ସ୍ପାଇନା ବାଇଫିଡା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସ୍ପାଇନା ବାଇଫିଡା
Spina-bifida.jpg
ସ୍ପାଇନା ବାଇଫିଡା ରୋଗ ଥିବା ଏକ ପିଲାର ଛବି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Pediatrics, neurosurgery
ଆଇସିଡ଼ି-୧୦ Q05., Q76.0
ଆଇସିଡ଼ି-୯-ସିଏମ୍ 741, 756.17
ଓଏମ୍‌ଆଇଏମ୍ 182940
ରୋଗ ଡାଟାବେସ 12306
ଇ-ମେଡ଼ିସିନ orthoped/557
Patient UK ସ୍ପାଇନା ବାଇଫିଡା
MeSH C10.500.680.800

ସ୍ପାଇନା ବାଇଫିଡା, (ଲାଟିନ ଭାଷାରେ ଏହାର ଅର୍ଥ ଦ୍ଵିଖଣ୍ଡିତ ମେରୁହାଡ଼) ଏକ ଜନ୍ମଗତ ରୋଗ ଯେଉଁଥିରେ ମେରୁଅସ୍ଥିମେରୁଦଣ୍ଡ ଆବରଣର ପୃଷ୍ଠଭାଗ ସଂପୂର୍ଣ୍ଣ ଭାବେ ଆଚ୍ଛାଦିତ ହୋଇନଥାଏ । ଏହା ତିନି ପ୍ରକାର ଦେଖାଯାଏ: ସ୍ପାଇନା ବାଇଫିଡା ଓକଲ୍ଟା, ମେନିଙ୍ଗୋସିଲ ଓ ମାୟେଲୋମେନିଙ୍ଗୋସିଲ । [୧] ଏହା ଅଣ୍ଟାରେ ଦେଖାଯାଏ କିନ୍ତୁ ମଝି ପିଠି ଓ ବେକରେ ମଧ୍ୟ ଦେଖାଯାଇପାରେ । [୨] ଓକଲ୍ଟା ରୋଗରେ ଲକ୍ଷଣ ନ ଥାଏ ବା ସାମାନ୍ୟ ଥାଏ । [୩] ଏହି ରୋଗ ଥିବା ସ୍ଥାନ ଦବିଯାଇଥାଏ, ସେଠାରେ କିଛି ରୁମ ଉଠିଥାଏ, କଳା ଦାଗ ଥାଏ ବା ମେରୁ ହାଡ଼ ତ୍ରୁଟି ଥିବା ସ୍ଥାନରେ ଫୁଲା ଥାଏ । ତୃଟି ଥିବା ସ୍ଥାନରେ ଗୋଟିଏ ତରଳ ପଦାର୍ଥ ଥିବା ମୁଣା ଦେଖାଯାଉଥିଲେ ତାହାକୁ ମେନିଙ୍ଗୋସିଲ କୁହାଯାଏ । [୧] ମାୟେଲୋମେନିଙ୍ଗୋସିଲ ଥିଲେ ସମସ୍ୟା ଗମ୍ଭୀର ହୁଏ । ଚାଲିବାରେ ଅକ୍ଷମତା, ଝାଡ଼ା ପରିସ୍ରା କରିବାରେ ସମସ୍ୟା, ହାଇଡ୍ରୋକେଫାଳସ, ସଂଯୁକ୍ତ ମେରୁଦଣ୍ଡଲାଟେକ୍ସ ଆଲର୍ଜି ଇତ୍ୟାଦି ଅସୁବିଧା ହୁଏ । [୪] ପ୍ରଶିକ୍ଷଣ ଅସୁବିଧା କ୍ଵଚିତ ହୁଏ । [୪]

ଜେନେଟିକ ଓ ପରିବେଶ ପ୍ରଭାବରୁ ସ୍ପାଇନା ବାଇଫିଡା ରୋଗ ହେବା ସନ୍ଦେହ କରାଯାଏ ।[୫] ପିତାମାତାଙ୍କ ମଧ୍ୟରୁ ଯଦି ଜଣକର ବା ଯଦି ତାଙ୍କର ଗୋଟିଏ ଛୁଆର ଏହି ରୋଗ ଥାଏ ତେବେ ପରବର୍ତ୍ତୀ ଛୁଆର ଏହି ରୋଗ ସମ୍ଭାବନା ୪ % ଥାଏ । [୬] ଗର୍ଭାବସ୍ଥାରେ ଯଥେଷ୍ଟ ଫୋଲେଟ ନ ମିଳିବା ମଧ୍ୟ ଏକ ଉଲ୍ଲେଖନୀୟ କାରଣ ହୋଇପାରେ । [୫] ସଙ୍କଟଦାୟୀ କାରକ ମଧ୍ୟରେ କେତେକ ବାତ ନିରୋଧକ ଔଷଧ (antiseizure medications), ମୋଟାପା ଓ ଅନୁପଯୁକ୍ତ ଡାଏବେଟିସ ଚିକିତ୍ସା ଉଲ୍ଲେଖାଯୋଗ୍ୟ । [୬] ଛୁଆ ଜନ୍ମ ପୂର୍ବରୁ ବା ପରେ ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷାରେ ବା ଆମିନୋସେଣ୍ଟେସିସ ପରୀକ୍ଷାରେ ଆଲଫା-ଫେଟୋପ୍ରୋଟିନ (ଏଏଫପି) ସ୍ତର ଅଧିକ ଥିଲେ ସ୍ପାଇନା ବାଇଫିଡା ଥିବା ସମ୍ଭାବନା ଥାଏ । ଅଲ୍ଟ୍ରାସାଉଣ୍ଡ ପରୀକ୍ଷାଦ୍ଵାରା ରୋଗ ଚିହ୍ନଟ ହୋଇପାରେ ଓ ଜନ୍ମ ପରେ ମେଡିକାଲ ଇମେଜିଙ୍ଗ କରି ରୋଗ ନିଧାର୍ଯ୍ୟ କରାଯାଏ ।[୩] ନିଉରାଲ ଟ୍ୟୁବ ତୃଟି ଯୋଗୁ ଏହି ରୋଗ ଦେଖାଯାଏ ଯେପରିକି ଆନେନକେଫାଲିଏନକେଫାଲୋସିଲ ରୋଗ ସମାନ ଧରଣର ତୃଟିରୁ ହୋଇଥାଏ ।[୭]

ମହିଳାଙ୍କୁ ଗର୍ଭ ଧାରଣ ପୂର୍ବରୁ ଓ ଗର୍ଭାବସ୍ଥାରେ ଯଥେଷ୍ଟ ଫୋଲେଟ ଦେଲେ ଏହି ରୋଗକୁ ପ୍ରତିରୋଧ କରିହୁଏ ।[୫] ଅଟାରେ ଫୋଲିକ ଏସିଡ ମିଶେଇଲେ ଉପାଦେୟ ହୁଏ ।[୮] ଖୋଲା ସ୍ପାଇନା ବାଇଫିଡା ଥିଲେ ଅପରେସନ କରି ଜନ୍ମ ପୂର୍ବରୁ ବା ପରେ ତାହାକୁ ବନ୍ଦ କରିଦିଆଯାଇପାରିବ । ସଂଯୁକ୍ତ ମେରୁଦଣ୍ଡକୁ ଅପରେସନ କରି ମରାମତ କରାଯାଏ ଓ ହାଇଡ୍ରୋକେଫାଲସ ଥିଲେ ସଣ୍ଟ ଦିଆଯାଏ । ଚଳତଶକ୍ତି ଅଭାବ ଥିଲେ କ୍ରଚେସ ବା ହୁଇଲଚେୟାର ବ୍ୟବହାର କରାଯାଏ । ପରିସ୍ରା କରିହେଉନଥିଲେ ପରିସ୍ରା କାଥେଟର ଦିଆଯାଏ । [୯]

ପ୍ରାୟ ୫ % ଲୋକଙ୍କର ସ୍ପାଇନା ବାଇଫିଡା ଥାଏ ।[୧୦] ବିଭିନ୍ନ ଦେଶରେ ଅନ୍ୟ ପ୍ରକାରର ସ୍ପାଇନା ବାଇଫିଡା ହାର ଅଲଗା ହୁଏ, ପ୍ରତି ଏକ ହଜାରରେ ୦.୧ରୁ ୫ ଜଣଙ୍କର ଥାଏ ।[୧୧] ବିକଶିତ ଦେଶରେ ଜନ୍ମ ସମୟରେ ପ୍ରତି ୧୦୦୦ରେ ୦.୪ ଛୁଆର ଏହି ରୋଗ ଥାଏ ।[୧୨] ଆମେରିକାରେ ପ୍ରତି ୧୦୦୦ ଛୁଆରେ ୦.୭ ଜଣଙ୍କର ଏହି ରୋଗ ଥାଏ, [୬] ଓ ଭାରତରେ ପ୍ରତି ଏକ ହଜାର ଜନ୍ମରେ ୧.୯ ଜଣଙ୍କର ଏହି ରୋଗ ଥାଏ ।[୧୩] ଏହି ପାର୍ଥକ୍ୟ କକେଶିଆନ ବଂଶ ଯୋଗୁ ଓ ଆଂଶିକ ଭାବେ ପାରିପାର୍ଶ୍ଵିକ ପ୍ରଭାବ ଯୋଗୁ ହେଉଥିବା ବିଶ୍ଵାସ କରାଯାଏ ।[୧୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Spina Bifida: Condition Information". 2012-11-30. 
  2. Deming, Laura (୨୦୧୧). Pediatric life care planning and case management (୨nd ed.). Boca Raton, FL: CRC Press. p. ୩୯୨. ISBN ୯୭୮୧୪୩୯୮୦୩୫୮୫. 
  3. ୩.୦ ୩.୧ "How do health care providers diagnose spina bifida?". 2012-11-30. Retrieved 8 May 2015. 
