ହୃଦରକ୍ତନାଳୀ ରୋଗ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Cardiovascular disease
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
Micrograph of a heart with fibrosis (yellow) and amyloidosis (brown). Movat's stain.
ଆଇସିଡ଼ି-୧୦ I51.6
ଆଇସିଡ଼ି- 429.2
ରୋଗ ଡାଟାବେସ 28808
MeSH D002318

ହୃଦରକ୍ତନଳୀ ରୋଗ ବା ସିଭିଡି (ଇଂରାଜୀରେ Cardiovascular disease କିମ୍ବା CVD) ଏକ ରୋଗ ଶ୍ରେଣୀ ରୋଗ ଯେଉଁଥିରେ ହୃତ୍‌ପିଣ୍ଡରକ୍ତନଳୀ ରୋଗ‌ଗ୍ରସ୍ତ ହୋଇଥାଏ । [୧] ସିଭିଡି ପର୍ଯ୍ୟାୟର ରୋଗଙ୍କର ନାମ: ଇସ୍କେମିକ ହୃତ୍‌ପିଣ୍ଡ ରୋଗ ବା ଆଇ.ଏଚ.ଡି. (ischemic heart disease), ସ୍ଟ୍ରୋକ, ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ହୃତ୍‌ପିଣ୍ଡ ରୋଗ, ରିଉମାଟିକ୍ ହୃତ୍‌ପିଣ୍ଡ ରୋଗ (ଆର.ଏଚ.ଡି.), ଆଓର୍ଟିକ ଆନିଉରିଜ୍ମ, କାର୍ଡ଼ିଓମାୟୋପାଥି, ଆଟ୍ରିଆଲ ଫିବ୍ରିଲେସନ, ଜନ୍ମଗତ ହୃତ୍‌ପିଣ୍ଡ ରୋଗ, ଏଣ୍ଡୋକାର୍ଡ଼ାଇଟିସପେରିଫେରାଲ ଧମନୀ ରୋଗ (ପି.ଏ.ଡି.) ଇତ୍ୟାଦି । [୧][୨]

ରୋଗ ଉପରେ ଅନ୍ତର୍ନିହିତ କାର୍ଯ୍ୟକାରୀତା ନିର୍ଭର କରେ । ଆଇ.ଏଚ.ଡି., ସ୍ଟ୍ରୋକ ଓ ପି.ଏ.ଡି. ରୋଗରେ ଆଥେରୋସ୍କ୍ଲେରୋସିସ ଥାଏ । ଉଚ୍ଚ ରକ୍ତଚାପ, ଧୂମ୍ରପାନ, ଡାଏବେଟିସ ମେଲିଟସ, ବ୍ୟାୟାମ ଅଭାବ, ମୋଟାପଣ, ଅଧିକ ରକ୍ତ କୋଲେସ୍ଟେରଲ, ଖାଦ୍ୟାଭାବ, ଅଧିକ ମଦ୍ୟପାନ ଯୋଗୁ ଏହା ହୋଇପାରେ । ସିଭିଡି ସମ୍ବନ୍ଧୀୟ ଉଚ୍ଚ ରକ୍ତଚାପ ଯୋଗୁ ୧୩ %, ଧୂମ୍ରପାନ ଯୋଗୁ ୯ %, ଡାଏବେଟିସ ଯୋଗୁ ୬ %, ଓ ମୋଟାପଣ ଯୋଗୁ ୫ % ମୃତ୍ୟୁ ହୁଏ । ଅଣଚିକିତ୍ସିତ ଗଳା ସଂକ୍ରମଣ ଯୋଗୁ ଆର.ଏଚ.ଡି. ରୋଗ ହୋଇପାରେ । [୧]

