ସାଣ୍ଟ ଦିଆଯାଏ ।[୨] ଅର୍ବୁଦ ଚତୁର୍ଦିଗରୁ ଫୁଲା କମେଇବା ପାଇଁ ଡେକ୍‌ସାମେଥାଜୋନଫୁରୋସେମାଇଡ ଦିଆଯାଏ । [୨] କେତେକ ଅର୍ବୁଦ ଏତେ ଧୀରେ ବଢ଼ନ୍ତି ଯେ ତାଙ୍କ ଉପରେ କେବଳ ନ‌ଜର ରଖିବା ଯଥେଷ୍ଟ ହୁଏ ।[୨] ରୋଗୀର ଇମ୍ମ୍ୟୁନ ସିସ୍ଟମ ବ୍ୟବ‌ହାର କରି ଚିକିତ୍ସା କରିବା ନିମନ୍ତେ ଚେଷ୍ଟା ଚାଲିଛି ।[୧] ରୋଗ ନିର୍ଣ୍ଣୟ କରିବା ସମୟରେ ରୋଗ କେତେ ଦୂର ଆଗେଇଛି ଓ କି ପ୍ରକାର ଅର୍ବୁଦ, ତାହା ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ ।[୩] ମେନିଞ୍ଜିଓମା ଫଳାଫଳ ଭଲ କିନ୍ତୁ ଗ୍ଲାୟୋବ୍ଲାସ୍ଟୋମାର ଖରାପ ।[୩] ଆମେରିକାରେ ପାଞ୍ଚ ବର୍ଷ ଆୟୁଷ ହାର ୩୩ % ।[୪] ପ୍ରାଥମିକ ଅର୍ବୁଦ ଅପେକ୍ଷା ମେଟାସ୍ଟାଟିକ ମସ୍ତିଷ୍କ ଅର୍ବୁଦ ଅଧିକ ଦେଖାଯାଏ,[୧] ଯାହାର ଅଧା ଫୁସଫୁସ କର୍କଟରୁ ଆସିଥାଏ । [୧] ପୃଥିବୀରେ ପ୍ରାୟ ବାର୍ଷିକ ୨୫୦,୦୦୦ ପ୍ରାଥମିକ ମସ୍ତିଷ୍କ ଅର୍ବୁଦ ଯାହା ସମୁଦାୟ କର୍କଟ ସଂଖ୍ୟାର ୨ %ରୁ କମ । [୩] ୧୫ ବର୍ଷରୁ କମ ପିଲାଙ୍କର କ୍ଷେତ୍ରରେ ଆକ୍ୟୁଟ ଲୋମ୍ଫୋବ୍ଲାସ୍ଟିକ ଲିଉକେମିଆ ପରେ ଏହା ଦ୍ୱିତୀୟ କର୍କଟ ସ୍ଥାନ ଅଧିକାର କରେ । [୫] ଅଷ୍ଟ୍ରେଲିଆରେ ଏହି କର୍କଟ ନିମନ୍ତେ ହାରାହାରି ଆର୍ଥିକ ଖର୍ଚ୍ଚ ୧.୯ ମିଲିଅନ ଡଲାର ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ "General Information About Adult Brain Tumors". NCI. 2014-04-14. Retrieved 8 June 2014. 
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Adult Brain Tumors Treatment". NCI. 2014-02-28. Retrieved 8 June 2014. 
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ World Cancer Report ୨୦୧୪. World Health Organization. ୨୦୧୪. pp. Chapter ୫.୧୬. ISBN ୯୨୮୩୨୦୪୨୯୮. 
  4. "SEER Stat Fact Sheets: Brain and Other Nervous System Cance". NCI. Retrieved 18 June 2014. 
  5. World Cancer Report ୨୦୧୪. World Health Organization. ୨୦୧୪. pp. Chapter ୧.୩. ISBN ୯୨୮୩୨୦୪୨୯୮. 
  6. "Brain Tumour Facts 2011". Brain Tumour Alliance Australia. Archived from the original (PDF) on 20 Nov 2014. Retrieved 9 June 2014.