  4. ୪.୦ ୪.୧ "Are there disorders or conditions associated with spina bifida?". 2012-11-30. Retrieved 8 May 2015. 
  5. ୫.୦ ୫.୧ ୫.୨ "What causes spina bifida?". 2012-11-30. Retrieved 8 May 2015. 
  6. ୬.୦ ୬.୧ ୬.୨ "How many people are affected by or at risk for spina bifida?". 2012-11-30. Retrieved 8 May 2015. 
  7. "Neural Tube Defects (NTDs): Overview". 04/03/2013. Retrieved 8 May 2015.  Check date values in: |date= (help)
  8. Castillo-Lancellotti, C; Tur, JA; Uauy, R (May 2013). "Impact of folic acid fortification of flour on neural tube defects: a systematic review.". Public health nutrition 16 (5): 901–11. PMID 22850218. 
  9. "What are the treatments for spina bifida & related conditions?". 2012-11-30. Retrieved 8 May 2015. 
  10. Sandler, AD (August 2010). "Children with spina bifida: key clinical issues.". Pediatric clinics of North America 57 (4): 879–92. PMID 20883878. 
  11. M. Memet Ö̈zek (୨୦୦୮). Spina bifida : management and outcome. Milan: Springer. p. ୫୮. ISBN ୯୭୮୮୮୪୭୦୦୬୫୦୮. 
  12. Kondo, A; Kamihira, O; Ozawa, H (January 2009). "Neural tube defects: prevalence, etiology and prevention.". International journal of urology : official journal of the Japanese Urological Association 16 (1): 49–57. PMID 19120526. 
  13. Bhide, P; Sagoo, GS; Moorthie, S; Burton, H; Kar, A (July 2013). "Systematic review of birth prevalence of neural tube defects in India.". Birth defects research. Part A, Clinical and molecular teratology 97 (7): 437–43. PMID 23873811. 
  14. Puri, Prem (୨୦୧୧). Newborn surgery (୩ ed.). London: Hodder Arnold. p. ୮୧୧. ISBN ୯୭୮୧୪୪୪୧୪୯୪୯୪.