ହିସାବରୁ ଜଣାଯାଏ, ସମୁଦାୟ ସିଭିଡି ରୋଗର ୯୦ % ପ୍ରତିଷେଧ କରାଯାଇ ପାରିବ । [୩] ଆଥେରୋସ୍କ୍ଲେରୋସିସ ରୋଗକୁ ଏହାର ସଙ୍କଟଦାୟୀ କାରକମାନଙ୍କୁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ ସାହାଯ୍ୟରେ ରୋକି ହେବ ଓ ଧୁମ୍ରପାନ ଓ ମଦ୍ୟପାନ ନ କରି ରୋକାଯାଇ ପାରିବ । [୧] ଉଚ୍ଚ ରକ୍ତଚାପ ଓ ଡାଏବେଟିସ ରୋଗୀଙ୍କର ଚିକିତ୍ସା ମଧ୍ୟ ଫଳପ୍ରଦ ହୁଏ । [୧] ତଣ୍ଟି ସଂକ୍ରମଣ ରୋଗକୁ ଆଣ୍ଟିବାୟୋଟିକ ଦେଇ ରିଉମାଟିକ୍ ହୃତ୍‌ପିଣ୍ଡ ରୋଗ ରୋକି ହେବ । [୪] ସୁସ୍ଥ ଲୋକ ଉପରେ ଆସ୍ପିରିନ ଗ୍ରହଣର ଉପକାରୀତା ସିଦ୍ଧ ହୋଇ ନାହିଁ । [୫][୬] ମହିଳା ୫୫ ବର୍ଷରୁ କମ ଓ ପୁରୁଷ ୪୫ ବର୍ଷରୁ କମ ଥିଲେ ଏହା ବ୍ୟବ‌ହାର ଉପ‌ଯୋଗୀତାକୁ ୟୁ.ପି.ଏସ.ଟି.ଏଫ. (USPSTF) ସୁପାରିସ କରୁନାହାନ୍ତି କିନ୍ତୁ ଏହାଠାରୁ ଅଧିକ ବୟସରେ ଦେବାକୁ ସୁପାରିସ କରାଯାଉଛି । [୭] ସିଭିଡି ରୋଗର ଚିକିତ୍ସା କଲେ ମଧ୍ୟ ସୁଫଳ ମିଳେ । [୧]

ସାରା ପୃଥିବୀରେ ମୃତ୍ୟୁର କାରଣ ରୂପରେ ହୃଦରକ୍ତନଳୀ ରୋଗ ମୂଖ୍ୟ ଭୂମିକା ନେଇଛି । [୧] ଆଫ୍ରିକା ବ୍ୟତୀତ ପୃଥିବୀରେ ଏହାର ସତ୍ୟତା ରହିଛି । [୧] ଏହା ଯୋଗୁ ସନ ୧୯୯୦ ରେ ୧୨.୩ ନିୟୁତ(୨୫।୮ %) ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ ରେ ବଢ଼ିଯାଇ ୧୭.୩ ନିୟୁତ (୩୧।୫ %) ହୋଇଛି । [୨] ସନ ୧୯୭୦ ପରଠାରୁ ହୃଦରକ୍ତନଳୀ ରୋଗରେ ନିର୍ଦ୍ଦିଷ୍ଟ ବୟସରେ ମୃତ୍ୟୁ ହାର ବିକାଶଶୀଳ ଦେଶରେ ବଢ଼ୁଛି ଓ ବିକଶିତ ଦେଶରେ କମୁଛି । [୮][୯] ଆଇ.ଏଚ.ଡି. ଓ ସ୍ଟ୍ରୋକ ମିଶି ପୁରୁଷମାନଙ୍କ ମଧ୍ୟରେ ୮୦ % ଓ ମହିଳାଙ୍କ ମଧ୍ୟରେ ୭୫ % ମୃତ୍ୟୁର କାରଣ ହେବା ଜଣାଯାଏ । [୧] ଅଧିକାଂଶ ସିଭିଡି ରୋଗ ଅଧିକ ବୟସର ଲୋକଙ୍କୁ ହୁଏ । ଆମେରିକାରେ ୨୦ ରୁ ୪୦ ବର୍ଷ ବୟସ ମଧ୍ୟରେ ସିଭିଡି ୧୧ % ଲୋକଙ୍କୁ ହୁଏ, ୪୦ ରୁ ୬୦ ବର୍ଷ ବୟସ ମଧ୍ୟରେ ୩୭ % ଲୋକଙ୍କୁ ହୁଏ , ୬୦ ରୁ ୮୦ ବୟସ ଭିତରେ ୭୧ %, ଓ ୮୦ ପରେ ୮୫ % ଲୋକଙ୍କୁ ହୁଏ । [୧୦] ସିଭିଡି ରୋଗରେ ମୃତ୍ୟୁର ହାରାହାରି ବୟସ ବିକଶିତ ଦେଶରେ ୮୦ ଥିଲାବେଳେ ବିକାଶଶୀଳ ଦେଶମାନଙ୍କରେ ୬୮ ଅଛି । [୮] ପୁରୁଷଙ୍କର ରୋଗ ଆରମ୍ଭ ହେବା ବୟସ ମହିଳାଙ୍କ ଅପେକ୍ଷା ଦଶ ବର୍ଷ ପୂର୍ବରୁ ହୁଏ । [୧୧]


ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Global atlas on cardiovascular disease prevention and control (1st ed. ed.). Geneva: World Health Organization in collaboration with the World Heart Federation and the World Stroke Organization. 2011. pp. 3–18. ISBN 9789241564373. 
  2. ୨.୦ ୨.୧ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. 
  3. McGill HC, McMahan CA, Gidding SS (March 2008). "Preventing heart disease in the 21st century: implications of the Pathobiological Determinants of Atherosclerosis in Youth (PDAY) study". Circulation 117 (9): 1216–27. doi:10.1161/CIRCULATIONAHA.107.717033. PMID 18316498. 
  4. Spinks, A; Glasziou, PP; Del Mar, CB (5 November 2013). "Antibiotics for sore throat.". The Cochrane database of systematic reviews 11: CD000023. doi:10.1002/14651858.CD000023.pub4. PMID 24190439. 
  5. Sutcliffe, P; Connock, M; Gurung, T; Freeman, K; Johnson, S; Ngianga-Bakwin, K; Grove, A; Gurung, B; Morrow, S; Stranges, S; Clarke, A (2013). "Aspirin in primary prevention of cardiovascular disease and cancer: a systematic review of the balance of evidence from reviews of randomized trials.". PLOS ONE 8 (12): e81970. doi:10.1371/journal.pone.0081970. PMID 24339983. 
  6. Sutcliffe, P; Connock, M; Gurung, T; Freeman, K; Johnson, S; Kandala, NB; Grove, A; Gurung, B; Morrow, S; Clarke, A (September 2013). "Aspirin for prophylactic use in the primary prevention of cardiovascular disease and cancer: a systematic review and overview of reviews.". Health technology assessment (Winchester, England) 17 (43): 1–253. doi:10.3310/hta17430. PMID 24074752. 
  7. US Preventive Services Task, Force (17 March 2009). "Aspirin for the prevention of cardiovascular disease: U.S. Preventive Services Task Force recommendation statement.". Annals of internal medicine 150 (6): 396–404. doi:10.7326/0003-4819-150-6-200903170-00008. PMID 19293072. 
  8. ୮.୦ ୮.୧ Fuster, Board on Global Health ; Valentin; Academies, Bridget B. Kelly, editors ; Institute of Medicine of the National (2010). Promoting cardiovascular health in the developing world : a critical challenge to achieve global health. Washington, D.C.: National Academies Press. pp. Chapter 2. ISBN 978-0-309-14774-3. 
  9. Moran, AE; Forouzanfar, MH; Roth, GA; Mensah, GA; Ezzati, M; Murray, CJ; Naghavi, M (8 April 2014). "Temporal trends in ischemic heart disease mortality in 21 world regions, 1980 to 2010: the Global Burden of Disease 2010 study.". Circulation 129 (14): 1483–92. doi:10.1161/circulationaha.113.004042. PMID 24573352. 
  10. Go, AS; Mozaffarian, D; Roger, VL; Benjamin, EJ; Berry, JD; Borden, WB; Bravata, DM; Dai, S; Ford, ES; Fox, CS; Franco, S; Fullerton, HJ; Gillespie, C; Hailpern, SM; Heit, JA; Howard, VJ; Huffman, MD; Kissela, BM; Kittner, SJ; Lackland, DT; Lichtman, JH; Lisabeth, LD; Magid, D; Marcus, GM; Marelli, A; Matchar, DB; McGuire, DK; Mohler, ER; Moy, CS; Mussolino, ME; Nichol, G; Paynter, NP; Schreiner, PJ; Sorlie, PD; Stein, J; Turan, TN; Virani, SS; Wong, ND; Woo, D; Turner, MB; American Heart Association Statistics Committee and Stroke Statistics, Subcommittee (1 January 2013). "Heart disease and stroke statistics--2013 update: a report from the American Heart Association.". Circulation 127 (1): e6–e245. doi:10.1161/cir.0b013e31828124ad. PMID 23239837. 
  11. Global atlas on cardiovascular disease prevention and control (1st ed. ed.). Geneva: World Health Organization in collaboration with the World Heart Federation and the World Stroke Organization. 2011. p. 48. ISBN 9789241564373.